Posted inଜାତୀୟ

ଛାତ୍ରୀଙ୍କୁ ଗଣବଳାତ୍କାର, ବୟଫ୍ରେଣ୍ଡଙ୍କୁ ଆକ୍ରମଣ

ମାହୀଶୂର,୨୫।୮ : ମଙ୍ଗଳବାର ସନ୍ଧ୍ୟା ୭ଟା ୩୦ରେ କର୍ନାଟକର ମାହୀଶୂରସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଚାମୁଣ୍ଡି ପାହାଡ଼ରେ ବୁଲିବାକୁ ପହଞ୍ଚିଥିଲେ ଜଣେ ଛାତ୍ରୀ ଓ ତାଙ୍କ ବୟଫ୍ରେଣ୍ଡ୍‌। ଜଙ୍ଗଲରେ ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ସହ ତାଙ୍କ ପୁରୁଷ ବନ୍ଧୁ ମାଡ଼ ମରାଯାଇଛି। ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାକୁ ୨୪ ଘଣ୍ଟା ପୂରି ଯାଇଥିଲେ ମଧ୍ୟ ପୋଲିସ କାହାକୁ ଗିରଫ କରିପାରି ନାହିଁ। ତେବେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା କୁହାଯାଇଛି।

ଚାମୁଣ୍ଡି ପାହାଡ଼କୁ ଗଲା ବେଳେ ସେମାନଙ୍କୁ ଜଙ୍ଗଲରେ ଅଭିଯୁକ୍ତମାନେ ଅଟକାଇ ଜୋରଜବରଦସ୍ତ ଟଙ୍କା ମାଗିଥିଲେ। କିନ୍ତୁ ଟଙ୍କା ଦେବାକୁ ମନା କରିବାରୁ ଅଭିଯୁକ୍ତମାନେ ଯୁବକଙ୍କୁ ମାଡ଼ ମାରିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଛାତ୍ରୀଙ୍କୁ ବଳାତ୍କାର କରିଥିଲେ। ସେମାନଙ୍କୁ ରାତି ୧ଟା ୩୦ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପୀଡ଼ିତାଙ୍କ ବୟାନକୁ ଆଧାର କରି ମାମଲା ଦାୟର କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ୟନ ଖାନ୍‌ କ୍ରୁଜ୍‌ ଡ୍ରଗ୍ସ ମାମଲା: ମୁଖ୍ୟ ସାକ୍ଷୀ ପ୍ରଭାକରଙ୍କ ମୃତ୍ୟୁ

ମୁମ୍ବାଇ,୨।୪: ଆର୍ୟନ ଖାନ୍‌ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ମୁଖ୍ୟ ସାକ୍ଷୀ ଥିବା ପ୍ରଭାକର ସେଲଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ହୃଦଘାତରେ ତାଙ୍କ ମୃତ୍ୟୁ ଘଟିଥିବା ନେଇ...

ରାମଲଲା କାଠରେ ତିଆରି ବୁଲେଟ୍‌ ପ୍ରୁଫ୍‌ ଅସ୍ଥାୟୀ ମନ୍ଦିରରେ ରହିବେ

ନୂଆଦିଲ୍ଲୀ,୯।୨: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଶେଷ ହେବା ପର୍ଯ୍ୟନ୍ତ ରାମଲଲାଙ୍କୁ କାଠରେ ତିଆରି ବୁଲେଟ୍‌ ପ୍ରୁଫ୍‌ ଅସ୍ଥାୟୀ ମନ୍ଦିରରେ ରଖାଯିବ। ପରେ ତାଙ୍କୁ ନୂଆ ମନ୍ଦିରକୁ...

ମୋତେ ଫାଶୀ ଦିଅ, ଆଖିରେ ଏସିଡ୍‌ ଢାଳ

ନୂଆଦିଲ୍ଲୀ,୧୩।୩(ପି.ଟି.): ମୁଁ ଯଦି ଭୁଲ କରିଥାଏ ତେବେ ମୋତେ ଫାଶୀ ଦେଇଦିଅ ଓ ମୋ ଆଖିରେ ଏସିଡ୍‌ ଢାଳ। ଦିଲ୍ଲୀର ଏକ କୋର୍ଟରେ ଏପରି କହିଛନ୍ତି...

ଅଜିତ ପାଓ୍ବାର ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୯।୧୨: ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ସୋମବାର ହେବାର ଯୋଜନା ରହିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ...

ଭାଜପାରେ ଯୋଗ ଦେବା ଚର୍ଚ୍ଚା ମଧ୍ୟରେ ଅଭିନେତାଙ୍କୁ ଧମକପୂର୍ଣ୍ଣ ଚିଠି

ବେଙ୍ଗାଲୁରୁ,୫।୪: ସୁପରଷ୍ଟାର କିଚା ସୁଦୀପ ଭାଜପାରେ ଯୋଗ ଦେବା ଚର୍ଚ୍ଚା ମଧ୍ୟରେ ଅଭିନେତାଙ୍କୁ ଧମକପୂର୍ଣ୍ଣ ଚିଠି ଆସିଥିବା ଅଭିଯୋଗ ହୋଇଛି। ନିକଟରେ ଅଭିନେତାଙ୍କ ମ୍ୟାନେଜର ଜ୍ୟାକ...

ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ଭୋଗୁଥିଲେ ଜେଲ୍‌ଦଣ୍ଡ: ଜେଲ୍‌ରେ ଚାଲିଗଲା ଜୀବନ

କର୍ନଲ,୧୦।୧୦: ହରିୟାଣାର କର୍ନଲ ଜିଲାରେ ଜଣେ ଅଭିଯୁକ୍ତଙ୍କର ପୋଲିସ ହାଜତରେ ରହସ୍ୟଜନକ ଭାବେ ମୃତ୍ୟୁ ଘଟିଛି। ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା ଦେବା ଅଭିଯୋଗରେ କରନ ବିହାର...

ଟି-ସାର୍ଟରେ ‘ନୋ ସିଏଏ’ଲେଖି ବିଧାନସଭା ଆସିଲେ ବିଧାୟକ

ଚେନ୍ନାଇ,୬।୧: ତାମିଲନାଡୁ ନାଗାପଟ୍ଟିନମ ମନିଥାନେୟା ଜନନାୟଗ କାଟଚିର ବିଧାୟକ ଥାମିମୁନ ଅନସାରୀ ସୋମବାର ଅଭିନବ ଢଙ୍ଗରେ ବିଧାନସଭା ଆସିଥିବା ଦେଖିବାକୁ ମିଳିଛି। ସେ ପିନ୍ଧିଥିବା ଟି-ସାର୍ଟରେ...

ମାସେ ପାଇଁ ସ୍ଥଗିତ ହେଲା ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା

ଭୋପାଳ,୧୪।୪: ମଧ୍ୟପ୍ରଦେଶରେ କରୋନା ସଂକ୍ରମଣର ପ୍ରକୋପ ଜାରି ରହିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ...

Advertisement
Archives

Model This Week