ପାହାଡ଼ ଉପରେ ପାଠ ପଢୁଛନ୍ତି ଛାତ୍ରୀଛାତ୍ର

ସୁନ୍ଦରଗଡ,୧୮।୭(ଡି.ଏନ.ଏ.): ସରକାରଙ୍କ ପକ୍ଷରୁ ଡିଜିଟାଲ ଇଣ୍ଡିଆର କଥା କୁହାଯାଉଥିବା ବେଳେ ସୁନ୍ଦରଗଡ଼ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଆଜି ମଧ୍ୟ ମୋବାଇଲ ନେଟ୍‌ୱର୍କ ସାତସପନ ହୋଇ ରହିଯାଇଛି। ଏଭଳି ନେଟୱର୍କ ସମସ୍ୟା ଥିବାରୁ ଲୋକମାନେ ବିଭିନ୍ନ କାମପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବର୍ତ୍ତମାନ ମୁଖ୍ୟତଃ ଛାତ୍ରୀଛାତ୍ର ଅନ୍‌ଲାଇନ ପାଠପଢ଼ା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜିଲାର କୁତ୍ରା ବ୍ଲକର ଉପାାନ୍ତ ରଙ୍ଗମାଟି ଗ୍ରାମରେ ମୋବାଇଲ ନେଟୱାର୍କ ନ ଥିବାରୁ ପିଲାମାନେ ନିଜ ଗାଁଠାରୁ ୩ କିମି ଦୂର ପଡୋଶୀ ଝାଡ଼ଖଣ୍ଡର କାଦୋପାନି ପଞ୍ଚାୟତର ଏକ ପାହାଡ ଉପରେ ବସି ପାଠପଢୁଛନ୍ତି। ଗ୍ରାମର ସୋନି ସଙ୍ଗୀତା ଡୁଙ୍ଗଡୁଙ୍ଗ ଗ୍ରାମର ୫୦ ଜଣ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ୫/୬ଗ୍ରୁପରେ ପାଠ ପଢାଉଛନ୍ତି। ସେହିପରି ଜିଲାର ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ତିରଲାକୁଚା ଗାଁରେ ମଧ୍ୟ ଏଭଳି ସମସ୍ୟା ଦେଖିବାକୁ ମିଳିଛି। ଏଭଳି ଘଟଣା ଡିଜିଟାଲ ଇଣ୍ଡିଆ ସ୍ଲୋଗାନର ବାସ୍ତବତାକୁ ପଦାରେ ପକାଇଛି। ତିରଲାକୁଚା ଗାଁର ଜଣେ ନବମ ଶ୍ରେଣୀ ଛାତ୍ର ଓ ଦୁଇଜଣ ଅଷ୍ଟମ ଶ୍ରେଣୀ ଛାତ୍ର ଶନିବାର ଗାଁ ଠାରୁ ୭ କିଲୋମିଟର ଦୂରରେ ଅବସ୍ଥିତ ଝାଣ୍ଡି ପାହାଡ଼ ଉପରେ ଚଢି ମୋବାଇଲରେ ପାଠ ପଢୁଥିବା ଦେଖିବାକୁ ମିଳିଛି। ତିରଲାକୁଚା ଗାଁର ନୁନୁ ମୁଣ୍ଡାରୀ ଓ ସୁଦନ ମୁଣ୍ଡାରୀଙ୍କ ପୁଅ ଅମର ମୁଣ୍ଡାରୀ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ହୋଇଥିବାବେଳେ ଗାନ୍ଦୁଆ ମାହାଲି ଓ କୌଶଲ୍ୟା ମାହାଲିଙ୍କ ପୁଅ ସଚିନ ମାହାଲି ଏବଂ ତେଲଙ୍ଗା ଓରାମ ଓ ବାନ୍ଧନି ଓରାମଙ୍କ ପୁଅ ଗୋପାଳ ଓରାମ ଅଷ୍ଟମ ଶ୍ରେଣୀର ଛାତ୍ର ଅଟନ୍ତି। ବର୍ତ୍ତମାନ ସେମାନଙ୍କ ୟୁଟ୍ୟୁବ କ୍ଲାସ ଚାଲିଥିବା ବେଳେ ଜୁଲାଇ ୧ରୁ ନିୟମିତ ବ୍ୟବଧାନରେ ସେମାନଙ୍କ ଅନ୍‌ଲାଇନରେ ପରୀକ୍ଷା ଅନୁଷ୍ଠିତ ହେଉଛି। ହେଲେ ଗାଁରେ ମୋବାଇଲ ନେଟୱର୍କ ଆସୁ ନ ଥିବାରୁ ଝାଣ୍ଡି ପାହାଡ଼ ଉପରେ ଚଢି ନେଟୱର୍କ ଖୋଜି ସେମାନେ ପାଠ ପଢୁଛନ୍ତି ଏବଂ ପରୀକ୍ଷା ଦେଉଛନ୍ତି। ଅନୁରୂପ ଭାବରେ ଶନିବାର ମଧ୍ୟ ସେମାନଙ୍କ ୟୁଟ୍ୟୁବ କ୍ଲାସ ଅନୁଷ୍ଠିତ ହୋଇଥିବାବେଳେ ତିନିଜଣ ଛାତ୍ର ପାହାଡ଼ ଉପରକୁ ଚଢି ନେଟୱର୍କ ଖୋଜି ପାଠ ପଢ଼ିଥିଲେ। ଏଭଳି ପାହାଡ଼କୁ ଯିବା ଦ୍ୱାରା ସେମାନଙ୍କୁ ଜଙ୍ଗଲୀ ଜନ୍ତୁର ଭୟ ରହିଥିବାବେଳେ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବହୁ ବିପଦ ରହିଛି। ହେଲେ ନିଜର ଭାଗ୍ୟ ଭବିଷ୍ୟତର କଥା ହୋଇଥିବା ଯୋଗୁ ଜୀବନକୁ ବାଜି ଲଗାଇ ସେମାନେ ପାହାଡ଼ ଉପରକୁ ଚଢିବାକୁ ବାଧ୍ୟ ହେଉଛନ୍ତି। ଏହି ଅବସରରେ ଉକ୍ତ ତିନିଜଣ ଛାତ୍ର କହିଛନ୍ତି ଯେ, ବର୍ତ୍ତମାନ ଅନ୍‌ଲାଇନରେ ପାଠପଢ଼ା ଚାଲିଥିବା ବେଳେ ଆମ ଗାଁରେ ମୋବାଇଲ ନେଟୱର୍କ ଆସୁ ନ ଥିବା ଯୋଗୁ ଆମେ ପାଠ ପଢିବାରୁ ବଞ୍ଚିତ ହେଉଛୁ। ଯଦି ସରକାର ଆମ ଗାଁରେ ମୋବାଇଲ ନେଟୱର୍କ ଆସିବାର ବ୍ୟବସ୍ଥା କରନ୍ତେ ଆମେ ଭଲ ପାଠପଢ଼ି ଭବିଷ୍ୟତରେ ଜଣେ ଜଣେ ସୁନାଗରିକ ହୋଇପାରନ୍ତୁ ବୋଲି କହି ସରକାରଙ୍କୁ ନେହୁରା ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?