କିସ୍‌ ହଷ୍ଟେଲ୍‌ରୁ ମିଳିଲା ଜଣେ ଛାତ୍ରଙ୍କ ମୃତଦେହ: ବଢୁଛି ସନ୍ଦେହ

ଭୁବନେଶ୍ୱର,୨୧।୨(ତ୍ରିନାଥ ମହାନ୍ତି):ଇନ୍‌ଫୋସିଟି ଥାନା ଅନ୍ତର୍ଗତ କିସ୍‌(କଳିଙ୍ଗ ଇନ୍‌ଷ୍ଟଚ୍ୟୁଟ୍‌ ଅଫ୍‌ ସୋସିିଆଲ ସାଇନ୍ସ)ରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଛାତ୍ର ହେଲେ ଚନ୍ଦନ ସବର। ତାଙ୍କ ଘର ନୂଆପଡ଼ାରେ ହୋଇଥିବାବେଳେ ସେ କିସ୍‌ରେ ଯୁକ୍ତ ୨ କଳାରେ ପାଠ ପଢୁଥିଲେ। ଖବରପାଇ ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନ ଥିବାବେଳେ ବ୍ୟକ୍ତିଗତ କାରଣ ପାଇଁ ସେ ଆମତ୍ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ଛାତ୍ର ମୃତ୍ୟୁ ଘଟଣାରେ ଡିସିପି ଜଗମୋହନ ମୀନା ନିଜେ ତଦାରଖ କରୁଛନ୍ତି। କିଭଳି ଏବଂ କେଉଁ ପରିସ୍ଥିତିରେ ଛାତ୍ରଙ୍କ ମୃତ୍ୟୁ ଘଟିଲା ଖୋଳତାଡ଼ କରାଯାଉଛି। ଆହୁରି ମଧ୍ୟ ମୃତ ଛାତ୍ରଙ୍କ ସହ ହଷ୍ଟେଲରେ ରହୁଥିବା ଅନ୍ୟ ପିଲାଙ୍କୁ ମଧ୍ୟ ପଚରାଉଚରା କରାଯାଉଛି।
ମିଳିଥିବା ସୂଚନା ଅନୁସାରେ, ଚନ୍ଦନ ଗତ କିଛି ଦିନ ହେବ ମାନସିକ ଚିନ୍ତାରେ ରହୁଥିଲେ। ସେ କାହାସହ କଥା ହେଉ ନ ଥିବାବେଳେ ସବୁବେଳେ ଗୁମ୍‌ସୁମ୍‌ ହୋଇ ରହୁଥିଲେ। ଶୁକ୍ରବାର ଅପରାହ୍ନରେ ହଷ୍ଟେଲ ରୁମ୍‌ରେ କେହି ନ ଥିବା ସମୟରେ ଚନ୍ଦନ ହଷ୍ଟେଲ ଭିତରେ ଝୁଲିପଡ଼ିଥିଲେ। ସନ୍ଧ୍ୟାରେ ସହପାଠୀ ହଷ୍ଟେଲକୁ ଫେରିବା ପରେ କବାଟ ଖୋଲିବାକୁ କହିଥିଲେ। ହେଲେ ସେ ନ ଖୋଲିବାରୁ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। କର୍ତ୍ତୃପକ୍ଷ ପୋଲିସକୁ ଫୋନ୍‌ କରିବା ପରେ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିଥିଲା। ଏନେଇ ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ କହିଛନ୍ତି ଯେ, ଜଣେ ଛାତ୍ର ଆମତ୍ହତ୍ୟା କରିଛନ୍ତି। ଆମେ ଏହାକୁ ଗୁରୁତର ସହ ନେଇ ତଦନ୍ତ କରୁଛୁ। କିଭଳି ଏବଂ କାହିଁକି ଛାତ୍ର ଆତ୍ମହତ୍ୟା କଲେ ତାହାର ତଦନ୍ତ କରାଯାଉଛି।

ସୂଚନାଯୋଗ୍ୟ, ୨୦୨୫ ଫେବୃଆରୀ ୧୬ରେ କିଟ୍‌ରେ ଜଣେ ନେପାଳି ବିଟେକ୍‌ ଛାତ୍ରୀ ହଷ୍ଟେଲ ରୁମ୍‌ରେ ଆମତ୍ହତ୍ୟା କରଥିବାବେଳେ ୨୦୨୫ ମେ ୧ରେ ଆଉ ଜଣେ ନେପାଳୀ ବିଟେକ୍‌ ଛାତ୍ର ଆମତ୍ହତ୍ୟା କରିଥିଲେ। ସେହିପରି ୨୦୨୫ ଡିସେମ୍ବର ୧ରେ ଛତିଶଗଡ଼ର ଜଣେ ବିଟେକ୍‌ ଛାତ୍ର ଆମତ୍ହତ୍ୟା କରିଥିବାବେଳେ ଡିସେମ୍ବର ଶେଷ ଆଡକୁ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅନ୍ୟ ଛାତ୍ରମାନେ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri