Advertisement

ଜୁଡୋ ପ୍ରତିଯୋଗିତାରେ ଦେବଗଡ଼ ଖେଳାଳିଙ୍କ ସଫଳତା

ଦେବଗଡ଼ ୫।୧୧(ଡି.ଏନ୍‌.ଏ.): ସୁରଟଠାରେ ଗତ ଅକ୍ଟୋବର ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଅକ୍ଷୟ କୁମାର ଅର୍ନ୍ତଜାତୀୟ ଜୁଡୋ ପ୍ରତିଯୋଗିତାରେ ଦେବଗଡ଼କୁ ସଫଳତା ମିଳିଛି। ଏଥିରେ ଓଡ଼ିଶା ଦଳ ପକ୍ଷରୁ ଦେବଗଡ଼ ଜିଲାର ୧୦ଜଣ ପ୍ରତିଯୋଗୀ ସଫଳତା ଅର୍ଜନ କରିଛନ୍ତି। ଉକ୍ତ ପ୍ରତିଯୋଗୀମାନେ ନିଜ ବର୍ଗରେ ଖେଳି ୧୨ଟି ଅର୍ନ୍ତଜାତୀୟ ତଥା ଜାତୀୟ ସ୍ତର ପଦକ ହାସଲ କରିଛନ୍ତି। ସେଥିମଧ୍ୟରୁ ୩ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ, ୭ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଜିଲାର ଅନମୋଲ ନାୟକ, ଖୁସି ମୁଣ୍ଡା, ସମୀକ୍ଷା ମୁଣ୍ଡା ସ୍ବର୍ଣ୍ଣ ପଦକ ପାଇଥିବାବେଳେ ଆୟୁଷ ପାତ୍ର, ସଚିନ ମୁଣ୍ଡା ରୌପ୍ୟ ପଦକ ଏବଂ ମନିଷ ଲାକ୍ରା ଓ ସମୀକ୍ଷା ମୁଣ୍ଡା ୨ଟି ବ୍ରୋଞ୍ଜ ପଦକ ପାଇଥିବାବେଳେ ଅଂଶୁମାନ ମୁଣ୍ଡା, ଆୟୁଷ ପାତ୍ର, ଲିଙ୍ଗରାଜ ପାତ୍ର ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। କୁଡୋ ଏକାଡେମୀ ଦେବଗଡର ପ୍ରଶିକ୍ଷକ ଅନୀଲ ବାର୍ଲା, ଉପଦେଷ୍ଟା କ୍ଷମାନିଧି ସାହୁ, ଅନୁଷ୍ଠାନ ସଭାପତି ଡ.ଅମରେଶ ଚନ୍ଦ୍ର ସ୍ବାଇଁ କୃତୀ ପ୍ରତିଯୋଗୀଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି। କୃତୀ ପ୍ରତିଯୋଗୀମାନେ ଦେବଗଡ଼ ପହଞ୍ଚତ୍ବାପରେ ଦେବଗଡ ପୌରପରିଷଦର ଉପନଗରପାଳ ପ୍ରଜିତ କୁମାର ଭୋଜ, ୱାର୍ଡ ନଂ.୯ର କାଉନସିଲର ସରୋଜିନୀ ମୁଣ୍ଡା ଶୋଭାଯାତ୍ରା ମାଧ୍ୟମରେ ସେମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଶୁଭେଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଅଞ୍ଚଳକୁ ସାନିଟାଇଜ କଲେ ଯୁବଗୋଷ୍ଠୀ

ପାପଡାହାଣ୍ଡି,୫।୪(ଡି.ଏନ.ଏ.): କରୋନା ଭୂତାଣୁର ସଂକ୍ରମଣ ରୋକିବା ପାଇଁ ରବିବାର ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାକୁ ସାନିଟାଇଜ କରାଯାଇଛି। ଏଥିପାଇଁ ଆଗେଇ ଆସିଛନ୍ତି ସହରର...

ନବୀନ ନିବାସ ଅଭିମୁଖେ ଅଲଚିକି ଶିକ୍ଷକଙ୍କ ପଦଯାତ୍ରା

ବାରିପଦା ଅଫିସ,୧୬।୧୧: ମୟୂରଭଞ୍ଜ ଜିଲାରେ ୧୫ ବର୍ଷ ଧରି ଦିନକୁ ଶହେ ଟଙ୍କା ମଜୁରି ପାଉଥିବା ଠିକା ନିଯୁକ୍ତି ଶିକ୍ଷକଙ୍କୁ ନିୟମିତ ଦାବି ନେଇ ୩୪...

୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣକୁ ନିଆଁ ଲଗାଇ ନଷ୍ଟ କଲା ପୋଲିସ

ଗୋପାଳପୁର,୧୮ା୧୧(ଡି.ଏନ.ଏ.): ଦୀପାବଳି ପୂର୍ବରୁ ଗୋଳନ୍ଥରା ଓ ଗୋଷାଣୀ ନୂଆଗାଁ ପୋଲିସ ପକ୍ଷରୁ ଜବତ ହୋଇଥିବା ଲକ୍ଷାଧିକ ଟଙ୍କାର ବାଣକୁ ଶୁକ୍ରବାର ନଷ୍ଟ କରିଦିଆଯାଇଛି। ସୁମାଣ୍ଡିଠାରେ ବେଆଇନ...

ଚିନାବାଦାମର ଅଭାବୀ ବିକ୍ରି

ଜଳେଶ୍ୱର, ୨୮ା୫ ଚିନାବାଦାମ ଚାଷ ଏକ ଅର୍ଥକାରୀ ଫସଲ। ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ଏହା ବ୍ୟାପକ ଚାଷ ହୋଇଥାଏ ା ବିହନ ମିଳିବା ଓ...

ବିଧାନସଭା ଗୃହ କମିଟିର ପୁରୁଷୋତ୍ତମପୁର ଗସ୍ତ: ଅଙ୍ଗନଓ୍ବାଡି କେନ୍ଦ୍ର, ଆବାସିକ ବିଦ୍ୟାଳୟ ବୁଲି ସମସ୍ୟା ପରଖିଲେ

ପୁରୁଷୋତ୍ତମପୁର, ୫।୧୧(ଡି.ଏନ୍‌.ଏ.): ବିଧାନସଭା ମହିଳା ଶିଶୁ ବିକାଶ ବିଭାଗ ଗୃହ କମିଟି ମଙ୍ଗଳବାର ଗଞ୍ଜାମ ଜିଲା ପୁରୁଷୋତ୍ତମ ପୁର ଗ୍ରସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ...

୧୨ଦଫା ଦାବିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ରେଢାଖୋଲ,୫।୧୧(ଡି.ଏନ୍‌.ଏ): ୧୨ ଦଫା ଦାବିରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ରେଢାଖୋଲ ଶାଖା ପକ୍ଷରୁ ଶନିବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ...

ବିପଦରେ ବିଦେଶୀ ବିହଙ୍ଗ

ଢେଙ୍କାନାଳ ଅଫିସ, ୬।୧: ପ୍ରବାସୀ ପକ୍ଷୀଙ୍କ କଳରବରେ ମୁଖରିତ ହୋଇଉଠିଛି ନଦୀପଠା, ଜଳାଶୟ। ଆର୍ଦ୍ରଭୂମି ଅଞ୍ଚଳରେ ଦଳଦଳ ହୋଇ ବିଚରଣ କରୁଛନ୍ତି ବିଦେଶୀ ବିହଙ୍ଗ। ଏହାର ସୁଯୋଗରେ...

ଉଚ ଚିକିଛା ସୁବିଧାରୁ ବଁଚିତ୍‌ ତପସ୍ବିନୀ -ଜନ୍‌ମୁ ଗ୍ରହଣଖଣ୍ଡିଆ, ଦୁଇ ହାତ୍‌ ନାଇଁ

ସିନାପାଲି,୨୪।୯(ଡି.ଏନ୍‌.ଏ.)- କେନ୍ଦ୍ର ସରକାର ଅନେକ୍‌ ଯୋଜନାରେ ଆଧାର କାର୍ଡ ନିହାତି ଦରକାର ବଲି ନିୟମ କରିଛନ୍‌। ଯେନ୍‌ଥିରଲାଗି ସରକାରୀ ଯୋଜନା ହକ୍‌ଦାର ହିତାଧିକାରୀ ପାସ୍‌କେ ପୁହୁଁଚି...

Advertisement
Archives

Model This Week