‘ଛାତ୍ର ଜୀବନ ସର୍ବଦା ସଂଘର୍ଷମୟ, ଏହି ସଂଘର୍ଷ ହିଁ ଦିନେ ସଫଳ କରାଇବ’- ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର କେନ୍ଦୁଝର ଜିଲା ଗସ୍ତରେ ଯାଇ ସେଠାରେ ଆନନ୍ଦପୁର ମହାବିଦ୍ୟାଳୟର ୬୧ ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ଆନନ୍ଦପୁର ଉପଖଣ୍ଡ ପାଇଁ ପ୍ରାୟ ୪୨ କୋଟି ଟଙ୍କାର ୧୬ ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିବା ବେଳେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପ୍ରାୟ ୧୧୮ କୋଟି ଟଙ୍କା ବ୍ୟୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।

ସୂଚନାଯୋଗ୍ୟ, ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନନ୍ଦପୁର ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ, ବହୁମୁଖୀ ହଲ ନିର୍ମାଣ, ସେମିନାର ହଲ ନିର୍ମାଣ, ଖେଳପଡିଆର ଉନ୍ନତିକରଣ ନିମନ୍ତେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୩ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ କୋଟି ଟଙ୍କା ଏବଂ କେନ୍ଦୁଝର DMF ପାଣ୍ଠିରୁ ୨ କୋଟି ଟଙ୍କା ଏହି ମହାବିଦ୍ୟାଳୟକୁ ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ। ଏଥିସହିତ ଆନନ୍ଦପୁର ମହାବିଦ୍ୟାଳୟକୁ ସମୁଦାୟ ୭ କୋଟି ଟଙ୍କାର ଆର୍ଥିକ ସାହାଯ୍ୟ ଯୋଗାଇବା ସହିତ ଏହାକୁ ସ୍ୱାୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପାଇଁ ସମସ୍ତ କାର୍ଯ୍ୟ ସମ୍ପାଦନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିବା ବେଳେ ଆନନ୍ଦପୁର ଠାରେ ଷ୍ଟାଡିଅମର ପୂର୍ଣ୍ଣାଙ୍ଗ କଳେବର ପାଇଁ ୨୦ କୋଟି ଟଙ୍କାର ଆର୍ଥିକ ସହାୟକ ଘୋଷଣା କରିଛନ୍ତି।

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆନନ୍ଦପୁର ମହାବିଦ୍ୟାଳୟର ଶୈକ୍ଷିକ ପରିବେଶ ଅନନ୍ୟ। ପ୍ରତିବର୍ଷ ଏହି ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପରୀକ୍ଷାଗୁଡ଼ିକରେ ବିଭିନ୍ନ ବିଷୟରେ ପ୍ରତିଭାବାନ ଛାତ୍ରଛାତ୍ରୀମାନେ ଶୀର୍ଷତମ ସ୍ଥାନ ଅଧିକାର କରି ଏହି ଅନୁଷ୍ଠାନର ଗାରିମାକୁ ବହୁଗୁଣିତ କରିଛନ୍ତି l ଏପରି ଏକ ମହାନ ଅନୁଷ୍ଠାନରେ ମୁଁ ଅଧ୍ୟୟନ କରିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେକରେ l

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆନନ୍ଦପୁର ମହାବିଦ୍ୟାଳୟରେ ପଢ଼ୁଥିବା ସମୟର ସ୍ମୃତି ବଖାଣି ଥିଲେ। ନିଜ ପୁରାତନ ଶିକ୍ଷକ ଓ ବନ୍ଧୁ ମାନଙ୍କ ବିଷୟରେ କହି ସେ ଭାବବିହ୍ୱଳ ହୋଇ ପଡ଼ିଥିଲେ। ନିଜ ଉଦବୋଧନରେ ମୁଖ୍ୟମନ୍ତ୍ରୀ ୧୯୮୭ ମସିହାରେ +୨ ବିଜ୍ଞାନ ପଢ଼ୁଥିବା ସମୟର ଅନେକ ଘଟଣାକୁ ମନେ ପକାଇବା ସହିତ ବରିଷ୍ଠ ବନ୍ଧୁ ମାନଙ୍କ ସାହାଯ୍ୟ ବିଷୟରେ କହିଥିଲେ।

‘ଛାତ୍ର ଜୀବନ ସର୍ବଦା ସଂଘର୍ଷମୟ, ଏହି ସଂଘର୍ଷ ହିଁ ତୁମ ମାନଙ୍କୁ ଦିନେ ସଫଳ କରାଇବ। ନିଜ ପରିଶ୍ରମ ଉପରେ ଦୃଢ଼ ବିଶ୍ଵାସ ଏବଂ ନିଜ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆଶୀର୍ବାଦ ହିଁ ତୁମ ମାନଙ୍କୁ ତୁମ ମାନଙ୍କ ଲକ୍ଷ୍ୟସ୍ଥଳରେ ପହଂଚାଇବ’, ବୋଲି ମୁଖ୍ୟମନ୍ତ୍ରୀ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇ କହିଥିଲେ।

ଆଜିର ଛାତ୍ରଛାତ୍ରୀ କାଲିର ଭବିଷ୍ୟତ । ବର୍ତ୍ତମାନ ଶିକ୍ଷା ପାଇବା ଏକ ବଡ ସମସ୍ୟା ନୁହେଁ, ସବୁଠାରୁ ବଡ ସମସ୍ୟା ହେଉଛି ଗୁଣାତ୍ମକ ଶିକ୍ଷା। ଯୁବବର୍ଗଙ୍କୁ ଉତ୍ତମ ଶିକ୍ଷା ପରିବେଶ ଜରିଆରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ଦକ୍ଷତା ବିକାଶ କରି ସେମାନଙ୍କୁ ଭାରତର ବିକାଶଧାରାରେ ସାମିଲ କରିବା ଲକ୍ଷ୍ୟରେ ଆମେ ନୂତନ ଶିକ୍ଷାନୀତି ୨୦୨୦କୁ କାର୍ଯ୍ୟକାରୀ କରିଛୁ । ଯୁବପିଢ଼ିଙ୍କୁ ଏକ ସାମଗ୍ରିକ ଏବଂ ଉପାଦେୟ ଶିକ୍ଷା ବ୍ୟବସ୍ଥା ପ୍ରଦାନ କରି ଯୋଗ୍ୟ କରିବା ଲକ୍ଷ୍ୟ ହେଉଛି ଏହି ନୂତନ ଶିକ୍ଷା ନୀତିର ଉଦ୍ଦେଶ୍ୟ।

କିନ୍ତୁ, ଦୁଃଖର କଥା ରାଜନୈତିକ କାରଣରୁ ଏହାକୁ ଓଡିଶାରେ କାର୍ଯ୍ୟକରି କରାଯାଇ ନ ଥିଲା। କିନ୍ତୁ, ଆମ ସରକାର ଆସିବା ମାତ୍ରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ, ରାଜ୍ୟରେ NEP-2020 କାର୍ଯ୍ୟକାରୀ କରାଯାଇଛି ଏବଂ ସ୍ଥାନୀୟ ପ୍ରସଙ୍ଗୀକରଣ ସହିତ ଜାତୀୟ ପାଠ୍ୟକ୍ରମ ଢାଞ୍ଚା (NCF)କୁ ଓଡ଼ିଶା ପାଇଁ ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା ଭାବରେ ମଧ୍ୟ ଗ୍ରହଣ କରାଯିବ। ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ମହାବିଦ୍ୟାଳୟ ସ୍ତରରେ ପି.ଏମ୍‍. ଉଷା ଯୋଜନା ଲାଗୁ କରାଯାଉଛି। ଏହି ଯୋଜନାରେ ଗୁଣାତ୍ମକ ଶିକ୍ଷାଦାନ, ଆଇ.ସି.ଟି. ଆଧାରିତ ଭିତ୍ତିଭୂମି ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ରହିଛି ବୋଲି ସେ କହିଥିଲେ।

ସେ ପୁଣି କହିଥିଲେ ଯେ, ଉଚ୍ଚ ଶିକ୍ଷାରେ ଆମ ସରକାର ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛନ୍ତି। ଆମ ସରକାର ଉଭୟ ଶିକ୍ଷା ଏବଂ ପରୀକ୍ଷାରେ ସଂସ୍କାର ଆଣିଛନ୍ତି। ଶିକ୍ଷାର ମାନ ବୃଦ୍ଧି କରିବା ସହିତ ବିଦ୍ୟାର୍ଥୀମାନେ କିପରି ଭାବେ ମେରିଟ ଅନୁଯାୟୀ ଚାକିରି ଏବଂ ଉଚ୍ଚ ଶିକ୍ଷା ପାଇବେ ସେଥିପାଇଁ ଆମେ କାର୍ଯ୍ୟ କରୁଛୁ। ଏଣିକି, ଚାକିରି କେବଳ ସେମାନେ ପାଇବେ, ଯେଉଁମାନେ ହକଦାର। ସରକାରୀ ଚାକିରି ସେମାନଙ୍କ ପାଇଁ ନୁହେଁ, ଯାହା ପକେଟରେ ପଇସା ଅଛି। ଆପଣମାନ ସମସ୍ତେ ଅଧ୍ୟବସାୟ କରନ୍ତୁ, ପରିଶ୍ରମ କରନ୍ତୁ। ଆଗାମୀ ପାଞ୍ଚ ବର୍ଷରେ ଅତି କମରେ ୨ ଲକ୍ଷ ସରକାରୀ ଚାକିରିର ଦ୍ଵାର ଆପଣଙ୍କ ପାଇଁ ଅପେକ୍ଷା କରି ରହିଛି, ଯାହା ସ୍ଵଚ୍ଛ ଏବଂ ଦୁର୍ନୀତିମୁକ୍ତ ପ୍ରକ୍ରିୟାରେ ହେବ।

ଆମ ରାଜ୍ୟର ଉନ୍ନତିରେ ଶିକ୍ଷା ଏକ ବହୁତ ବଡ ମାଧ୍ୟମ। ଏହାକୁ ଦୃଷ୍ଟିରେ ରଖି ଆଗାମୀ ବଜେଟରେ କେବଳ ଶିକ୍ଷା ପାଇଁ ୪୧ ହଜାର ୨୭୩ କୋଟି ଟଙ୍କା ପ୍ରାବଧାନ କରାଯାଇଛି ଯାହା ମୋଟ ବଜେଟର ୧୪.୨ ପ୍ରତିଶତ ଏବଂ ଜିଏସଡିପି ର ୩.୯ ପ୍ରତିଶତ ଯାହା ସାରା ଦେଶରେ ପ୍ରାୟ ସବୁଠାରୁ ଅଧିକ। କେବଳ ଉଚ୍ଚ ଶିକ୍ଷା ପାଇଁ ୩ ହଜାର ୬୫୫ କୋଟି ଟଙ୍କାର ପ୍ରବଧାନ କରାଯାଇଛି। ଏଥିରୁ, ଆପଣମାନେ ସରକାରଙ୍କ ଶିକ୍ଷା ପ୍ରତି ପ୍ରତିବଦ୍ଧତା ଜାଣିପାରିବେ। ଆଗାମୀ ଦିନରେ ଓଡ଼ିଶାର ଶିକ୍ଷା, ଶିକ୍ଷାନୁଷ୍ଠାନ, ଶିକ୍ଷକ ଓ ଛାତ୍ରଙ୍କ ବିକାଶପାଇଁ ଆମ ସରକାର ସମସ୍ତ ପଦକ୍ଷେପ ନେବେ ଏବଂ ଓଡ଼ିଶାର ଶିକ୍ଷାର ବିକାଶଦ୍ଵାରା ଓଡ଼ିଆ ଛାତ୍ର ଓ ଶିକ୍ଷକ ଜାତୀୟ ଓ ଅନ୍ତର୍ଜାତୀୟ ମାନକ ଓ ସୂଚକାଙ୍କରେ ସମକକ୍ଷ ହେବେ, ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଛାତ୍ରଛାତ୍ରୀଙ୍କୁ କହିଥିଲେ ଯେ, କଲେଜ ଜୀବନରେ ଛାତ୍ର ରାଜନୀତି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏଣୁ ଆମ ସରକାର ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ପ୍ରଥା ଆରମ୍ଭ କରିବାକୁ ଯାଉଛନ୍ତି। ଉଚ୍ଚ ଶିକ୍ଷାକୁ ସର୍ବଦା ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଶକ୍ତ କରି ଥାଏ ଏଣୁ ଆମ ସରକାର ଗୋଦାବରୀଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବେ ଯାହା ଶିକ୍ଷାର ମୂଳଦୁଆକୁ ମଜବୁତ କରିବ। ଆମ ସରକାର ଜନତାଙ୍କ ଭାବାବେଗର ସହିତ କାର୍ଯ୍ୟ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଅନେକ ଧନ୍ୟବାଦ।

ଉକ୍ତ କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଘସିପୁରା ବିଧାୟକ, ବଦ୍ରି ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ, ଅଭିମନ୍ୟୁ ସେଠୀ ପ୍ରମୁଖ ଅତିଥି ଭାବେ ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ନାରାୟଣ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ ମଧ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

କେତୁଙ୍କ ଗୋଚରରେ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନଯୋଗ ସହ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ବକ୍ରି ବା ଓଲଟା ଚଳନ କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପାଦରୁ ପ୍ରଥମ ପାଦକୁ ଗୋଚର କରିବାକୁ ଯାଉଛନ୍ତି। କେତୁଙ୍କର…

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?