ନିଶା ଠାରୁ ଦୂରେଇ ଭବିଷ୍ୟତ ଚିନ୍ତା କରିବାକୁ  ଛାତ୍ରୀଛାତ୍ରଙ୍କ ଏମିତି ପ୍ରୟାସ 

ଭଞ୍ଜନଗର,୧୭।୧(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଅଧିକାରୀ ଡ. ଜୟନ୍ତ କୁମାର ପଣ୍ଡାଙ୍କ ନିର୍ଦ୍ଧେଶକ୍ରମେ
 ଏବଂ କେଏସୟୁବି କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସଙ୍କ  ତତ୍ତ୍ୱାବଧାନରେ କେଏସ୍‌ୟୁବି କଲେଜରେ ଜାତୀୟ ସେବା ଯୋଜନା ଶୀତ କାଳୀନ ଅଧିବେଶନ ଚାଲିଛି।  ଶନିବାର ଷଷ୍ଠ ଦିବସରେ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ପୋଷ୍ୟଗ୍ରାମ ଶ୍ରୀରାମ ନଗର ଏବଂ ଛେଦାଭୁମି ରୋଡଠାରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶାଖା ୧ ଓ ସ୍ଥାନୀୟ ସାଈ ଗୁରୁକୂଳ ଆବାସିକ ବିଦ୍ୟାଳୟ ପକ୍ଷରୁ ମିଳିତ ଭାବେ ଶ୍ରୀରାମ ନଗରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶତାଧିକ ଛାତ୍ରୀଛାତ୍ର ଏକ ରାଲିରେ ବାହାରି ଶ୍ରୀରାମ ନଗର ପରିକ୍ରମା କରିଥିଲେ। ଏହି ସମୟରେ ଛାତ୍ରୀଛାତ୍ରମାନେ ବିଭିନ୍ନ ମାଧ୍ୟମରେ ସାହି ବାସିନ୍ଦାଙ୍କୁ ନିଶା ସେବନର ଭୟାବହତା ଉପରେ ସଚେନତ କରାଇଥିଲେ। ଏଥିସହ ନିଶାଠାରୁ ଯୁବଗୋଷ୍ଠୀ ଦୂରେଇ ରହି ଭବିଷ୍ୟତ ଗଢ଼ିବା ପାଇଁ ଆହ୍ବାନ କରାଯାଇଥିଲା। ଏହାପରେ ବିଦ୍ୟାଳୟ ପରିସରରେ ଏକ ସଭା ହୋଇଥିଲା। ଏଥିରେ ବିଦ୍ୟାଳୟ ଚେୟାରମ୍ୟାନ ତଥା ସତ୍ୟ ସାଈ ସେବା ସଂଗଠନର ବରିଷ୍ଠ ରାଜ୍ୟ କର୍ମକର୍ତ୍ତା ଅଜିତ ଶତପଥୀ  ମୁଖ୍ୟ ଅତିଥି ଭାବେ ଯୋଗଦେଇ  କର୍ମ ହିଁ ଆରାଧନା, କର୍ତ୍ତବ୍ୟ ହିଁ ଭଗବାନ ବୋଲି କହିଥିଲେ। ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ମାନେ ଗୋଷ୍ଠୀ ଗତ ଭାବେ  ଯେଉଁ ସେବା କରୁଛ ବ୍ୟକ୍ତିଗତ ସ୍ତରରେ ମଧ୍ୟ ସେବା କର। ସମାଜ ଯେତେବେଳେ ତୁମର ସାହାର୍ଯ୍ୟ ଆବଶ୍ୟକତା ଅନୁଭବ କରୁଛି ସେତେବେଳେ ତୁମେ ଗୋଷ୍ଠୀଗତ ହେଉ କିମ୍ବା ବ୍ୟକ୍ତଗତ ସ୍ତରରେ ମଧ୍ୟ ସମାଜକୁ ସେବା ଯୋଗାଇ ଦିଅ। ସେବା ହେଉଛି ତିନି ପ୍ରକାରର।  ଗୋଟିଏ ମାନସିକ, ଦ୍ୱିତୀୟ ଶାରୀରିକ, ତୃତୀୟ ଆର୍ଥିକ। ଯେତେବେଳେ ଯେଉଁ ସମୟରେ ଯାହାକୁ ଯେଉଁ ପ୍ରକାରର ସାହାର୍ଯ୍ୟ ଦରକାର ଆମେ ଆମର ସାମର୍ଥ୍ୟ ଅନୁଯାୟୀ ସାହାର୍ଯ୍ୟ  କରିବା।

ତାହେଲେ ଯାଇ ଆମେ ସମାଜରେ ଗୋଟେ ମାନ୍ୟଗଣ୍ୟ ଓ ପୂଜ୍ୟ ବ୍ୟକ୍ତି ହୋଇପାରିବ ବୋଲି ଅଜିତ କହିଥିଲେ। ଯୋଜନା ଅଧିକାରୀ ବି ପ୍ରଧାନ ସଭାକୁ ସଂଯୋଜନା କରିଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପଞ୍ଚାନନ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତ ଶିକ୍ଷକ ପଦ୍ମନାଭ ତ୍ରୀପାଠୀ, ଅଧ୍ୟାପିକା ମାମାଲି ନାୟକ, ଶିକ୍ଷକ ରୋସନ କୁମାର ଗୌଡ, ସୁଧାଂଶୁ କୁମାର ଦାସ, ଗଣେଶ ପ୍ରଧାନ, ଶିକ୍ଷୟିତ୍ରୀ ମାମି ବେହେରା, ସ୍ବପ୍ନ ରାଣୀ ନାୟକ, ଅର୍ପିତା ପ୍ରଧାନ, ବିଷ୍ଣୁପ୍ରୀୟା ପ୍ରଧାନ, ସାଲୁ ବିଶାଳ, ଚିନ୍ମୟୀ ସାମଲ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ସେହିଭଳି ଶାଖା ୨ ଛାତ୍ରୀମାନେ ଛେଦାଭୂମି ରୋଡରେ ଶୋଭାଯାତ୍ରା କରିବା ସହ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ନିଶା ନିବାରଣ ଉପରେ ସଚେତନ କରାଇଥିଲେ। ଯୋଜନା ଅଧିକାରୀଣୀ ସସ୍ମିତା କୁମାରୀ

Dharitri – Odisha’s No.1 Odia Daily

ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

ଗୋଛାବାଡ଼ି ଆଶ୍ରମରେ ନନ୍ଦୋତ୍ସବ: ବିଧାୟକ ପ୍ରଦ୍ୟୁମ୍ନ ନାୟକ ଯୋଗଦେଇ ଶ୍ରଦ୍ଧାଳୁଙ୍କୁ…

ଜଗନ୍ନାଥପ୍ରସାଦ,୫ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଗୋଛାବାଡ଼ି ଗ୍ରାମସ୍ଥିତ ଶ୍ରୀ ଗୌରାଙ୍ଗ ରାଧାକୃଷ୍ଣ ଆଶ୍ରମ ପରିସରରେ ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri