ଅଭାବରୁ ପଶିଛି ଚିନ୍ତା

ଯାଜପୁର ଅଫିସ/ପୁରୀ ଅଫିସ,୧୧ା୧୦:ରାଜ୍ୟର ପୁରୀ ଶ୍ରୀମନ୍ଦିର ସମେତ ଅନ୍ୟାନ୍ୟ ୨୦ଟି ପ୍ରକଳ୍ପର ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ଏହି କାର୍ଯ୍ୟ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲିଃ ବା ଓଡ଼ିଶା ବ୍ରିଜ ଆଣ୍ଡ କନ୍‌ଷ୍ଟ୍ରକ୍ସନ କର୍ପୋରେଶନ ଲିମିଟେଡ(ଓବିଆଣ୍ଡସିସି)କୁ ଦାୟିତ୍ୱ ଦିଆଯାଇଛି। ହେଲେ ଏଥିପାଇଁ ଆବଶ୍ୟକ ଖଣ୍ଡୋଲାଇଟ ପଥରର ଏବେ ଅଭାବ ଦେଖାଦେଇଥିବାରୁ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ସଂଶୟ ସୃଷ୍ଟି ହୋଇଛି। ଏହିସବୁ ପ୍ରକଳ୍ପ ପାଇଁ ନିର୍ଦ୍ଦିଷ୍ଟ ଆକାରର ୨୭୪୨୨.୭୬ ଘନମିଟର ଖଣ୍ଡୋଲାଇଟ ପଥରର ଆବଶ୍ୟକତା ଥିବାବେଳେ ଯାଜପୁର, କଟକ, ଖୋର୍ଦ୍ଧା ଜିଲାର ୬ଟି ଖଣିରୁ ପଥର ଉତ୍ତୋଳନ ପାଇଁ ୨୦୨୧ ଜୁଲାଇ ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ଉକ୍ତ ଖଣିରୁ ଆବଶ୍ୟକ ପରିମାଣ ଏବଂ ଉତ୍ତମ ମାନର ଖଣ୍ଡୋଲାଇଟ ପଥର ମିଳୁନାହିଁ। ତେଣୁ ପ୍ରକଳ୍ପ କାର୍ଯ୍ୟର ଗୁରୁତ୍ୱ ଏବଂ ଏହାକୁ ତ୍ୱରାନ୍ବିତ କରିବା ପାଇଁ ଖଣି ବିଭାଗ ଖଣ୍ଡୋଲାଇଟ ପଥର ଯୋଗାଇ ଦେବାକୁ ନିର୍ମାଣକାରୀ ସଂସ୍ଥା ଓବିସିସିର ଚିଫ୍‌ ଜେନେରାଲ ମ୍ୟାନେଜର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଗତ ୧ତାରିଖରେ ପତ୍ରସଂଖ୍ୟା ୬୮୧୮ରେ ନିର୍ମାଣ ବିଭାଗର ସ୍ବତନ୍ତ୍ର ସଚିବ ବିମଳେନ୍ଦୁ ରାୟଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଥିବା ଜଣାପଡ଼ିଛି।
ଓବିଆଣ୍ଡସିସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଶ୍ରୀମନ୍ଦିର ସମେତ ଏହି ଜିଲାର ୧୪ ପ୍ରକଳ୍ପ ପାଇଁ ୧୩,୧୪୧.୮୩ ଘନ ମିଟର ଖଣ୍ଡୋଲାଇଟ ପଥର ଆବଶ୍ୟକତା ଥିବାବେଳେ ସମ୍ବଲପୁରର ମା’ ସମଲେଶ୍ୱରୀ ମନ୍ଦିର ଉନ୍ନୟନ କାମ ପାଇଁ ୫୮୧୭.୯୩୦ ଘନମିଟର, ବାରିପଦା ହରିବଳଦେବ ଜଗନ୍ନାଥ ମନ୍ଦିର ପାଇଁ ୧୧୦ ଘନମିଟର, ନୟାଗଡ଼ ନୀଳମାଧବ ମନ୍ଦିର ଏବଂ କଣ୍ଟିଲୋ ଅଞ୍ଚଳର ବିକାଶ ପାଇଁ ୧୨୭୨ ଘନମିଟର, ଏକାମ୍ର ପ୍ରକଳ୍ପ ପାଇଁ ୫୮୮ ଘନମିଟର, କଟକ ଚଣ୍ଡୀମନ୍ଦିର ପାଇଁ ୩୫୯୩ ଘନମିଟର ଏବଂ ଜଗତ୍‌ସିଂହପୁର ମା’ଶାରଳା ମନ୍ଦିର ପାଇଁ ୨୯୦୦ ଘନମିଟର ଖଣ୍ଡୋଲାଇଟ ପଥରର ଆବଶ୍ୟକତା ରହିଛି। ଏଥିପାଇଁ ଯାଜପୁର ଜିଲାର ଚଣ୍ଡିଆ, ଶୁଖୁଆପଡ଼ା ଓ ତେଲିଗଡ଼, କଟକ ଜିଲାର ଗୋବିନ୍ଦପୁର ଏବଂ ଖୋର୍ଦ୍ଧା ଜିଲାର କୁରୁମପଡ଼ା ଓ ନାରଙ୍ଗଗଡ଼ଠାରେ ଥିବା ଖଣ୍ଡୋଲାଇଟ ପଥର ଖଣିରୁ ଉତ୍ତୋଳନ ପାଇଁ ୨୦୨୧ ଜୁଲାଇ ୨୩ରେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଖଣି ଉତ୍ତୋଳନ ପାଇଁ ଓଡ଼ିଶା ଖଣି ନିଗମ ଠିକା ସଂସ୍ଥାକୁ ଦାୟିତ୍ୱ ଦେଇଛି। ପୁରୀ ଶ୍ରୀମନ୍ଦିରର ବିକାଶ ପାଇଁ ବର୍ଷକ ତଳେ ଖନନ ଆରମ୍ଭ ହୋଇଥିବା ଯାଜପୁର ଜିଲା ଶୁଖୁଆପଡ଼ା ଖଣ୍ଡୋଲାଇଟ ପଥର
ଖଣିରୁ ୬ମାସ ପଥର ଉତ୍ତୋଳନ କରିବା ପରେ ନିମ୍ନମାନର କଞ୍ଚାମାଲ ବାହାରୁଥିବା ଦର୍ଶାଇ ଉକ୍ତ ଠିକା ସଂସ୍ଥା ଛାଡ଼ି ଦେଇଥିବାରୁ ପ୍ରକଳ୍ପଗୁଡିକ ନିର୍ଦ୍ଧାରିତ ସମୟରେ ଶେଷ ହେବା ନେଇ ଆଶଙ୍କା ପ୍ରକାଶ ପାଇଥିବା କୁହାଯାଉଛି। ଏପରି କି ଅନ୍ୟ ଐତିହ୍ୟସ୍ଥଳରେ ହେବାକୁ ଥିବା ପ୍ରକଳ୍ପ କାର୍ଯ୍ୟକୁ ନେଇ ସଂଶୟ ପ୍ରକାଶ ପାଇଛି। ଏନେଇ ଶୁଖୁଆପଡ଼ା ଖଣ୍ଡୋଲାଇଟ ପଥର ଖଣି ଦାୟିତ୍ୱରେ ଥିବା ଓଏମ୍‌ସି ମ୍ୟାନେଜର ଗଙ୍ଗାଧର ନାୟକଙ୍କୁ ଯୋଗାଯୋଗ କରିବାରେ ବର୍ତ୍ତମାନ ରାସଲୀଳା ଏଣ୍ଟରପ୍ରାଇଜର୍ସ ପ୍ରାଇଭେଟ ଲିମିଟେଡ୍‌ ଖଣ୍ଡୋଲାଇଟ ପଥର ଖନନ ଚଳାଇଛି। କିନ୍ତୁ ଉନ୍ନତମାନର ଆବଶ୍ୟକ ପରିମାଣର ଖଣ୍ଡୋଲାଇଟ ପଥର ମିଳୁ ନ ଥିବା ଠିକା ସଂସ୍ଥା ପ୍ରକାଶ କରିଛନ୍ତି। ତେବେ ପୂର୍ବରୁ କୌଣସି ଠିକା ସଂସ୍ଥା କାମ ଛାଡ଼ି ନ ଥିବା ନାୟକ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅବଢା(ଅଗମେଣ୍ଟେଶନ ବେସିକ ଆମେନିଟିଜ ଆଣ୍ଡ ଡେଭଲପମେଣ୍ଟ ଅଫ୍‌ ହେରିଟେଜ ଆଣ୍ଡ ଆର୍କିଟେକ୍ଚର) ଯୋଜନା କାର୍ଯ୍ୟକାରୀ ହୋଇଛି। ଏଥିପାଇଁ ଆବଶ୍ୟକ ଖଣ୍ଡୋଲାଇଟ ପଥର ପାଇଁ ଓଏମ୍‌ସି ସହିତ ଚୁକ୍ତି ହୋଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ୧୯୪୧.୭୭୩ ଘନମିଟର ପଥର ଆବଶ୍ୟକତା ଥିବାବେଳେ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର ପାଇଁ ୩୩୦୮.୩୧୨ ଘନ ମିଟର, ଶ୍ୱେତ ଗଙ୍ଗା, ମାର୍କଣ୍ଡେୟ, ନରେନ୍ଦ୍ର ଏବଂ ଇନ୍ଦ୍ରଦ୍ୟୁମ୍ନ ଭଳି ଐତିହ୍ୟ ପୋଖରୀ ସୌନ୍ଦର୍ଯ୍ୟକରଣ ପାଇଁ ୧୫୫୭.୯୭୯ ଘନମିଟର, ଲୋକନାଥ ମନ୍ଦିର ପାଇଁ ୫୦୦ ଘନମିଟର, ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରକଳ୍ପ ପାଇଁ ୮୫୦ ଘନମିଟର, ପ୍ରମୋଦ ଉଦ୍ୟାନ ପାଇଁ ୧୦୦୦ ଘନମିଟର, ମହୋଦଧି ମାର୍କେଟ କମ୍ପ୍ଲେକ୍ସ ପାଇଁ ୫୦୦ ଘନମିଟର, ଉକତ୍ଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥଳୀ ସୁଆଣ୍ଡୋର ସମନ୍ବିତ ଉନ୍ନୟନ କାର୍ଯ୍ୟ ପାଇଁ ୩୦.୯୯୧ ଘନମିଟର, ମୂଷା ନଦୀର ପୁନରୁଦ୍ଧାର କାମ ପାଇଁ ୧୪୬୩.୦୪ ଘନମିଟର, ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ଉନ୍ନୟନ କାର୍ଯ୍ୟ ପାଇଁ ୬୮୭.୧୮୩ ଘନମିଟର, ମୂଷା ନଦୀର ସମ୍ମୁଖ ପାର୍ଶ୍ୱ ଉନ୍ନୟନ କାମ ପାଇଁ ୩୭୬.୨୬ ଘନମିଟର, ଶ୍ରୀସେତୁ ନିର୍ମାଣ ପାଇଁ ୪୦୯.୨୩ ଘନମିଟର, ପୁରୀ ବଡ଼ଦାଣ୍ଡ ମ୍ୟୁନିସିପାଲ ମାର୍କେଟ କମ୍ପ୍ଲେକ୍ସ ପାଇଁ ୨୯୪.୮୯୨ ଘନମିଟର ଏବଂ ପୁରୀ ଜେଲରୋଡ ମଲ୍ଟି ଲେଭଲ କାର ପାର୍କିଂ ପାଇଁ ୨୨୨.୧୭୩ ଘନମିଟର ଖଣ୍ଡୋଲାଇଟ ପଥରର ଆବଶ୍ୟକତା ରହିଛି। ଏନେଇ ଓବିସିସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଭାସ ପାଣିଗ୍ରାହୀଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri