ବଦଳି ଦାବିକୁ ଛାତ୍ରୀଛାତ୍ରଙ୍କ ବିରୋଧ

ରସୁଲପୁର,୧୮।୧୨(ଡି.ଏନ.ଏ.): ରସୁଲପୁର ବ୍ଲକ ନଠୁଆବର ପଞ୍ଚାୟତ ଆଦାମପୁରସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳିକୁ ନେଇ ବିବାଦ ସୃଷ୍ଟି ହୋଇଛି। ଶୁକ୍ରବାର କେତେଜଣ ଅଣଅଭିଭାବକ ବିଦ୍ୟାଳୟ ଫାଟକରେ ତାଲା ପକାଇ ପ୍ରଧାନଶିକ୍ଷୟିତ୍ରୀ କୃଷ୍ଣାରାଣୀ ବେହେରଙ୍କ ବଦଳି ଦାବି କରିଥିଲେ। ହେଲେ ସେମାନଙ୍କ ଦାବିପୂରଣ ହୋଇ ପାରିନାହିଁ। ଛାତ୍ରୀଛାତ୍ର ପ୍ରଧାନଶିକ୍ଷୟିତ୍ରୀ ଓ ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସମର୍ଥନକରି ଧାରଣାରେ ବସିବାରୁ ସେମାନଙ୍କ ଆନ୍ଦୋଳନ ବିଫଳ ହୋଇଛି।
ସ୍ଥାନୀୟ ଅଞ୍ଚଳର ଦେବପ୍ରସାଦ ପଣ୍ଡା ନାମକ ବ୍ୟକ୍ତିଙ୍କ ସମେତ ଅନ୍ୟ କେତେଜଣ ବିଦ୍ୟାଳୟ ଫାଟକ ବନ୍ଦ କରିଥିଲେ। ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବଦଳି ନ ହେବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ଓହରିବେ ନାହିଁ ବୋଲି ଜିଦ୍‌ ଧରିଥିଲେ। ଫଳରେ ବିଦ୍ୟାର୍ଥୀ ଓ ଶିକ୍ଷୟିତ୍ରୀଶିକ୍ଷକ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ବାହାରେ ଛିଡ଼ା ହୋଇଥିଲେ। କେତେଜଣ ଅଭିଭାବକ ବିଦ୍ୟାଳୟ ସୁପରିଚାଳନା ଲାଗି ଗୁରୁତ୍ୱାରୋପ କରିଥିଲେ। ଅନ୍ୟ କେତେଜଣ ଆନ୍ଦୋଳନକୁ ସମର୍ଥନ କରିଥିଲେ। ହେଲେ ଦେବପ୍ରସାଦ ଜିଦ୍‌ରେ ଅଟଳ ରହିଥିଲେ। ପଣ୍ଡାଙ୍କ ପିଲା ବିଦ୍ୟାଳୟରେ ପଢୁନାହାନ୍ତି। ମାତ୍ର ସେ ମୋ ସ୍କୁଲ ଅଭିଯାନ କମିଟି ସଦସ୍ୟ ଅଛନ୍ତି ବୋଲି ମତ ରଖିଥିଲେ। ରସୁଲପୁର ବ୍ଲକ ସହକାରୀ ଶିକ୍ଷାଧିକାରୀ ଭିକାରୀ ଚରଣ କବି ପହଞ୍ଚତ୍ ଆଲୋଚନା କରିଥିଲେ। ମାତ୍ର ତାଙ୍କ କଥାକୁ ପଣ୍ଡା ଗ୍ରହଣ କରି ନ ଥିଲେ। କେବଳ ପିଲା ବିଦ୍ୟାଳୟକୁ ଯାଇପାରିବେ। ଶିକ୍ଷୟିତ୍ରୀଶିକ୍ଷକ ପଶିପାରିବେ ନାହିଁ ବୋଲି ପଣ୍ଡା କହିଥିଲେ। ଫଳରେ ଏଥିରେ ଉତ୍‌କ୍ଷିପ୍ତ ହୋଇ ବିଦ୍ୟାର୍ଥୀ ସ୍କୁଲ୍‌ ସମ୍ମୁଖ ରାସ୍ତାରେ ଧାରଣାରେ ବସିଥିଲେ। ଶିକ୍ଷୟିତ୍ରୀଶିକ୍ଷକ ପ୍ରଥମେ ପଶିବେ, ପରେ ପିଲା ବିଦ୍ୟାଳୟକୁ ପ୍ରବେଶ କରିବେ ବୋଲି ଜିଦ୍‌ ଧରିଥିଲେ। ତେବେ ପଣ୍ଡା ଅଭିଭାବକ ନୁହନ୍ତି ଓ ଅନଶନ ଆଇନ ସମ୍ମତ ନୁହେଁ ବୋଲି ଜାଣିବା ପରେ ସେ ଅନଶନ ପ୍ରତ୍ୟାହୃତ କରି ନେଇଥିଲେ। ସେ କହିଛନ୍ତି, ଜିଲା ଶିକ୍ଷାଧିକାରୀଙ୍କ ସହ କଥା ହୋଇଛନ୍ତି। ସପ୍ତାହକ ମଧ୍ୟରେ ପ୍ରଧାନଶିକ୍ଷୟିତ୍ରୀଙ୍କ ଅନ୍ୟତ୍ର ବଦଳି ନ ହେଲେ ପୁଣି ଧାରଣାରେ ବସିବେ। ଖବର ପାଇ ଥାନା ଅଧିକାରୀ ମନୋଜ ସ୍ବାଇଁ ପହଞ୍ଚତ୍ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ତେବେ ବିଦ୍ୟାଳୟକୁ ନେଇ ଉଠୁଥିବା ଅଭିଯୋଗକୁ ପ୍ରଧାନଶିକ୍ଷୟିତ୍ରୀ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ବିଦ୍ୟାଳୟରେ ପାଠପଢ଼ା ହେଉଛି କି ନାହିଁ ସେ ସମ୍ପର୍କରେ ବିଦ୍ୟାର୍ଥୀ ଗଣମାଧ୍ୟମରେ ଉତ୍ତର ରଖିଛନ୍ତି। ବାକି ଅଭିଯୋଗ ବିଦ୍ୟାଳୟ ପରିଚାଳନା କମିଟି ଗଠନ ପରେ ସମାଧାନ ହେବ। ବ୍ଲକ ଶିକ୍ଷାଧିକାରୀ ଶ୍ରୀଚରଣ ମଲ୍ଲିକ କହିଛନ୍ତି, ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ଅବଗତ ପରେ ସେ ଏବିଇଓଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ। ତେବେ ବିଦ୍ୟାଳୟରେ ଅଧିକ ସମସ୍ୟା ହେଲେ ତାହାକୁ ଜିଲା ଶିକ୍ଷାଧିକାରୀସ୍ତରରେ ସମାଧାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?