ବ୍ଲାଷ୍ଟିଂ ଅନୁମତି ନାହିଁ, ବଢୁଛି ଚୋରାଚାଲାଣ

ଖୋର୍ଦ୍ଧା ଅଫିସ,୧ା୫: ଖୋର୍ଦ୍ଧା ଜିଲାରେ ବେଆଇନ ଭାବେ ପଥର ଖନନ ଓ ମାଙ୍କଡ଼ା ପଥର ଚାଲାଣ ବଢିବାରେ ଲାଗିଛି। ପ୍ରଶାସନ ପକ୍ଷରୁ କେତେକ ପଥର ଖଣିକୁ ବ୍ଲାଷ୍ଟିଂ ଅନୁମତି ମିଳିନାହିଁ। ଏହାସତ୍ତ୍ୱେ କିପରି ବ୍ଲାଷ୍ଟିଂ ଚାଲିଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଗତ ଏପ୍ରିଲ ପହିଲାରୁ ଏପର୍ଯ୍ୟନ୍ତ ୧୩ଟି ଖଣି ମଧ୍ୟରୁ କେବଳ ୩ଟିକୁ ବ୍ଲାଷ୍ଟିଂ ଅନୁମତି ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଥିବା ଖଣିରୁ ଚୋରା ଚାଲାଣ ଚାଲିଛି। ମୋଟା ଅଙ୍କ ନେଇ ବେଆଇନ ଭାବେ ପ୍ରୋତ୍ସାହନ ଦିଆଯାଉଥିବା ସାଧାରଣରେ ଅଭିଯୋଗ ହେଉଛି।
ଛାଟ ପରେ ଜିଲା ପ୍ରଶାସନ ପକ୍ଷରୁ ଧରପଗଡ ଜୋରଦାର କରାଯାଇଥିଲା। ତେବେ କିଛି ଦିନର ବ୍ୟବଧାନ ପରେ ପୁଣି ଶିଥିଳ ପଡ଼ିିଗଲା। ଦୈନିକ ବିଳମ୍ବିତ ରାତିରେ ଟ୍ରକ, ହାଇୱାରେ ପଥର ଚୋରା ଚାଲାଣ ହେଉଥିଲେ ବି ପ୍ରଶାସନ ଚୁପ୍‌ ବସୁଛି। କିଛିଦିନ ତଳେ ପଲ୍ଲା ମୌଜାରେ ରାତିରେ ବାଲି ଓ ମୋରମ ଚୋରାଚାଲାଣକୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିଥିଲେ। ପୋଲିସ ଉପସ୍ଥିତ ଥିବା ସତ୍ତ୍ୱେ ପଦକ୍ଷେପ ନ ନେବାରୁ ଉପଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ପହଞ୍ଚି ଏହାକୁ ବନ୍ଦ କରିଥିଲେ। ଗତବର୍ଷ ଜଟଣୀ ତହସିଲ କର୍ମଚାରୀ ଖଣି ମାଫିଆଙ୍କ ସମ୍ପୃୃକ୍ତି ଥିବା ନେଇ ଖୋର୍ଦ୍ଧା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଖୋର୍ଦ୍ଧାରେ ଶ୍ରୀମନ୍ଦିର ପ୍ରଶାସନର ୪୬ରୁ ଊର୍ଦ୍ଧ୍ୱ ପଥର ଖଣି ରହିଛି। ଏସବୁ ଉପରେ ମାଫିଆଙ୍କ ନଜର ରହିଛି। କିଛି ମାସ ତଳେ ଖୋର୍ଦ୍ଧା, ଟାଙ୍ଗୀ, ବେଗୁନିଆ, ବୋଲଗଡ ଅଞ୍ଚଳରେ ୧୩ଟି ପଥର ଖଣିକୁ ନିଲାମ ସହ ବ୍ଲାଷ୍ଟିଂ ଅନୁମତି ମିଳିଥିବାବେଳେ ଶହେରୁ ଊର୍ଦ୍ଧ୍ୱ କ୍ରଶର ୟୁନିଟକୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି। ଖଣି ନିଲାମ ସତ୍ତ୍ୱେ କେତେକ ଖଣିକୁ ୱାଇ ଫର୍ମ ଦିଆଯାଇନାହିଁ। ବିନା ୱାଇ ଫର୍ମରେ ବେଆଇନ ଭାବେ ପଥର ଚୋରାଚାଲାଣ ଚାଲିଛି। ଚୋରା ଚାଲାଣ ରୋକିବା ଲାଗି ପୋଲିସ ଏବଂ ରାଜସ୍ବ ଅଧିକାରୀମାନଙ୍କୁ ନେଇ ମିଳିତ ଟାସ୍କଫୋର୍ସ ଗଠନ କରାଯାଇଛି। ଏହି ଟିମ୍‌ ଅଚାନକ ଖଣି ଖାଦାନରେ ଚଢାଉ କରି ପରିବେଶ, ପ୍ରଦୂଷଣ ବୋର୍ଡର ଗାଇଡ୍‌ଲାଇନ ପାଳନ ହେଉଛି କି ନାହିଁ, କେତେ ପରିମାଣର ଖନନ କରାଯାଉଛି, ତାହାର ତଦାରଖ କରିବେ ବୋଲି ନିର୍ଦ୍ଦେଶ ରହିଛି। ତେବେ ଜରିମାନା ଆଦାୟରେ ଏହାର କାର୍ଯ୍ୟ ସୀମିତ ରହିଛି। ନିଜିଗଡ଼ ତାପଙ୍ଗରେ ବେଆଇନ ଭାବେ ୪୦୦ରୁ ଊର୍ଦ୍ଧ୍ୱ ସରକାରୀ ଜମି, ଜଙ୍ଗଲ ଜମି, କାଜୁ ଜଙ୍ଗଲ ଏବଂ ଶ୍ରୀମନ୍ଦିର ପ୍ରଶାସନ ଜମି, ପଥର ଖଣିରୁ ଚୋରା ଚାଲାଣ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ ଜନୈକ ବ୍ୟକ୍ତି ଅଭିଯୋଗ କରିବା ପରେ ଏନ୍‌ଜିଟି ଏହା ଉପରେ ଜିଲା ପ୍ରଶାସନକୁ ସତ୍ୟପାଠ ଦାଖଲ ଲାଗି ନିର୍ଦ୍ଦେଶ ଦେଇଥିଲେ। ତେବେ ପ୍ରଥମ ସତ୍ୟପାଠରେ ଏନ୍‌ଜିଟି ଜିଲା ପ୍ରଶାସନର କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଥିଲେ। ପରବର୍ତ୍ତୀ ସମୟରେ ଜିଲାରେ ଚୋରା ଚାଲାଣ ସମ୍ପର୍କରେ ଜିଲା ପ୍ରଶାସନ ସ୍ବୀକାର କରିଥିଲା। କିଛିଦିନ ତଳେ ଏନ୍‌ଜିଟି ଶ୍ରୀମନ୍ଦିର ପ୍ରଶାସନକୁ ୧୨କୋଟି ଟଙ୍କା ଭରଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଟଙ୍କାରେ ମାଟି କିଣି ଖନନ ହୋଇଥିବା ସ୍ଥାନରେ ପକାଇ ପୋତିବାକୁ ଜିଲା ପ୍ରଶାସନକୁ କୁହାଯାଇଥିଲା। ଏନ୍‌ଜିଟି ଛାଟ ପରେ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୫କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ ସହ ଏକାଧିକ ବ୍ୟକ୍ତିଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯାଇଛି। ତେବେ କେବଳ ଚୋରା ଚାଲାଣକାରୀଙ୍କଠାରୁ ଜରିମାନା ଆଦାୟ କରାଯାଉଥିବାବେଳେ ଏହା ପଛରେ ରହିଥିବା ମାଷ୍ଟରମାଇଣ୍ଡଙ୍କୁ ଗିରଫ କରାଯାଉନାହିଁ। ମାଫିଆ ଓ ପ୍ରଶାସନର କେତେଜଣ ଅସାଧୁ କର୍ମଚାରୀଙ୍କ ମଧ୍ୟରେ ସଲାସୁତୁରା ଯୋଗୁ ସରକାର ବିପୁଳ ରାଜସ୍ବ ହରାଉଛନ୍ତି। ବେଆଇନ ପଥର ଖଣି କାରବାରରେ କେଉଁମାନେ ସମ୍ପୃକ୍ତ ସେ ନେଇ ଖୋଳତାଡ଼ ସହ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି। ଏନେଇ ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀ କହିଛନ୍ତି, ଚୋରା ଚାଲାଣ ରୋକିବା ଲାଗି ନିୟମିତ ବ୍ୟବଧାନରେ ଚଢ଼ାଉ ଜାରି ରହିଛି। ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଜିଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ କହିଛନ୍ତି, ଖୋର୍ଦ୍ଧା ପୋଲିସ ପକ୍ଷରୁ ପଥର ଖଣିରେ ଚଢାଉ କରାଯାଉଛି। ବେଆଇନ ଭାବେ ପଥର ଖାଦାନ ଚାଲିଥିବା ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?