ସୁବ୍ରମଣ୍ୟମ୍‌ ନୀତି ଆୟୋଗର ନୂଆ ସିଇଓ

ନୂଆଦିଲ୍ଲୀ,୨୧।୨: ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଭିଆର୍‌ ସୁବ୍ରମଣ୍ୟମଙ୍କୁ ସୋମବାର କେନ୍ଦ୍ର ସରକାର ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ କରିଛନ୍ତି। ବିଶେଷକରି ଛତିଶଗଡ଼ କ୍ୟାଡରର ୧୯୮୭ ବ୍ୟାଚ୍‌ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ସୁବ୍ରମଣ୍ୟମ୍‌ ଗତ ବର୍ଷ ସେପ୍ଟେମ୍ବର ୩୦ରେ ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ (ଆଇଟିପିଓ)ର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ। ଏପରିକି ଜମ୍ମୁ-କଶ୍ମୀରରେ ଗତ ବର୍ଷ ରାଜ୍ୟପାଳ ଶାସନ ଘୋଷଣା ହେବା ପରେ ସେ ଜମ୍ମୁ-କଶ୍ମୀରରେ ଅବସ୍ଥାପିତ ହେବା ପୂର୍ବରୁ ଛତିଶଗଡ଼ରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହ) ଥିଲେ। ସେ ପୂର୍ବରୁ ଜମ୍ମୁ-କଶ୍ମୀରର ମୁଖ୍ୟ ଶାସନ ସଚିବ ଭାବେ ଦକ୍ଷତାର କାର୍ଯ୍ୟ କରିଥିଲେ ଏବଂ ରାଜ୍ୟର ଅମଲାତନ୍ତ୍ରରେ ପ୍ରମୁଖ ଭୂମିକା ମଧ୍ୟ ଗ୍ରହଣ କରିଥିଲେ। ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ସ୍ଥିତିକୁ ରଦ୍ଦ କରିବା ଏବଂ ରାଜ୍ୟକୁ ଦୁଇଟି ପୃଥକ୍‌ ୟୁନିୟନ୍‌ ଅଞ୍ଚଳରେ ବିଭକ୍ତ କରିବା ପାଇଁ କେନ୍ଦ୍ରର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଥିବା ଅଳ୍ପ ଅଧିକାରୀଙ୍କ ମଧ୍ୟରେ ସୁବ୍ରମଣ୍ୟମଙ୍କ ସମ୍ପୃକ୍ତି ବେଶ୍‌ ଅଧିକ ଥିଲା। ଅପରପକ୍ଷରେ ନୀତି ଆୟୋଗର ବର୍ତ୍ତମାନ ସିଇଓ ପରମେଶ୍ୱରନ୍‌ ଆୟର୍‌ ୩ବର୍ଷ କାର୍ଯ୍ୟକାଳ ପାଇଁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ବିଶ୍ୱ ବ୍ୟାଙ୍କକୁ ଯିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri