ଖାତାକୁ ଗଲା ସୁଭଦ୍ରା ଟଙ୍କା, ତୁରନ୍ତ କରିନିଅନ୍ତୁ ଚେକ୍‌

ପୁରୀ,୮ା୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା। ପୁରୀ ତାଳବଣିଆ ସଭାସ୍ଥଳରୁ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ୧ କୋଟି ୨ ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହିତ ଚଳିତ ଥର ୨ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ମଧ୍ୟ ସୁଭଦ୍ରା ଯୋଜନାରେ ସାମିଲ ହୋଇଛନ୍ତି।

ସଭାସ୍ଥଳରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ମହିଳାମାନଙ୍କୁ ଆର୍ଥିକ ସ୍ୱାଧୀନତା ଓ ସାମାଜିକ ସୁରକ୍ଷା ପ୍ରଦାନ କରିବା ଦିଗରେ ‘ସୁଭଦ୍ରା’ ଯୋଜନା ନାରୀଶକ୍ତିର ସ୍ୱପ୍ନକୁ ଏକ ନୂତନ ପରିଚୟ ଦେଇଛି। ମହିଳାମାନେ ନିଜସ୍ୱ ବ୍ୟବସାୟ ଏବଂ ଦକ୍ଷତା ବିକାଶ ସହ ଜଡ଼ିତ ହୋଇ ସ୍ୱାବଲମ୍ବୀ ହୋଇପାରିଛନ୍ତି।

ମୋଟ ୧ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଦିଆ ଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ୫ ହଜାର କୋଟିରୁ ଅଧିକ ଟଙ୍କା ସିଧା ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି। ଏବେସୁଦ୍ଧା ମୋଟ ୧ କୋଟି ୧୨ ଲକ୍ଷ ୫୭ ହଜାର ୬୬୭ଜଣ ଆବେଦନ କରିଛନ୍ତି। ଯୋଗ୍ୟ ୧ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣ ହିତାଧିକାରୀଙ୍କ ମଧ୍ୟରେ ୨ ଲକ୍ଷ ୧୩ ହଜାର ୧୯୮ଜଣ ନୂଆ ହିତାଧିକାରୀ ଯୋଡି ହୋଇଛନ୍ତି। ସୁଭଦ୍ରା ଗ୍ରୀଭାନ୍ସ ପୋର୍ଟାଲରେ ଆସିଥିବା ଅଭିଯୋଗ ଆଧାରରେ ଯାଞ୍ଚ କରାଯାଇ ଆଉ ୩୬ ହଜାର ୩୮୫ଜଣ ସୁଭଦ୍ରା ଟଙ୍କା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିପରି ଏପ୍ରିଲ ମାସରେ ୨୧ ବର୍ଷ ହୋଇଥିବା ମହିଳାମାନେ ସୁଭଦ୍ରା ସହାୟତା ପାଇଁ ଆବେଦନ କରିପାରିବେ। ୨୧ ବର୍ଷ ହୋଇଥିବା ଯେଉଁ ମହିଳାମାନେ ଗତ ଜାନୁଆରୀ ମାସରେ ପ୍ରଥମ ସୁଭଦ୍ରା ଟଙ୍କା ପାଇଛନ୍ତି, ସେମାନଙ୍କ ପାଇଁ ଏହା ଦ୍ୱିତୀୟ କିସ୍ତି ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଆସି ବିସ୍ଫୋରକ ବୟାନ ଦେଲେ ନବୀନ: ସବୁଠି ଚାଲିଲା ଚର୍ଚ୍ଚା

ଭୁବନେଶ୍ୱର, ୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ପୁଣିଥରେ ଦୋହରାଇଛନ୍ତି ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

ସୋନମ ୱାଙ୍ଗଚୁକଙ୍କୁ ଭାବୁକ ନିବେଦନ କଲେ ଅଭିଜିତ୍‌ ଦୀପକେ, କହିଲେ-ଆପଣଙ୍କ ଜୀବନ…

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

CJPକୁ ନବୀନଙ୍କ ସମର୍ଥନ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ…

ଭୁବନେଶ୍ୱର,୨୨ା୭: ସିଜେପିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ମନ୍ତବ୍ୟକୁ ନାପସନ୍ଦ କରିଛି ଭାଜପା। ଏକ ପ୍ରେସମିଟ୍‌ କରି କଡ଼ା ଜବାବ ଦେଇଛନ୍ତି ଭାଜପାର ବରିଷ୍ଠ ଏମ୍‌ପି…

CJP ଆଗରେ ନଇଁଲେ ମୋଦି ସରକାର! କହିଲେ ଯାହା ଚାହିଁବେ…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ CJP (କକରୋଚ୍ ଜନତା ପାର୍ଟି) ତରଫରୁ ଜାରି ରହିଥିବା ପ୍ରତିବାଦ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ସରକାର ଆଲୋଚନା ପାଇଁ ନିଜର ପ୍ରସ୍ତୁତି ଦେଖାଇଛନ୍ତି। ସରକାରୀ…

ପଞ୍ଚସଖା ସ୍ମୃତି ପାଠାଗାର ଅସୁରକ୍ଷିତ: ଉପରୁ ଖସିଲା ସିଲିଂ, କର୍ମଚାରୀ କହିଲେ…

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ୟୁ-ଟର୍ନ ନେଲା ଆନ୍ଦୋଳନ: ସରକାରଙ୍କ ଆଗରେ ପୁଣି ବଡ଼ ସର୍ତ୍ତ ରଖିଲା CJP, ବଢିଲା କେନ୍ଦ୍ର ସରକାରଙ୍କ ମୁଣ୍ଡବିନ୍ଧା

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP) ର ପ୍ରବକ୍ତା ସୌରଭ ଦାସ ସରକାରଙ୍କ ସହ ଆଲୋଚନାକୁ ନେଇ କହିଛନ୍ତି ଯେ, ପୂର୍ବରୁ ସରକାର ମିଛ କହିଥିଲେ ଯେ…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ପୌର ପରିଷଦ ଅଧ୍ୟକ୍ଷା,ଉପାଧ୍ୟକ୍ଷଙ୍କୁ ଭାଜପାର ସ୍ବାଗତ

ଗୁଣପୁର,୨୨।୭(ସୁଜାତା ପାଢ଼ୀ)- ନିକଟରେ ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ତାଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri