ସଫଳ ମହିଳା ଉଦ୍ୟୋଗୀ ରେଖା

ସୁନ୍ଦରଗଡ,୧ା୫(ଡି.ଏନ.ଏ.): ନିଜର ପ୍ରବଳ ଇଚ୍ଛାଶକ୍ତି, ନିରନ୍ତର ଉଦ୍ୟମ, ଆଗ୍ରହ ଓ କଠିନ ପରିଶ୍ରମ ଦ୍ୱାରା ସ୍ବାବଲମ୍ବୀ ହୋଇପାରିଛନ୍ତି ଜଣେ ମହିଳା। ସେ ହେଉଛନ୍ତି ଝୁରିମାଲ ଗ୍ରାମର ରେଖା ନାଏକ। ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକର ଏକ ରାଜସ୍ବ ଗ୍ରାମ ହେଉଛି ଝୁରିମାଲ। ଏହି ଗ୍ରାମର ଏକ ମଧ୍ୟବିତ୍ତ ପରିବାରର ସୁଗୃହିଣୀ ହେଉଛନ୍ତି ରେଖା। ସ୍ବାମୀ ସୁବ୍ରତ ଓ ଏକମାତ୍ର ଝିଅ ପ୍ରାଚୀ ଏବଂ ଶାଶୁ, ଶ୍ୱଶୁରଙ୍କୁ ନେଇ ରେଖାଙ୍କ ଛୋଟିଆ ପରିବାର। ପିଲାଟି ଦିନରୁ ଆତ୍ମନିର୍ଭରଶୀଳ ହେବାର ସ୍ବପ୍ନ ରେଖାଙ୍କୁ ଆଜି ଏକ ସଫଳ ସ୍ବାବଲମ୍ବୀ ମହିଳା କରିପାରିଛି। ଏକ ଆଦର୍ଶ ଗୃହିଣୀ ସଙ୍ଗେ ସଙ୍ଗେ ପରିବାରର ଆର୍ଥିକ ମାନଦଣ୍ଡକୁ ସ୍ବଚ୍ଛଳ କରିବା ପାଇଁ ରେଖାଙ୍କ ନିଷ୍ଠା ଓ ଉଦ୍ୟମକୁ ସଫଳ ରୂପାୟନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨। ଏହି ପ୍ରକଳ୍ପ ମାଧ୍ୟମରେ ଉଜ୍ଜଳପୁର କ୍ଷେତ୍ର ପରିଚାଳନା ଏକକ ଅନ୍ତର୍ଗତ ଝୁରିମାଲ ବନ ସୁରକ୍ଷା ସମିତିର ସହାୟତାରେ ବିଭିନ୍ନ ଆୟଭିତ୍ତିକ କାର୍ଯ୍ୟକରି ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି ରେଖା। ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବକ ତଥା ଓଡ଼ିଶା ଜୀବିକା ମିଶନର ସହାୟତାରେ ୨୦୧୭ ମସିହାରେ ସ୍ବପ୍ନା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ସେ ଏକ ସକ୍ରିୟ ସଭ୍ୟାର ଭୂମିକା ନିଭାଉଛନ୍ତି। ବିଗତ ତିନି ବର୍ଷରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବକର ସହଯୋଗରେ ଜିଆଖତ ଚାଷ, ଆୟ ଭିତ୍ତିକ କାର୍ଯ୍ୟକ୍ରମ, ବିକଳ୍ପ କୃଷି ବ୍ୟବସ୍ଥା, ପନିପରିବା ଚାଷ ଉପରେ ପ୍ରଶିକ୍ଷଣ ଲାଭ କରିଛନ୍ତି ରେଖା। ୨୦୧୮ରେ ଓଡ଼ିଶା ଜୀବିକା ମିଶନ ତରଫରୁ ୩୦୦୦୦ ଟଙ୍କା ଋଣ ନେଇ ଏକ ଛୋଟ ତେଜରାଜି ଦୋକାନ ଆରମ୍ଭ କରିଛନ୍ତି ଓ ଏଥିରୁ ମାସିକ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ପାଉଛନ୍ତି ରେଖା। ଏହା ସଙ୍ଗେ ସଙ୍ଗେ ନିଜ ଘରବାରିର ୦.୬୫ ଏକର ଜମିରେ ପ୍ରତ୍ୟେକ ଋତୁରେ ବିଭିନ୍ନ ପନିପରିବା ଯଥା:- ଆଳୁ, ପିଆଜ, କୋବି, ମଟର, ଗୁଆଁର, ମୂଳା, ସୋରିଷ, ମକା, ଭେଣ୍ଡି, କାକୁଡି, ଝୁଡଙ୍ଗ ଓ ବିଲାତି ଚାଷ କରି ନିଜ ପରିବାର ପ୍ରତିପୋଷଣ କରିବା ସଙ୍ଗେ ସଙ୍ଗେ ୭୫୦୦୦ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଲାଭ ପାଇପାରୁଛନ୍ତି। ନିଜସ୍ବ ଉଦ୍ୟମରେ ନିଜ ଘରବାଡିରେ ଅଶ୍ୱତଥ ଓ ପିପଲର ଏକ ଛୋଟ ନର୍ସରୀ କରି ସ୍ଥାନୀୟ ଜଙ୍ଗଲ ଓ ଜଳାଶୟମାନଙ୍କରେ ବନ ସୁରକ୍ଷା ସମିତି ଦ୍ୱାରା ବୃକ୍ଷରୋପଣ କରାଇଛନ୍ତି ରେଖା। ଚଳିତବର୍ଷ ଏକାଭିମୁଖୀତା କାର୍ଯ୍ୟକ୍ରମ ଦ୍ୱାରା ୧ଏକର ଜମିରେ ନିଜସ୍ବ ଉଦ୍ୟମ ଓ ପରିଶ୍ରମ ଦ୍ୱାରା ମାଣ୍ଡିଆ ଚାଷ କରି ୪.୬ କୁଇଣ୍ଟାଲ ମାଣ୍ଡିଆ ଅମଳ କରି ୧୫୦୦୦ ଟଙ୍କା ଲାଭ ପାଇ ଚଳିତବର୍ଷ ନିଜର ୩ ଏକର ଜମିରେ କେବଳ ମାଣ୍ଡିଆ ଚାଷ କରୁଛନ୍ତି। ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ତରଫରୁ ଆବର୍ତ୍ତନ ପାଣ୍ଠିରୁ ୫୦୦୦୦ ଋଣ ନେଇ ଜିଆଖତ ଚାଷ କରି ଏ ପର୍ଯ୍ୟନ୍ତ ୧୦୦ କୁଇଣ୍ଟାଲ ବିକ୍ରି କରି ୨ ଲକ୍ଷ ଟଙ୍କା ଆୟ କରିଛନ୍ତି। ଝିଅର ପାଠପଢା, ଶାଶୁ ଶ୍ବଶୁରଙ୍କ ସେବା ଶୁଶୃଷା କାର୍ଯ୍ୟ, ତେଜରାତି ଦୋକାନର ପରିଚାଳନା ତଥା ଚାଷ କାମର ଦାୟିତ୍ୱ ଏକା ସାଙ୍ଗରେ ସଫଳ ଭାବରେ ସମ୍ପାଦନା କରି ଗାଁରେ ତଥା ଆଖପାଖ ଅଞ୍ଚଳରେ ଏକ ସ୍ବାବଲମ୍ବୀ ମହିଳାର ପରିଚୟ ସୃଷ୍ଟି କରିପାରିଛନ୍ତି ରେଖା। ଏହି ସଫଳତାର ଶ୍ରେୟ ଝୁରିମାଲ ବନ ସୁରକ୍ଷା ସମିତି, ସହଯୋଗୀ ଅନୁଷ୍ଠାନ ସେବକ ତଥା ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨କୁ ଦିଅନ୍ତି ରେଖା ନାଏକ।


Enter your email to get our daily news in your inbox.

All Right Reserved By Dharitri.Com

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ହାଡ଼ ଭଙ୍ଗା ଶୀତରେ ଥରୁଛି ଜି.ଉଦୟଗିରି: ତାପମାତ୍ରା ରହିଛି…

ଜି.ଉଦୟଗିରି ୯/୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠି ): ଜି ଉଦୟଗିରି ସମେତ ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଏକ ସପ୍ତାହ...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

ଧାନ କିଣାବିକାରେ ଅଚଳାବସ୍ଥା: ଧାନବସ୍ତା ସହିତ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ଅତାବିରା/ଗୋଡ଼ଭଗା,୯।୧୨(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାଶ)- ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ୧୨ଦିନରେ ପହଞ୍ଚିଛି। ହେଲେ...

ଶୋଇଥିଲେ ଘର ଲୋକ, ଫାଟିଲା ସିଲିଣ୍ଡର: ଆଉ ତା’ପରେ ଘଟିଲା…

ଦେବଗଡ,୯।୧୨(ଶଶାଙ୍କ ଶେଖର ଝାଙ୍କର)ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ସଦର ରେ ଗ୍ୟାସ ସିଲିଣ୍ଡର ଫାଟି ବ୍ୟାପକ କ୍ଷୟକ୍ଷତି, ଅଳ୍ପକେ ବର୍ତ୍ତିଲେ ପରିବାର। ଦେବଗଡ ଜିଲା ବାରକୋଟ...

ଜନ୍ମଦିନରେ ଚାଷୀନେତାଙ୍କୁ ସଂଘବଦ୍ଧ ଆକ୍ରମଣ: ବିଭିନ୍ନ ମହଲରେ ନିନ୍ଦା

ବରଗଡ଼,୯।୧୨(ପ୍ରେମାନନ୍ଦ ଖମାରୀ): ସଂଯୁକ୍ତ କୃଷକ ସଂଗଠନର ଜଣେ ଆଗଧାଡ଼ିର ଚାଷୀନେତା ସୁରେଶ ନେକାଣ୍ଟିଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କଲାପାଣି ଛକରେ...

ଟ୍ରେନ ଧକ୍କାରେ ମୁଣ୍ଡ ଗଣ୍ଡି ଅଲଗା, ରେଲୱେ ଟ୍ରାକରେ ପଡିଛି ମୃତଦେହ

ବଲାଙ୍ଗୀର,୯।୧୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ରେଲୱେ ଷ୍ଟେଶନ ନିକଟ ମହୁଲବାହାଲି ଗାଁ ନିକଟ ଟ୍ରାକରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ। ଟ୍ରେନ...

ନର୍ମାଲ ଡେଲିଭରୀ ଚାହୁଁଥିଲେ ଆପଣାନ୍ତୁ…. ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଟିପ୍ସ

ଭୁବନେଶ୍ୱର,୯।୧୨: ଆଜିକାଲି ସିଜେରିଆନ ଡେଲିଭରି ସଂଖ୍ୟା ବଢିବାରେ ଲାଗିଛି। ଯଦି ନର୍ମାଲ ଡେଲିଭରୀ ଚାହୁଁଛନ୍ତି ତେବେ ସରକାରୀ ହସ୍ପିଟାଲ୍‌କୁ ଯାଆନ୍ତୁ ବୋଲି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri