ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ପିଚୁରାସ୍ତା ନିର୍ମାଣ ପାଇଁ ଅଭିବାବକ ମହଲରେ ଦାବି

କେସିଙ୍ଗା,୧୦।୬(ତୁମେଶ୍ବର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଲଇତରା ଗ୍ରାମ ସ୍ଥିତ ମଶାଣିମୁଣ୍ଡା ଗ୍ରାମ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୨୦୧୬ -୧୭ ମସିହାରେ ଓଡିଶା ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି। ଏହି ବିଦ୍ୟାଳୟରେ ଷଷ୍ଠରୁ ପ୍ଲସ -୨ ଯାଏ ଖୋଲା ଯାଇଛି। ଏହି ବିଦ୍ୟାଳୟରେ ପ୍ରାୟ ୫୦୦ ଜଣ ଛାତ୍ରୀଛାତ୍ର ଅଧ୍ୟୟନରତ ଅଛନ୍ତି। କେସିଙ୍ଗା ବ୍ଳକର ବହୁ ଦୂରରୁ ବିଭିନ୍ନ ଗ୍ରାମରୁ ଛାତ୍ରୀଛାତ୍ରମାନେ ଅଧ୍ୟୟନ ପାଇଁ ଏହି କଚ୍ଚା ରାସ୍ତା ଦେଇ ଯିବାଆସିବା କରୁଛନ୍ତି।

କେସିଙ୍ଗା ବ୍ଳକର ଆଖପାଖ ଅଞ୍ଚଳରୁ ଛାତ୍ରୀଛାତ୍ରମାନେ ପ୍ରତ୍ୟେକ ଦିନ ସାଇକେଲ ଯୋଗେ ସ୍କୁଲକୁ ଯାଉଛନ୍ତି। ଅଭିଭାବକମାନେ ନିଜର ମୋଟର ସାଇକେଲରେ ଛୁଆମାନଙ୍କୁ ନେବା ଆଣିବା କରିଥାନ୍ତି। ବିଜେଡି ସରକାର ଅମଳରେ ୫ଟି ରୂପାନ୍ତରିତ ଯୋଜନାରେ ସାମିଲ କରାଯାଇ ଅନେକ ବିଲ୍ଡିଙ୍ଗ ସମେତ ଅନେକ ଭିତ୍ତିଭୂମିର କାର୍ଯ୍ୟ କରାଯାଇଛି ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ବିଲ୍ଡିଙ୍ଗ କାମ ଚାଲୁଥିବା ଦେଖିବାକୁ ମିଳୁଛି।ବହୁତ କିଛି ଭିତ୍ତିଭୂମିର ବିକାଶ ହେଉଥିଲେ ମଧ୍ୟ ଦୀର୍ଘ ୮ ବର୍ଷ ପରେ ଆରଡି ରାସ୍ତାଠାରୁ ପ୍ରାୟ ଏକରୁ ଦେଢ କିଲୋମିଟର ମାଟି ରାସ୍ତା ରହିଛି। ବର୍ଷା ଋତୁରେ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଯିବା ଆସିବା କରିଥାନ୍ତି। କଚା ରାସ୍ତା ହୋଇଥିବାରୁ କାଦୁଅ ପଚ ପଚ ରାସ୍ତାରେ ଅନେକ ସମୟରେ ଛୋଟ ବଡ଼ ସମସ୍ୟା ଉପୁଜୁଥିବା ଅଭିଯୋଗ ହୋଇଛି। ଏହି ରାସ୍ତାଦେଇ ଜିଲାପାଳଙ୍କ ସମେତ ବହୁ ଅଧିକାରୀ ସେହି ରାସ୍ତା ଦେଇ ଯିବା ଆସିବା କରୁଥିଲେ ମଧ୍ୟ କାହାର ଦୃଷ୍ଟି ପଡୁ ନ ଥିବା ଦୁଃଖର ବିଷୟ ବୋଲି ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି।

ବର୍ତ୍ତମାନ ଖରା ଛୁଟି ସରିବାକୁ ବସିଲାଣି ଆଉ କେଇଟା ଦିନ ପରେ ସ୍କୁଲ ଖୋଲିବା ସହିତ ବର୍ଷା ଋତୁ ମଧ୍ୟ ଆରମ୍ଭ ହୋଇଯିବ। ପୁଣି ଯୋଉ ସମସ୍ୟାକୁ ସେହି ସମସ୍ୟା ଉପୂଜିବ। ଛୁଟି ସମୟରେ ରାସ୍ତା କାମ କାହିଁକି କରାଗଲା ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବାବେଳେ କେବେ ସରକାରଙ୍କ ଦୃଷ୍ଟି ଏହି ଆଦର୍ଶ ବିଦ୍ୟାଳୟର ରାସ୍ତା ଉପରେ ପଡ଼ିବ ବୋଲି ଦାବି ହେଉଛି। ଏ ସଂକ୍ରାନ୍ତରେ ଆରଡ଼ି ବିଭାଗ ଏସଡ଼ି ଓ ଯଯାତି କେଶରୀ ଗଡ଼ନାୟକଙ୍କୁ ପଚାରିବାରୁ ସେହି ରାସ୍ତା ପାଇଁ ସର୍ଭେ କାମ କରାଯିବ। ତା’ପରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ଅର୍ଥ ମଞ୍ଜୁର ହେଲେ ପିଚୁ କାମ କରାଯିବ ବୋଲି ପ୍ରକାଶ କରିଥିଲେ। କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ୱାଇଁଙ୍କୁ ପଚାରିବାରୁ ଅଳ୍ପ ଦିନ ଭିତରେ ମିନି ଷ୍ଟାଡିୟମ ରୋଡ଼ଠାରୁ ଆଦର୍ଶ ବିଦ୍ୟାଳୟକୁ ସି ସି ରୋଡ଼ ହେବ ବୋଲି ମଧ୍ୟ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?