ସୁବର୍ଣ୍ଣରେଖା ନଦୀକୂଳ ଅସୁରକ୍ଷିତ

ଜଳେଶ୍ୱର,୧୨ା୯(ଡି.ଏନ.ଏ.): ବିଭିନ୍ନ ସ୍ଥାନରେ ସୁବର୍ଣ୍ଣରେଖା ନଦୀକୂଳ ଅସୁରକ୍ଷିତ ହୋଇପଡିଥିବାରୁ ୬ବର୍ଷ ପୂର୍ବେ ବୈଷୟିକ ପରାମର୍ଶଦାତା କମିଟି (ଟିଏସି) ଓ ୪ବର୍ଷ ପୂର୍ବେ ଉଚ୍ଚ କ୍ଷମତାସମ୍ପନ୍ନ କମିଟି (ଏଚ୍‌ପିସି)୧୫ ପ୍ରକଳ୍ପକୁ ଅନୁମୋଦନ କରିଥିଲା। ଅର୍ଥ ଅଭାବରୁ ଅଦ୍ୟାବଧି ୧୪ଟିର ଟେଣ୍ଡର ହୋଇପାରିନାହିଁ।
ସୁବର୍ଣ୍ଣରେଖାରେ ବନ୍ୟା ଆସିଲେ ପ୍ରଶାସନର ନିଦ ହଜିଯାଏ। ବାଲେଶ୍ୱର ଜିଲାର ଜଳେଶ୍ୱର, ଭୋଗରାଇ, ବାଲିଆପାଳ, ବସ୍ତା ଓ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୁଏ ଓ ବ୍ୟାପକ କ୍ଷତି ଘଟେ। ତେଣୁ ସୁବର୍ଣ୍ଣରେଖା କୂଳେ କୂଳେ କେତେକ ସ୍ଥାନରେ ଅତ୍ୟାବଶ୍ୟକ ୧୫ ପ୍ରକଳ୍ପକୁ ୬ବର୍ଷ ପୂର୍ବେ ଟିଏସି ଓ ୪ବର୍ଷ ପୂର୍ବେ ଏଚ୍‌ପିସି ଅନୁମୋଦନ କରିଥିଲା। କିନ୍ତୁ ଅର୍ଥାଭାବରୁ ଅଦ୍ୟାବଧି ୧୪ପ୍ରକଳ୍ପକୁ ପ୍ରଶାସନିକ ଅନୁମୋଦନ ମିଳିନାହିଁ। ୧୫ ପ୍ରକଳ୍ପ ଲାଗି ୯୯ କୋଟି ୮୪ଲକ୍ଷ ୪୨ହଜାର ଟଙ୍କା ଆବଶ୍ୟକତା ଥିବା ବେଳେ କେବଳ ଜଳେଶ୍ୱର ସହରକୁ ରକ୍ଷା ଲାଗି ବିଧାୟକ ତଥା ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ପ୍ରଚେଷ୍ଟାରେ ଜଳେଶ୍ୱର ରିଂବନ୍ଧର କାର୍ଯ୍ୟ ଟେଣ୍ଡର ହେବାକୁ ଯାଇଛି। ମାତ୍ର ୪ କି.ମି. ରିଂବନ୍ଧ ଲାଗି ୮କୋଟି ୬୧ଲକ୍ଷ ଟଙ୍କା ବିଭାଗୀୟ ଅନୁମୋଦନ ହୋଇଥିବା ଜଣାଯାଇଛି। ସୁବର୍ଣ୍ଣରେଖା ନଦୀର ବାମପଟେ ଥିବା ଗୋବରଘଟାଠାରେ ୬କୋଟି ୭୨ଲକ୍ଷ ୭୦ହଜାର, ଝଡେଶ୍ୱରପୁରଠାରେ ୧୦କୋଟି ୬୪ଲକ୍ଷ ୯୨ହଜାର, କୋଟସାହିଠାରେ ୪ କୋଟି ୭୪ ଲକ୍ଷ, ରାଜପୁରଠାରେ ୩ କୋଟି ୭୦ ଲକ୍ଷ, ବଳରାମପୁର ବତିଘରଠାରେ ୪ଟି ସ୍ପର ନିର୍ମାଣ ଲାଗି ୪କୋଟି ୧୦ଲକ୍ଷ ୫୦ହଜାର, ଏକତାଳିଠାରେ ୧କୋଟି ୪୦ଲକ୍ଷ, ନରଣପୁର ଓ ଶ୍ରୀକଣ୍ଠପୁରଠାରେ ୭ କୋଟି ୬୨ଲକ୍ଷ ୬୫ହଜାର, ମହମ୍ମଦନଗରପାଟଣାଠାରେ ୮କୋଟି ଟଙ୍କା, ପାଳସାହିଠାରେ ୩କୋଟି ୭୫ଲକ୍ଷ ୫୦ହଜାର, ଜମାଳପୁର ଓ ସାନରାଉତପଡାଠାରେ ୬ କୋଟି ୬୬ଲକ୍ଷ ୫୦ହଜାର, କୁମ୍ଭୀରଗଡି ଭୂଷଣ୍ଡେସର ମନ୍ଦିର ନିକଟରେ ୩କୋଟି ୯୬ଲକ୍ଷ ୫୦ହଜାର, କିର୍ତ୍ତନୀୟା ଜେଟିଠାରେ ୧୬କୋଟି ୯୧ଲକ୍ଷ ୭୪ହଜାର ଓ ଉଲୁଡା-ଖଳାବାଡିଆ ଟିଆର୍‌ଇ ୩କୋଟି ୧୬ଲକ୍ଷ ୭୮ହଜାର ଟଙ୍କାର ଅନୁମୋଦନ ଯଥାକ୍ରମେ ଟିଏସି ଓ ଏଚ୍‌ପିସିଠାରୁ ମିଳିସାରିଛି। କେବଳ ଜଳେଶ୍ୱର ରିଂବନ୍ଧ ଲାଗି ଗୋବରଘଟା-ଲକ୍ଷ୍ମଣନାଥ ଟିଆର୍‌ଇ ଓ ଶେଖବାର୍ଡ-ଶେଖବଜାର-ଶେଖସରାଇ ଟିଆର୍‌ଇର ୧୨କି.ମି. ମଧ୍ୟରୁ ୪.୫ କି.ମି. ଲାଗି ଅର୍ଥ ମଞ୍ଜୁର ହୋଇଥିବା ବିଭାଗୀୟ ସୂତ୍ରର ଜଣାପଡିଛି। ଚଳିତବର୍ଷ ବନ୍ୟାପରେ ଜଳ ସମ୍ପଦ ବିଭାଗର କେତେକ ଉଚ୍ଚପଦସ୍ଥ କର୍ମକର୍ତ୍ତା ଏପରିକି ଇଞ୍ଜିନିୟର ଇନ୍‌ ଚିଫ ଚନ୍ଦ୍ରଶେଖର ପାଢୀ ଜଳେଶ୍ୱର ଆସି ସୁବର୍ଣ୍ଣରେଖା ନଦୀର ଦୁର୍ବଳ ନଦୀବନ୍ଧ ବୁଲି ଦେଖିଥିଲେ। ତେଣୁ ସେସବୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ନ ହେଲେ ବହୁ ତଟବର୍ତ୍ତ ଗାଁ ନଦୀଗର୍ଭରେ ନିଶ୍ଚିହ୍ନ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ବହୁ ନିର୍ବାଚିତ ପ୍ରତିନିଧି, ତଥ୍ୟାଭିଜ୍ଞ ଓ ସାମାଜିକ ସଙ୍ଗଠନମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

Viral Video! ସେଲଫି ନେବା ବେଳେ ମଞ୍ଚ ଉପରେ ରାହୁଲଙ୍କୁ କିସ୍ କରିଦେଲେ ଯୁବତୀ, ଆଉ ତାପରେ…

ମୁମ୍ବାଇ,୨୪।୮: ମହାରାଷ୍ଟ୍ରର ପୁଣେରେ କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri