‘ସଫଳତା ଲାଗି ଆତ୍ମବିଶ୍ୱାସ ଲୋଡ଼ା’

ବନ୍ତ,୮।୧୦(ଡି.ଏନ.ଏ.)-ରୁଚି ଥିବା ଖେଳକୁ ଛାଡ଼ିବା ଠିକ୍‌ ନୁହେଁ। ଖେଳରେ ଉତ୍‌ଥାନ ପତନ ଲାଗି ରହିଥାଏ। ଆତ୍ମବିଶ୍ୱାସ ରଖି ଧୈର୍ଯ୍ୟର ସହ ଆଗକୁ ଗଲେ ଭବିଷ୍ୟତରେ ଜଣେ ଭଲ କ୍ରୀଡ଼ାବିତ୍‌ ହୋଇପାରିବେ ବୋଲି କହନ୍ତି ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ଗ୍ରାମର ଯୁବ କ୍ରୀଡ଼ାବିତ୍‌ ବିସ୍ମିତ ରଞ୍ଜନ ନାୟକ। ବୟସ ଏବେ ତାଙ୍କୁ ୨୬। ଚଳିତବର୍ଷ ସେ ସମ୍ବଲପୁର ସ୍ଥିତ ସରକାରୀ ଶାରୀରିକ ଶିକ୍ଷା କଲେଜରୁ ୨ ବର୍ଷ ତାଲିମ ନେଇ ଫେରିଛନ୍ତି। ପିଲାଟି ବେଳୁ ଖେଳ ଉପରେ ଥିବା ରୁଚି ଆଗାମୀ ଦିନରେ ତାଙ୍କୁ କ୍ରୀଡ଼ା ଶିକ୍ଷକ ହେବାର ସୁଯୋଗ ଆଣି ଦେଇଥିବା ସେ କହିଛନ୍ତି।
ବାପା ସ୍ବର୍ଗତ ଭରତ କୁମାର ନାୟକ ଅନୁଗୁଳ ଜିଲା କଣିହଁା ସ୍ଥିତ ଏନ୍‌ଟିପିସିରେ ଚାକିରି କରିଥିଲେ। ୨୦୧୭ରେ ତାଙ୍କର ଦେହାନ୍ତ ହୋଇଗଲା। ମା’ ମନୋରମା ମହାନ୍ତି ବନ୍ତ ବ୍ଲକ ଟିଲୋ ଗଡ଼ଚଣ୍ଡି ମଇ ବିଦ୍ୟାଳୟର ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ। ବିସ୍ମିତ କଣିହାଁସ୍ଥିତ ଚିନ୍ମୟ ବିଦ୍ୟାଳୟରେ ହାଇସ୍କୁଲ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ୨୦୦୮-୦୯ରେ ୧୪ବର୍ଷରୁ କମ୍‌ ବର୍ଗର ପିଲାଙ୍କ ପାଇଁ ମଧ୍ୟପ୍ରଦେଶ ରାଜ୍ୟର ସାଗରଠାରେ ଆୟୋଜିତ ସ୍କୁଲ ଗେମ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ ପ୍ରତିଯୋଗିତାରେ ସେ ଖୋଖୋ ଖେଳରେ ଭାଗ ନେଇଥିଲେ। ୨୦୦୯ରେ ତାମିଲନାଡୁର କୋଏମ୍ବାଟୁରଠାରେ ଅନୁଷ୍ଠିତ ଅଲ୍‌ ଇଣ୍ଡିଆ ଚିନ୍ମୟ ଖେଲ୍‌ ମେଲା ପ୍ରତିଯୋଗିତାରେ ଡିସ୍‌କସ୍‌ ଥ୍ରୋରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ୨୦୦୯-୧୦ରେ ଝାରସୁଗୁଡ଼ାଠାରେ ରାଜ୍ୟ ସ୍ତରୀୟ ଫୁଟ୍‌ବଲ ଓ କେନ୍ଦ୍ରାପଡ଼ାର ଆଳିଠାରେ ଆଥ୍‌ଲେଟିକ୍‌ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଅନୁଗୁଳ ସରକାରୀ ଜୁନିୟର କଲେଜରେ ଯୁକ୍ତ ୨ ପଢ଼ିବା ସମୟରେ ସେ ଆଥ୍‌ଲେଟିକ୍‌ ମିଟ୍‌ରେ ଭାଗ ନେଇ ଚାମ୍ପିୟନ ହୋଇଥିଲେ। ୨୦୧୭ରେ ସେ ଭଦ୍ରକ ଜିଲା ଧାମନଗର କଲେଜରୁ ଯୁକ୍ତ ୩ ବିଜ୍ଞାନ ପାସ୍‌ କରିଥିଲେ। ୨୦୨୦ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୫ବର୍ଷରୁ କମ୍‌ ବର୍ଗର ପିଲାଙ୍କ ପାଇଁ ଆୟୋଜିତ ଇଷ୍ଟ ଜୋନ୍‌ କ୍ରିକେଟରେ ଭାଗ ନେଇଥିଲେ। ଏଥିରେ ବିଶ୍ୱବିଦ୍ୟାଳୟ ଟିମ୍‌ ରନର୍ସ ଅପ୍‌ ହୋଇଥିଲା। ଏହାବ୍ୟତୀତ ସେ ବିଭିନ୍ନ କ୍ରିକେଟ କ୍ଲବ ତରଫରୁ ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦୁଝର, ଅନୁଗୁଳ, ସମ୍ବଲପୁର ଆଦି ଜିଲାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟରେ ଭାଗ ନେଇ ପୁରସ୍କୃତ ହୋଇଛନ୍ତି। ଆଗାମୀ ଦିନରେ ସେ ପିଲାମାନଙ୍କୁ ଉପଯୁକ୍ତ ଶାରୀରିକ ଶିକ୍ଷା ପ୍ରଦାନ କରି ଭଲ କ୍ରୀଡ଼ାବିତ୍‌ ଗଠନ କରିବେ ବୋଲି ବିସ୍ମିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଗୋଟିଏ ନମ୍ବରରେ ୨ ଗାଡ଼ି: ଜଣେ ଭୁଲ କଲେ ଅନ୍ୟ ଜଣଙ୍କୁ ଆସୁଛି ଚାଲାଣ

ଛତ୍ରପୁର,୨୯ା୧୨ (ଦିଲ୍ଲୀପ ସାମଲ) ଜଣେ ଗାଡ଼ି ଚାଳକ ପ୍ରଦୂଷଣ ପ୍ରମାଣପତ୍ର କରିବାକୁ କେନ୍ଦ୍ରକୁ ଆସିଥିବା ବେଳେ ତାଙ୍କ ଗାଡ଼ିରେ ଚାଲାଣ କଟିଥିବାରୁ ହୋଇପାରିଲା ନାହିଁ। ଏହା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

ଭରସା କଲେ ନବୀନ ୩ ଜଣଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ବ୍ରଜରଜନଗର ୨୯ା୧୨( ବିଜୟ ବରାଡ଼): ଝାରସୁଗୁଡା ଜିଲା ବିଜୁ ଜନତା ଦଳକୁ ସକ୍ରିୟ କରିବା ପାଇଁ ବିଜେଡିର ସଭାପତି ନବୀନ ପଟନାୟକ ବ୍ରଜରଜନଗର ପୌରାଞ୍ଚଳରୁ ୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri