Posted inଜାତୀୟ

ବିଏସଏଫକୁ ସଫଳତା: ଭାରତ-ବାଂଲାଦେଶ ସୀମାରେ ବହୁ ଅସ୍ତ୍ରଶସ୍ତ୍ର ଜବତ…

କୋଲକାତା,୩୦।୯ : ଶନିବାର ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାରେ ବିଏସଏଫର ୬୮ ବାଟାଲିୟନର ଯବାନମାନେ ଦକ୍ଷିଣ ପଣ୍ଚିମବଙ୍ଗର ସୀମାନ୍ତ ଅନ୍ତର୍ଗତ ଉତ୍ତର ୨୪ ପରଗଣା ଜିଲାର ସୀମା ଆଉଟପୋଷ୍ଟ ମଧୁପୁରଠାରେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକୁ ପଣ୍ଡ କରିଛନ୍ତି। ବିଏସଏଫ ଚାରିଟି ବିଦେଶୀ ପିସ୍ତଲ, ଆଠଟି ମାଗାଜିନ ଏବଂ ୫୦ ଟି ଲାଇଭ କାର୍ଟ୍ରିଜ ଜବତ କରିଛନ୍ତି। ଚୋରା ଚାଲାଣକାରୀମାନେ ଏହି ଅସ୍ତ୍ରଗୁଡ଼ିକୁ ଭାରତରୁ ବାଂଲାଦେଶକୁ ନେବାକୁ ଚେଷ୍ଟା କରୁଥିଲେ।

ଦକ୍ଷିଣ ପଣ୍ଚିମବଙ୍ଗର ସୀମାନ୍ତ ବିଏସଏଫର ଜନସମ୍ପର୍କ ଅଧିକାରୀ ଜି.ଜି.କେ ଆର୍ଯ୍ୟ କହିଛନ୍ତି ଏହି ଘଟଣା ଶୁକ୍ରବାର ଏବଂ ଶନିବାର ମଧ୍ୟରାତ୍ରିରେ ରାତି ପ୍ରାୟ ୧୨ଟା ୩୦ ସମୟରେ ଘଟିଥିଲା। ବିଏସଏଫ ଯବାନମାନେ ବାଂଲାଦେଶ ସୀମାରୁ କିଛି ସାମଗ୍ରୀ ନେଇ ଭାରତୀୟ ସୀମାକୁ ପ୍ରବେଶ କରୁଥିବା ସିସିଟିଭି କ୍ୟାମେରାରେ ତିନି ଜଣଙ୍କୁ ଦେଖିଥିଲେ। ଯବାନମାନେ ସେମାନଙ୍କୁ ଚେତାବନୀ ଦେଇଥିଲେ କିନ୍ତୁ ସେମାନେ ଆଗକୁ ବଢ଼ିଚାଲିଥିଲେ। ଯବାନମାନେ ଗୁଳି ଚାଳନା କରିଥିଲେ। ଚୋରା ଚାଲାଣକାରୀମାନେ ଘନ ବୁଦାର ଆଢୁଆଳରେ ବାଂଲାଦେଶ ଆଡକୁ ଦୌଡ଼ି ପଳାଇଥିଲେ।

ଯବାନମାନେ ଉକ୍ତ ସ୍ଥାନର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିଥିଲେ, ସେତେବେଳେ ଏକ ବ୍ୟାଗ ଉଦ୍ଧାର କରାଯାଇଥିଲା ଯେଉଁଥିରେ ଚାରିଟି ଆମେରିକାର ପିସ୍ତଲ,୮ଟି ମାଗାଜିନ ଏବଂ ୫୦ ଟି କାର୍ଟ୍ରିଜ ମିଳିଥିଲା। ଜବତ ସାମଗ୍ରୀ ବଗଦାହ ପୋଲିସ ଷ୍ଟେଶନକୁ ହସ୍ତାନ୍ତର କରାଯାଇଛି। ଏହି ଅସ୍ତ୍ରଗୁଡିକ ଭାରତୀୟ ଚୋରା ଚାଲାଣକାରୀଙ୍କ ଦ୍ୱାରା ରଖାଯାଇଥିଲା ଏବଂ ବାଂଲାଦେଶୀ ଚୋରା ଚାଲାଣକାରୀମାନେ ସଂଗ୍ରହ କରିବାକୁ ବାଂଲାଦେଶରୁ ଆସିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନଙ୍କୁ ସଠିକ୍‌ ମାର୍ଗ ଦର୍ଶନ ସହ ଅଧିକ ସମୟ ଦେବାକୁ ପରାମର୍ଶ

ଗଞ୍ଜାମ,୧୨ା୮(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠ କନ୍‌ଫରେନ୍ସ ହଲ୍‌ଠାରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏକ ଦିନିକିଆ ପ୍ରଧାନଶିକ୍ଷୟିତ୍ରୀ/ଶିକ୍ଷକ ସମ୍ମିଳନୀ ଓ ନବ ଭାରତ ସାକ୍ଷରତା…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

ମୁଁ ସବୁ ପ୍ରଶ୍ନର ଉତ୍ତର ଦେବି…କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୧୨।୮: ସଂସଦର ମୌସୁମୀ ଅଧିବେଶନରେ ଚାଲିଥିବା ଅଚଳାବସ୍ଥା ମଧ୍ୟରେ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ।…

ତିଖିରୀ ସରପଞ୍ଚ ଚାମେଲି ଓଝା ମାମଲା: ଅଦାଲତଙ୍କ ବିନାନୁମତିରେ ପ୍ରକାଶ ହେବନି ଫଳ

କଟକ/ମହାକାଳପଡ଼ା,୧୨ା୮(କାର୍ତ୍ତିକ ସାହୁ/ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ମାମଲାର ଶୁଣାଣି ମଙ୍ଗଳବାର ଶେଷ ହୋଇଛି। ହାଇକୋର୍ଟ ବିଚାରପତି…

ଇଲେକ୍ଟ୍ରିକ୍‌ ଗାଡ଼ି ଗ୍ରାହକଙ୍କୁ ବଡ଼ ଝଟ୍‌କା, ଅଧା ହୋଇଗଲା ସବସିଡି, ଏବେ ମିଳିବ ମାତ୍ର…

ନୂଆଦିଲ୍ଲୀ, ୧୨।୮: ଆପଣ ଏକ ଇଲେକ୍ଟ୍ରିକ୍ ସ୍କୁଟର୍ କିମ୍ବା ବାଇକ୍ କିଣିବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ସରକାରଙ୍କ ପିଏମ୍ ଇ-ଡ୍ରାଇଭ୍ (PM E-DRIVE) ଯୋଜନା ସହ ଜଡ଼ିତ…

ଶେଷରେ ନିଖୋଜ ଦାଦନ ଶ୍ରମିକଙ୍କ ମିଳିଲା ପତ୍ତା: କେରଳରେ…

ଥୁଆମୂଳ ରାମପୁର, ୧୨ା୮ (ଦୁର୍ଗା କୀର୍ତ୍ତି):ଶେଷରେ ନିଖୋଜ ଦାଦନ ଶ୍ରମିକ ଘାସିରାମ ମାଝୀ (୩୦)ଙ୍କୁ ନେଇ ସୃଷ୍ଟିହୋଇଥିବା ଆଶଙ୍କା ଦୂରହୋଇଛି। କେରଳରେ ଦିଗହରା ହୋଇ ବୁଲୁଥିବା କଳାହାଣ୍ଡି…

ଭିତରେ ବସିଥିଲେ ୨୨୪ ଯାତ୍ରୀ: ହଠାତ୍‌ ମଝି ଆକାଶରେ ଫେଲ ହେଲା ଇଣ୍ଡିଗୋ ଇଞ୍ଜିନ, ତା’ପରେ…

ନୂଆଦିଲ୍ଲୀ,୧୨।୮: ଏୟାର ଇଣ୍ଡିଆର ଫ୍ଲାଇଟରେ ଟରବୁଲେନ୍ସ ପରେ ଇଣ୍ଡିଗୋର ଫ୍ଲାଇଟ ଇଞ୍ଜିନ ଫେଲ ହେବାର ମାମଲା ସାମ୍ନାକୁ ଆସିଛି। ଉଭୟ ମାମଲାରେ ଫ୍ଲାଇଟ ଦୁର୍ଘଟଣାର ଶିକାର ହେବାରୁ…

ଗୋପାଳଙ୍କୁ ନିର୍ମମ ହତ୍ୟା: ମାଁ ପାଟଣେଶ୍ୱରୀ ମନ୍ଦିର ପଛପଟ ରୋଡ଼ରୁ ମିଳିଲା ଜୁଡ଼ୁବୁଡ଼ୁ ମୃତଦେହ

ସମ୍ବଲପୁର,୧୨।୮(ପ୍ରମୋଦ ବହିଦାର): ଟାଉନ ଥାନା ଅନ୍ତର୍ଗତ ମାଁ ପାଟଣେଶ୍ୱରୀ ମନ୍ଦିର ପଛପଟ ଫିସେରୀ ରୋଡ଼ରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଖବର ମିଳିଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri