ଚଳନ୍ତା ବସ୍‌ରେ ଛାତ୍ରୀଙ୍କୁ ବଳାତ୍କାର

ଯାଜପୁର,୨୦ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଦଶରଥପୁର ଥାନା ଅଞ୍ଚଳର ଜଣେ ନାବାଳିକା ଛାତ୍ରୀ(୧୬)ଙ୍କୁ ରବିବାର ଚଳନ୍ତା ବସ୍‌ରେ ବଳାତ୍କାର କରାଯାଇଛି। ଭଦ୍ରକରୁ କୋଲକାତା ଯିବା ଏବଂ ଫେରିବା ବାଟରେ ବସ୍‌ର ସ୍ଲିପର ସିଟ୍‌ରେ ଛାତ୍ରୀଙ୍କୁ ବଳାତ୍କାର କରିଛନ୍ତି ତାଙ୍କ ଗ୍ରାମର ଦୟାନିଧି ଜେନା(୪୫)। ଏନେଇ ଛାତ୍ରୀଜଣକ ସୋମବାର ଦଶରଥପୁର ଥାନାରେ କରିଥିବା ଅଭିଯୋଗ ଆଧାରରେ ଅଭିଯୁକ୍ତ ଦୟାନିଧିଙ୍କ ନଁାରେ ଆଇପିସି ଦଫା ୩୭୬ ଏବଂ ପୋକ୍‌ସୋ ଆକ୍ଟର ବିଭିନ୍ନ ଦଫା ଅନୁଯାୟୀ ଏକ ମାମଲା (ନଂ. ୧୯୫/୨୩) ରୁଜୁ ହୋଇଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇ ପାରି ନ ଥିଲା। ଅଭିଯୁକ୍ତ ଦୟାନିଧି ପୀଡ଼ିତାଙ୍କ ସମ୍ପର୍କୀୟ ହେବେ ବୋଲି ସୂଚନା ମିଳିଛି।
ଦଶରଥପୁର ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ପୀଡ଼ିତା ଛାତ୍ରୀ ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି। ରବିବାର ସକାଳ ୬ଟାରେ ସେ ସାଇକେଲ ଯୋଗେ ଟ୍ୟୁଶନ ପାଇଁ ଯାଉଥିବା ସମୟରେ ଦୟାନିଧି ତାଙ୍କୁ ରାସ୍ତାରେ ଅଟକାଇ ତାଙ୍କ ମା’ଙ୍କ ଦେହ ଖରାପ ଅଛି ବୋଲି କହିଥିଲେ। ଏହାପରେ ଜଣେ ବ୍ୟକ୍ତିଙ୍କ ଘରେ ଛାତ୍ରୀଙ୍କ ସାଇକେଲକୁ ରଖି ଦୟାନିଧି ତାଙ୍କୁ ଏକ ବାଇକ୍‌ (ନଂ.ଓଡି-୩୪କେ-୫୧୯୦) ଯୋଗେ ଘରକୁ ନେବା ପରିବର୍ତ୍ତେ ଡରାଇ ଧମକାଇ ଭଦ୍ରକ ଜିଲା ଆଖଣ୍ଡଳମଣି ଛକ ପେଟ୍ରୋଲ ପମ୍ପ ନିକଟକୁ ନେଇଯାଇଥିଲେ। ସେଠାରୁ ଏକ ବସ୍‌ ଯୋଗେ ଭଦ୍ରକ ନେଇ ସେଠାରୁ ସ୍ଲିପର ବସ୍‌ରେ କୋଲକାତା ଯାଇଥିଲେ। ଭୟଭୀତ ଛାତ୍ରୀଜଣକ କେଉଁ ସ୍ଥାନ କିଛି ଜାଣି ପାରୁ ନ ଥିଲେ। କୁଆଡ଼େ ନେଇଯାଉଛ ବୋଲି ଛାତ୍ରୀଜଣକ ପଚାରିବାରୁ କୋଲକାତା ନେଇଯାଉଥିବା ଦୟାନିଧି ଉତ୍ତର ଦେଇଥିଲେ। ଛାତ୍ରୀଜଣକ ବିରୋଧ କରିବାରୁ ହତ୍ୟା ଧମକ ଦେଇ ଚୁପ୍‌ କରାଇଥିଲେ। ଏହାପରେ ଚଳନ୍ତା ବସ୍‌ର ସ୍ଲିପର ସିଟ୍‌ରେ ତାଙ୍କୁ ଦୟାନିଧି ବଳାତ୍କାର କରିଥିଲେ। ଦିନ ସମୟରେ ଏହି ଲଜ୍ଜାଜନକ ଘଟଣା ଘଟିଥିବାବେଳେ ଜୀବନ ଭୟରେ ପୀଡ଼ିତା କାହାରିକୁ କିଛି କହି ପାରି ନ ଥିଲେ। ପୁଣି ଆଉ ଏକ ସ୍ଲିପର ବସ୍‌ରେ ଭଦ୍ରକ ଫେରିବା ବାଟରେ ରାତି ୮ଟାରେ ନାବାଳିକାଙ୍କୁ ଦୟାନିଧି ବଳାତ୍କାର କରିଥିଲେ। ଭଦ୍ରକରେ ସୋମବାର ଭୋର ୩ଟାରେ ପହଞ୍ଚିବା ପରେ ଅଭିଯୁକ୍ତ ଏକ ଅଟୋ ଯୋଗେ ପୀଡ଼ିତାଙ୍କୁ ତାଙ୍କ ଗ୍ରାମ ନିକଟରେ ଛାଡ଼ି ଦେଇଥିଲେ। ବଳାତ୍କାର ସମ୍ପର୍କରେ କାହାରିକୁ କିଛି କହିଲେ ଜୀବନରୁ ମାରିଦେବେ ବୋଲି ସେ ପୁଣି ଧମକ ଦେଇଥିବା ଛାତ୍ରୀଜଣକ ଅଭିଯୋଗରେ ଦର୍ଶାଇଛନ୍ତି।
ଘଟଣା ସମ୍ପର୍କରେ ଦଶରଥପୁର ଥାନାଧିକାରୀ ବଦ୍ରିକାନାଥ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ବସ୍‌ରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପୋକ୍‌ସୋ ଆକ୍ଟ ସହ ବଳାତ୍କାର ମାମଲା ରୁଜୁ କରାଯାଇ ନାବାଳିକାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ରିପୋର୍ଟ ଆସିଲା ପରେ ଯାହା କିଛି କହିହେବ। ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଥିବା ସେ କହିଛନ୍ତି। ତେବେ କେଉଁ ବସ୍‌ରେ ଯାଇଥିଲେ ଏବଂ ଫେରିଲେ ତାହାର ନଁା ଏବଂ ନମ୍ବର ପୀଡ଼ିତା ଦର୍ଶାଇ ନ ଥିବାବେଳେ ଏନେଇ ପୋଲିସ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri