ବଦଳି ଦାବିକୁ ଛାତ୍ରୀଛାତ୍ରଙ୍କ ବିରୋଧ

ରସୁଲପୁର,୧୮।୧୨(ଡି.ଏନ.ଏ.): ରସୁଲପୁର ବ୍ଲକ ନଠୁଆବର ପଞ୍ଚାୟତ ଆଦାମପୁରସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳିକୁ ନେଇ ବିବାଦ ସୃଷ୍ଟି ହୋଇଛି। ଶୁକ୍ରବାର କେତେଜଣ ଅଣଅଭିଭାବକ ବିଦ୍ୟାଳୟ ଫାଟକରେ ତାଲା ପକାଇ ପ୍ରଧାନଶିକ୍ଷୟିତ୍ରୀ କୃଷ୍ଣାରାଣୀ ବେହେରଙ୍କ ବଦଳି ଦାବି କରିଥିଲେ। ହେଲେ ସେମାନଙ୍କ ଦାବିପୂରଣ ହୋଇ ପାରିନାହିଁ। ଛାତ୍ରୀଛାତ୍ର ପ୍ରଧାନଶିକ୍ଷୟିତ୍ରୀ ଓ ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସମର୍ଥନକରି ଧାରଣାରେ ବସିବାରୁ ସେମାନଙ୍କ ଆନ୍ଦୋଳନ ବିଫଳ ହୋଇଛି।
ସ୍ଥାନୀୟ ଅଞ୍ଚଳର ଦେବପ୍ରସାଦ ପଣ୍ଡା ନାମକ ବ୍ୟକ୍ତିଙ୍କ ସମେତ ଅନ୍ୟ କେତେଜଣ ବିଦ୍ୟାଳୟ ଫାଟକ ବନ୍ଦ କରିଥିଲେ। ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବଦଳି ନ ହେବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ଓହରିବେ ନାହିଁ ବୋଲି ଜିଦ୍‌ ଧରିଥିଲେ। ଫଳରେ ବିଦ୍ୟାର୍ଥୀ ଓ ଶିକ୍ଷୟିତ୍ରୀଶିକ୍ଷକ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ବାହାରେ ଛିଡ଼ା ହୋଇଥିଲେ। କେତେଜଣ ଅଭିଭାବକ ବିଦ୍ୟାଳୟ ସୁପରିଚାଳନା ଲାଗି ଗୁରୁତ୍ୱାରୋପ କରିଥିଲେ। ଅନ୍ୟ କେତେଜଣ ଆନ୍ଦୋଳନକୁ ସମର୍ଥନ କରିଥିଲେ। ହେଲେ ଦେବପ୍ରସାଦ ଜିଦ୍‌ରେ ଅଟଳ ରହିଥିଲେ। ପଣ୍ଡାଙ୍କ ପିଲା ବିଦ୍ୟାଳୟରେ ପଢୁନାହାନ୍ତି। ମାତ୍ର ସେ ମୋ ସ୍କୁଲ ଅଭିଯାନ କମିଟି ସଦସ୍ୟ ଅଛନ୍ତି ବୋଲି ମତ ରଖିଥିଲେ। ରସୁଲପୁର ବ୍ଲକ ସହକାରୀ ଶିକ୍ଷାଧିକାରୀ ଭିକାରୀ ଚରଣ କବି ପହଞ୍ଚତ୍ ଆଲୋଚନା କରିଥିଲେ। ମାତ୍ର ତାଙ୍କ କଥାକୁ ପଣ୍ଡା ଗ୍ରହଣ କରି ନ ଥିଲେ। କେବଳ ପିଲା ବିଦ୍ୟାଳୟକୁ ଯାଇପାରିବେ। ଶିକ୍ଷୟିତ୍ରୀଶିକ୍ଷକ ପଶିପାରିବେ ନାହିଁ ବୋଲି ପଣ୍ଡା କହିଥିଲେ। ଫଳରେ ଏଥିରେ ଉତ୍‌କ୍ଷିପ୍ତ ହୋଇ ବିଦ୍ୟାର୍ଥୀ ସ୍କୁଲ୍‌ ସମ୍ମୁଖ ରାସ୍ତାରେ ଧାରଣାରେ ବସିଥିଲେ। ଶିକ୍ଷୟିତ୍ରୀଶିକ୍ଷକ ପ୍ରଥମେ ପଶିବେ, ପରେ ପିଲା ବିଦ୍ୟାଳୟକୁ ପ୍ରବେଶ କରିବେ ବୋଲି ଜିଦ୍‌ ଧରିଥିଲେ। ତେବେ ପଣ୍ଡା ଅଭିଭାବକ ନୁହନ୍ତି ଓ ଅନଶନ ଆଇନ ସମ୍ମତ ନୁହେଁ ବୋଲି ଜାଣିବା ପରେ ସେ ଅନଶନ ପ୍ରତ୍ୟାହୃତ କରି ନେଇଥିଲେ। ସେ କହିଛନ୍ତି, ଜିଲା ଶିକ୍ଷାଧିକାରୀଙ୍କ ସହ କଥା ହୋଇଛନ୍ତି। ସପ୍ତାହକ ମଧ୍ୟରେ ପ୍ରଧାନଶିକ୍ଷୟିତ୍ରୀଙ୍କ ଅନ୍ୟତ୍ର ବଦଳି ନ ହେଲେ ପୁଣି ଧାରଣାରେ ବସିବେ। ଖବର ପାଇ ଥାନା ଅଧିକାରୀ ମନୋଜ ସ୍ବାଇଁ ପହଞ୍ଚତ୍ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ତେବେ ବିଦ୍ୟାଳୟକୁ ନେଇ ଉଠୁଥିବା ଅଭିଯୋଗକୁ ପ୍ରଧାନଶିକ୍ଷୟିତ୍ରୀ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ବିଦ୍ୟାଳୟରେ ପାଠପଢ଼ା ହେଉଛି କି ନାହିଁ ସେ ସମ୍ପର୍କରେ ବିଦ୍ୟାର୍ଥୀ ଗଣମାଧ୍ୟମରେ ଉତ୍ତର ରଖିଛନ୍ତି। ବାକି ଅଭିଯୋଗ ବିଦ୍ୟାଳୟ ପରିଚାଳନା କମିଟି ଗଠନ ପରେ ସମାଧାନ ହେବ। ବ୍ଲକ ଶିକ୍ଷାଧିକାରୀ ଶ୍ରୀଚରଣ ମଲ୍ଲିକ କହିଛନ୍ତି, ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ଅବଗତ ପରେ ସେ ଏବିଇଓଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ। ତେବେ ବିଦ୍ୟାଳୟରେ ଅଧିକ ସମସ୍ୟା ହେଲେ ତାହାକୁ ଜିଲା ଶିକ୍ଷାଧିକାରୀସ୍ତରରେ ସମାଧାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri