Odisha Elections 2024
Posted inଜାତୀୟ

‘ନମାଜ ପଢିବାର ଅଛି ତେବେ ମସଜିଦ ଯାଆନ୍ତୁ’, ଏୟାପୋର୍ଟରେ ପୃଥକ କୋଠରୀ ଦାବି ନେଇ ଅସନ୍ତୋଷ ହେଲେ ହାଇକୋର୍ଟ

ନୂଆଦିଲ୍ଲୀ,୩୦।୯: ବିମାନବନ୍ଦରରେ ନମାଜ ପଢିବା ପାଇଁ ପୃଥକ କୋଠରୀ ଯୋଗାଇ ଦେବାକୁ ଆବେଦନ ହୋଇଥିବା ଯାଚିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଗୁଆହାଟି ହାଇକୋର୍ଟ। କୋର୍ଟ ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନମାଜ ପଢିବା ପାଇଁ ମସଜିଦ ଅଛି ଆବେଦନକାରୀ ସେଠାକୁ ଯିବା ଉଚିତ୍‌ ବୋଲି କୋର୍ଟ କହିଛନ୍ତି। ଏହି ପିଟିସନରେ ଜନହିତ କଣ ରହିଛି। ଯଦି ଆବେଦନ ଗ୍ରହଣ କରାଯାଏ, ତେବେ ଏହା କେଉଁ ଜନସାଧାରଣଙ୍କ କେଉଁ ହିତରେ ଲାଗିବ । ଯଦି ବିମାନ ବନ୍ଦରରେ ନମାଜ ପଢିବା ପାଇଁ ଏକ ଅଲଗା କୋଠରୀ ତିଆରି କରାଯାଏ ନାହିଁ, ତେବେ ସମାଜ ପାଇଁ କ’ଣ କ୍ଷତି ହେବ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ମାମଲାରେ ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି ଯେ, ଦିଲ୍ଲୀ, ଅଗରତାଲା ଓ ଥିରୁଭାନନ୍ତପୁରମ ଭଳି ବଡ଼ ବଡ ବିମାନବନ୍ଦରରେ ନମାଜ ପଢିବା ପାଇଁ ଏକ ପୃଥକ କୋଠରୀ ଉପଲବ୍ଧ ହେଉଛି। ସମାନ ଭାବରେ, ଗୁଆହାଟୀ ବିମାନବନ୍ଦରରେ ଏପରି କୋଠରୀ ରହିବା ଉଚିତ। ହାଇକୋର୍ଟର ପ୍ରଧାନ ବିଚାରପତି ସନ୍ଦୀପ ମେହେଟ୍ଟା ଏବଂ ଜଷ୍ଟିସ ସୁସ୍ମିତା ଖଣ୍ଡ କହିଛନ୍ତ, ଯଦି ଏପରି ନ ହୁଏ ତେବେ କଣ କାହାର ମୌଳିକ ଅଧିକାର ଉଲ୍ଲଂଘନ ହେବ କି। ପୃଥକ କୋଠରୀ ଦାବି କରିବା କୌଣସି ନାଗରିକଙ୍କର ଅଧିକାର କି? ଯଦି ବିମାନବନ୍ଦରରେ ଏପରି କରାଯାଏ, ତେବେ ଭବିଷ୍ୟତରେ ଅନ୍ୟ ସର୍ବସାଧାରଣ ସ୍ଥାନରେ ମଧ୍ୟ ଏପରି ଚାହିଦା ରହିବ। ନମାଜ ଓ ପୂଜା କରିବା ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି। ସେଠାରେ ଏପରି କରିହେବ।


Enter your email to get our daily news in your inbox.

All Right Reserved By Dharitri.Com

ଯଦି ଆପଣ କୋଭାକ୍ସିନ ନେଇଛନ୍ତି, ତେବେ ଭୟ କରିବାର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ,୨୦।୫: ନିକଟରେ କରୋନା ଟିକା ସମ୍ବନ୍ଧରେ ଅନେକ ଭୟାନକ ଦାବି ସାମ୍ନାକୁ ଆସିଛି। ବର୍ତ୍ତମାନ ଆଇସିଏମଆର ଏହି ଦାବିକୁ ଭୁଲ ବୋଲି କହିଛି। କୋଭାକ୍ସିନର ପାର୍ଶ୍ୱ...

ଏଥର ଭବିଷ୍ୟବାଣୀ ପୂରଣ ନ ହେଲେ ମୁହଁରେ ଗୋବର ବୋଳିବାକୁ ପ୍ରସ୍ତୁତ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନ ୨୦୨୪ ଏବଂ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ରାଜନୈତିକ ରଣନୀତିଜ୍ଞ ବା ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର...

ମୋଦି କେବେ ଓ କାହିଁକି ଚୁପ ହୋଇ ଯାଆନ୍ତି, ନିଜେ କହିଲେ ଏହାର କାରଣ

ନୂଆଦିଲ୍ଲୀ,୨୦।୫:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଭାଜପାକୁ ସୁଯୋଗ ଦିଅନ୍ତୁ। ଏହି ସମୟ ମଧ୍ୟରେ ସେ ଲୋକମାନଙ୍କୁ...

ଯେ କୌଣସି ସ୍ତରକୁ ଯାଇ ପାରନ୍ତି ମୋଦି: ସଞ୍ଜୟ ସିଂଙ୍କ ଗମ୍ଭୀର ଅଭିଯୋଗ

ନୂଆଦିଲ୍ଲୀ,୨୦।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସଞ୍ଜୟ ସିଂ ଭାରତୀୟ ଜନତା ପାର୍ଟି ଏବଂ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଅନେକ ଗମ୍ଭୀର...

ଏ ଦୁଃଖଦ ସମୟରେ ଇରାନ ସହ ଅଛି ଭାରତ: ଶୋକପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୦।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଇବ୍ରାହିମଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ଏଥିରେ ମୃତ୍ୟୁବରଣ...

ଦେଶବାସୀଙ୍କୁ ଏମିତି ଅପିଲ୍‌ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନରେ ପଞ୍ଚମ ପର୍ଯ୍ୟାୟରେ ମତଦାନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟରଙ୍କୁ ନିବେଦନ କରିଛନ୍ତି। ସେ ଲୋକମାନଙ୍କୁ ନିବେଦନ କରି କହିଛନ୍ତି,...

ଶ୍ରୀମନ୍ଦିରରେ ମୋଦି

ପୁରୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି।  ପ୍ରଧାନମନ୍ତ୍ରୀ ପ୍ରଥମେ ଗରୁଡ଼ ସ୍ତମ୍ଭ ନିକଟରେ ଦୀପ ଦାନ କରି ଭିତରକୁ ପ୍ରବେଶ କରିଛନ୍ତି। ଏହି...

ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍‌ରେ ଘୋଷାଡ଼ିଲେ ନେଲେ, ଆଉ ତାପରେ…

ଗରହ୍ବା,୧୯ା୫: ଝାଡ଼ଖଣ୍ଡର ଗରହ୍ବା ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋରୁ ଚୋରାଚାଲାଣ ସନ୍ଦେହରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri