ଛାତ୍ରଙ୍କ ତଣ୍ଟିକଟା ଘଟଣାକୁ ନେଇ କ୍ୟାମ୍ପସରେ ଅଶାନ୍ତି

ବଲାଙ୍ଗୀର ଅଫିସ,୧୦ା୨: ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଜଣେ ଦୁର୍ବୃତ୍ତ ବ୍ଲେଡ୍‌ରେ ଦୁଇ ଜଣ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ଶୁକ୍ରବାର ଛାତ୍ର ଅଶାନ୍ତି ଦେଖାଯାଇଛି। ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକକୁ ବନ୍ଦ କରି ଛାତ୍ରମାନେ ଆନ୍ଦୋଳନ କରୁଛନ୍ତି। ଗୁରୁବାର ଦୁଇଜଣ ଛାତ୍ରଙ୍କୁ ଜଣେ ଅଣଛାତ୍ର ତଣ୍ଟି କାଟି ହତ୍ୟା ଉଦ୍ୟମ କରିବା ଘଟଣାକୁ ନେଇ ଅଶାନ୍ତ ୟୁନିଭର୍ସିଟି କ୍ୟାମ୍ପସ। ଗତକାଲି ସନ୍ଧ୍ୟାରେ ସିମରନ ନାମକ ଜଣେ ଅସାମାଜିକ ଯୁବକ ରାଜେନ୍ଦ୍ର ୟୁନିଭର୍ସିଟି ସମ୍ମୁଖରେ ଥିବା ଗାନ୍ଧି ଷ୍ଟାଡିୟମକୁ ଆସିଥିଲେ। ସେଠାରେ ଲଲିତ ମେହେର ନାମକ ଜଣେ ପି.ଜି ଛାତ୍ରଙ୍କୁ ଦାଦାବଟି ମାଗିଥିଲା। ଛାତ୍ର ଜଣକ ବାରଣ କରିବାରୁ ମୋବାଇଲ ଛଡ଼ାଇ ନେଇ ବ୍ଲେଡ୍‌ରେ ତଣ୍ଟି କାଟିଦେଇଥିଲେ। ପରେ ଏକ ଛୁରି ଧରି ପି.ଜି ଏବଂ ୟୁ.ଜି ହଷ୍ଟେଲ ଭିତରକୁ ପଶି ଋତୁରାଜ ସିଂ ନାମକ ଜଣେ ଛାତ୍ରଙ୍କ ତଣ୍ଟି କାଟିଥିଲେ। ଏପରିକି ଜଣେ ପରିବା ବିକାଳି ଏବଂ ଅନ୍ୟ ଜଣେ ଅଣଛାତ୍ରଙ୍କୁ ମଧ୍ୟ ଛୁରିରେ ଆକ୍ରମଣ କରିଥିବା ଜଣାପଡ଼ିଛି। ସେ ଦୁଇଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ। ଲଲିତ ମେହେରଙ୍କୁ ପ୍ରାଥମିକ ଚିକିତ୍ସା ପରେ ହଷ୍ଟେଲରେ ଛଡ଼ାଯାଇଛି। ଅନ୍ୟପଟେ ରୁତୁରାଜ ସିଂ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏସ୍‌ପି ନୀତିନ କୁଶଳକର ବିଶ୍ୱବିଦ୍ୟାଳୟରେ ପହଞ୍ଚି ଛାତ୍ରୀଛାତ୍ରଙ୍କ ସହ ଏକ ବୈଠକ କରି ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ କରିବାକୁ ନାହାନ୍ତି ଯୋଦ୍ଧା

ବଇଣ୍ଡା,୨୪ା୫:  କୋଭିଡ୍‌ ବିରୋଧୀ ଯୁଦ୍ଧରେ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ସମ୍ମୁଖ ଯୋଦ୍ଧା ସାଜିଛନ୍ତି। ସେମାନଙ୍କୁ ଉପଯୁକ୍ତ ପରିଚାଳନା ଓ ସହଯୋଗ ହିଁ ଏହି ଲଢ଼େଇରେ...

ଚୋରି ଉଦ୍ୟମ ପଣ୍ଡ: ୪ ଚୋରଙ୍କୁ ନିସ୍ତୁକ ମାଡ଼ ମାରି ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଚିତ୍ରଡ଼ା,୨୦।୬: ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଭୋଳାଗଡ଼ିଆ ଆଶ୍ରମ ସ୍କୁଲକୁ ଚୋରି କରିବାକୁ ଯାଇ ନିସ୍ତୁକ ମାଡ଼ ଖାଇଛନ୍ତି ୪ ଯୁବକ। ପରେ ସେମାନଙ୍କୁ ପୋଲିସକୁ...

ସାନିଟାଇଜର ପ୍ରସ୍ତୁତ କଲେ ୩ ଅଧ୍ୟାପକ

କଟକ ଅଫିସ,୨।୪: ଲକ୍‌ଡାଉନ୍‌ ବଳବତ୍ତର ଥିବାରୁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ବନ୍ଦ ରହିଛି। ତେବେ ୩ଜଣ ଅଧ୍ୟାପକ ଏହି ଫାଙ୍କା ସମୟର ସଦୁପଯୋଗ କରି ଏକ...

୩ ମାସ ଜଳିଲାନି ୨ ଲକ୍ଷ ଟଙ୍କାର ହାଇମାଷ୍ଟ ଲାଇଟ୍‌

ତିର୍ତ୍ତୋଲ,୯ା୬(ଡି.ଏନ.ଏ.): ତିର୍ତ୍ତୋଲ ବ୍ଲକ ପୋରଗଦେଇ ପଞ୍ଚାୟତ ଯୋଗଣିଆ ଛକରେ ଗତ ନଭେମ୍ବର ମାସ ୨୮ ତାରିଖରେ ୨ଲକ୍ଷ ଟଙ୍କା ବ୍ୟୟରେ ଏକ ହାଇମାଷ୍ଟ ଲାଇଟ୍‌ ଲାଗିଥିଲା।...

ବିଜୁ, ବିକାଶ ଭବନରେ ନିୟମକୁ ଫୁ: ଅଧିକାରୀଙ୍କ ଆଗରେ ଭାଙ୍ଗୁଛି କରୋନା ନିୟମ

କଟକ ଅଫିସ,୨୩।୮: କଟକ ସହରରେ ପ୍ରତିଦିନ ଶହ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କଟକ ମହାନଗର ନିଗମ (ସିଏମ୍‌ସି) ସହରରେ କରୋନା ନିୟନ୍ତ୍ରଣ ଓ...

ବିପଦରେ ଆର୍ଦ୍ରଭୂମି ଭିତରକନିକାର ଫିଶିଂ କ୍ୟାଟ୍‌

କେନ୍ଦ୍ରାପଡ଼ା ଅଫିସ, ୧ା୩: ଓଡ଼ିଶାର ଚିଲିକା ଓ ଭିତରକନିକାରେ ଫିଶିଂ କ୍ୟାଟ୍‌ ଦେଖାଯାଇଥା’ନ୍ତି। ଚିଲିକାରେ ଏହି ବିରଳ ଓ ବିଲୁପ୍ତପ୍ରାୟ ଜୀବଙ୍କ ସଂଖ୍ୟା ଅଧିକ ଥିବା...

କାମକୁ ଯାଇ ଘରକୁ ଫେରି ନ ଥିଲେ ଦୁଇ ଯୁବକ: ପରିତ୍ୟକ୍ତ ବାଡ଼ିରୁ ମିଳିଲା ରକ୍ତାକ୍ତ ମୃତଦେହ

ରାଉରକେଲା ଅଫିସ,୪ା୨: ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ଥାନା ଅନ୍ତର୍ଗତ କନଷ୍ଟ୍ରକ୍‌ସନ କଲୋନୀରେ ରକ୍ତାକ୍ତ ଅବସ୍ଥାରେ ପୋଲିସ ଦୁଇ ଯୁବକଙ୍କ ମୃତଦେହକୁ ଶନିବାର ସନ୍ଧ୍ୟାରେ ଜବତ କରିଛି।...

ହେଲ୍‌ମେଟ ନ ପିନ୍ଧିଲେ ଘରକୁ ଯିବ ଚାଲାଣ

ଅନୁଗୋଳ ଅଫିସ, ୨୮।୫ ରାସ୍ତା ଦୁର୍ଘଟଣାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ଓ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ସହ ଆହତମାନଙ୍କୁ ତୁରନ୍ତ ଚିକିତ୍ସାସେବା ଯୋଗାଇ ଦିଆଯିବ...

Advertisement
Archives

Model This Week