‘ଶୁଣାଣିରେ ଭାଗନେଇ ନ ଥିଲେ ସତ୍ୟପାଠ ଦାଖଲ କର’

କଟକ ଅଫିସ/କୁଜଙ୍ଗ (ଡି.ଏନ.ଏ.),୧୨ା୩: ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଢିଙ୍କିଆ ଚାରିଦେଶରେ ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପକୁ ନେଇ ବିବାଦ ଜାରି ରହିଛି। ପ୍ରକଳ୍ପକୁ ବିରୋଧ କରୁଥିବା ଢିଙ୍କିଆ ଗ୍ରାମବାସୀଙ୍କ ଉପରେ ଗତ ଜାନୁୟାରୀ ୧୪ରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ ହାଇକୋର୍ଟରେ ପୃଥକ୍‌ ଭାବେ ୩ଟି ଅଭିଯୋଗ ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଇନଜୀବୀ କମିଟି ପକ୍ଷରୁ ଦ୍ୱିତୀୟ ଥର ପାଇଁ ଗତ ୫ ତାରିଖରେ ଉକ୍ତ ଅଞ୍ଚଳରେ ଜନଶୁଣାଣି କରାଯାଇଥିଲା। କିନ୍ତୁ ସେଥିରେ କେତେଜଣ ଗ୍ରାମବାସୀ ଭାଗ ନେଇପାରି ନ ଥିବା ନେଇ ଶୁକ୍ରବାର ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାକୁ ଗ୍ରହଣ କରି ହାଇକୋର୍ଟ ଯେଉଁମାନେ ଚାହିଁବେ ସେମାନେ ତାଙ୍କ ଆଇନଜୀବୀଙ୍କ ଜରିଆରେ ସରକାରୀ ଆଇନଜୀବୀଙ୍କ ନିକଟରେ ସତ୍ୟପାଠ ଦାଖଲ କରିପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ସତ୍ୟପାଠରେ ସେମାନେ ଉକ୍ତ ପ୍ରକଳ୍ପକୁ ବିରୋଧ କିମ୍ବା ସମର୍ଥନ କରୁଛନ୍ତି ତାହା ଉଲ୍ଲେଖ କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଏହି ସମସ୍ତ ସତ୍ୟପାଠକୁ ଜଗତ୍‌ସିଂହପୁର ଜିଲାପାଳଙ୍କୁ ପ୍ରଦାନ କରାଯିବ। ଜଗତ୍‌ସିଂହପୁର ଜିଲାପାଳ ଏହି ସତ୍ୟପାଠ ସହ ଗତ ୫ ତାରିଖରେ ଅନୁଷ୍ଠିତ ଜନଶୁଣାଣିର ଭିଡିଓକୁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟକୁ ପଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ଶୁକ୍ରବାର ଏହି ମାମଲାରେ ଆଇନଜୀବୀ ପ୍ରଶାନ୍ତ ଜେନା ଏବେ ବି ଢିଙ୍କିଆକୁ ପୋଲିସ ଭୟରେ ୩୦ ଜଣ ଲୋକ ଫେରି ନ ଥିବା ନେଇ ଅଦାଲତଙ୍କୁ ଅବଗତ କରିଥିଲେ। କିନ୍ତୁ ଭିଡିଓ କନ୍‌ଫରେନ୍ସ ଜରିଆରେ ହାଜର ହୋଇଥିବା ଜଗତ୍‌ସିଂହପୁର ଏସ୍‌ପି ଅଖିଳେଶ୍ୱର ସିଂ ଆଇନଜୀବୀ ଜେନାଙ୍କ ପକ୍ଷରୁ ଦିଆଯାଇଥିବା ୮୫ ଜଣଙ୍କ ତାଲିକା ମଧ୍ୟରୁ ୮୧ ଜଣ ଫେରି ଆସିଥିବାବେଳେ ଆଉ ମାତ୍ର ୪ ଜଣ ଫେରିନାହାନ୍ତି ବୋଲି ଅଦାଲତଙ୍କୁ କହିଥିଲେ। ଆଉ ଯେଉଁମାନେ ଫେରିନାହାନ୍ତି ବୋଲି କୁହାଯାଉଛି ସେମାନଙ୍କୁ ଜାନୁୟାରୀ ୧୪ ପୂର୍ବରୁ କେତେକ ଆପରାଧିକ ଘଟଣାରେ ଗିରଫ କରାଯାଇଥିବା ନେଇ ଅଦାଲତଙ୍କୁ କହିଥିଲେ। ଏହା ଉପରେ ହାଇକୋର୍ଟ ଜଗତସିଂହପୁର ଏସ୍‌ପିଙ୍କୁ ଯେଉଁମାନଙ୍କୁ ଜାନୁୟାରୀ ୧୪ ପୂର୍ବରୁ ଗିରଫ କରାଯାଇଛି ବୋଲି କୁହାଯାଉଛି ସେମାନଙ୍କ ନାଁରେ କେଉଁସବୁ ଦଫା ଲଗାଯାଇଛି ତାହାର ସବିଶେଷ ତଥ୍ୟ ସତ୍ୟପାଠ ଜରିଆରେ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର ଏବଂ ବିଚାରପତି ଜଷ୍ଟିସ୍‌ ରାଧିକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଏପ୍ରିଲ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ସୂଚନାଥାଉ କି ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ୫ ତାରିଖରେ ଆଇନଜୀବୀ ପ୍ରଶାନ୍ତ କୁମାର ଜେନା, ସୁକାନ୍ତ କୁମାର ଦଳାଇ, ଓମ୍‌କାର ଦେବଦାସ, ଜନ୍ମେଜୟ କଟକିଆ ଏବଂ ଦେବକାନ୍ତ ମହାନ୍ତିଙ୍କୁ ନେଇ ଗଠିତ ୫ ଜଣିଆ ଆଇନଜୀବୀ କମିଟି ଢିଙ୍କିଆ ଅଞ୍ଚଳ ପରିଦର୍ଶନ କରି ସେଠାରେ ଜନଶୁଣାଣି କରିଥିଲେ। ଶୁକ୍ରବାର କମିଟି ପକ୍ଷରୁ ହାଇକୋର୍ଟରେ ଏକ ରିପୋର୍ଟ ଦାଖଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri