ଟର୍ପେଡୋ ସିଷ୍ଟମର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୧୪।୧୨: ସୁପରସୋନିକ୍‌ କ୍ଷେପଣାସ୍ତ୍ର ସହାୟକ ଟର୍ପେଡୋ (ସ୍ମାର୍ଟ) ସିଷ୍ଟମର ସଫଳ ପରୀକ୍ଷଣ ସୋମବାର ହ୍ବିଲର୍‌ ଦ୍ୱୀପରୁ କରାଯାଇଥିବା ସୂଚନା ମିଳିଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଙ୍ଗଠନ (ଡିଆର୍‌ଡିଓ) ଦ୍ୱାରା ଏହି (ସ୍ମାର୍ଟ) ସିଷ୍ଟମର ବିକାଶ କରାଯାଇଛି। ବୁଡ଼ାଜାହାଜ-ବିରୋଧୀ ଯୁଦ୍ଧକ୍ଷମତାକୁ ବଢ଼ାଇବା ପାଇଁ ଉଦ୍ଦିଷ୍ଟ ଏହି ସିଷ୍ଟମର ପରୀକ୍ଷଣ ବେଳେ ସମଗ୍ର ଟ୍ରାଜେକ୍ଟୋରି ଉପରେ ନଜର ରଖାଯାଇଥିଲା। କ୍ଷେପଣାସ୍ତ୍ରରେ ଟର୍ପେଡୋ, ପାରାଶ୍ୟୁଟ୍‌ ବିତରଣ ଏବଂ ଅତ୍ୟାଧୁନିକ ଯାନ୍ତ୍ରିକ ବ୍ୟବସ୍ଥା ସଂଯୋଜିତ ହୋଇଥିଲା। ଏହି କ୍ଷେପଣାସ୍ତ୍ର ଗ୍ରାଉଣ୍ଡ ମୋବାଇଲ୍‌ ଲଞ୍ଚରରୁ ଉତ୍‌କ୍ଷେପଣ କରାଯାଇଛି। ଏହା ଅନେକ ଦୂରତା ଅତିକ୍ରମ କରିବାର କ୍ଷମତା ରଖିଛି। ତେବେ ଉକ୍ତ (ସ୍ମାର୍ଟ) ସିଷ୍ଟମର ସଫଳ ପରୀକ୍ଷଣ ନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସମ୍ପୃକ୍ତ ଟିମ୍‌କୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି, ଏହି ବ୍ୟବସ୍ଥାର ବିକାଶ ଦେଶର ପ୍ରତିରକ୍ଷାକୁ ସୁଦୃଢ କରିବ। ଡିଆର୍‌ଡିଓ ଅଧ୍ୟକ୍ଷ ଡ. ଜି. ସତୀଶ ରେଡ୍ଡୀ ଏହି ସଫଳ ପରୀକ୍ଷାରେ ଜଡିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ଏହି ବ୍ୟବସ୍ଥା ଆମର ନୌସେନାର ଶକ୍ତିକୁ ଆହୁରି ବଢ଼ାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ଚାଲିଛି ଖଜୁରିମୁଣ୍ଡି ପ୍ରାଥମିକ ବିଦ୍ୟାଳୟ: ୩୮୦ ଜଣ ବିଦ୍ୟାର୍ଥୀଙ୍କୁ ୬ ଶିକ୍ଷୟିତ୍ରୀଶିକ୍ଷକ, ୪ ବର୍ଷ ହେଲା ଆକାଉଣ୍ଟାଣ୍ଟ ପଦବୀ ଖାଲି

କେନ୍ଦୁଝର, ୨୧ା୫(ସ୍ବ.ପ୍ର.)-ବାଂଶପାଳ ଭଳି ଆଦିବାସୀ ଅଧ୍ୟୁଷିତ ବ୍ଲକରେ ଶିକ୍ଷାର ଆଲୋକ ଶିଖା ଜାଳିବା ପାଇଁ ୧୯୭୨ ମସିହାରେ ଖଜୁରିମୁଣ୍ଡିଠାରେ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ପରେ...

ନିଆରା ପାର୍ବଣ

କାଶତଣ୍ଡୀ ଫୁଲର ପସରା ମେଲାଇ ଗାଁକୁ ଆସିଛି ପାର୍ବଣ। କରୋନା କଟକଣା ମଧ୍ୟରେ ଗାଁର ଆବାଳବୃଦ୍ଧବନିତା ମସ୍‌ଗୁଲ ହୋଇଉଠିଛନ୍ତି। ମା’ ଦୁର୍ଗତିନାଶିନୀ ଗାଁର ପୂଜା ମେଢରେ...

ଜଳାଶୟ ଶୁଖୁଛି, ବଢୁଛି ଜଳ ସଙ୍କଟ ସମସ୍ୟା

ଜଗତ୍‌ସିଂହପୁର ଅଫିସ, ୨।୬: ଚଳିତବର୍ଷ ମଧ୍ୟ ପ୍ରବଳ ଗ୍ରୀଷ୍ମ ଯୋଗୁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହେଲେ ପ୍ରତିକାର ପାଇଁ ଚିନ୍ତା...

ପାଇପ୍‌ଲାଇନ ତଳେ ଚାପିହୋଇ ଛାତ୍ରୀ ମୃତ

କଟକ ଅଫିସ,୩୧ା୫: କଟକରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ଯୋଗୁ ଯାତାୟାତ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିବାରୁ ସୋମବାର...

ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ କେରଳରୁ ରାୟଗଡ଼ାରେ ପହଞ୍ଚିଲେ ୨୧୬ ପ୍ରବାସୀ

ରାୟଗଡ଼ା ଅଫିସ,୨୧ା୫: କେରଳକୁ ରୋଜଗାର କରିବା ପାଇଁ ଓଡ଼ିଶାର ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କନ୍ଧମାଳ ଓ ମାଲକାନଗିରି ଜିଲାରୁ ବହୁ ଶ୍ରମିକ ଯାଇଥିଲେ। କରୋନା...

୫୦ ଲକ୍ଷ କ୍ଷତିପୂରଣ ଦେବେ ରାଜ୍ୟ ସରକାର

କଟକ ଅଫିସ,୨୪ା୨:ଜଗତସିଂହପୁର ଜିଲା ଚକ୍ରଧରପୁର ଫାଣ୍ଡିରେ ୨୦୦୫ରେ ଘଟିଥିବା ଗୁଳିକାଣ୍ଡରେ ମୃତ ଯୁବକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟ ରାୟ ପ୍ରଦାନ...

କଟକଣାକୁ ବେଖାତିର: ବରୁଣେଇରେ ଭୋଜି

ଖୋର୍ଦ୍ଧା ଅଫିସ,୨୨।୩: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଲାଗି ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଧାର୍ମିକ ପୀଠ ଏବଂ ପର୍ଯ୍ୟଟନସ୍ଥଳରେ...

ହତ୍ୟା ମାମଲାର ସାକ୍ଷୀଙ୍କୁ ହତ୍ୟା ଉଦ୍ୟମ ଘଟଣା: ମାଷ୍ଟରମାଇଣ୍ଡ୍‌ ଫେରାର, ୪ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୧୩ା୫: ଏକ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ପୂର୍ଣ୍ଣ ଜେନାଙ୍କୁ ହତ୍ୟା ଉଦ୍ୟମ ଘଟଣାର ୪ ଅଭିଯୁକ୍ତଙ୍କୁ ସଦର ଥାନା ପୋଲିସ କେସ ନମ୍ବର...

Advertisement
Archives

Model This Week