ସଫଳ ମହିଳା ଉଦ୍ୟୋଗୀ ରେଖା

ସୁନ୍ଦରଗଡ,୧ା୫(ଡି.ଏନ.ଏ.): ନିଜର ପ୍ରବଳ ଇଚ୍ଛାଶକ୍ତି, ନିରନ୍ତର ଉଦ୍ୟମ, ଆଗ୍ରହ ଓ କଠିନ ପରିଶ୍ରମ ଦ୍ୱାରା ସ୍ବାବଲମ୍ବୀ ହୋଇପାରିଛନ୍ତି ଜଣେ ମହିଳା। ସେ ହେଉଛନ୍ତି ଝୁରିମାଲ ଗ୍ରାମର ରେଖା ନାଏକ। ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକର ଏକ ରାଜସ୍ବ ଗ୍ରାମ ହେଉଛି ଝୁରିମାଲ। ଏହି ଗ୍ରାମର ଏକ ମଧ୍ୟବିତ୍ତ ପରିବାରର ସୁଗୃହିଣୀ ହେଉଛନ୍ତି ରେଖା। ସ୍ବାମୀ ସୁବ୍ରତ ଓ ଏକମାତ୍ର ଝିଅ ପ୍ରାଚୀ ଏବଂ ଶାଶୁ, ଶ୍ୱଶୁରଙ୍କୁ ନେଇ ରେଖାଙ୍କ ଛୋଟିଆ ପରିବାର। ପିଲାଟି ଦିନରୁ ଆତ୍ମନିର୍ଭରଶୀଳ ହେବାର ସ୍ବପ୍ନ ରେଖାଙ୍କୁ ଆଜି ଏକ ସଫଳ ସ୍ବାବଲମ୍ବୀ ମହିଳା କରିପାରିଛି। ଏକ ଆଦର୍ଶ ଗୃହିଣୀ ସଙ୍ଗେ ସଙ୍ଗେ ପରିବାରର ଆର୍ଥିକ ମାନଦଣ୍ଡକୁ ସ୍ବଚ୍ଛଳ କରିବା ପାଇଁ ରେଖାଙ୍କ ନିଷ୍ଠା ଓ ଉଦ୍ୟମକୁ ସଫଳ ରୂପାୟନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨। ଏହି ପ୍ରକଳ୍ପ ମାଧ୍ୟମରେ ଉଜ୍ଜଳପୁର କ୍ଷେତ୍ର ପରିଚାଳନା ଏକକ ଅନ୍ତର୍ଗତ ଝୁରିମାଲ ବନ ସୁରକ୍ଷା ସମିତିର ସହାୟତାରେ ବିଭିନ୍ନ ଆୟଭିତ୍ତିକ କାର୍ଯ୍ୟକରି ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି ରେଖା। ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବକ ତଥା ଓଡ଼ିଶା ଜୀବିକା ମିଶନର ସହାୟତାରେ ୨୦୧୭ ମସିହାରେ ସ୍ବପ୍ନା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ସେ ଏକ ସକ୍ରିୟ ସଭ୍ୟାର ଭୂମିକା ନିଭାଉଛନ୍ତି। ବିଗତ ତିନି ବର୍ଷରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବକର ସହଯୋଗରେ ଜିଆଖତ ଚାଷ, ଆୟ ଭିତ୍ତିକ କାର୍ଯ୍ୟକ୍ରମ, ବିକଳ୍ପ କୃଷି ବ୍ୟବସ୍ଥା, ପନିପରିବା ଚାଷ ଉପରେ ପ୍ରଶିକ୍ଷଣ ଲାଭ କରିଛନ୍ତି ରେଖା। ୨୦୧୮ରେ ଓଡ଼ିଶା ଜୀବିକା ମିଶନ ତରଫରୁ ୩୦୦୦୦ ଟଙ୍କା ଋଣ ନେଇ ଏକ ଛୋଟ ତେଜରାଜି ଦୋକାନ ଆରମ୍ଭ କରିଛନ୍ତି ଓ ଏଥିରୁ ମାସିକ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ପାଉଛନ୍ତି ରେଖା। ଏହା ସଙ୍ଗେ ସଙ୍ଗେ ନିଜ ଘରବାରିର ୦.୬୫ ଏକର ଜମିରେ ପ୍ରତ୍ୟେକ ଋତୁରେ ବିଭିନ୍ନ ପନିପରିବା ଯଥା:- ଆଳୁ, ପିଆଜ, କୋବି, ମଟର, ଗୁଆଁର, ମୂଳା, ସୋରିଷ, ମକା, ଭେଣ୍ଡି, କାକୁଡି, ଝୁଡଙ୍ଗ ଓ ବିଲାତି ଚାଷ କରି ନିଜ ପରିବାର ପ୍ରତିପୋଷଣ କରିବା ସଙ୍ଗେ ସଙ୍ଗେ ୭୫୦୦୦ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଲାଭ ପାଇପାରୁଛନ୍ତି। ନିଜସ୍ବ ଉଦ୍ୟମରେ ନିଜ ଘରବାଡିରେ ଅଶ୍ୱତଥ ଓ ପିପଲର ଏକ ଛୋଟ ନର୍ସରୀ କରି ସ୍ଥାନୀୟ ଜଙ୍ଗଲ ଓ ଜଳାଶୟମାନଙ୍କରେ ବନ ସୁରକ୍ଷା ସମିତି ଦ୍ୱାରା ବୃକ୍ଷରୋପଣ କରାଇଛନ୍ତି ରେଖା। ଚଳିତବର୍ଷ ଏକାଭିମୁଖୀତା କାର୍ଯ୍ୟକ୍ରମ ଦ୍ୱାରା ୧ଏକର ଜମିରେ ନିଜସ୍ବ ଉଦ୍ୟମ ଓ ପରିଶ୍ରମ ଦ୍ୱାରା ମାଣ୍ଡିଆ ଚାଷ କରି ୪.୬ କୁଇଣ୍ଟାଲ ମାଣ୍ଡିଆ ଅମଳ କରି ୧୫୦୦୦ ଟଙ୍କା ଲାଭ ପାଇ ଚଳିତବର୍ଷ ନିଜର ୩ ଏକର ଜମିରେ କେବଳ ମାଣ୍ଡିଆ ଚାଷ କରୁଛନ୍ତି। ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ତରଫରୁ ଆବର୍ତ୍ତନ ପାଣ୍ଠିରୁ ୫୦୦୦୦ ଋଣ ନେଇ ଜିଆଖତ ଚାଷ କରି ଏ ପର୍ଯ୍ୟନ୍ତ ୧୦୦ କୁଇଣ୍ଟାଲ ବିକ୍ରି କରି ୨ ଲକ୍ଷ ଟଙ୍କା ଆୟ କରିଛନ୍ତି। ଝିଅର ପାଠପଢା, ଶାଶୁ ଶ୍ବଶୁରଙ୍କ ସେବା ଶୁଶୃଷା କାର୍ଯ୍ୟ, ତେଜରାତି ଦୋକାନର ପରିଚାଳନା ତଥା ଚାଷ କାମର ଦାୟିତ୍ୱ ଏକା ସାଙ୍ଗରେ ସଫଳ ଭାବରେ ସମ୍ପାଦନା କରି ଗାଁରେ ତଥା ଆଖପାଖ ଅଞ୍ଚଳରେ ଏକ ସ୍ବାବଲମ୍ବୀ ମହିଳାର ପରିଚୟ ସୃଷ୍ଟି କରିପାରିଛନ୍ତି ରେଖା। ଏହି ସଫଳତାର ଶ୍ରେୟ ଝୁରିମାଲ ବନ ସୁରକ୍ଷା ସମିତି, ସହଯୋଗୀ ଅନୁଷ୍ଠାନ ସେବକ ତଥା ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨କୁ ଦିଅନ୍ତି ରେଖା ନାଏକ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଚର୍ଚ୍ଚାରେ ଜଳ ସମ୍ପଦ ବିଭାଗ: ଚାଷ ଆରମ୍ଭରୁ ଧସିଗଲା କେନାଲ ପାର୍ଶ୍ୱକାନ୍ଥ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ଏହି ବିଭାଗ ଅଧୀନରେ ଜିଲାର ଅନେକ ସ୍ଥାନରେ ବିଭିନ୍ନ ପ୍ରକଳ୍ପ, କେନାଲ ଉନ୍ନତୀକରଣ ଓ ମରାମତି…

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ବରଗଡ଼ ଗସ୍ତରେ କମିଶନର ରାମଚନ୍ଦ୍ର ଯାଦବ: କୁରୁଆଁ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ କଲେ ପରିଦର୍ଶନ

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ସଚିବ ସଚିନ ରାମଚନ୍ଦ୍ର ଯାଦବ ବୁଧବାର ବରଗଡ଼ ଜିଲା ଗସ୍ତରେ ଆସିଥିଲେ ।…

ବରଗଡ଼ର ଗୌରବ: ଆନ୍ତର୍ଜାତୀୟ ଚେସ୍ ‘ଫିଡେ ରେଟିଂ’ ହାସଲ କଲେ ରୋନକ୍ କୁମାର

ବରଗଡ,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି ଜଣେ କୁନି ଚେସ୍ ଖେଳାଳି। ବରଗଡ଼ ଚେସ୍ ଆସୋସିଏସନ ତରଫରୁ ପରିଚାଳିତ ପ୍ରଶିକ୍ଷଣ କେନ୍ଦ୍ର…

ଭଞ୍ଜନଗର ଏଏସପିଙ୍କ ମହାନତା: ରାସ୍ତା କଡ଼ରେ ପଡ଼ିଥିବା ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲେ

ଭଞ୍ଜନଗର,୮।୭(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ଜଣେ ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି। ଏଏସପିଙ୍କ ଏହିଭଳି…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ପାଠ ପଢ଼ିବା ପାଇଁ ଜିଦ୍: ପରିବାରଲୋକେ ବିବାହ ପାଇଁ ବାଧ୍ୟ କରିବାରୁ ଘର ଛାଡ଼ିଥିଲେ ଯୁକ୍ତ ଦୁଇ ଛାତ୍ରୀ, ୨ ବର୍ଷ ପରେ…

 ଦିଗପହଣ୍ଡି,୮।୭( ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରୁ ଦୀର୍ଘ ୨ ବର୍ଷ ହେଲା ନିଖୋଜ ଥିବା ଜଣେ ୨୨ ବର୍ଷୀୟା ଛାତ୍ରୀଙ୍କୁ ପାଟପୁର…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri