ଯକ୍ଷ୍ମା ମୁକ୍ତ ଭାରତ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭଞ୍ଜନଗର,୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ‘ଟିବି ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ଯକ୍ଷ୍ମା ରୋଗ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଏନ୍‌ସିସି ଆର୍ମି ୱିଙ୍ଗ, ନାଭାଲ ୱିଙ୍ଗ, ଜାତୀୟ ସେବା ଯୋଜନା (ଏନଏସଏସ) କୋ-ୟୁନିଟ, ବାଳିକା ୟୁନିଟ ଓ ଯୁବ ରେଡକ୍ରସ୍ର ମିଳିତ ସହଯୋଗରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କଲେଜ ଅଧ୍ୟକ୍ଷ ଡ. ଗଗନ ବିହାରୀ ପୁରୋହିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଯକ୍ଷ୍ମା ରୋଗର କାରଣ, ଲକ୍ଷଣ ଓ ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ। ଟିବି ମୁକ୍ତ ଭାରତ ଗଠନରେ ଛାତ୍ରୀଛାତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ଛାତ୍ରୀଛାତ୍ରମାନେ ଦୃଷ୍ଟି ଦେଇ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଅଧ୍ୟକ୍ଷ ଆହ୍ବାନ କରିଥିଲେ। ସାଧନବ୍ୟକ୍ତି ଭାବେ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ, ଭଞ୍ଜନଗର ବ୍ଲକ ସୁପରଭାଇଜର ବେଦବ୍ରତ ଦାସ ଯୋଗଦେଇ ଯକ୍ଷ୍ମା ରୋଗ ସମ୍ପର୍କରେ ବିସ୍ତୃତ ସଚେତନତା ସୃଷ୍ଟି କରିବା ସହ ନିୟମିତ ବ୍ୟବଧାନରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ଉଚିତ୍‌। ସମୟୋପଯୋଗୀ ଚିହ୍ନଟ ଓ ନିୟମିତ ଚିକିତ୍ସା ଦ୍ୱାରା ଯକ୍ଷ୍ମାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସେ କହିଥିଲେ। ନାଭାଲ ୱିଙ୍ଗର ସିଟିଓ ବିଦେଶୀ ରାଉତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଏନଏସଏସ ବାଳିକା ଶାଖାର ଯୋଜନା ଅଧିକାରୀଣୀ ସସ୍ମିତା କୁମାରୀ ଦାସ, କୋ-ୟୁନିଟ ଯୋଜନା ଅଧିକାରୀ ବାବୁଲା ପ୍ରଧାନ, ଏନସିସି ଆର୍ମି ୱିଙ୍ଗର ସିଟିଓ ଅର୍ପଣ ପ୍ରଧାନ, ଯୁବ ରେଡକ୍ରସ ଅଧିକାରୀ ଡ. ସୀମାଞ୍ଚଳ ବେହେରା, ଅଧ୍ୟାପକ ଡ. ରବୀନ୍ଦ୍ର କୁମାର ମିଶ୍ର, ଅଧ୍ୟାପକ ଆର୍‌. ହରିଶ, ଆଇକ୍ୟୁଏସି ସଂଯୋଜକ ଡ. ଦେବାଶିଷ ସ୍ବାଇଁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଯକ୍ଷ୍ମା ନିରାକରଣ ଓ ସଚେତନତାର ଗୁରୁତ୍ୱ ଉପରେ ନିଜର ମତ ରଖିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ୧୬ କିଲୋ ଓଜନ ହ୍ରାସ: ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲେ ସଲମାନ

କିଛି ଦିନ ହେବ ସୋସିଆଲ ମିଡିଆରେ ବଲିଉଡର ‘ଦବଙ୍ଗ’ ଷ୍ଟାର ସଲମାନ ଖାନଙ୍କ ଫିଟନେସ ଏବଂ ଲୁକକୁ ନେଇ ଚର୍ଚ୍ଚା ହେଉଛି। ହଠାତ୍‌ ତାଙ୍କ ଓଜନ ହ୍ରାସ…

ଛାତ୍ରୀଛାତ୍ରଙ୍କୁ ମିଳିଲା ପାଠ୍ୟ ଉପକରଣ

କେନ୍ଦୁଝର:୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅଧୀନ କୋଡିପଶା ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ଜୁଆଙ୍ଗ ଗ୍ରାମ ଘୁଙ୍ଗି ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ସ୍ଥାନୀୟ ସଚ୍ଛୋସେବୀ…

ବିଧାୟକ ହେବା ପରେ ପ୍ରତି ମାସରେ କେତେ ଦରମା ପାଇବେ ପ୍ରଶାନ୍ତ କିଶୋର, ଜାଣନ୍ତୁ କେଉଁ ସବୁ ସରକାରୀ ସୁବିଧା ମିଳିବ…

ପାଟନା,୪।୮: ବଡ଼ ବଡ଼ ରାଜନୈତିକ ଦଳକୁ ନିର୍ବାଚନ ଜିତିବାର ରଣନୀତି ଦେଉଥିବା ରାଜନୈତିକ ବିଶ୍ଳେଷକରୁ ସିଧାସଳଖ ରାଜନୀତିକୁ ପ୍ରବେଶ କରିଥିବା ଜନ ସୁରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ…

ସ୍ବାମୀ ଉଦୟନିଧିଙ୍କୁ ନେବାକୁ ଆସିଥିବା ପୋଲିସ ସହ ଯୁକ୍ତିତର୍କ କଲେ ସ୍ତ୍ରୀ, କହିଲେ- ସେ ବାଥରୁମ୍‌ରେ…

ନୂଆଦିଲ୍ଲୀ,୪।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ପୋଲିସ ତାଙ୍କୁ ତାଙ୍କ ବାସଭବନରୁ ନେଇଥିଲା। ଉଦୟନିଧିଙ୍କୁ ନେବାକୁ ଆସିଥିବା ପୋଲିସ ସହ ତାଙ୍କ…

ପାଟ୍ରୋଲିଂ ବେଳେ ଜଗନ୍ନାଥ ପ୍ରସାଦ ପୋଲିସକୁ ସଫଳତା, ଡାଲା ଅଟୋରେ ମିଳିଲା….

ଜଗନ୍ନାଥ ପ୍ରସାଦ,୪।୮(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥ ପ୍ରସାଦ ପୋଲିସକୁ ପାଟ୍ରୋଲିଂ ସମୟରେ ଏକ ସଫଳତା ମିଳିଛି । ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର…

RJD, BJP ନା କଂଗ୍ରେସ; କାହା ସହ ମେଣ୍ଟ କରିବେ ପ୍ରଶାନ୍ତ କିଶୋର? ନିଜେ କଲେ ବଡ଼ ଖୁଲାସା

ପାଟନା,୪।୮: ଜନ ସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର କୌଣସି ରାଜନୈତିକ ଦଳ ସହ ମେଣ୍ଟ କରିବାର ସମ୍ଭାବନାକୁ ଖଣ୍ଡନ କରି କହିଛନ୍ତି ଯେ, ବାଙ୍କିପୁର ବିଧାନସଭା…

CMOରୁ ଫାଇଲ ଗାୟବ ଘଟଣା: ବଡ଼ ବୟାନ ଦେଲେ କ୍ରାଇମବ୍ରାଞ୍ଚ ଡିଜି, ହାଜର ହେବେ…

ଭୁବନେଶ୍ୱର,୪।୮: CMOରୁ ନାଇଡୁ କମିଶନ ଫାଇଲ ଗାୟବ ମାମଲାରେ କ୍ରାଇମବ୍ରାଞ୍ଚ ଡିଜି ମଙ୍ଗଳବାର ଗଣମାଧ୍ୟମକୁ ଏକ ବଡ଼ ବୟାନ ଦେଇଛନ୍ତି। ମାମଲାର ତଦନ୍ତ ଟେକ୍ନିକାଲ ଉପାୟରେ କରାଯାଉଛି।…

ଶ୍ରୀଲଙ୍କା ଟେଷ୍ଟ ପୂର୍ବରୁ BCCIର ବଡ଼ ଘୋଷଣା, ଟିମ ଇଣ୍ଡିଆକୁ ଆସିଲେ ଆଉ ୨ ଖେଳାଳି

ନୂଆଦିଲ୍ଲୀ,୪।୮: ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା ଗସ୍ତ ୧୫ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଟିମ ଇଣ୍ଡିଆରେ ଲଗାତାର ପରିବର୍ତ୍ତନ ହେଉଛି। ଜସପ୍ରୀତ ବୁମ୍‌ରାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri