କାଲି ଆସିବ ସୁଭଦ୍ରା ଟଙ୍କା: ସରକାରଙ୍କ ଲିଷ୍ଟରୁ ବାଦ୍‌ ପଡ଼ିଛି ଏମାନଙ୍କ ନାଁ, ଟଙ୍କାଟିଏ ବି…

ଭୁବନେଶ୍ୱର,୭।୨:  ଆସନ୍ତାକାଲି ଅର୍ଥାତ ଶନିବାର ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ । ଯାଜପୁରରେ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ଟଙ୍କା ପ୍ରଦାନ କରିବେ । ଏହି ପର୍ଯ୍ୟାୟରେ ୧୮ ଲକ୍ଷରୁ ଅଧିକ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ ।ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ ଯେ, ମହିଳାମାନଙ୍କୁ ଆସନ୍ତା ମାର୍ଚ୍ଚ ୮ରେ ‘ସୁଭଦ୍ରା’ର ଦ୍ୱିତୀୟ କିସ୍ତି ଟଙ୍କା ମିଳିବ।

ତେବେ ପ୍ରଭାତି ପରିଡା କହିଥିଲେ, ବାକିଥିବା ଇ-କେୱାଇସି ଆଉ NPCIରୁ ପାଖାପାଖି ୨୫ ପ୍ରତିଶତ କ୍ଳିଅର ହୋଇଛି । ଆହୁରି ଅଢେଇ ଲକ୍ଷ ଏନପିସିଆଇ ଏବଂ ଇ-କେୱାଇସି କରିବାକୁ ବାକି ଅଛି । ତେବେ ଏହି ମାନଙ୍କୁ ସରକାର ଲିଷ୍ଟରୁ କାଟି ଦେଇଛନ୍ତି।

ବ୍ୟାଙ୍କ ଯାଇ ବାୟୋମେଟ୍ରିକ୍‌ ସହ NPCI କରିବାକୁ ଆବେଦନକାରୀଙ୍କୁ ଅପିଲ କରିଥିଲେ ପ୍ରଭାତୀ ପରିଡା । କାରଣ NPCI କ୍ଲିୟର ହୋଇନଥିଲେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠା ଯାଇପାରିବ ନାହିଁ ।

ବେ ଯେଉଁମାନେ NPCI କ୍ଲିୟର କରିନାହାନ୍ତି ଏବଂ ସେମାନଙ୍କୁ ବ୍ୟାଙ୍କରୁ ଫୋନ ଆସୁଛି ସେମାନେ ୮ ତାରିଖ ପୂର୍ବରୁ ବ୍ୟାଙ୍କକୁ ଯାଇ କରାଇ ନେବାକୁ ଉପମୁଖ୍ୟମନ୍ତ୍ରୀ ଅପିଲ କରିଥିଲେ । NPCI କ୍ଲିୟର ନହେଲେ ଟଙ୍କା ଆକାଉଣ୍ଟକୁ ଆସିବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ-ନରସିଂହ ମିଶ୍ରଙ୍କ ରୁଦ୍ଧଦାର ବୈଠକ: ଆଲୋଚନାକୁ ନେଇ ବଢ଼ୁଛି ଚର୍ଚ୍ଚା 

ବଲାଙ୍ଗୀର,୨୪।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସ୍ଥାନୀୟ ସର୍କିଟ ହାଉସଠାରେ ଭେଟି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନରସିଂହ, ଆଲୋଚନା କଲେ, ଦାବିପତ୍ର ଦେଲେ

ବଲାଙ୍ଗୀର,୨୪।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଶୁକ୍ରବାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ସ୍ଥାନୀୟ…

ମିଳିଲା ଅନୁମତି: ଦିଲ୍ଲୀ କ୍ୟାପିଟାଲ୍ସରେ ଖେଳିବେ ମିଚେଲ ଷ୍ଟାର୍କ

ସିଡ୍‌ନୀ,୨୪ା୪: ମିଚେଲ ଷ୍ଟାର୍କଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଖେଳିବା ଲାଗି କ୍ରିକେଟ ଅଷ୍ଟ୍ରେଲିଆ ଅନୁମତି ଦେଇଛି। ଫଳତଃ ମେ ୧’ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ…

ଯୁଦ୍ଧ ଭିତରେ ଚମକାଇ ଦେଲେ ନେତାନ୍ୟାହୁ, ମେଡିକାଲ ରିପୋର୍ଟ କଲେ ସାର୍ବଜନୀନ! ଗୁରୁତର ରୋଗରେ…

ଜେରୁଜେଲମ,୨୪।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତାଙ୍କର ବାର୍ଷିକ ଚିକିତ୍ସା ରିପୋର୍ଟ ସାର୍ବଜନୀନ କରି ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛନ୍ତି। ଯୁଦ୍ଧ ଏବଂ କୂଟନୀତିର କେନ୍ଦ୍ରସ୍ଥଳରେ ଥିବା ନେତାନ୍ୟାହୁ…

୩୦ ଜୀବନ ବଞ୍ଚାଇ ହାରିଗଲା ‘କାଳୀ’: ଲୁହ ଝରାଇଲେ ଗାଁ ଲୋକ

ଉଦଳା,୨୪।୪(ସନ୍ତୋଷ କୁମାର ବାଚ୍ଛିନୀ): ଆଜିର ସମାଜରେ ଉପକାର କରିଥିବା ଆପଣାର ଲୋକଙ୍କୁ ମଣିଷ ଠକି ଦେଉଛି। ମାତ୍ର ମଣିଷ ପାଖରୁ ପାଇଥିବା ସ୍ନେହ ମମତା ଓ ଭଲ…

ଏଏପିର ୭ ଏମପି : ରାଜ୍ୟ ସଭାରେ ଭାଜପାର ବଡ଼ ଗେମ୍‌, ଦିଲ୍ଲୀରେ ହଲଚଲ!

ନୂଆଦିଲ୍ଲୀ,୨୪।୪: ଆମ ଆଦମୀ ପାର୍ଟି (ଏଏପି)ର ସାତ ଜଣ ରାଜ୍ୟ ସଭା ସଦସ୍ୟ ରାଘବ ଚଢା ଏବଂ ସନ୍ଦୀପ ପାଠକ ଶୁକ୍ରବାର ଭାଜପାରେ ଯୋଗଦେବାର ଘୋଷଣା କରିଛନ୍ତି।…

ଭାଙ୍ଗିଯିବ ପଞ୍ଜାବର ମାନ ସରକାର? ଏଏପିର ୭ ଏମପି ଦଳ ଛାଡିବା ପରେ ବଢିଲାଣି ଚିନ୍ତା

ନୂଆଦିଲ୍ଲୀ,୨୪।୪: ପଞ୍ଜାବରେ ଆମ ଆଦମୀ ପାର୍ଟି (AAP) ସରକାର ପତନ ଦ୍ୱାରରେ ପହଞ୍ଚିଛି କି? ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ, AAP ରାଜ୍ୟ ସଭା ଏମପି ରାଘବ ଚଢା,…

କେରଳରୁ ଭୁବନେଶ୍ୱର ଆସୁଥିଲା ତୀର୍ଥଯାତ୍ରୀ ବସ୍‌, ବାଟରେ ଓଲଟିପଡ଼ିଲା

ବାଲେଶ୍ୱର,୨୪ା୪(ବାଞ୍ଛାନିଧି ଦେ): ରାଜପଥରେ ଓଲଟିପଡ଼ିଲା ତୀର୍ଥଯାତ୍ରୀ ବସ୍‌। ଫଳରେ ୮ ଜଣ ଗୁରୁତର ହୋଇଛନ୍ତି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଶେରଗଡ଼ ଓଭରବ୍ରିଜ ପାଖରେ ଶୁକ୍ରବାର ରାସ୍ତାକଡ଼କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri