ସ୍କୁଲ ପାଚେରି ଭୁଶୁଡ଼ି ଛାତ୍ର ମୃତ

କଣ୍ଟାପଡ଼ା,୨୦ା୨ (ସୁରନାରାୟଣ ସାହୁ): କଟକ ଜିଲା ଗୋବିନ୍ଦପୁର ଥାନା ଅଧୀନ ଡିମିରି ଗ୍ରାମପଞ୍ଚାୟତର ନୋଦା ନୋଡାଲ ପ୍ରାଥମିକ ବିଦ୍ୟାଳୟର ପାଚେରି ଭୁଶୁଡ଼ି ବୁଧବାର ଅପରାହ୍ନରେ ଜଣେ ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗ୍ରାମର ଶିଶିର ଭୋଇଙ୍କ ଏକମାତ୍ର ପୁତ୍ର ସାଇସ୍ବରୂପ ଭୋଇ(୧୧)। କ୍ଷତିପୂରଣ ଦାବିରେ ଉକ୍ତ ଛାତ୍ରଙ୍କ ପରିବାର ଓ ଉତ୍ତ୍ୟକ୍ତ ଗ୍ରାମବାସୀ ବିଦ୍ୟାଳୟ ସମ୍ମୁଖରେ ରାସ୍ତାରୋକୋ କରି ବସି ରହିଥିଲେ। ଖବର ଲେଖାହେବା ବେଳକୁ ରାସ୍ତାରୋକୋ
ଜାରି ରହିଥିଲା।

ଖବର ମୁତାବକ, ବୁଧବାର ମଧ୍ୟାହ୍ନଭୋଜନ ଖାଇସାରିବା ପରେ ବିଦ୍ୟାଳୟ ଛାତ୍ରୀଛାତ୍ର ଖେଳାଖେଳି କରୁଥିଲେ। ଏହି ସମୟରେ ସାଇସ୍ବରୂପ ଓ ତାଙ୍କ ସହପାଠୀମାନେ ଲୁଚକାଳି ଖେଳୁଥିଲେ। ସାଇସ୍ବରୂପ ବିଦ୍ୟାଳୟ ପରିସରସ୍ଥ ଏକ ପାଚେରିର ବାହାରପଟେ ଲୁଚିଥିଲେ। ଏହି ସମୟରେ ଖେଳୁଥିବା ଅନ୍ୟ ଛାତ୍ରମାନେ ଉକ୍ତ ପାଚେରି ଉପରେ ଚଢ଼ିବାକୁ ଉଦ୍ୟମ କରୁଥିବାବେଳେ ତାହା ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଫଳରେ ସାଇସ୍ବରୂପ ପାଚେରି ତଳେ ଚାପି ହୋଇ ରହିଯାଇଥିଲେ। ବିଦ୍ୟାଳୟ ଶିକ୍ଷକ ଓ ସହପାଠୀମାନେ ସାଇସ୍ବରୂପଙ୍କୁ ସେଠାରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଅଡ଼ଶପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଡାକ୍ତର ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ କିଶୋର କୁମାର ରାଉତରାୟ ସ୍କୁଲରେ ଅନୁପସ୍ଥିତ ଥିଲାବେଳେ ଘଟଣା ବାବଦରେ ଖବର ପାଇ ସେଠାରେ ପହଞ୍ଚି ସାଇସ୍ବରୂପଙ୍କୁ ନେଇ ଏସ୍‌ସିବି ମେଡିକାଲ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ କଣ୍ଟାପଡ଼ା ଅତିରିକ୍ତ ତହସିଲଦାର ଆଦ୍ୟାଶା ପ୍ରିୟଦର୍ଶିନୀ ବଳ, କଣ୍ଟାପଡ଼ା ବିଡିଓ ସ୍ବପ୍ନିତା ନାୟକ, କଟକ ସଦର ଉପଖଣ୍ଡ ଅଧିକାରୀ କିରଣ କୁମାର ହେମ୍ବ୍ରମ, ଗୋବିନ୍ଦପୁର ଥାନାଧିକାରୀ ସୋନାଲି ଆନନ୍ଦ ସଶସ୍ତ୍ର ପୋଲିସ ଫୋର୍ସ ସହ ବିଦ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସରକାରଙ୍କ ପକ୍ଷରୁ ଯାହା ସହାୟତା ଦିଆଯିବା କଥା ତାହା ପ୍ରଦାନ କରାଯିବ ବୋଲି ଅତିରିକ୍ତ ତହସିଲଦାର ବଳ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକୋ ଜାରି ରଖିଥିଲେ। ସାରେ ମୃତ ଛାତ୍ରଙ୍କ ବାପା ଶିଶିର ଭୋଇ ପାଚେରି ନିର୍ମାଣ କରିଥିବା ଠିକାଦାରଙ୍କ ଅବହେଳା ଯୋଗୁ ଏଭଳି ଘଟଣା ଘଟିଛି ବୋଲି ଗୋବିନ୍ଦପୁର ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରଧାନ ଶିକ୍ଷକ ରାଉତରାୟ ଘଟଣା ବାବଦରେ କହିଛନ୍ତି, ଉକ୍ତ ପାଚେରି ୭ ବର୍ଷେ ନିର୍ମାଣ ତିଆରି ହୋଇଥିବାବେଳେ ୨୦୨୧ ମସିହାରେ ତାହାର ମରାମତି ହୋଇଥିଲା। ବର୍ତ୍ତମାନ ତାହା ଦୁର୍ବଳ ହୋଇପଡ଼ିଥିଲା। ଫଳରେ ପାଚେରି ଭୁଶୁଡ଼ି ପଡ଼ି ଏପରି ଅଘଟଣ ଘଟିଥିବା ପ୍ରଧାନ ଶିକ୍ଷକ କହିଛନ୍ତି। ତେବେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ସେଥିରେ ସହଯୋଗ କରିବେ ବୋଲି ସହମତି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?