ବ୍ଲାଷ୍ଟିଂ ଅନୁମତି ନାହିଁ, ବଢୁଛି ଚୋରାଚାଲାଣ

ଖୋର୍ଦ୍ଧା ଅଫିସ,୧ା୫: ଖୋର୍ଦ୍ଧା ଜିଲାରେ ବେଆଇନ ଭାବେ ପଥର ଖନନ ଓ ମାଙ୍କଡ଼ା ପଥର ଚାଲାଣ ବଢିବାରେ ଲାଗିଛି। ପ୍ରଶାସନ ପକ୍ଷରୁ କେତେକ ପଥର ଖଣିକୁ ବ୍ଲାଷ୍ଟିଂ ଅନୁମତି ମିଳିନାହିଁ। ଏହାସତ୍ତ୍ୱେ କିପରି ବ୍ଲାଷ୍ଟିଂ ଚାଲିଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଗତ ଏପ୍ରିଲ ପହିଲାରୁ ଏପର୍ଯ୍ୟନ୍ତ ୧୩ଟି ଖଣି ମଧ୍ୟରୁ କେବଳ ୩ଟିକୁ ବ୍ଲାଷ୍ଟିଂ ଅନୁମତି ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଥିବା ଖଣିରୁ ଚୋରା ଚାଲାଣ ଚାଲିଛି। ମୋଟା ଅଙ୍କ ନେଇ ବେଆଇନ ଭାବେ ପ୍ରୋତ୍ସାହନ ଦିଆଯାଉଥିବା ସାଧାରଣରେ ଅଭିଯୋଗ ହେଉଛି।
ଛାଟ ପରେ ଜିଲା ପ୍ରଶାସନ ପକ୍ଷରୁ ଧରପଗଡ ଜୋରଦାର କରାଯାଇଥିଲା। ତେବେ କିଛି ଦିନର ବ୍ୟବଧାନ ପରେ ପୁଣି ଶିଥିଳ ପଡ଼ିିଗଲା। ଦୈନିକ ବିଳମ୍ବିତ ରାତିରେ ଟ୍ରକ, ହାଇୱାରେ ପଥର ଚୋରା ଚାଲାଣ ହେଉଥିଲେ ବି ପ୍ରଶାସନ ଚୁପ୍‌ ବସୁଛି। କିଛିଦିନ ତଳେ ପଲ୍ଲା ମୌଜାରେ ରାତିରେ ବାଲି ଓ ମୋରମ ଚୋରାଚାଲାଣକୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିଥିଲେ। ପୋଲିସ ଉପସ୍ଥିତ ଥିବା ସତ୍ତ୍ୱେ ପଦକ୍ଷେପ ନ ନେବାରୁ ଉପଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ପହଞ୍ଚି ଏହାକୁ ବନ୍ଦ କରିଥିଲେ। ଗତବର୍ଷ ଜଟଣୀ ତହସିଲ କର୍ମଚାରୀ ଖଣି ମାଫିଆଙ୍କ ସମ୍ପୃୃକ୍ତି ଥିବା ନେଇ ଖୋର୍ଦ୍ଧା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଖୋର୍ଦ୍ଧାରେ ଶ୍ରୀମନ୍ଦିର ପ୍ରଶାସନର ୪୬ରୁ ଊର୍ଦ୍ଧ୍ୱ ପଥର ଖଣି ରହିଛି। ଏସବୁ ଉପରେ ମାଫିଆଙ୍କ ନଜର ରହିଛି। କିଛି ମାସ ତଳେ ଖୋର୍ଦ୍ଧା, ଟାଙ୍ଗୀ, ବେଗୁନିଆ, ବୋଲଗଡ ଅଞ୍ଚଳରେ ୧୩ଟି ପଥର ଖଣିକୁ ନିଲାମ ସହ ବ୍ଲାଷ୍ଟିଂ ଅନୁମତି ମିଳିଥିବାବେଳେ ଶହେରୁ ଊର୍ଦ୍ଧ୍ୱ କ୍ରଶର ୟୁନିଟକୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି। ଖଣି ନିଲାମ ସତ୍ତ୍ୱେ କେତେକ ଖଣିକୁ ୱାଇ ଫର୍ମ ଦିଆଯାଇନାହିଁ। ବିନା ୱାଇ ଫର୍ମରେ ବେଆଇନ ଭାବେ ପଥର ଚୋରାଚାଲାଣ ଚାଲିଛି। ଚୋରା ଚାଲାଣ ରୋକିବା ଲାଗି ପୋଲିସ ଏବଂ ରାଜସ୍ବ ଅଧିକାରୀମାନଙ୍କୁ ନେଇ ମିଳିତ ଟାସ୍କଫୋର୍ସ ଗଠନ କରାଯାଇଛି। ଏହି ଟିମ୍‌ ଅଚାନକ ଖଣି ଖାଦାନରେ ଚଢାଉ କରି ପରିବେଶ, ପ୍ରଦୂଷଣ ବୋର୍ଡର ଗାଇଡ୍‌ଲାଇନ ପାଳନ ହେଉଛି କି ନାହିଁ, କେତେ ପରିମାଣର ଖନନ କରାଯାଉଛି, ତାହାର ତଦାରଖ କରିବେ ବୋଲି ନିର୍ଦ୍ଦେଶ ରହିଛି। ତେବେ ଜରିମାନା ଆଦାୟରେ ଏହାର କାର୍ଯ୍ୟ ସୀମିତ ରହିଛି। ନିଜିଗଡ଼ ତାପଙ୍ଗରେ ବେଆଇନ ଭାବେ ୪୦୦ରୁ ଊର୍ଦ୍ଧ୍ୱ ସରକାରୀ ଜମି, ଜଙ୍ଗଲ ଜମି, କାଜୁ ଜଙ୍ଗଲ ଏବଂ ଶ୍ରୀମନ୍ଦିର ପ୍ରଶାସନ ଜମି, ପଥର ଖଣିରୁ ଚୋରା ଚାଲାଣ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ ଜନୈକ ବ୍ୟକ୍ତି ଅଭିଯୋଗ କରିବା ପରେ ଏନ୍‌ଜିଟି ଏହା ଉପରେ ଜିଲା ପ୍ରଶାସନକୁ ସତ୍ୟପାଠ ଦାଖଲ ଲାଗି ନିର୍ଦ୍ଦେଶ ଦେଇଥିଲେ। ତେବେ ପ୍ରଥମ ସତ୍ୟପାଠରେ ଏନ୍‌ଜିଟି ଜିଲା ପ୍ରଶାସନର କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଥିଲେ। ପରବର୍ତ୍ତୀ ସମୟରେ ଜିଲାରେ ଚୋରା ଚାଲାଣ ସମ୍ପର୍କରେ ଜିଲା ପ୍ରଶାସନ ସ୍ବୀକାର କରିଥିଲା। କିଛିଦିନ ତଳେ ଏନ୍‌ଜିଟି ଶ୍ରୀମନ୍ଦିର ପ୍ରଶାସନକୁ ୧୨କୋଟି ଟଙ୍କା ଭରଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଟଙ୍କାରେ ମାଟି କିଣି ଖନନ ହୋଇଥିବା ସ୍ଥାନରେ ପକାଇ ପୋତିବାକୁ ଜିଲା ପ୍ରଶାସନକୁ କୁହାଯାଇଥିଲା। ଏନ୍‌ଜିଟି ଛାଟ ପରେ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୫କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ ସହ ଏକାଧିକ ବ୍ୟକ୍ତିଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯାଇଛି। ତେବେ କେବଳ ଚୋରା ଚାଲାଣକାରୀଙ୍କଠାରୁ ଜରିମାନା ଆଦାୟ କରାଯାଉଥିବାବେଳେ ଏହା ପଛରେ ରହିଥିବା ମାଷ୍ଟରମାଇଣ୍ଡଙ୍କୁ ଗିରଫ କରାଯାଉନାହିଁ। ମାଫିଆ ଓ ପ୍ରଶାସନର କେତେଜଣ ଅସାଧୁ କର୍ମଚାରୀଙ୍କ ମଧ୍ୟରେ ସଲାସୁତୁରା ଯୋଗୁ ସରକାର ବିପୁଳ ରାଜସ୍ବ ହରାଉଛନ୍ତି। ବେଆଇନ ପଥର ଖଣି କାରବାରରେ କେଉଁମାନେ ସମ୍ପୃକ୍ତ ସେ ନେଇ ଖୋଳତାଡ଼ ସହ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି। ଏନେଇ ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀ କହିଛନ୍ତି, ଚୋରା ଚାଲାଣ ରୋକିବା ଲାଗି ନିୟମିତ ବ୍ୟବଧାନରେ ଚଢ଼ାଉ ଜାରି ରହିଛି। ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଜିଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ କହିଛନ୍ତି, ଖୋର୍ଦ୍ଧା ପୋଲିସ ପକ୍ଷରୁ ପଥର ଖଣିରେ ଚଢାଉ କରାଯାଉଛି। ବେଆଇନ ଭାବେ ପଥର ଖାଦାନ ଚାଲିଥିବା ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ମାସେ ବ୍ୟାପୀ ଚାଲିବ ‘ସେବା ସଂକଳ୍ପ ଅଭିଯାନ’: ମୁଖ୍ୟ ଲକ୍ଷ୍ୟ ବିକଶିତ ଭାରତ

ଭଞ୍ଜନଗର,୩୧/୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ ଭଞ୍ଜନଗର ଜିଲା କାର୍ଯ୍ୟାଳୟଠାରେ ‘ସେବା ସଂକଳ୍ପ ଅଭିଯାନ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ସାଙ୍ଗଠନିକ…

ଶେଷ ହେଲା ୩୨ ବର୍ଷର ଚାକିରି ଜୀବନ: ଅଧ୍ୟାପିକାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଆରତୀ ପାତ୍ରଙ୍କୁ ସୋମବାର କଲେଜ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri