Posted inଜାତୀୟ

ମଣିପୁରରେ ଜୋର୍‌ଦାର ହେଲା ଛାତ୍ର ଆନ୍ଦୋଳନ

ଇମ୍ଫାଲ,୧୧ା୯: ମଣିପୁରରେ ସାନି ହିଂସା ଓ ଡ୍ରୋନ୍‌ ଆକ୍ରମଣର ପ୍ରତିବାଦ ଏବଂ ତୁରନ୍ତ ଶାନ୍ତି ଫେରାଇ ଆଣିବା ଦାବିରେ ଛାତ୍ର ଆନ୍ଦୋଳନ ଜୋର୍‌ଦାର ହୋଇଛି। କେତେକ ସ୍ଥାନରେ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିବାବେଳେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିକୁ ଦେଖି ରାଜ୍ୟ ସରକାର ୩ ଜିଲାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରିଛନ୍ତି। ଇମ୍ଫାଲ ଇଷ୍ଟ, ଇମ୍ଫାଲ ଓ୍ବେଷ୍ଟ ଏବଂ ଥୌବାଲ ଜିଲାରେ ଜନସାଧାରଣ ବାହାରକୁ ବାହାରିବା ଉପରେ କଟକଣା ଲାଗୁ ହୋଇଛି। ତେବେ ଗଣମାଧ୍ୟମ, ବିଦ୍ୟୁତ୍‌, କୋର୍ଟ ଓ ସ୍ବାସ୍ଥ୍ୟସେବା ଆଦି ଜରୁରୀ ସେବାକୁ କର୍ଫ୍ୟୁରୁ ବାଦ୍‌ ଦିଆଯାଇଛି। ଏଥିସହ ରାଜ୍ୟରେ ୫ ଦିନ ପାଇଁ ଇଣ୍ଟରନେଟ୍‌ ସେବାକୁ ବନ୍ଦ ରଖାଯାଇଛି। ସୋସିଆଲ ମିଡିଆରେ ଆନ୍ଦୋଳନ ବେଳର ଫଟୋ, ଘୃଣିତ ଭାଷଣ ଓ ଭିଡିଓ ଛାଡ଼ିବା ବନ୍ଦ କରିବା ପାଇଁ ସରକାର ମଙ୍ଗଳବାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଇଣ୍ଟରନେଟ୍‌ ସମେତ ମୋବାଇଲ ଡେଟା ସର୍ଭିସ ସେପ୍ଟେମ୍ବର ୧୫ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।
ପୋଲିସ ମହାନିର୍ଦ୍ଦେଶକ ଏବଂ ରାଜ୍ୟ ସରକାରଙ୍କ ସୁରକ୍ଷା ଉପଦେଷ୍ଟାଙ୍କ ବହିଷ୍କାର ଦାବିରେ ଛାତ୍ରୀଛାତ୍ର ମଙ୍ଗଳବାର ରାଜଭବନ ଅଭିମୁଖେ ଶୋଭାଯାତ୍ରାରେ ଯାଉଥିବାବେଳେ ସୁରକ୍ଷା ବଳ ସହ ସେମାନଙ୍କର ସଂଘର୍ଷ ହୋଇଥିଲା। ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ସୁରକ୍ଷା ବଳ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା।
ସୋମବାର ମଧ୍ୟ ହଜାର ହଜାର ସଂଖ୍ୟାରେ ସ୍କୁଲ ଓ କଲେଜ ଛାତ୍ରୀଛାତ୍ର ରାଜଭବନ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ବାହାରେ ଜୋର୍‌ଦାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷାରେ ବିଫଳ ହୋଇଥିବା ସୁରକ୍ଷା ପରାମର୍ଶଦାତା, ଡିଜିପି ଏବଂ ୫୦ ଜଣ ବିଧାୟକ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ସେମାନେ ଦାବି କରିଥିଲେ। ରାଜ୍ୟର ଆଞ୍ଚଳିକ ଏବଂ ପ୍ରଶାସନିକ ସଂହତି ପାଇଁ ସେମାନେ ଆହ୍ବାନ ଦେଇଥିଲେ। ନିକଟରେ ଡ୍ରୋନ୍‌ ଏବଂ ମିଶାଇଲ ଆକ୍ରମଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ଛାତ୍ରୀଛାତ୍ର ଦାବି କରିଛନ୍ତି। ରାଜଭବନ ବାହାରେ ସେମାନେ ଟେକାମାଡ଼ କରୁଥିବାବେଳେ ସୁରକ୍ଷା କର୍ମୀମାନେ ସେମାନଙ୍କୁ ଗୋଡ଼ାଇ ତଡ଼ୁଥିବା ଦେଖାଯାଇଥିଲା। କେତେକ ସ୍ଥାନରେ ପୋଲିସ ଓ ବିକ୍ଷୋଭକାରୀ ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଇମ୍ଫାଲ ଓ୍ବେଷ୍ଟ, କାକ୍‌ଚିଙ୍ଗ ଏବଂ ଥୌବାଲ ଜିଲାରେ ସାନି ହିଂସା ପ୍ରତିବାଦରେ ବିଶାଳ ରାଲି ହୋଇଥିଲା। ବିଭିନ୍ନ ସ୍କୁଲ୍‌ କଲେଜର ଶହ ଶହ ଛାତ୍ରୀଛାତ୍ର ଇମ୍ଫାଲର ଖ୍ବାଇରାମବନ୍ଦ ଓମେନ୍‌ ମାର୍କେଟରେ ସୋମବାର ରାତିରେ କ୍ୟାମ୍ପ୍‌ ପକାଇ ରହିଥିଲେ। କ୍ୟାମ୍ପ୍‌ ନିର୍ମାଣ କରିବାରେ ପିଲାମାନଙ୍କୁ ମହିଳା ଦୋକାନୀମାନେ ସହାୟତା କରିଥିଲେ। ଆମର ୬ ଦଫା ଦାବି ପୂରଣ ପାଇଁ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ୨୪ ଘଣ୍ଟା ମହଲତ ଦେଇଛୁ। ଉକ୍ତ ସମୟସୀମା ମଧ୍ୟରେ ଦାବି ପୂରଣ ନ ହେଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଛାତ୍ରନେତା ସିଏଚ୍‌ ଭିକ୍ଟର ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଯାତ୍ରାରେ ରକ୍ତପାତ: ଛୁରାମାଡ଼ରେ ଜଣେ ମୃତ, ଅନ୍ୟଜଣେ ଗୁରୁତର

କଲ୍ୟାଣସିଂହପୁର, ୯।୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିଖରପାଇ ବାଲିଯାତ୍ରାରେ ଘଟିଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ କେନ୍ଦ୍ର କରି…

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?