ଛାତ୍ରୀଛାତ୍ରଙ୍କ ଅଜାଣତରେ ଶିକ୍ଷା ଋଣ ଅଭିଯୋଗ

ଭବାନୀପାଟଣା,୩୦୪(ଉତ୍ତମ କୁମାର ଦାଶ): ତଫସିଲଭୁକ୍ତ ଜାତି(ଏସ୍‌ସି) ଏବଂ ତଫସିଲଭୁକ୍ତ ଜନଜାତି(ଏସ୍‌ଟି) ଛାତ୍ରୀଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ସରକାର ଆର୍ଥିକ ସହାୟତା ଦେଉଛନ୍ତି। ଏହାଦ୍ବାରା ସେମାନେ ପାଠପଢ଼ା ପ୍ରତି ଆକୃଷ୍ଟ ହୋଇ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରିବେ। ହେଲେ ଭବାନୀପାଟଣା ଉଦିତ ନାରାୟଣପୁରସ୍ଥିତ କଳାହାଣ୍ଡି ସ୍କୁଲ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (କେଏସ୍‌ଇଟି)ର ଏସ୍‌ସି ଏସ୍‌ଟି ପିଲାଙ୍କୁ ମିଳୁଥିବା ଟଙ୍କା ହଡ଼ପ କରାଯାଇଥିବା ନେଇ ସଙ୍ଗୀନ ଅଭିଯୋଗ ଆସିଛି। ଛାତ୍ରୀଛାତ୍ରଙ୍କ ଅଜଣାତରେ ଶିକ୍ଷାଋଣ କରାଯାଇ ଟଙ୍କା ଉଠାଯାଇଥିବା, ଅଧିକାଂଶ ପିଲା ହଷ୍ଟେଲରେ ରହୁଥିବା ଦର୍ଶାଇ ମିଳୁଥିବା ସରକାରୀ ସହାୟତା ଅର୍ଥ ଉଠାଣ ହୋଇଥିବା ନେଇ କେତେଜଣ ଛାତ୍ରୀଛାତ୍ର ମଙ୍ଗଳବାର କେଏସ୍‌ଇଟିର ଅଧ୍ୟକ୍ଷା ଓ ନିର୍ଦ୍ଦେଶକଙ୍କ ନାମରେ ଅଭିଯୋଗ ଆଣି ଏସ୍‌ପିଙ୍କୁ ଫେରାଦ ହୋଇଛନ୍ତି।
ଛାତ୍ରୀଛାତ୍ରଙ୍କ ଅଭିଯୋଗ ଅନୁଯାୟୀ, କଳାହାଣ୍ଡି କେଏସ୍‌ଇଟିରେ ଅଧ୍ୟୟନ କରୁଥିବା ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ସରକାର ବାର୍ଷିକ ୩୬, ୫୦୦ ଟଙ୍କା ଦେଉଛନ୍ତି। ଏହି କଲେଜରେ ଏସ୍‌ସି ଏସ୍‌ଟି ପିଲାଙ୍କ ଇଂଜିନିୟରିଂ ଡିପ୍ଲୋମା ପାଇଁ ବାର୍ଷିକ ୨୬, ୫୦୦ ଟଙ୍କା ଫି’ ଥିବାବେଳେ ସ୍କୁଲ କର୍ତ୍ତୃପକ୍ଷ ସମସ୍ତ ୩୬, ୫୦୦ ଟଙ୍କା ଉଠାଇଥିବା ଛାତ୍ରୀଛାତ୍ର ଜାଣିବାକୁ ପାଇଥିଲେ। ପିଲାମାନେ ହଷ୍ଟେଲରେ ରହୁଥିବା ଦର୍ଶାଇ ସମସ୍ତ ଟଙ୍କା ଉଠାଇ ନିଆଯାଇଛି। କଲେଜ କର୍ତ୍ତୃପକ୍ଷ ପିଲାଙ୍କ ପାଇଁ ଆସୁଥିବା ସରକାରୀ ସହାୟତା ଅର୍ଥ ଉଠାଇବା ସହ ସେମାନଙ୍କ ନାମରେ ଶିକ୍ଷାଋଣ ମଧ୍ୟ ଉଠାଇଛନ୍ତି। ସେହିପରି ମାଗଣାରେ ଉଚ୍ଚଶିକ୍ଷା ପାଉଥିବାରୁ ପିଲା ଓ ସେମାନଙ୍କ ଅଭିଭାବକ କାଗଜପତ୍ରରେ ଦସ୍ତଖତ କରୁଥିଲେ ବୋଲି ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି। ଏବେ ବ୍ୟାଙ୍କ ଓ କୋର୍ଟ ନୋଟିସ ପାଇବା ପରେ ପିଲାଙ୍କ ପରିବାର ଲୋକେ ସ୍କୁଲ କର୍ତ୍ତୃପକ୍ଷଙ୍କ ଚଞ୍ଚକତା ଜାଣିପାରିଥିଲେ ବୋଲି ଛାତ୍ରୀଛାତ୍ର ପ୍ରକାଶ କରିଛନ୍ତି। ନବରଙ୍ଗପୁର ଜିଲାର ଚାଟିଗୁ ପାର୍ଥ ବେପାରୀ, କଳାହାଣ୍ଡି ଜିଲା କେଗାଁ ଥାନା ବୋର୍ଡାର ପ୍ରଦୀପ କୁମାର ଯାନୀ, କୁଟୁରାବାହାଲି ଗ୍ରାମର ଅଶୋକ କୁମାର ବାଗ, ଭବାନୀପାଟଣା ସଦର ଥାନା ହଲଦିଗଡ଼ର ଜୟଦେବ ବାଗ, ଗୋଲାମୁଣ୍ଡା ଥାନା ଗୁଦୁ ଡୁଗୁମାର ଜୟନ୍ତୀ ସାଗର ପ୍ରମୁଖ ଛାତ୍ର ସେମାନଙ୍କ ନାମରେ ଶିକ୍ଷାଋଣ କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଏପରି ପ୍ରାୟ ୪୦ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ରଙ୍କ ନାମରେ ଏଭଳି କରାଯାଇଥିବା ଏହି ଛାତ୍ରମାନେ ପ୍ରକାଶ କରିଛନ୍ତି। କେଏସ୍‌ଇଟିରେ ପ୍ରାୟ ୭୭୦ ଇଞ୍ଜିନିୟରିଂରେ ଡିପ୍ଲୋମା ପଢୁଥିବାବେଳେ ଏଏନ୍‌ଏମ୍‌ ୬୦ ଜଣ ପଢୁଥିବା ଜଣାପଡ଼ିଛି। ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷା ଶୁଭଶ୍ରୀ ତ୍ରିପାଠୀଙ୍କୁ ପଚାରିବାରୁ ସେ ଛୁଟିରେ ଅଛନ୍ତି। ଅଧ୍ୟକ୍ଷା ଋଣ ଦିଅନ୍ତି ନାହିଁ, ବ୍ୟାଙ୍କ ଋଣ ଦିଏ ଓ ଶାଖା ପରିଚାଳକ ଏହାର ଯାଞ୍ଚ କରନ୍ତି। କେତେଜଣ ଲୋକ ବଦନାମ କରିବାକୁ ତାଙ୍କୁ ଏଭଳି ହାରାସ୍‌ମେଣ୍ଟ କରୁଥିବା ସେ କହିଛନ୍ତି। କଲେଜ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ମିଶ୍ରଙ୍କୁ ତାଙ୍କ ଫୋନ ନମ୍ବର ୯୪୩୭୦୯୧୦୯୨ରେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ରିସିଭ ନ କରିବାରୁ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

CJP ଆନ୍ଦୋଳନକୁ ନେଇ ମମତାଙ୍କ ବଡ଼ ଘୋଷଣା, ବିରୋଧୀ ହେଲେ କାବା!

ନୂଆଦିଲ୍ଲୀ,୨୧।୭: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (TMC) ପ୍ରମୁଖ ମମତା ବାନାର୍ଜୀ ଦଳର ବିଦ୍ରୋହୀ ନେତାମାନଙ୍କ ଉପରେ ଏପର୍ଯ୍ୟନ୍ତର ସବୁଠାରୁ କଡ଼ା ଆକ୍ରମଣ କରିଛନ୍ତି। ସେ ସ୍ପଷ୍ଟ ଶବ୍ଦରେ…

ଆସିଲା ଆଜ୍ଞାମାଳ: ରଥ ନେବ ଦକ୍ଷିଣ ମୋଡ଼

ପୁରୀ,୨୧ା୭: ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଲୀଳାଖେଳା ସାରି ବାହୁଡ଼ାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ ଦାରୁଦିଅଁ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ରହିଥିବା…

ଭିଟାମାଟି ଛାଡ଼ିଲେ ନାହିଁ ଗ୍ରାମବାସୀ: ଅସ୍ତ୍ର ଶସ୍ତ୍ର ପୂଜାର୍ଚ୍ଚନା କରି ନେଲେ ଶପଥ, ପ୍ରଶାସନ ନାକେଦମ

ବଲାଙ୍ଗୀର, ୨୧।୭ ( ସୁନିଲ କୁମାର ମହାନ୍ତି): ଲୋୟର ସୁକତେଲ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ସକାଳୁ ଜିଲା ପ୍ରଶାସନ ପକ୍ଷରୁ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ…

ଆନ୍ଦୋଳନ ଭିତରେ ବଡ଼ ଖବର: କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ମାନିନେଲେ ୨ ଦାବି…

ନୂଆଦିଲ୍ଲୀ,୨୧।୭: କକରୋଚ ଜନତା ପାର୍ଟି (CJP) ର ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ମଙ୍ଗଳବାର ଦିନ ବହୁ ସଂଖ୍ୟାରେ ଭାରତ-ଆମେରିକା ମଧ୍ୟରେ ପ୍ରସ୍ତାବିତ ଟ୍ରେଡ୍ ଡିଲ୍ (ବ୍ୟବସାୟିକ ଚୁକ୍ତି)…

ବିଜୟଙ୍କ ଶେଷ ଚଳଚ୍ଚିତ୍ର ନୁହେଁ ‘ଜନ ନାୟକନ’! ମୁଖ୍ୟମନ୍ତ୍ରୀ ହେବା ପରେ ବି ଜାରି ରହିବ ଅଭିନୟ? ସସପେନ୍ସ ବଢାଇଲେ…

ମୁମ୍ବାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଅଭିନେତା ଥଲାପତି ବିଜୟଙ୍କ ଚଳଚ୍ଚିତ୍ର ‘ଜନ ନାୟକନ’ ଉପରେ ଦୀର୍ଘ ସମୟରୁ କଟକଣା ଲାଗି ରହିଥିଲା। ଏହି ଚଳଚ୍ଚିତ୍ରଟି ଏହି ବର୍ଷ…

୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ 

ସୁନ୍ଦରଗଡ/ କୁଆଁରମୁଣ୍ଡା,୨୧।୭(ଜୟ ନାରାୟଣ ମେଣ୍ଡୁଳି/ ମହେନ୍ଦ୍ର କୁମାର ସାହୁ ): ସୁନ୍ଦରଗଡ ଜିଲା କୁଆରମୁଣ୍ଡା ତହସିଲ ଅଧୀନ କଲୋସିହିରା ସର୍କଲର ରାଜସ୍ୱ ନିରୀକ୍ଷକ ଲାଞ୍ଚ ନେଉଥିବା ବେଳେ…

ଭିସୁଟ୍‌ରେ ତେଜୁଛି ଛାତ୍ର ଆନ୍ଦୋଳନ: ହଷ୍ଟେଲ ସମସ୍ୟା-ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ର ବ୍ୟାପକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟ ଓ ଛାତ୍ରାବାସରେ ଦେଖାଦେଇଥିବା ବିଭିନ୍ନ…

ରାସ୍ତାରେ ପଡ଼ିଲା ଗଛ: ରାଇକିଆ–କ. ନୂଆଗାଁ ରାସ୍ତାରେ ଦୁଇ ଘଣ୍ଟା ବସ୍ ଚଳାଚଳ ବନ୍ଦ

ରାଇକିଆ, ୨୧।୮ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ରାଇକିଆ–କ. ନୂଆଗାଁ ମୁଖ୍ୟ ରାସ୍ତାରେ ଏକ ବଡ଼ ଗଛ ପଡ଼ିଯିବା ଯୋଗୁ ପ୍ରାୟ ଦୁଇ ଘଣ୍ଟା ଧରି ବସ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri