ପିଲାଙ୍କ ଶ୍ରେୟ, ଠକ କୋଚିଂ ସେଣ୍ଟର

ଭୁବନେଶ୍ବର,୧୧ା୧୦(ବ୍ୟୁରୋ):ଓଡ଼ିଶାରେ ନକଲି ଓଷଧ ବେପାର ଭଲଭାବେ ଚାଲିଛି। ସେହିଭଳି କୋଚିଂ ସେଣ୍ଟରଗୁଡ଼ିକ ଠକାମି ମାଧ୍ୟମରେ ପ୍ରବଳ ଅର୍ଥ ରୋଜଗାର କରୁଛନ୍ତି। ରାଜ୍ୟର ଛାତ୍ରୀଛାତ୍ରମାନଙ୍କ କଷ୍ଟ ଏବଂ ତାଙ୍କ ଦକ୍ଷତାକୁ ବ୍ୟବହାର କରି ଅଭିଭାବକମାନଙ୍କୁ ଭ୍ରମରେ ପକାଇବାର ଅପଚେଷ୍ଟା ସେମାନେ ଚଳାଇଛନ୍ତି। ନିକଟରେ ଓଏଏସ୍‌ ଫଳାଫଳ ପ୍ରକାଶ ପାଇବା ପରେ ଏଭଳି କଥା ସାମ୍ନାକୁ ଆସିଛି। ବେପାର କରିବା ପାଇଁ କେତେକ ଘରୋଇ କୋଚିଂ ସେଣ୍ଟର ପିଲାଙ୍କ ସଫଳତାକୁ ନିଜର ବୋଲି କହି ପ୍ରଚାର ପ୍ରସାର କରୁଥିବାବେଳେ ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପ୍ରମାଣ ମିଳିଛି। ଭବିଷ୍ୟତରେ ଯେଉଁ ପିଲାମାନେ ସରକାରୀ ଚାକିରି ପାଇଁ ଆଶା ବାନ୍ଧି ବସିଛନ୍ତି ସେମାନଙ୍କଠାରୁ ବିପୁଳ ଅର୍ଥ ଲୁଟିନେବାର ପ୍ରୟାସ ସେମାନେ ଆରମ୍ଭ କରିସାରିଲେଣି। ନିକଟରେ ଓଏଏସ୍‌ ପରୀକ୍ଷାରେ ଶୀର୍ଷସ୍ଥାନ ପାଇଥିବା କେତେଜଣ ପିଲାଙ୍କ ସହ ଧରିତ୍ରୀ ତରଫରୁ ସୋମବାର ସାରେ ଆଲୋଚନା କରାଯାଇଥିଲା। ସେମାନଙ୍କ ସଫଳତାରେ କୌଣସି କୋଚିଂ ସେଣ୍ଟରର ଅବଦାନ ନାହିଁ। ଶ୍ରେୟ କେବଳ ପରୀକ୍ଷାର୍ଥୀମାନଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ସେମାନଙ୍କ ନିଜର ପ୍ରଚେଷ୍ଟା ବୋଲି ସ୍ପଷ୍ଟଭାବେ କୁହାଯାଇପାରେ। ଅନ୍ୟପଟେ ବଣିକ ଏବଂ ଆପ୍‌ତି ପ୍ଲସ୍‌ ଭଳି ସଂସ୍ଥା ସମାନ ପିଲାମାନଙ୍କ ଫଟୋକୁ ଛାପି ବିଜ୍ଞାପନ ଦେବାରେ ଆଗୁଆ ହୋଇଛନ୍ତି।
“ଓଏଏସ୍‌ ପରୀକ୍ଷାରେ ଏକ ନମ୍ବର ସ୍ଥାନ ପାଇଥିବା ତେଜସ୍ବିନୀ ବେହେରାଙ୍କ କହିବାନୁଯାୟୀ, ଟପ୍ପର ହେବା ପରେ ତାଙ୍କୁ ଯେତିକି ଖୁସି ଲାଗୁଛି ତା’ଠାରୁ ଅଧିକ ଏବେ ଡର ଲାଗୁଛି। ଟପ୍ପର ହେବା ପରେ ସମସ୍ତଙ୍କ ଦୃଷ୍ଟି ଯେଭଳି ତାଙ୍କ ଉପରେ ରହିଲାଣି ଆଗକୁ ସେ କେମିତି ତାଙ୍କ କାମକୁ ଠିକ୍‌ ନ୍ୟାୟ ଦେଇପାରିବେ ସେଥିପାଇଁ ଡର ଲାଗୁଛି। ଓପିଏସ୍‌ସି ପାଇଁ ତାଙ୍କର ବହୁ ଆଗରୁ ଲକ୍ଷ୍ୟ ଥିଲା। ଓପିଏସ୍‌ସି ପାଇଁ ସମୟର ବ୍ୟବହାର ଠିକ୍‌ କରୁଥିଲେ। ଦିନକୁ ପ୍ରାୟ ୮ରୁ ୯ ଘଣ୍ଟା ପାଠ ପଢୁଥିଲେ। ସେ କୌଣସି କୋଚିଂ ସେଣ୍ଟରକୁ ଯାଇ କ୍ଲାସ୍‌ କରିନାହାନ୍ତି। ଓଡ଼ିଆ ବିଷୟରେ ପଢ଼ିବା ଲାଗି ମା’ ତାଙ୍କୁ ସାହାଯ୍ୟ କରିଥିଲେ ବୋଲି ତେଜସ୍ବିନୀ କହିଛନ୍ତି।”
“ଓଏଏସ୍‌ ପରୀକ୍ଷାରେ ସଫଳତା ପାଇଥିବା ଦେବବ୍ରତ ମହାରଣା କହିଛନ୍ତି, ସେ ଏବେ ରେଭିନ୍ୟୁ ସର୍ଭିସ୍‌ରେ ଅଛନ୍ତି। ଚାକିରି କରିଥିବାରୁ ପଢିବାକୁ ସେତେଟା ସମୟ ମିଳିନି। ଦିନକୁ ଚିକିରିରେ ପ୍ରାୟ ୯ ଘଣ୍ଟା ପଳାଇବା ପରେ ରାତିରେ ୩ରୁ ୪ ଘଣ୍ଟା ସେ ପଢୁଥିଲେ। ସେ କେବେହେଲେ କୋଚିଂ ନେଇନାହାନ୍ତି। ଚାକିରି କରିବା ପୂର୍ବରୁ ସେ ଓଡ଼ିଶା ବାହାରେ ପଢୁଥିଲେ, ତେଣୁ କୋଚିଂ କେତେବେଳେ ନେଲେ ବୋଲି ଦେବବ୍ରତ କହିଛନ୍ତି।”
“ଓଏଏସ୍‌ ପରୀକ୍ଷାରେ ସଫଳତା ପାଇଥିବା ଶୁଭଙ୍କରୀ ସୁଦେଷ୍ଣା ଦାଶ କହିଛନ୍ତି, ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିଲେ। ହେଲେ ସେଥିରେ ସଫଳ ନ ହେବା ପରେ ଓଏଏସ୍‌ ପାଇଁ ପ୍ରସ୍ତୁତି କଲେ। କିଛି ରଫ୍‌ ଆଇଡିଆ ନେବା ଲାଗି ୨୦୧୮ରେ ଏକ କୋଚିଂ ସେଣ୍ଟରରେ ଆଡ୍‌ମିଶନ କରିଥିଲେ ମଧ୍ୟ ସେଥିରୁ ସେମିତି କିଛି ସାହାଯ୍ୟ ମିଳିଲା ନାହିଁ। ଓଏଫଏସ୍‌ ଅଫିସର୍‌ ମାନ ଦାସଙ୍କ ସହ ଯୋଗାଯୋଗରେ ରହି ତାଙ୍କଠାରୁ ସାହାଯ୍ୟ ନେଇ ସଫଳତା ପାଇଲେ ବୋଲି ସେ କହିଛନ୍ତି। ଓଏଏସ୍‌ ପରୀକ୍ଷାରେ ସଫଳତା ଲାଗି ମେଣ୍ଟରିଂର ଆବଶ୍ୟକତା ଅଛି, ଯେତେ କୋଚିଂ ନେଲେ କିଛି ଲାଭ ନାହିଁ। କେଉଁ କୋଚିଂ ସେଣ୍ଟରରୁ ବହି କିଣିଥିବି ସେଥିଲାଗି ସେମାନେ ତାଙ୍କ ଫଟୋ ଛାପିଥିବେ ବୋଲି ଶୁଭଙ୍କରୀ ସୁଦେଷ୍ଣା କହିଛନ୍ତି।”
ହେଲେ ତେଜସ୍ବିନୀ, ଶୁଭଙ୍କରୀ ସୁଦେଷ୍ଣା ଏବଂ ଦେବବ୍ରତ ମହାରଣାଙ୍କ ଫଟୋକୁ ଲଗାଇ ଦୁଇଟି କୋଚିଂ ସେଣ୍ଟର ସେମାନଙ୍କ ସଫଳତା ବୋଲି ପ୍ରଚାର କରିବା ସହ ଉକ୍ତ ସେଣ୍ଟର୍‌ରେ ପିଲାଙ୍କୁ ପଢ଼ିବା ଲାଗି ଆକୃଷ୍ଟ କରୁଛନ୍ତି। ହେଲେ ଓଏଏସ୍‌ ପରୀକ୍ଷାରେ ଶୀର୍ଷସ୍ଥାନ ପାଇଥିବା ଛାତ୍ରୀଛାତ୍ର ଏହା ସେମାନଙ୍କ ନିଜ ପରିଶ୍ରମର ଫଳ କିମ୍ବା ଯେଉଁମାନଙ୍କଠାରୁ ପ୍ରକୃତ ସାହାଯ୍ୟ ତାଙ୍କୁ ମିଳିଛି ସେକଥାକୁ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି। “କେବଳ ଏହି ୩ ଜଣ ନୁହନ୍ତି ଓଏଏସ୍‌ ପରୀକ୍ଷାରେ ସଫଳ ହୋଇଥିବା ଅନନ୍ୟା ଶ୍ରିଷ୍ଟି ଶତପଥୀଙ୍କ ସହ କଥା ହେବା ସମୟରେ ସେ କହିଛନ୍ତି, ଓଏଏସ୍‌ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା ପରେ ଭଲ ଲାଗୁଛି। ଏବେ ଟ୍ରେନିଂ ଭଲ ଭାବେ ନେବି ଏବଂ ନିଜ କାମକୁ ସଚ୍ଚୋଟତାର ସହିତ କରିବି। ଛୁଆବେଳୁ ପରିଶ୍ରମ କରୁଥିଲି। ସବୁବେଳେ ପଢ଼ାପଢ଼ି କରେ ଏବଂ ପରିବେଶ ସହିତ ସମାଜର ବୁଝାମଣାକୁ ବେଶି ଗୁରୁତ୍ୱ ଦିଏ। ଏବେ ଲୋକଙ୍କ ଆବଶ୍ୟକତାକୁ ଦେଖି କାମ ଉପରେ ଗୁରୁତ୍ୱ ଦେବି। ସଫଳତା ଲାଗି ମା’ଙ୍କୁ ସେ ଶ୍ରେୟ ଦେବା ସହିତ କୌଣସି କୋଚିଂ ନେଇ ନ ଥିବା ସେ ଜଣାଇଛନ୍ତି।”
ସେହିଭଳି ଦେଖାଯାଏ ଓଏଏସ୍‌ରେ ସଫଳତା ପାଇଥିବା ଯେଉଁ ପିଲାଙ୍କ ଫଟୋକୁ ଉକ୍ତ କୋଚିଂ ସେଣ୍ଟରଗୁଡିକ ପୋଷ୍ଟର କରି ଏହା ସେମାନଙ୍କ ସଫଳତା ବୋଲି ଡିଣ୍ଡିମ ପିଟିବାରେ ଲାଗିଛନ୍ତି, ହେଲେ ବାସ୍ତବରେ ସେମାନଙ୍କ କୌଣସି ଅବଦାନ ନାହିଁ। ଏହି ସଂସ୍ଥାଗୁଡ଼ିକର କେବଳ ଉଦ୍ଦେଶ୍ୟ ହେଉଛି ପିଲାଙ୍କୁ ଭୁତାଇ ବିପୁଳ ଅର୍ଥ ଅର୍ଜନ କରିବା। ପିଲାଙ୍କ ଏହି ମନ୍ତବ୍ୟ ଜାଣିବା ପରେ ଆପ୍‌ତି ପ୍ଲସ୍‌ ମାଲିକ ଡାକ୍ତର ସୁଶିଜିତ୍‌ ସାହୁଙ୍କୁ ୯୬୫୮୫୧୦୭୦୧ ଏବଂ ବଣିକ୍‌ ମାଲିକ ସୁବ୍ରତ ଛାଟୋଇଙ୍କୁ ୯୮୬୧୩୪୯୧୮୨ ନମ୍ବରରେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଏହା ସମ୍ଭବ ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri