Posted inଖେଳ

ଏସିଆନ ବାସ୍କେଟବଲରେ ଅନନ୍ୟାଙ୍କୁ ଗୁରୁଦାୟିତ୍ୱ

ଭୁବନେଶ୍ୱର, ୧୦।୯ (କ୍ରୀଡ଼ା ପ୍ରତିନିଧି): ବାସ୍କେଟବଲ ଫେଡେରେଶନ ଅଫ ଇଣ୍ଡିଆ (ଏଫ୍‌ଆଇବିଏ) ଆନୁକୂଲ୍ୟରେ ବେଙ୍ଗାଲୁରୁଠାରେ ୧୮ ବର୍ଷରୁ କମ୍‌ ଏସିଆନ ମହିଳା ବାସ୍କେଟବଲ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାର ଅନନ୍ୟା ପଟ୍ଟନାୟକ ପରିସଂଖ୍ୟାନବିତ୍‌ଭାବେ ଦାୟିତ୍ୱ ତୁଲାଇବାର ସୌଭାଗ୍ୟ ପାଇଛନ୍ତି। ପ୍ରଥମ ଓଡ଼ିଆ ଭାବେ ସେ ଏହି ଦାୟିତ୍ୱ ପାଇଛନ୍ତି। ଭୁବନେଶ୍ୱରର ଅନନ୍ୟାଙ୍କ ମା’ ଭାଷା ପଟ୍ଟନାୟକ ଏବଂ ବାପା ଦିଗନ୍ତ କେଶରୀ ପଟ୍ଟନାୟକ। ସ୍କୁଲ କ୍ୟାରିୟରରେ ୧୦୦, ୨୦୦ ମିଟର ରେସ୍‌, ଓ ଲଙ୍ଗଜମ୍ପ ରେ ଭାଗ ନେଇଥିବା ଅନନ୍ୟା କବାଡି ଦଳର ଅଧିନାୟିକା ଥିଲେ। କଲେଜ କ୍ୟାରିୟରରେ ମଧ୍ୟ ସେ ବିଭିନ୍ନ ଆଥଲେଟିକ୍‌ ଓ ବାସ୍କେଟବଲ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି। ଗତ ୩ ଓ ୪ ତାରିଖରେ ଅନୁଷ୍ଠିତ ବାସ୍କେଟବଲ ପରିସଂଖ୍ୟାନବିତ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଏଫ୍‌ଆଇବିଏ ଲାଇସେନ୍ସ ହାସଲ କରିଥିଲେ ଏବଂ ୧୮ ବର୍ଷରୁ କମ୍‌ ଏସିଆନ ମହିଳା ବାସ୍କେଟବଲ ଚାମ୍ପିୟନଶିପ୍‌ରେ ଦାୟିତ୍ୱ ତୁଲାଇବା ପାଇଁ ମନୋନୀତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୋଲିଂ କୋଚ୍‌ ଭାବେ ଅଗରକରଙ୍କୁ ଚାହୁଁଛନ୍ତି ସିନିୟର ଖେଳାଳି

ମୁମ୍ବାଇ,୨୨।୨: ଭାରତୀୟ ଦଳର ବୋଲିଂ କୋଚ୍‌ ଭାବେ ପୂର୍ବତନ ଭାରତୀୟ ପେସର ଅଜିତ୍‌ ଅଗରକରଙ୍କୁ ନିଯୁକ୍ତ କରାଯାଉ ବୋଲି ସିନିୟର ଖେଳାଳି ଚାହୁଁଛନ୍ତି। ଏବେ ଟିମ୍‌...

୪ ଓଭରରେ ମାତ୍ର ୮ ରନ୍‌: ଉଇକେଟ ନ ନେଇ ବି ଚର୍ଚ୍ଚାରେ ଏହି ଭାରତୀୟ ବୋଲର୍‌

ଥିରୁଭାନନ୍ତପୁରମ୍‌,୨୯।୮: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜର ପ୍ରଥମ ମୁକାବିଲାରେ ୮ ଉଇକେଟରେ ବିଜେତା ହୋଇଛି ଟିମ୍‌ ଇଣ୍ଡିଆ। ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଯୋଗୁ...

ଏହି ଦଳ ଜିତିପାରେ ଟି୨୦ ବିଶ୍ୱକପ୍‌

ଅହମ୍ମଦାବାଦ,୧୧।୩ : ବିଶ୍ୱର ନଂ ୧ ଟି୨୦ ଦଳ ଇଂଲଣ୍ଡ ଚଳିତ ବର୍ଷ ହେବାକୁ ଥିବା ବିଶ୍ୱକପ୍‌ ଜିତିବା ପାଇଁ ଫେଭରାଇଟ୍‌ ବୋଲି କହିଛନ୍ତି ଟିମ୍‌...

ଭାରତୀୟ ଦଳର ଫିଲ୍ଡିଂ କୋଚ୍‌ ପାଇଁ ଆବେଦନ କଲେ ଜଣ୍ଟି ରୋଡ୍ସ

ମୁମ୍ବାଇ, ୨୫।୭ (ପି.ଟି.)- ଦକ୍ଷିଣ ଆଫ୍ରିକା ପୂର୍ବତନ କ୍ରିକେଟର୍‌ ତଥା ନବେ ଦଶକରେ ବିଶ୍ୱର ଶ୍ରେଷ୍ଠ ଫିଲ୍ଡର ବିବେଚିତ ହୋଇଥିବା ଜଣ୍ଟି ରୋଡ୍ସ ଭାରତୀୟ ଦଳର...

ଦ୍ୱିତୀୟ ଟି୨୦ରେ ଦକ୍ଷିଣ ଆଫ୍ରିକା ବିଜୟୀ

ଲାହୋର ୧୪ା୨: ସ୍ଥାନୀୟ ଗଦାଫି ଷ୍ଟାଡିୟମରେ ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ରେ ଦକ୍ଷିଣ ଆଫ୍ରିକା ୬ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦଳ ୩...

ମାତ୍ର ୪୦ ବଲ୍‌ରେ ଚୌକା-ଛକା ବର୍ଷା କଲେ ଏହି କ୍ରିକେଟର୍‌

ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ପୂର୍ବରୁ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ପାଇଁ ଏକ ଖୁସି ଖବର ଅଛ। ଦଳର ଅଲରାଉଣ୍ଡର ଲିଆମ ଲିଭିଙ୍ଗଷ୍ଟୋନ ଜବରଦସ୍ତ...

ପ୍ରଜ୍ୱଳନ ସମାରୋହ ସହ ଟୋକିଓରେ ମଶାଲ ରାଲି ଆରମ୍ଭ

ଟୋକିଓ,୧୦।୭(ଏପି): ଅଲିମ୍ପିକ୍‌ ମଶାଲ ରାଲି ଟୋକିଓରେ ପହଞ୍ଚିଛି। ଆୟୋଜକମାନେ ଶୁକ୍ରବାର ଏଥିପାଇଁ ଏକ ଜ୍ୟୋତି ଅନାବରଣ ତଥା ପ୍ରଜ୍ୱଳନ ଉତ୍ସବ ପାଳନ କରିଛନ୍ତି। ଏଥିସହ ଟୋକିଓରେ...

ରବି ଶାସ୍ତ୍ରୀ-ବିରାଟ କୋହଲିଙ୍କୁ ଏହି କ୍ଷେତ୍ରରେ ସର୍ବାଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି: ଭିଭିଏସ୍‌ ଲକ୍ଷ୍ମଣ

ନୂଆଦିଲ୍ଲୀ,୩୧।୭: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ପୂର୍ବତନ ଭାରତୀୟ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ଦଳକୁ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଷ୍ଟାର ସ୍ପୋଟ୍ସର ଶୋ’...

Advertisement
Archives

Model This Week