ଡିସେମ୍ବର ୨୫ରେ ମିଳିବ ‘ସୁଭଦ୍ରା’ ଟଙ୍କା, ଜାଣନ୍ତୁ ଏଥର କିଏ ପାଇବେ ଆଉ କିଏ ପଡ଼ିବେ ବାଦ୍‌, ବିସ୍ତୃତ ତଥ୍ୟ ଦେଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ

ଭୁବନେଶ୍ୱର,୪ା୧୨: ଆସନ୍ତା ୨୫ ତାରିଖରେ ସୁଭଦ୍ରା ଟଙ୍କା ମିଳିବ। ଏନେଇ ବିସ୍ତୃତ ତଥ୍ୟ ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ। ସୁଭଦ୍ରା ଯୋଜନା ଅଧୀନରେ ତୃତୀୟ ପର୍ଯ୍ୟାୟ ସୁଦ୍ଧା ରାଜ୍ୟର ମୋଟ୍‌ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇ ସାରିଥିବାବେଳେ ଆଗାମୀ ୨୫ ତାରିଖରେ ୪ର୍ଥ ପର୍ଯ୍ୟାୟରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବା ପାଇଁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ନୂଆ ଆବେଦନକାରୀଙ୍କ ସମେତ ଅଦ୍ୟାବଧି ସହାୟତା ପାଇ ପାରି ନ ଥିବା ଦରଖାସ୍ତକାରୀଙ୍କ ଆବେଦନ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡିସେମ୍ବର ୧ ସୁଦ୍ଧା ସୁଭଦ୍ରାରେ ମୋଟ୍‌ ୧ କୋଟି ୫ ଲକ୍ଷ ୩୬ ହଜାର ୬୧୨ ଆବେଦନ ଗ୍ରହଣ ହୋଇଛି। ଡିସେମ୍ବର ୬ ସୁଦ୍ଧା ପ୍ରକାଶ ଯୋଗ୍ୟ ଅଯୋଗ୍ୟ ତାଲିକା ପ୍ରକାଶ ପାଇବ। ବ୍ଲକ, ସହରାଞ୍ଚଳ, ମହାନଗର ନିଗମସ୍ତରରେ ଏହି ତାଲିକା ପ୍ରକାଶ ପାଇବ। ତେବେ ଏହା ପରେ ଆଉ ୭ ଦିନ ପର୍ଯ୍ୟନ୍ତ ଆପତ୍ତି ଗ୍ରହଣ କରାଯିବ।

ପୂର୍ବରୁ ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ କେଉଁ କାରଣ ଯୋଗୁ ସେମାନଙ୍କର ଅର୍ଥ ଅନ୍‌ଲାଇନ୍‌ ଯୋଗେ ପଠାଯାଇପାରିନାହିଁ ସେ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି। ହିତାଧିକାରୀଙ୍କୁ ସିଧାସଳଖ ଅର୍ଥ ପଠାଇବାରେ ରହୁଥିବା ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଅଙ୍ଗନଓ୍ବାଡ଼ି କର୍ମଚାରୀ ଓ ବ୍ୟାଙ୍କ ମିତ୍ର ଆଦି କ୍ଷେତ୍ରସ୍ତରୀୟ ଯାଞ୍ଚ ଟିମ୍‌ର କର୍ମକର୍ତ୍ତାମାନଙ୍କୁ ସେମାନଙ୍କ ପାଖରେ ପହଞ୍ଚି ସଚେତନତା ଭିତ୍ତିକ କାର୍ଯ୍ୟକ୍ରମ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ଜିଲାରେ କାର୍ଯ୍ୟକାରୀ ହେଉଥିବା ସହାୟକ କେନ୍ଦ୍ର(ହେଲ୍ପଡେସ୍କ)ର ପରିଚାଳନା ପାଇଁ କର୍ମଚାରୀ ନିୟୋଜନକୁ ନିଶ୍ଚିତ କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୁଭଦ୍ରା ସମ୍ପର୍କିତ ଆପତ୍ତି ଅଭିଯୋଗ ସିଧାସଳଖ ବା ଅଫ୍‌ଲାଇନରେ ଗ୍ରହଣ କରାଗଲେ ତାହାକୁ ସୁଭଦ୍ରା ପୋର୍ଟାଲରେ ଅପଲୋଡ୍‌ କରାଯିବ, ଯଦ୍ଦ୍ବାରା ଏହାର ତ୍ୱରିତ ସମାଧାନ ପାଇଁ ସହାୟକ ହେବ।

ସମସ୍ତ ପ୍ରକ୍ରିୟାର ସୁବ୍ୟବସ୍ଥା ଓ ଯାଞ୍ଚ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଅନୁ ଗର୍ଗ, ମହିଳା ଓ ଶିଶୁବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କ ଉପସ୍ଥିତିରେ ସଦ୍ୟତମ ସ୍ଥିତି ଅନୁଧ୍ୟାନ କରିଥିଲେ। ସମସ୍ତ ଜିଲାର ଜିଲାପାଳ ଓ ମହାନଗର ନିଗମର ଉଚ୍ଚ ପଦାଧିକାରୀମାନେ ଏହି ବୈଠକରେ ଭିଡିଓ କନ୍‌ଫରେନ୍ସିଂରେ ଯୋଗଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

ଟଙ୍କା ହେରଫେର, ପୂର୍ବତନ ସମିତି ସମ୍ପାଦକ ଗିରଫ

ହାଟଡିହୀ,୩୦।୭(ଶୁଭକାନ୍ତ ନାୟକ): ଟଙ୍କା ହେରଫେର ଅଭିଯୋଗରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସଢା ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ଦୀନବନ୍ଧୁ ଜେନାଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ…

ସାହସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ! ଚଳନ୍ତା ବସ୍‌ ଆଗରେ ଛିଡା ହୋଇଗଲେ ACP ମୋନିକା, ଜାଣନ୍ତୁ କାରଣ

ଭୋପାଳ,୩୦।୭: ମଧ୍ୟପ୍ରଦେଶର ଭୋପାଳରେ କୃଷକ ଆନ୍ଦୋଳନ ସମୟରେ ACP ମୋନିକା ଶୁକ୍ଲାଙ୍କ ସାହସିକ ପଦକ୍ଷେପ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଆନ୍ଦୋଳନକାରୀମାନେ ବ୍ୟାରିକେଡ୍…

ଗୋରୁ ବୋଝେଇ ଗାଡ଼ି ସହ ୨ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ, ହାଟରେ ବିକ୍ରି ପାଇଁ ନେଉଥିଲେ

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ କିଛି ଗୋରୁ ବେପାରୀ ଗତ କିଛିଦିନ ହେଲା ବେଧଡକ ଭାବେ ବେଆଇନ ଗୋରୁ ବ୍ୟବସାୟ…

ପେଲେଟ୍ ଗନ୍ କ’ଣ, ଏହା କେତେ ଘାତକ? କେଉଁ ପରିସ୍ଥିତିରେ ବ୍ୟବହାର ହୁଏ ଜାଣନ୍ତୁ

ନୂଆଦିଲ୍ଲୀ,୩୦।୭: ସଂସଦରେ ଆଣ୍ଟି ପେପର ଲିକ୍ ବିଲ୍ ଉପରେ ଆଲୋଚନା ସମୟରେ ପେଲେଟ୍ ଗନ୍ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ବାକ୍‌ଯୁଦ୍ଧ ଦେଖିବାକୁ…

ବିଦ୍ୟୁତ୍‌ ଖୁଣ୍ଟ ଉପରେ ୫ ଦିନ ହେଲା ପଡ଼ିଛି ଗଛ, ହଟାଇବାର ନାଁ ଧରୁନି ବିଭାଗ, ଆନ୍ଦୋଳନ ପାଇଁ…

ଦାରିଙ୍ଗବାଡ଼ି,୩୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ଦୁର୍ଗମ ଗ୍ରାମ ପାଙ୍ଗାଲିଠାରୁ ଗଣ୍ଡିଗୁଡ଼ାକୁ ସଂଯୋଗ କରୁଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟ ପାଙ୍ଗାଲି ନିକଟ…

ହେଲିକପ୍ଟର ଯୋଗେ ବନ୍ୟା ସ୍ଥିତିର ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ୱର,୩୦।୭: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦୁଝର ଜିଲାର ବନ୍ୟାଞ୍ଚଳ ଓ ଜଳବନ୍ଦୀ ଅଞ୍ଚଳ ଆକାଶମାର୍ଗରୁ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ AAPର ବିକ୍ଷୋଭ ପ୍ରଦର୍ଶନ, ଜିଲାପାଳଙ୍କୁ ଦେଲେ ଏହି ଦାବିପତ୍ର

ଛତ୍ରପୁର,୩୦।୭(ଦିଲ୍ଲୀପ ସାମଲ/ ଦ୍ଵାରିକା ପଟନାୟକ): ଗଞ୍ଜାମ ଜିଲାପାଳଙ୍କ ଅଫିସ ଆଗରେ ଆମ ଆଦମୀ ପାର୍ଟୀର ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସାନଖେମୁଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri