Advertisement

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଳିଗଲେ ଯୁକ୍ତ ଦୁଇ ଛାତ୍ର

କେନ୍ଦ୍ରାପଡା ଅଫିସ/ମାର୍ଶାଘାଇ,୨।୧୧: କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଜୁଣ ଛକରେ ଥିବା ଏକ କୋଚିଂ ସେଣ୍ଟରରେ ମଙ୍ଗଳବାର ବିଳମ୍ବିତ ରାତିରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗୋପିନାଥପୁର ଗ୍ରାମର ଦେବୀ ପ୍ରସାଦ ଦାସ। ସେ ଯୁକ୍ତ ଦୁଇ ବିଜ୍ଞାନର ଛାତ୍ର ଥିଲେ।
ଦେବୀ ମାର୍ଶାଘାଇ ସ୍ଥିତ ଦ ରିୟଲ ଗାଇଡ ରେସିଡେନ୍ସି କୋଚିଂ ସେଣ୍ଟରରେ ରହି ପାଠ ପଢୁଥିଲେ। ସେହି କୋଚିଂ ସେଣ୍ଟର ନିକଟରେ ହାଇଭୋଲଟେଜ୍‌ ବିଦ୍ୟୁତ ତାର ଯାଇଛି। କୌଣସି କାରଣରୁ ଦେବୀ ରାତି ପ୍ରାୟ ୧୧.୩୦ରେ ବାହାରକୁ ଆସିଥିବା ବେଳେ ଏହି ସମୟରେ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ଛାତ୍ରଜଣଙ୍କ ନିଆଁଲାଗି ନଡାଗଦା ଭଳି ଜଳିଯାଇଥିଲେ। ଅନ୍ୟପଟେ, ଏହି ଘଟଣାରେ ୨ ଜଣଙ୍କୁ ଗୁରୁତର ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ମାର୍ଶାଘାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ସହ ପରିଚାଳକ ଚିତ୍ତରଞ୍ଜନ ରଥଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାସିଆ ଅଜାଙ୍କ ସଂଗ୍ରହାଳୟରେ ଚନ୍ଦ୍ରପୃଷ୍ଠର ପଥର

ନୂଆଗାଁ,୧୮ା୯ (ଡି.ଏନ.ଏ.): ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଚନ୍ଦ୍ରୟାନ -୨କୁ ଚନ୍ଦ୍ରପୃଷ୍ଠରେ ଅବତରଣ କରି ଚନ୍ଦ୍ରରେ ଥିବା ଅନେକ ତଥ୍ୟ ଉନ୍ମୋଚନ କରି ମହାକାଶ...

ପ୍ରତିଦିନ ହାଟରୁ ଉଠିବ ଅଳିଆ

ଭୁବନେଶ୍ୱର, ୭।୧୧(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ ଥିବା ହାଟଗୁଡିକୁ ଆବର୍ଜନାମୁକ୍ତ କରାଯିବ। ଦୋକାନରୁ ବାହାରୁଥିବା ଅଳିଆ ଯଥା ପରିବା ଚୋପା, ପଚାଶଢ଼ା ପରିବା ଏବଂ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ସିଧାସଳଖ...

ନୂତନ ଅଦାଲତରୁ ତ୍ୱରିତ ନ୍ୟାୟ ଆଶା

ବଅଁରପାଳ,୨୪ା୧(ଡି.ଏନ.ଏ.) ସିଭିଲ କେସ୍‌ ହେଉ କି ଚୋରି, ଡକାୟତି, ମାରପିଟ୍‌ ମକଦ୍ଦମା, ତାରିଖ ପଡ଼ିବା ମାତ୍ରେ ଅଦାଲତରେ ହାଜିରା ଦେବା ନିଶ୍ଚିତ। ହେଲେ ବଅଁରପାଳ ବ୍ଲକରେ...

ଜାତୀୟସ୍ତରରେ ପୁରସ୍କୃତ ହେବେ ସୋରଡ଼ା ଥାନା ଅଧିକାରୀ

ସୋରଡା,୧୨ା୮(ଡି.ଏନ୍‌.ଏ.): ଭାରତ ସରକାରଙ୍କ ସ୍ବରାଷ୍ଟ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟସ୍ତରରେ ଶ୍ରେଷ୍ଠ ତଦନ୍ତକାରୀ ଅଧିକାରୀ ଭାବେ ପୁରସ୍କୃତ ହେବେ ସୋରଡ଼ା ଥାନା ଅଧିକାରୀ। କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରଣାଳୟ...

ସାଲେପୁର ନାବାଳିକା ବଳାତ୍କାରୀଙ୍କୁ ଫାଶୀ ଘଟଣା: ଆଇଆଇସି, ସରକାରୀ ଓକିଲ ସମ୍ବର୍ଦ୍ଧିତ

କଟକ ଅଫିସ, ୨୨।୯: ସାଲେପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ କଟକ ଜିଲା ପୋକ୍ସୋ ଅଦାଲତ ଗୁରୁବାର ଅଭିଯୁକ୍ତ ମହମ୍ମଦ...

ପାଟଣାଗଡ଼ ଶିଶୁମନ୍ଦିରରେ ଯୋଗ ଦିବସ

ପାଟଣାଗଡ଼,(ଡି.ଏନ୍‌.ଏ.): ପାଟଣାଗଡ ସରସ୍ବତୀ ଶିଶୁମନ୍ଦିରରେ ଶୁକ୍ରବାର ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଯୋଗ ଶିକ୍ଷକ ପ୍ରଦୀପ ସିଂ ବାବୁଙ୍କ ନେତୃତ୍ୱରେ ବିଦ୍ୟାଳୟର ୯୦୦ ଜଣ...

ଦ୍ୱିତୀୟ ସୋମବାର : ଆରଡ଼ିରେ ଜଳଲାଗି କଲେ ଲକ୍ଷାଧିକ କାଉଡ଼ିଆ

ଆରଡ଼ି,୨୯।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କଠାରେ ଶ୍ରାବଣ ମାସର ୨ୟ ସୋମବାରରେ ଲକ୍ଷାଧିକ କାଉଡ଼ିଆ ଜଳଲାଗି କରିଥିବା ଜଣାପଡ଼ିଛି। ସୀମିତ ସ୍ଥାନରେ ଏତେ...

ଏମ୍‌ପିଇଡିଏ ସଦସ୍ୟ ହେଲେ ମାନସ ମଙ୍ଗରାଜ

ଭୁବନେଶ୍ବର, ୨୯ା୭(ବ୍ୟୁରୋ): ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ ମିଳିଛି। ସାମୁଦ୍ରିକ ଦ୍ରବ୍ୟ ରପ୍ତାନୀ ଓ ଉନ୍ନୟନ କର୍ତ୍ତୃପକ୍ଷ ତଥା ଏମ୍‌ପିଇଡିଏର ସଦସ୍ୟ...

Advertisement
Archives

Model This Week