ଛାତ୍ର କଂଗ୍ରେସର ପ୍ରତିବାଦ

ଭୁବନେଶ୍ବର, ୮ା୭(ସୁନିତ୍‌ ମିଶ୍ର): ଗୁଜରାଟ ହାଇକୋର୍ଟ ପକ୍ଷରୁ ଏଆଇସିସି(ଅଖିଳ ଭାରତ କଂଗ୍ରେସ କମିଟି)ର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ହୋଇଥିବା ଦଣ୍ଡାଦେଶରେ ରୋକ୍‌ ଲଗାଇବା ପାଇଁ ଆବେଦନ ଖାରଜ ହେବାପରେ ସାରା ଦେଶରେ କଂଗ୍ରେସ କର୍ମୀ, ସାଧାରଣ ଜନତା ଓ ବିଭିନ୍ନ ବର୍ଗର ଲୋକ ଏହାକୁ ନାପସନ୍ଦ କରିଛନ୍ତି। ଶୁକ୍ରବାର ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ଏକ ରାଲି ବାହାରି ୟୁନିଟ୍‌-୩ ସ୍ଥିତ ଭାଜପା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଛାତ୍ର କଂଗ୍ରେସ କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହକରିଥିଲେ। ଭାଜପା କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ପରିପ୍ରେକ୍ଷୀରେ ନୱାଜ କହିଛନ୍ତି, ରାହୁଲ ଗାନ୍ଧୀଙ୍କ କଣ୍ଠରୋଧ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଇଙ୍ଗିତରେ ଚକ୍ରାନ୍ତ ଚାଲିଛି। ଦେଶବାସୀ ଜାଣିଛନ୍ତି, ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ନରେନ୍ଦ୍ର ମୋଦିଙ୍କ ପକେଟ ଭିତରେ ରହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହାୟତାରେ ତାଙ୍କର ବନ୍ଧୁ ଶିଳ୍ପପତିମାନେ ବ୍ୟାଙ୍କରୁ ସାଧାରଣ ଜନତାଙ୍କର ଅର୍ଥ ଲୁଟ୍‌କୁ ରାହୁଲ ଗାନ୍ଧୀ ପର୍ଦ୍ଦାଫାଶ କଲେ। ମୋଦି ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଲୋକସଭା ଭିତରେ ଓ ବାହାରେ ରାହୁଲ ଶାଣିତ ସ୍ବରରେ ପ୍ରତିବାଦ କଲେ। ବିରୋଧୀଙ୍କ କଣ୍ଠରୋଧ ପାଇଁ ଇଡି ଓ ସିବିଆଇର ଦୁରୁପଯୋଗକୁ ରାହୁଲ ପ୍ରତିବାଦ କଲେ। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାକୁ ଦେଶରେ ଅଗଣିତ ଜନସାଧାରଣ ସମର୍ଥନ କଲେ। ଏଣୁ ରାହୁଲ ଗାନ୍ଧୀଙ୍କ ସ୍ବରକୁ ଚପାଇବା ପାଇଁ ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟ ପଦ ରଦ୍ଦ ଏବଂ ତାଙ୍କୁ ଜେଲଦଣ୍ଡ ଦେବାକୁ ମୋଦି ଚକ୍ରାନ୍ତ ଚଲାଇଛନ୍ତି। ସାରା ଦେଶ ରାହୁଲ ଗାନ୍ଧୀଙ୍କ ସହିତ ଅଛି। ମୋଦିଙ୍କ ଦିନକାଳ ସରିଆସିଲାଣି। ମୋଦି ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣକୁ କଦର୍ଥ କରି ଯେଉଁ ଷଡ଼ଯନ୍ତ୍ର ହେଉଛି, ତାକୁ ଦେଶବାସୀ କ୍ଷମା ଦେବେ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ଟ୍ବିନ୍‌ ସିଟିକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ): ତାତିରେ ସିଝୁଛି ସାରା ଓଡ଼ିଶା। ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିବା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri