ଛାତ୍ରୀନିବାସରୁ ଛାତ୍ରୀଙ୍କ ମୃତଦେହ ଜବତ ଘଟଣା , ସାଙ୍ଘାତିକ ଅଭିଯୋଗ ଆଣିଲେ ବାପା

ଭବାନୀପାଟଣା,୧୧ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ବରୀ ବିଦ୍ୟାଳୟର ଇନ୍ଦ୍ରାବତୀ ଛାତ୍ରୀନିବାସ ଗାଧୁଆଘରୁ ଗତ ଡିସେମ୍ବର ୧୯ରେ ଯୁକ୍ତ ୨ ଛାତ୍ରୀ ତୋଫାଳି ନାଏକଙ୍କ ମୃତଦେହ ଜବତ ହୋଇଥିଲା। ଟାଉନ ଥାନା ପୋଲିସ ଘଟଣାର ଛାନ୍‌ଭିନ୍‌ କରି ଏହା ଆତ୍ମହତ୍ୟାଜନିତ ବୋଲି ଚାର୍ଜଶିଟ ପ୍ରସ୍ତୁତକରି ଚୁପ୍‌ ରହିଥିବାବେଳେ ତୋଫାଳିଙ୍କ ବାପା ରାମଚନ୍ଦ୍ର ନାଏକ ରାଗିଂ ଓ ନିର୍ଯାତନା ଯୋଗୁ ଝିଅର ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି। ପୂର୍ବରୁ ସେ କେଉଁଠି ନା କେଉଁଠି ସତ ଲୁଚି ଯାଉଥିବା ଅଭିଯୋଗ କରିଆସୁଛନ୍ତି। ଘଟଣା ରହସ୍ୟ ଘେରରେ ରହିଯିବା ସନ୍ଦେହରେ ମାନବାଧିକାର କମିଶନ ଏଥିରେ ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଥିଲେ। ଶେଷରେ ୮ମାସ ପରେ ଗତମାସରେ ରହସ୍ୟ ଉନ୍ମୋଚନ ପାଇଁ କ୍ରାଇମବ୍ରାଞ୍ଚ ମାମଲା ହାତକୁ ନେଇ ତଦନ୍ତ ଆରମ୍ଭ କରିଛି। ଗତ ଜୁଲାଇ ଦ୍ୱିତୀୟ ସପ୍ତାହରେ ୩ଦିନଧରି କ୍ରାଇମବ୍ରାଞ୍ଚର ୨ଜଣିଆ ଟିମ୍‌ କଳାହାଣ୍ଡିରେ ପହଞ୍ଚତ୍ ବିଭିନ୍ନ ସ୍ଥାନ ଗସ୍ତକରିବା ସହ ହଷ୍ଟେଲ ଯାଇ ପଚାରି ବୁଝିଥିଲେ। ଏପରି କି କେତେଜଣ ଛାତ୍ରୀଙ୍କୁ ପଚରାଉଚୁରା କରିବା ସହ ତୋଫାଳିଙ୍କ ବାପାଙ୍କୁ ଭେଟିଥିଲେ। ୨ ଅଧିକାରୀ ଯୁକ୍ତ ୨ ଅଧ୍ୟକ୍ଷଙ୍କୁ ଭେଟି ତୋଫାଳିଙ୍କ ଆଡ୍‌ମିଶନ ସମ୍ପର୍କିତ ଡକୁମେଣ୍ଟ ଓ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ନେଇ ଫେରିଯାଇଛନ୍ତି।
ଜିଲାର ଥୁଆମୂଳ ରାମପୁର ବ୍ଲକ୍‌ ବିରିକୋଟ ଗ୍ରାମର ତୋଫାଳି ନାଏକଙ୍କ ମୃତଦେହ ଇନ୍ଦ୍ରାବତୀ ଛାତ୍ରୀନିବାସର ଉପର ମହଲାର ଗାଧୁଆଘରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ସୁପରିଣ୍ଟେଣ୍ଡେଣ୍ଟ ଖବର ପାଇ ପୋଲିସ ଓ ବିଶ୍ୱବିଦ୍ୟାଳୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଘଟଣାସ୍ଥଳରେ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି, ରେଜିଷ୍ଟ୍ରାର ପ୍ରମୁଖଙ୍କ ସହ ପୋଲିସ ପହଞ୍ଚତ୍ଥିଲେ। ମୃତ ଛାତ୍ରୀଙ୍କ ପରିବାର ସଦସ୍ୟ ମଧ୍ୟ ପହଞ୍ଚତ୍ଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ ପାଇଁ ଛାତ୍ରୀନିବାସରୁ ହସ୍ପିଟାଲ ନିଆଯାଇଥଲା। ମୃତା ଛାତ୍ରୀଙ୍କ ବାପା କହିଛନ୍ତି, ଝିଅ ତା’ର ଜଣେ ସହପାଠୀଙ୍କ ମୋବାଇଲ ଆଣି ପୁଣି କିଛି ସମୟ ପରେ ଫେରାଇବା କଥା ଶୁଣୁଛି। ଆଉ ସେତିକି ଭିତରେ ସବୁକିଛି ଅଘଟଣ ଘଟିଥିବା ସନ୍ଦେହ ହେଉଛି। ମୋବାଇଲ ଆଣିବା ପୁଣି ଫେରାଇବା କଥାକୁ ଛାତ୍ରୀନିବାସ ସୁପରିଣ୍ଟେଣ୍ଡେଣ୍ଟ ମଧ୍ୟ ସ୍ବୀକାର କରିଛନ୍ତି। ଏହି ମୋବାଇଲ କ’ଣ କାଳ ହେଲା କି ବୋଲି ପ୍ରଶ୍ନ ଉଠୁଛି। ରାମଚନ୍ଦ୍ର ଝିଅ ସାଙ୍ଗରେ ସାରେ ଫୋନ୍‌ କରି କଥା ହୋଇଥିବା ଓ ସେତେବେଳେ ସେ ସାମାନ୍ୟ ବ୍ୟସ୍ତବିବ୍ରତ ରହିଥିଲା ବୋଲି କହିଛନ୍ତି। ପୋଲିସ ଆତ୍ମହତ୍ୟା କହୁଥିବାବେଳେ ପରିବାର ଲୋକେ ହତ୍ୟା ବୋଲି ଦାବି କରୁଛନ୍ତି। ଅନ୍ୟ ଛାତ୍ରୀଙ୍କ ଦ୍ୱାରା କିଛି ମାନସିକ ଚାପ ପଡୁଥିଲା ନା ଆଉ କିଛି ମୃତ୍ୟୁ ପଛର କାରଣ ତାହା କ୍ରାଇମବ୍ରାଞ୍ଚ ତଦନ୍ତରୁ ହିଁ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

କେତୁଙ୍କ ଗୋଚରରେ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନଯୋଗ ସହ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ବକ୍ରି ବା ଓଲଟା ଚଳନ କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପାଦରୁ ପ୍ରଥମ ପାଦକୁ ଗୋଚର କରିବାକୁ ଯାଉଛନ୍ତି। କେତୁଙ୍କର…

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?