କେନ୍ଦ୍ର ବଦଳାଇପାରିବେ ଛାତ୍ରୀଛାତ୍ର

ଭୁବନେଶ୍ୱର, ୨୪।୩(ବ୍ୟୁରୋ): କୋଭିଡ୍‌-୧୯ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ପରୀକ୍ଷାକେନ୍ଦ୍ରରେ ପରିବର୍ତ୍ତନ କରିବାକୁ ଅନୁମତି ଦେଇଛନ୍ତି। କେତେଜଣ ପିଲା ସେମାନଙ୍କ ପରିବାର ସହିତ ଅନ୍ୟ ସହର ବା ଦେଶକୁ ଯାଇଛନ୍ତି। ତେଣୁ ଯେଉଁଠାରୁ ଛାତ୍ରୀଛାତ୍ରମାନେ ବୋର୍ଡ ପରୀକ୍ଷା ପାଇଁ ପଞ୍ଜୀକୃତ ହୋଇଥିଲେ ସେମାନେ ପରୀକ୍ଷା ଦେବା ପାଇଁ ଅସମର୍ଥ ବୋଲି ବୋର୍ଡ ନଜରକୁ ଆସିଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ପରୀକ୍ଷାକେନ୍ଦ୍ରରେ ପରିବର୍ତ୍ତନକୁ ଅନୁମତି ଦେବା ପାଇଁ ସିବିଏସ୍‌ଇ ନିଷ୍ପତ୍ତି ନେଇଛି। ଏ ନେଇ ସିବିଏସ୍‌ଇ ସମସ୍ତ ଅନୁବନ୍ଧିତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖି ଜଣାଇଛି। ଯେଉଁ ଛାତ୍ରୀଛାତ୍ରମାନେ ପରୀକ୍ଷାକେନ୍ଦ୍ର ପରିବର୍ତ୍ତନ କରାଇବାକୁ ଚାହୁଁଛନ୍ତି ସେମାନେ କେଉଁଠି ପରୀକ୍ଷା ଦେବେ ଏ ନେଇ ନିଜ ବିଦ୍ୟାଳୟକୁ ସୂଚନା ଦେବେ। ଏହାପରେ ବିଦ୍ୟାଳୟ ପକ୍ଷରୁ ସିବିଏସ୍‌ଇ ଓ୍ବେବ୍‌ସାଇଟ୍‌ରେ ତଥ୍ୟ ଦାଖଲ କରାଯିବ। ଜଣେ ପରୀକ୍ଷାର୍ଥୀ ଚାହିଁଲେ ଥିଓରି ଓ ପ୍ରାକ୍ଟିକାଲ ଉଭୟ ପରୀକ୍ଷା ପାଇଁ ପରୀକ୍ଷାକେନ୍ଦ୍ର ପରିବର୍ତ୍ତନ କରିପାରିବେ। କିନ୍ତୁ ଗୋଟିଏ ସହରରେ ତାଙ୍କୁ ଏହି ପରୀକ୍ଷାକେନ୍ଦ୍ର ବାଛିବାକୁ ପଡ଼ିବ। ତେବେ ଥରେ ସ୍କୁଲରୁ ବୋର୍ଡକୁ ଅନୁରୋଧ ଦାଖଲ ହୋଇଗଲେ ଆଉ ସେଥିରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ। ଏ ନେଇ ଛାତ୍ରୀଛାତ୍ର ଆସନ୍ତା ୨୫ତାରିଖ ମଧ୍ୟରେ ସ୍କୁଲକୁ ଜଣାଇବେ। ବିଦ୍ୟାଳୟଗୁଡ଼ିକ ୩୧ତାରିଖ ସୁଦ୍ଧା ଛାତ୍ରୀଛାତ୍ରଙ୍କ ଅନୁରୋଧ ପ୍ରସ୍ତାବକୁ ସିବିଏସ୍‌ଇ ବୋର୍ଡରେ ଦାଖଲ କରିବେ। ଏହି ନିୟମରୁ ବାହାରେ କୌଣସି ଅନୁରୋଧ ଆସିଥିଲେ ତାକୁ ଗ୍ରହଣ କରାଯିବ ନାହିଁ ବୋଲି ସିବିଏସ୍‌ଇ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ: ଫେରାର ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୯।୨(ବ୍ୟୁରୋ): ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ଥିବା ଅଭିଯୁକ୍ତଙ୍କୁ ଇନଫୋସିଟି ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ...

୧୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୮।୧୦(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୧୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯୭୪ କୁ ବୃଦ୍ଧି ହୋଇଛି। ଏ...

ଫନୀ କ୍ଷତିଗ୍ରସ୍ତ ସ୍କୁଲ ସ୍ଥିତିର ସମୀକ୍ଷା ପ୍ରତି ବ୍ଲକରେ ହେବ ମଡେଲ ହାଇସ୍କୁଲ

ପୁରୀ ଅଫିସ, ୮ା୧୨: ବାତ୍ୟା ଫନୀରେ ପୁରୀ ଜିଲାରେ ବହୁ ସ୍କୁଲ କ୍ଷତିଗ୍ରସ୍ତ ହୋଇଥିଲା। ସେହି ସ୍କୁଲଗୁଡ଼ିକର ବର୍ତ୍ତମାନ ସ୍ଥିତି ଏବଂ କ’ଣ ଆବଶ୍ୟକତା ରହିଛି...

ଆଜି ଆଉ ୮ ମୁଣ୍ଡ ନେଲା କରୋନା: ଅଛନ୍ତି ୨ ବୃଦ୍ଧ, ୬ କମ୍‌ ବୟସ୍କ ବ୍ୟକ୍ତି

ଭୁବନେଶ୍ୱର,୬।୯(ବ୍ୟୁରୋ): ରାଜ୍ୟରେ ଆଉ ୮ ମୁଣ୍ଡ ନେଇଛି କରୋନା। ସେମାନଙ୍କ ମଧ୍ୟରେ ଭୁବନେଶ୍ୱରର ଜଣେ ୪୮ ବର୍ଷୀୟ ବ୍ୟକ୍ତି, ଗଞ୍ଜାମର ଜଣେ ୪୮ ବର୍ଷୀୟ ବ୍ୟକ୍ତି,...

କେନ୍ଦ୍ରରେ ପହଞ୍ଚିନି ବିଧାନ ପରିଷଦ ସଂକଳ୍ପ

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ଓଡ଼ିଶାରେ ବିଧାନ ପରିଷଦ ଗଠନ ସମ୍ପର୍କିତ କୌଣସି ସଂକଳ୍ପ କେନ୍ଦ୍ର ସରକାରଙ୍କ ହସ୍ତଗତ ହୋଇନାହିଁ। ଏଭଳି କିଛି ସଂକଳ୍ପ କେନ୍ଦ୍ର ପାଖରେ ପହଞ୍ଚି ନାହିଁ...

ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି ସରକାର: ଭାଜପା

ଭୁବନେଶ୍ୱର, ୪।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ନାରୀ ସୁରକ୍ଷା କେବଳ ସ୍ଲୋଗାନରେ ସୀମିତ ା ବିଜେଡି ଶାସନରେ ‘କ୍ରିମିନାଲାଇଜେଶନ ଇନ୍‌ ପଲିଟିକ୍ସ’ କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି...

ହାଏରେ ବିଧାତା: ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବଡ଼ ପୁଅ ବି କରୋନାରେ ଚାଲିଗଲେ

ଭୁବନେଶ୍ୱର,୨୦।୫(ବ୍ୟୁରୋ): ବିଧିର ବିଧାନ ବଡ଼ ବିଚିତ୍ର। ଦଇବ ଦାଉ ସାଧିଲା। ଗୋଟିଏ ପରିବାରରୁ ଆଗପଛ ହୋଇ ବାପା ଏବଂ ୨ ପୁଅଙ୍କୁ ନେଇଯାଇଛି କରୋନା। ୧୨ଦିନ...

ଯୋରନ୍ଦା, କପିଳାସ, ସପ୍ତଶଯ୍ୟାର ହେବ ବିକାଶ

ଢେଙ୍କାନାଳ ଅଫିସ, ୧୧।୨ ବିଶ୍ୱ ପ୍ରସିଦ୍ଧ ମାଘମେଳା ଅବସରରେ ଯୋରନ୍ଦାସ୍ଥିତ ମହିମା ଗାଦି ଧୁନି ମନ୍ଦିର ସମ୍ମୁଖରେ ସୋମବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି ୩ୟ ମହିମା...

Advertisement
Archives

Model This Week