ଓଏଏସ୍‌ ପରୀକ୍ଷାରେ କୋରାପୁଟ ଝିଅଙ୍କ ସଫଳତା

କୋରାପୁଟ,୯ା୧୦(ସ୍ବ.ପ୍ର.): ନିକଟରେ ପ୍ରକାଶ ପାଇଥିବା ଓଡ଼ିଶା ସିଭିଲ ସର୍ଭିସ ୨୦୨୦ ପରୀକ୍ଷାରେ ୯୦ତମ ସ୍ଥାନରେ ରହି ଜିଲା ପାଇଁ ଗୌରବ ଆଣିଦେଇଛନ୍ତି କୋରାପୁଟର ଝିଅ ସରଞ୍ଜିତା। ତାଙ୍କ ସଫଳତା ପାଇଁ ନିଜ ପରିବାର ସଦସ୍ୟଙ୍କ ସହିତ କୋରାପୁଟ ମାଟିକୁ ନିଜର କୃତଜ୍ଞତା ଜଣାଇଛନ୍ତି। ଏକ ସାଧାରଣ ପରିବାରରେ ଜନ୍ମ ହୋଇଥିବା ସରଞ୍ଜିତାଙ୍କ ବାପା ଜଣେ ସରକାରୀ କର୍ମଚାରୀ ହୋଇଥିବାବେଳେ ତାଙ୍କ ସ୍ବଳ୍ପ ଦରମାରେ ନିଜର ନିରନ୍ତର ସାଧନା ବଳରେ ଆଜି ଓଏଏସ୍‌ ସଫଳତାର ତାଲିକାରେ ୯୦ତମ ସ୍ଥାନରେ ରହି କୋରାପୁଟ ଜିଲା ପାଇଁ ଗୌରବ ଆଣି ଦେଇଛନ୍ତି। କୋରାପୁଟରେ ଦ୍ୱାଦଶ ଶ୍ରେଣୀ ଯାଏ ପାଠପଢ଼ା ପରେ ସରଞ୍ଜିତା ଭୁବେନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ବିସିଏସ୍‌ ଏବଂ ପରେ ଓୟୁଟିରେ ସ୍ନାତକତ୍ତୋର ଡିଗ୍ରୀ ସ୍ବର୍ଣ୍ଣ ପଦକ ସହ ହାସଲ କରିଥିଲେ। ଆନ୍ଥୋଲୋପୋଜି ଓ ହୋମ୍‌ ସାାଇନ୍ସକୁ ଇଚ୍ଛାଧୀନ ବିଷୟ ଭାବେ ନେଇ ଓଏଏସ୍‌ ପରୀକ୍ଷା ଦେଇଥିଲେ। ତେବେ କୋରାପୁଟର ଝିଅ ଭାବେ କୋରାପୁଟ ଅଞ୍ଚଳବାସୀ ଜୀବନ, ସମସ୍ୟା ଓ ସମ୍ଭାବନା ସମ୍ପର୍କରେ ଭଳ ଭାବେ ଅଧ୍ୟୟନ କରିବାର ସୁଯୋଗ ପାଇଥିବାରୁ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ପାଇଁ ସହଜ ହୋଇଥିଲା ବୋଲି ସେ ପ୍ରକାଶ କରିଛନ୍ତି। ଏନେଇ ସରଞ୍ଜିତା କହିଛନ୍ତି, ସେ ଧରିତ୍ରୀର ଜଣେ ନିୟମିତ ପାଠିକା ହୋଇଥିବାବେଳେ ଧରିତ୍ରୀର ବିଭିନ୍ନ ଲେଖା ତାଙ୍କ ଜୀବନକୁ ପ୍ରଭାବିତ କରିଥିବା ସେ ପ୍ରକାଶ କରିଛନ୍ତି। ଗତ ଦୁଇ ବର୍ଷ ଧରି କୋଭିଡ୍‌ ଯୋଗୁ ମାନବ ସମାଜ ଅନେକ ଦୁଃଖ ଦେଇଥିବା ବେଳେ ତାଙ୍କୁ ନୀଜ ଜୀବନର ସମସ୍ତ ଶିକ୍ଷାକୁ ମନେ ପକାଇ ବିନା କୌଣସି ବାହ୍ୟ କୋଚିଂର ସହାୟତାରେ ସଫଳତା ହାସଲ କରିବା ଶିଖାଇଛି। କୋରାପୁଟ ସମସ୍ତଙ୍କୁ ଅନେକ କଥା ଶିଖାଇଥାଏ।ତାଙ୍କୁ ମଧ୍ୟ ଅନୁପ୍ରାଣିତ କରିଛି। କୋରାପୁଟ ତାଙ୍କୁ ଅନେକ କିଛି ଦେଇଛି। ସରଞ୍ଜିତାଙ୍କ ମା ସସ୍ମିତା ଆଜି ଝିଅଙ୍କ ସଫଳତାକୁ ନେଇ ଆନନ୍ଦିତ ହୋଇ ନିଜ କୋହକୁ ମଧ୍ୟ ସମ୍ଭାଳି ପାରି ନ ଥିଲେ। ସରଞ୍ଜିତାଙ୍କ ମାଆ କହିଛନ୍ତି, ମୁଁ ମୋ ଝିଅକୁ ନେଇ ଗର୍ବିତ। ମୁଁ ଯାହା ଭାବିଥିଲି ଝିଅ ଆଜି ତାହା କରି ଦେଖାଇପାରିଛି। ଆଗକୁ ମଧ୍ୟ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗୀକୃତ କରିବ ବୋଲି ସେ ଆଶା ରଖିଥିବା ଧରିତ୍ରୀକୁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀ ପୁନରୁଦ୍ଧାର ଦାବି: ପଞ୍ଚାୟତ ଅଫିସରେ ସରପଞ୍ଚଙ୍କୁ ତାଲା ମାରିଲେ ମହିଳା

ଭେଡ଼େନ,୨୫।୫ (ହୃଷିକେଶ ଖମାରୀ): ଦିନକୁ ଦିନ ତାପମାତ୍ରା ବଢ଼ି ଚାଲିଥିବା ବେଳେ ଲୋକେ ଗାଧୋଇବା ଓ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି । ବରଗଡ଼…

‘ମୃତ ଝିଅ ଅପେକ୍ଷା ଛାଡପତ୍ର ପାଇଥିବା ଝିଅ ଭଲ’, ସୁପ୍ରିମ କୋର୍ଟରେ ଭାବପ୍ରବଣ ହୋଇଗଲେ SG ମେହେଟା

ନୂଆଦିଲ୍ଲୀ,୨୫।୫: ଭୋପାଳରେ ଘଟିଥିବା ବହୁଚର୍ଚ୍ଚିତ ଟ୍ବିଶା ଶର୍ମା ମୃତ୍ୟୁ ମାମଲା ସମ୍ପର୍କରେ ସଲିସିଟର ଜେନେରାଲ (SG)ତୁଷାର ମେହେଟ୍ଟା ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ସୋମବାର (୨୫ ମଇ,…

ଇରାନର ବଡ଼ ଅନୁରୋଧ ରଖିଲା ଫିଫା

ତେହରାନ, ୨୫ା୫: ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁଥିବା ଫିଫା ବିଶ୍ୱକପ୍‌ ଲାଗି ଇରାନ ପକ୍ଷରୁ ଦଳର ଟ୍ରେନିଂ କ୍ୟାମ୍ପ ଆମେରିକାରୁ ମେକ୍ସିକୋକୁ ସ୍ଥାନାନ୍ତର କରିବା ଲାଗି…

ବ୍ରିଜ ଉପରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା ଓଲଟି ଲାଗିଗଲା ନିଆଁ, ଡ୍ରାଇଭର ନିଖୋଜ

ରାଉରକେଲା,୨୫ା୫(ସଙ୍ଗୀତା ଜେନା): ରାଉରକେଲାର ନୂତନ ବ୍ରାହ୍ମଣୀ ବ୍ରିଜ୍‌ ଉପରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ହାଇଓ୍ବା ଓଲଟି ପଡ଼ିବାରୁ ଏଥିରେ ନିଆଁ ଲାଗିଯାଇଥିଲା।…

ଧର୍ମେନ୍ଦ୍ର, ଶିବୁ ସୋରେନଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ, ୬୬ ଜଣଙ୍କୁ ସମ୍ମାନୀତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୫: ସୋମବାର ସାରେ ରାଷ୍ଟ୍ରପତି ଭବନର ଦରବାର ହଲରେ ପଦ୍ମ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୬ଜଣ ବିଶିଷ୍ଟ…

ବୈଶିଙ୍ଗା-ରୁପ୍ସା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ଶିକ୍ଷକ ମୃତ

ବୈଶିଙ୍ଗା,୨୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ବଜାର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ବେତନଟୀ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ…

ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ବର୍ଷିଲେ ରାହୁଲ, ସରକାର ଚୁପଚାପ୍ ପକେଟ…..

ନୂଆଦିଲ୍ଲୀ,୨୫।୫: ସୋମବାର ଦିନ ପୁଣିଥରେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ମାତ୍ର ୧୦ ଦିନ ମଧ୍ୟରେ ଏହା ଚତୁର୍ଥ ଥର ପାଇଁ ସରକାର…

ଲୋକଙ୍କ ସମସ୍ୟା ଶୁଣିଲେ : ସମସ୍ୟାର ତ୍ବରିତ୍ ସମାଧାନ ନିର୍ଦ୍ଦେଶ ଦେଲେ ଏଡିଏମ୍

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ):  ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri