ଚିନ୍ତାରେ ଛାତ୍ରୀଙ୍କ ସମ୍ମାନ, ସୁରକ୍ଷା

ଯାଜପୁର,୧୬ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ୧୦ ବ୍ଲକର ୯୦ ସରକାରୀ ଅନୁଦାନପ୍ରାପ୍ତ ଓ ଆବାସିକ ବିଦ୍ୟାଳୟରେ ଏଯାଏ ବାଳିକାମାନଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ବତନ୍ତ୍ର ଶୌଚାଳୟ ନିର୍ମାଣ ହୋଇପାରିନାହିଁ। ଏଥିରୁ ଛାତ୍ରୀମାନଙ୍କ ସୁରକ୍ଷା ଏବଂ ସମ୍ମାନ ପ୍ରତି ସରକାର କେତେ ଯତ୍ନବାନ ତାହା ସ୍ପଷ୍ଟ ହେଉଛି। ଅଧିକାଂଶ ସ୍କୁଲରେ ପାଇଖାନା ଥିଲେ ମଧ୍ୟ ତାହା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ଏବେ ବି ସ୍କୁଲ ପିଲାମାନେ ବାହାରେ ମଳମୂତ୍ର ତ୍ୟାଗ କରୁଥିବା ଦେଖିବାକୁ ମିଳିଛି। ସମସ୍ତ ସ୍କୁଲରେ ଏଯାଏ ଜଳଯୋଗାଣ ବ୍ୟବସ୍ଥା ହୋଇ ପାରି ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ଅନେକ ଶିକ୍ଷାଗତ ସମସ୍ୟାଗୁଡ଼ିକୁ ଉପଲବ୍ଧି କରି ଉଚ୍ଚ କର୍ତ୍ତୃପକ୍ଷ ବାରମ୍ବାର ତାଗିଦ କରୁଥିଲେ ହେଁ କିଛି ସୁଫଳ ମିଳି ପାରି ନ ଥିବା ଅଭିଯୋଗ ହେଉଛି।
ଯାଜପୁର ଜିଲାର ସମସ୍ତ ସ୍କୁଲରେ ଶୌଚାଳୟ ଓ ଜଳଯୋଗାଣ ବ୍ୟବସ୍ଥା କରିବାକୁ ସରକାରୀ ଓ ବେସରକାରୀସ୍ତରରେ ବହୁ କୋଟି ଟଙ୍କା ଅନୁଦାନ ଆସୁଛି। ବିଶେଷକରି ବାଳିକାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଶୌଚାଳୟ ନିର୍ମାଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ହେଲେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋବୃତ୍ତି ଓ ଆନ୍ତରିକତାର ଅଭାବ ଯୋଗୁ ଯୋଜନା ବିଫଳ ହୋଇଛି ବୋଲି ଚର୍ଚ୍ଚା ହେଉଛି। ବିଶେଷକରି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସୁରକ୍ଷା ଦୃଷ୍ଟିରୁ ଶୌଚାଳୟ ନିର୍ମାଣ ଓ ସେଥିରେ ଜଳଯୋଗାଣ ବ୍ୟବସ୍ଥାକୁ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହିକ୍ରମରେ ଯାଜପୁର ଜିଲାର ୨ ପୌରାଞ୍ଚଳ ଓ ୧୦ ବ୍ଲକ ଅଧୀନ ୨୧୦୫ ସ୍କୁଲରେ ଶତପ୍ରତିଶତ ପାଇଖାନା ନିର୍ମାଣ କରି ସେଥିରେ ଜଳଯୋଗାଣ ବ୍ୟବସ୍ଥା କରିବାକୁ ୨୦୧୫ ଜୁଲାଇରେ ନିଷ୍ପତ୍ତି ହୋଇଥିଲା। ଏହିକ୍ରମରେ ଏମ୍‌ସିଏଲ୍‌ ଅନୁଦାନ ବ୍ୟତୀତ ସରକାରୀ ଯୋଜନା ପାଣ୍ଠିରେ ପ୍ରାୟ ସ୍କୁଲରେ ଶୌଚାଳୟ ନିର୍ମାଣ ହୋଇଛି। ହେଲେ ଅଧିକାଂଶ ଶୌଚାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। କେତେକ ପାଇଖାନାର କବାଟ ଝରକାରେ ଉଇହୁଙ୍କା ଲାଗି ନଷ୍ଟ ହେବାକୁ ବସିଛି। ପାଇଖାନାର ଭିତର ଅଂଶରେ ଲଟାବୁଦା ମାଡ଼ିଯାଇଛି। ଏଭଳିସ୍ଥିତିରେ ପିଲାମାନେ ବାହାରେ ଶୌଚ କରିବାକୁ ବାଧ୍ୟ ହେଉଛନ୍ତିି। ଏବେ ବାଳିକାମାନଙ୍କ ସମ୍ମାନ ଦୃଷ୍ଟିରୁ ଶୌଚାଳୟ ନିହାତି ଆବଶ୍ୟକ ବୋଲି ସରକାରୀ ଅଧିକାରୀମାନଙ୍କ ମଧ୍ୟରେ ଚେତା ପଶିଛି। ଏହା କେବଳ ସୁପ୍ରିମକୋର୍ଟରେ ହୋଇଥିବା ପିଆଇଏଲ ନମ୍ବର ୧୦୦୦/୨୦୨୨ ମାମଲାର ଅନୁପାଳନ ନିର୍ଦ୍ଦେଶ ପରେ ସମ୍ଭବ ହୋଇଛି। ଏହା ପୂର୍ବରୁ ଛାତ୍ରୀମାନଙ୍କ ସୁରକ୍ଷା ଏବଂ ସମ୍ମାନ ପ୍ରତି କାହାରି ଆନ୍ତରିକତା ନ ଥିଲା ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଯାଜପୁର ସମଗ୍ର ଶିକ୍ଷା କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ବଡ଼ଚଣା ବ୍ଲକର ୭, ବରୀର ୧୧, ବିଞ୍ଝାରପୁରର ୬, ଦାନଗଦିର ୩, ଦଶରଥପୁରର ୯, ଧର୍ମଶାଳାର ସର୍ବାଧିକ ୨୬, ଯାଜପୁରର ୮, କୋରେଇର ୧୩, ରସୁଲପୁରର ୩ ଏବଂ ସୁକିନ୍ଦା ବ୍ଲକର ୪ ସରକାରୀ ସ୍କୁଲରେ ଛାତ୍ରୀମାନଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ନିର୍ମାଣ ହୋଇପାରିନାହିଁ। ତେବେ ସୁପ୍ରିମକୋର୍ଟଙ୍କ ଅନୁପାଳନ ନିର୍ଦ୍ଦେଶ ପରେ ଯାଜପୁର ଜିଲା ସମଗ୍ର ଶିକ୍ଷା ବିଭାଗ ତତ୍ପରତା ପ୍ରକାଶ କରିଥିବା ଜଣାପଡ଼ିଛି। ଜିଲା ପ୍ରକଳ୍ପ ସଂଯୋଜକ(ଡିପିସି) ନିବେଦିତା ପାଣି ସମସ୍ତ ବିଡିଓଙ୍କୁ ସିଏଫ୍‌ସି, ଏସ୍‌ଏଫ୍‌ସି, ଏମଏଲ୍‌ଏ ଲାଡ୍‌, ଏମ୍‌ପି ଲାଡ ଇତ୍ୟାଦି ପାଣ୍ଠିରୁ ଛାତ୍ରୀମାନଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ନିର୍ମାଣ କରିବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

ଟୁକୁନୀଙ୍କ ମନ୍ତବ୍ୟକୁ ନେଇ ପଦ୍ମପୁରରେ ଝଡ଼

ପଦ୍ମପୁର, ୨୮ା୪(ପ୍ରଦୀପ୍ତ ଦାଶ)ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ପ୍ରାର୍ଥତ୍ନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri