Posted inଫୁରସତ

ସଫଳ ଉଦ୍ୟୋଗୀ

ଦୃଢ଼ ମନୋବଳ, ଅଦମ୍ୟ ଇଚ୍ଛାଶକ୍ତି ଓ ଉଦ୍ୟମ ବଳରେ ରୁଚି ରଖୁଥିବା ବିଭିନ୍ନ ଦିଗରେ ସଫଳତା ସାଉଁଟି ସେମାନେ ସାଜିଛନ୍ତି ଯୁବସମାଜ ପାଇଁ ପ୍ରେରଣା। ଆଉ ଚାକିରି ହିଁ ରୋଜଗାରର ଏକମାତ୍ର ବଳିଷ୍ଠ ମାଧ୍ୟମ; ଅନେକଙ୍କ ମନରେ ଥିବା ଏହି ଭାବନାକୁ ସେମାନେ ନା କେବଳ ଭୁଲ୍‌ ପ୍ରମାଣିତ କରି ଦେଖାଇଛନ୍ତି ବରଂ ନିଜେ ଆତ୍ମନିର୍ଭର ହେବା ସହ ଅନ୍ୟମାନଙ୍କୁ ଦେଇପାରିଛନ୍ତି ରୋଜଗାରକ୍ଷମ ହେବାର ସୁଯୋଗ। ସେହିଭଳି କେତେଜଣ ସଫଳ ଯୁବ ଉଦ୍ୟୋଗୀଙ୍କୁ ନେଇ ବିଶେଷ ଉପସ୍ଥାପନା…

ନିଶାକୁ ପେସା କରି ବେଶ୍‌ ଖୁସି: ଅଧିକ ଟଙ୍କା ବ୍ୟୟରେ ଏକ ବଡ଼ ସଂସ୍ଥା ଆରମ୍ଭ କରିବା ଲାଗି ନା ଥିଲା ତାଙ୍କ ପାଖରେ ଅଧିକ ଅର୍ଥବଳ ନା ଲୋକବଳ। ତଥାପି ସେ ହାର ମାନି ନ ଥିଲେ। ବ୍ୟବସାୟ ଚାଲିବ ବା ନାହିଁ ଜଣା ନ ଥିଲେ ହେଁ ଆତ୍ମବିଶ୍ୱାସର ସହ ସେ ଆଗକୁ ବଢ଼ିଥିଲେ। ଆଉ ନିଜ ଇଚ୍ଛାଶକ୍ତି ଓ ଉଦ୍ୟମ ବଳରେ ଆଜି ସଫଳ ହୋଇ ଅନ୍ୟମାନଙ୍କୁ ରୋଜଗାରର ପନ୍ଥା ଯୋଗାଇ ଦେଇଥିବା ଏହି ଯୁବ ଉଦ୍ୟୋଗୀ ହେଉଛନ୍ତି କଟକ ସଦର ସ୍ଥିତ ଖଣ୍ଡାଏତାରେ ରହୁଥିବା ସ୍ମିତା ରାଉତ ଏବଂ ବାବାଜୀ ଚରଣ ସାହୁଙ୍କ ପୁଅ ନୀଳକଣ୍ଠ(ଭିକି)। ଫଟୋଗ୍ରାଫି ଥିଲା ତାଙ୍କର ନିଶା। କୌଣସି କୌତୂହଳପୂର୍ଣ୍ଣ ଜିନିଷ ସାମ୍‌ନାକୁ ଆସିଲେ ତୁରନ୍ତ ମୋବାଇଲରେ ଏହାର ଫଟୋ କିମ୍ବା ଭିଡିଓ କ୍ୟାପ୍‌ଚର କରି ନେଉଥିଲେ। ଫ୍ୟାମିଲି ଫଙ୍କଶନ୍‌ରେ ପ୍ରତିଟି କ୍ୟାଣ୍ଡିଡ୍‌ ମୁମେଣ୍ଟକୁ କ୍ୟାପ୍‌ଚର କରି ରଖୁଥିଲେ। ଆଉ ଏହାକୁ ଦେଖି ଯେତେବେଳେ ସମସ୍ତେ ପ୍ରଶଂସା କରୁଥିଲେ ତାଙ୍କୁ ମିଳୁଥିଲା ବେଶ୍‌ ଖୁସି। ତେବେ ତାଙ୍କର ଏହି ଆଗ୍ରହ ଦେଖି ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ପରେ ବାପା ଖବରକାଗଜରେ ଏକ ବିଜ୍ଞାପନ ଦେଖି ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ୍‌ ଇନ୍‌ଷ୍ଟିଚ୍ୟୁଟରେ ସିନେମାଟୋଗ୍ରାଫି କୋର୍ସ କରିବାକୁ ପରାମର୍ଶ ଦେଲେ। ସେଠାରେ ସେ ଫଟୋ ଉଠାଇବା, ଭିଡିଓ ଏବଂ ସାଉଣ୍ଡ ଏଡିଟିଂ କୌଶଳ ଶିଖିପାରିଲେ। ବାସ୍‌, ତା’ପରେ ସେ ଏନ୍‌ଏସ୍‌ ଫଟୋଗ୍ରାଫିଆ ନାମରେ ଏକ ସଂସ୍ଥା ଆରମ୍ଭ କଲେ। ବର୍ତ୍ତମାନ ଲାଟେଷ୍ଟ କ୍ୟାମେରା ଏବଂ ଡ୍ରୋନ୍‌ ସାହାଯ୍ୟରେ ନୂଆ ନୂଆ ଫଟୋଗ୍ରାଫି ଟେକ୍‌ନିକ୍‌ ବ୍ୟବହାର କରି ବିଭିନ୍ନ ଇଭେଣ୍ଟ, ଓ୍ବେଡିଂ, କିଡ୍ସ ଫଟୋଗ୍ରାଫି କରୁଛନ୍ତି। ଗ୍ରାହକଙ୍କ ଆବଶ୍ୟକତା ଅନୁସାରେ ତାଙ୍କର ଫଟୋଗ୍ରାଫି ପ୍ୟାକେଜ୍‌ ୫୦ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ସବୁବେଳେ ନିଆରା ଏଡିଟିଂ ସହିତ ଗ୍ରାହକଙ୍କୁ ଯଥାଶୀଘ୍ର ଫଟୋ ଆଲବମ୍‌ ଏବଂ ଭିଡିଓ ଯୋଗାଇଦେବା ଓ ଲାଇଫ୍‌ଟାଇମ୍‌ ଡାଟା ଷ୍ଟୋରେଜ୍‌ ଫ୍ୟାସିଲିଟି ତାଙ୍କୁ ଅଧିକ ଗ୍ରାହକଙ୍କ ଦ୍ୱାରା ଆଦୃତ କରିପାରିଛି। ସେ କୁହନ୍ତି, ଯଦିଓ ଫଟୋଗ୍ରାଫି ମୋର ପ୍ୟାଶନ୍‌ ଥିଲା, ହେଲେ ଏଥିରେ କ୍ୟାରିୟର କରିବି ବୋଲି କେବେ ଭାବି ନ ଥିଲି। ବାପାଙ୍କ ପରାମର୍ଶରେ ଯେବେ ସିନେମାଟୋଗ୍ରାଫିରେ ୩ ବର୍ଷିଆ କୋର୍ସ କଲି, ଏହା ଏକ ଭଲ କ୍ୟାରିୟର ଅପ୍ସନ ହୋଇପାରେ ବୋଲି ମନକୁ ଆସିଲା। ସେଠାରେ ମୋର ଶିକ୍ଷକ ସୁଦର୍ଶନ ପ୍ରସାଦ ନାୟକ ମୋତେ ଫଟୋଗ୍ରାଫିର ନୂଆ ନୂଆ ଟ୍ରିକ୍ସ ଶିଖାଇବା ସହ ଏ ଦିଗରେ ଆଗେଇବା ଲାଗି ପ୍ରେରଣା ଦେଲେ। ପଢ଼ାବେଳେ ଏକ ପ୍ରଫେଶନାଲ କ୍ୟାମେରାର ଆବଶ୍ୟକ ହେବାରୁ ବାପା ଦେଢ଼ ଲକ୍ଷ ଟଙ୍କାର ଏକ କ୍ୟାମେରା ଆଣିଦେଲେ। ସେବେଠୁ ମୋ ଦୁଇ ସାନ ଭାଇଭଉଣୀଙ୍କୁ ପଢ଼ାଇବା ଲାଗି ବାପାଙ୍କୁ ଯେମିତି ଆର୍ଥିକ ଚାପ ନ ହୁଏ, ସେଥିପାଇଁ ନିଜ ଫଟୋଗ୍ରାଫି ବିଜ୍‌ନେସ୍‌ ଆରମ୍ଭ କରିଥିଲି। ମୋର ସମସ୍ତ ପଢ଼ା ଖର୍ଚ୍ଚ ନିଜେ ତୁଲାଇଲି। ଏହା ଭିତରେ କେତେବେଳେ ମୋ ପ୍ୟାଶନ୍‌ ପ୍ରଫେଶନ୍‌ରେ ପରିଣତ ହୋଇଗଲା ଜାଣିପାରିଲିନି। ପରେ ୩ଟି ନ୍ୟୁଜ୍‌ ଚ୍ୟାନେଲ୍‌ରେ ଭିଡିଓ ଜର୍ନାଲିଷ୍ଟ ଭାବେ କାର୍ଯ୍ୟ କଲି। ୧ ବର୍ଷ ବାଲେଶ୍ୱର ଡିଆର୍‌ଡିଓରେ ମଧ୍ୟ କାମ କଲି। ହେଲେ ଏସବୁ ମୋତେ ସନ୍ତୁଷ୍ଟି ଦେଇପାରି ନ ଥିଲା। ତେଣୁ ନିଜର ବିଜ୍‌ନେସ୍‌ ପ୍ରତି ଅଧିକ ଗୁରୁତ୍ୱ ଦେବା ଆରମ୍ଭ କଲି। ଧୀରେ ଧୀରେ ଏଥିରେ ସଫଳ ହେବା ସହ ବର୍ତ୍ତମାନ ୨୦ ଜଣଙ୍କୁ ନିଜ ଟିମ୍‌ରେ ସାମିଲ କରି ତାଙ୍କୁ ରୋଜଗାରର ମାଧ୍ୟମ ଯୋଗାଇ ପାରିଥିବାରୁ ବେଶ୍‌ ଆତ୍ମସନ୍ତୋଷ ମିଳୁଛି। ଭବିଷ୍ୟତରେ ନିଜ ସଂସ୍ଥା ସହ ଫଟୋଗ୍ରାଫି କ୍ୟାରିୟରକୁ ଆହୁରି ଆଗକୁ ନେବାକୁ ଲକ୍ଷ୍ୟ ରଖିଛି।
ସଫଳ ମଡେଲ ସୃଷ୍ଟି କରିବା ଲକ୍ଷ୍ୟ: ନକାରାତ୍ମକ ଭାବନା ମଣିଷକୁ ନିରାଶ କରିଥାଏ। ହେଲେ ଯେକୌଣସି ପରିସ୍ଥିତିରେ ବି ଯଦି ଭାବନା ସକାରାତ୍ମକ ହୁଏ, ତେବେ ତାହା ମଣିଷକୁ ଆଶାବାଦୀ କରିଥାଏ ଏବଂ କଳେବଳେ କୌଶଳେ ସଫଳତା ଦିଗରେ ଆଗେଇ ଯିବାକୁ ବାଟ ଖୋଜିବାରେ ସାହାଯ୍ୟ କରିଥାଏ। ଠିକ୍‌ ଏହିଭଳି ଥିଲା ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ୍‌ ଅନ୍ତର୍ଗତ ବାଙ୍କୋଇରେ ରହୁଥିବା ମାଆ ଚନ୍ଦ୍ରକାନ୍ତି ଏବଂ ବାପା ପ୍ରମୋଦ କୁମାର ପଟ୍ଟନାୟକଙ୍କ ପୁଅ ଆଶୁତୋଷଙ୍କ ସଫଳତାର କାହାଣୀ। ସେ ବର୍ତ୍ତମାନ ଓଡ଼ିଶା ମଡେଲିଂ ଦୁନିଆରେ ଏକ ଜଣାଶୁଣା ଚେହେରା। ନିଜେ ଜଣେ ମଡେଲ୍‌ ହେବା ସହ ବର୍ତ୍ତମାନ ‘ମଡେଲ୍ସ ହବ୍‌’ ନାମରେ ଏକ ଏଜେନ୍ସି ଖୋଲି ମଡେଲିଂ ପାଇଁ ଉତ୍ସାହୀ ଉଭୟ କିଡ୍ସ ଏବଂ ୟୁଥ୍‌ମାନଙ୍କୁ୍‌ ଏ ଦିଗରେ ତାଲିମ ଦେଉଛନ୍ତି। ସେ କୁହନ୍ତି, ଗୋଟେ ଛୋଟ ଗାଁରୁ ଆଶା ଆଉ ଭରସା ନେଇ ଭୁବନେଶ୍ବର ଆସି ମଡେଲିଂ କରିବା ଓ ଜାତୀୟ ଏବଂ ଅନ୍ତର୍ଜାତୀୟ ଫ୍ୟାଶନ୍‌ ଶୋ’ରେ ସଫଳତା ହାସଲ କରିବାର ଯାତ୍ରା ମୋ ପାଇଁ ସହଜ ନ ଥିଲା। ହେଲେ ପିଲାବେଳେ ଜଣେ ସଫଳ ମଡେଲ୍‌ ହେବାର ନିଶା ଆଉ ଅହରହ ଚେଷ୍ଟା ମାଆବାପାଙ୍କ ଆଶୀର୍ବାଦ ମୋତେ ଆଗକୁ ବଢ଼ିବାରେ ସାହାଯ୍ୟ କଲା। ଦିନେ ନିଜେ ମଡେଲିଂ ପାଇଁ ରାତିଦିନ ଏକ କରୁଥିଲି ଆଉ ଆଜି ଏନେଇ ତାଲିମ ଦେଇ ଅନେକ ଜାତୀୟସ୍ତରୀୟ ମଡେଲ ସୃଷ୍ଟି କରିପାରୁଥିବାରୁ ଗର୍ବ ଅନୁଭବ କରୁଛି। ପ୍ରତିବର୍ଷ ନିଜ ଅନୁଷ୍ଠାନ ପକ୍ଷରୁ ଫ୍ୟାଶନ୍‌ ରନ୍‌ଓ୍ବେ ଓ୍ବିକ୍‌ ସହ କଳିଙ୍ଗ ଆୱାର୍ଡ଼ ମଧ୍ୟ ଆୟୋଜନ କରୁଛି। ତେବେ ପ୍ରାରମ୍ଭିକ ୨ମାସ ବହୁ କଷ୍ଟ କରିବାକୁ ପଡ଼ିଥିଲା। ଆରମ୍ଭ ତ କରିଦେଲି ସତ, ହେଲେ ମାତ୍ର ୫/୬ଜଣ ପିଲା ଆଡ୍‌ମିଶନ ନେଲେ। ସେତିକିରେ କିପରି ସଂସ୍ଥା ଚାଲିବ ଭାବିପାରିଲିନି। ହେଲେ ପ୍ରଥମେ ଜଣେ ସହଯୋଗୀଙ୍କୁ ରଖି ସୋସିଆଲ ମିଡିଆ ପ୍ରମୋଶନ ଆରମ୍ଭ କଲୁ ଏବଂ ଭୁବନେଶ୍ବରର ସବୁ ଜାଗାରେ ପୋଷ୍ଟର ମାରିଲୁ। ଧୀରେ ଧୀରେ ପିଲାଙ୍କ ସଂଖ୍ୟା ବଢ଼ି ବର୍ତ୍ତମାନ ବ୍ୟାଚ୍‌ ପ୍ରତି ୫୦ରେ ପହଞ୍ଚତ୍ଛି। ଏଠାରେ ମଡେଲିଂ ପାଇଁ ନିଜେ ଗ୍ରୁମିଂ କରୁଥିବା ବେଳେ ୨ ଜଣ ଡ୍ୟାନ୍ସ ଟିଚର୍‌, ଅଫିସ କାମ ଲାଗି ୩ଜଣ, ଇଭେଣ୍ଟ ପାଇଁ ୨ଜଣ କାମ କରୁଛନ୍ତି। ନିଜ ଉଦ୍ୟମ ବଳରେ ୮ ଜଣ ଷ୍ଟାଫ ରଖି ସେମାନଙ୍କୁ ରୋଜଗାର ଯୋଗାଇ ପାରିଥିବାରୁ ଖୁସି ଲାଗୁଛି। ଆଗକୁ ଏହାକୁ ବୃଦ୍ଧି କରାଇବା ସହ ଅଧିକ ସଂଖ୍ୟାରେ ସଫଳ ମଡେଲ ସୃଷ୍ଟି କରିବାକୁ ଉଦ୍ୟମ ଜାରି ରଖିଛି।
ନିଷ୍ଠାର ସହ କାମ କଲେ ସଫଳତା ମିଳିଥାଏ: କଠିନ ପରିଶ୍ରମ ସଫଳତା ଆଣିଦିଏ। ଏହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଖୋର୍ଦ୍ଧା ପଲଟନ ପଡ଼ିଆର ସଞ୍ଜୟ ବର୍ମନ। ସ୍କୁଲ୍‌ରେ ପଢ଼ିବା ବେଳଠାରୁ ନିଜେ ରୋଜଗାରକ୍ଷମ ହେବାର ସ୍ବପ୍ନ ଦେଖୁଥିଲେ। ଧୀରେ ଧୀରେ ବୟସ ବଢ଼ିବା ସହ ତାଙ୍କ ମନକୁ ନୂଆ ନୂଆ ଯୋଜନା ଆସୁଥିଲା। ମାତ୍ର ୧୦ ଜଣଙ୍କୁ ନେଇ ସେ ଆରମ୍ଭ କଲେ ଶିରିଡିସାଇ କ୍ୟାଟରିଂ ସର୍ଭିସ। କିଛି ବର୍ଷ ମଧ୍ୟରେ ବର୍ତ୍ତମାନ ଜଣେ ସଫଳ ଉଦ୍ୟୋଗୀ ଭାବେ ସେ ନିଜେ ଆତ୍ମନିର୍ଭରଶୀଳ ହେବା ସହ ୧୫୦ରୁ ଊଦ୍ଧର୍‌ବ ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି। ସହରରେ ଏକାଧିକ କ୍ୟାଟରିଂ ସର୍ଭିସ ରହିଥିଲେ ହେଁ ସଞ୍ଜୟଙ୍କ ବେଶ ଚାହିଦା ରହିଛି। ସହରର ବିବାହ, ବ୍ରତ, ଉତ୍ସବ, ମାଙ୍ଗଳିକ କାର୍ଯ୍ୟକ୍ରମରେ କ୍ୟାଟରିଂ ପାଇଁ ତାଙ୍କୁ ଖୋଜାପଡ଼େ। ପବ୍ଲିକ ସର୍ଭିସ ସହିତ ସେ ୨ଟି ସଂସ୍ଥାରେ କ୍ୟାଣ୍ଟିନ ସେବା ମଧ୍ୟ ଯୋଗାଉଛନ୍ତି। ସେ କୁହନ୍ତି, ଚାକିରି କରି ରୋଜଗାରକ୍ଷମ ହେବା ହିଁ ଏକମାତ୍ର ବାଟ ବୋଲି ମୁଁ ଭାବି ନ ଥାଏ। କାରଣ ରୋଜଗାରର ଅନେକ ମାଧ୍ୟମ ରହିଛି। ତେଣୁ ନିଜ ପାଇଁ କେଉଁ ଦିଗ ଭଲ ପ୍ରଥମେ ବୁଝିବା ଦରକାର। ପ୍ରଥମେ ଯେବେ କ୍ୟାଟରିଂ ସର୍ଭିସ୍‌ ଆରମ୍ଭ କଲି ସମସ୍ତଙ୍କୁ ସନ୍ତୁଷ୍ଟ କରିବା ଏତେ ସହଜ କାମ ନ ଥିଲା। ହେଲେ ହାର୍‌ ମାନି ନ ଥିଲି। ନିଜ କାମକୁ ନିଷ୍ଠାର ସହିତ କରିବା ଏବଂ ଗ୍ରାହକଙ୍କୁ ବେଷ୍ଟ ସର୍ଭିସ୍‌ ଦେବା ହିଁ ମୋର ଏକମାତ୍ର ଲକ୍ଷ୍ୟ। ବୋଧହୁଏ ନିଜ କାମ ସୂଚାରୁ ରୂପେ ତୁଲାଇ ପାରୁଥିବାରୁ ଆଜି ଲୋକଙ୍କର ଏତେ ଭଲପାଇବା ମିଳିପାରୁଛି। ନିଜ ଉଦ୍ୟମରେ ଆରମ୍ଭ କରିଥିବା ଏହି ବ୍ୟବସାୟରେ ଅନେକ ଯୁବକଙ୍କୁ ନିଯୁକ୍ତି ଦେଇ ସେମାନଙ୍କ ଆର୍ଥିକ ବ୍ୟବସ୍ଥାରେ ସୁଧାର ଆଣିପାରିଥିବାରୁ ବହୁତ ଖୁସି ଲାଗୁଛି। ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରିବାର ଯୋଜନା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?