କୁନି ଛାତ୍ର ନିର୍ମାଣ କଲେ ସାନିଟାଇଜ୍‌ ମେଶିନ

ଗୋପ,୨୫ା୭(ଡି.ଏନ୍‌.ଏ): କରୋନାକୁ ନେଇ ସାରା ଦେଶ ଔଷଧ ପ୍ରସ୍ତୁତ ଲାଗି ଉଦ୍ୟମ ଜାରି ରଖିଛନ୍ତି। ଏଭଳି ସମୟରେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପୁରୀ ଜିଲା ଗୋପ ବ୍ଲକର ଜଣେ କୁନି ଛାତ୍ର ଏକ ଅଟୋମେଟିକ ସାନିଟାଇଜ୍‌ ମେଶିନ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି। ସେ ହେଉଛନ୍ତି ଗୋପ ଅଞ୍ଚଳର ମୁସଲମାନ ବସ୍ତିରେ ରହୁଥିବା ମହମ୍ମଦ ସାଦ ଅକତର। ତାଙ୍କର ଏହି ମେଶିନକୁ ଶୁକ୍ରବାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରଥମେ ଉଦ୍‌ଘାଟନ କରିବା ସହ ନିଜେ ମଧ୍ୟ ସାନିଟାଇଜ ହୋଇଛନ୍ତି। ଅକତରଙ୍କ ଏହି କାର୍ଯ୍ୟ ପାଇଁ ମନ୍ତ୍ରୀ ପ୍ରଶଂସା କରିବା ସହ ଭବିଷ୍ୟତରେ ରାଜ୍ୟ ତଥା ଦେଶର ନଁା ରଖିପାରିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଅକତର ନିମାପଡ଼ା ଡିଏଭି ପବ୍ଲିକ ସ୍କୁଲର ୭ମ ଶ୍ରେଣୀରେ ପାଠ ପଢ଼ନ୍ତି। କିଛିଦିନ ତଳେ ଅକତର ଗୋଟିଏ ବଡ଼ ହୋଟେଲକୁ ବୁଲିବା ଲାଗି ଯାଇଥିବାବେଳେ ସେଠାରେ ଏପରି ସାନିଟାଇଜ ମେଶିନ ଥିବା ଦେଖିଥିଲେ। ପୂର୍ବରୁ ସାଧାରଣ ରୋଗୀମାନେ ଡାକ୍ତରଖାନାକୁ ଗଲେ ନାନା ଅସୁବିଧା ହେଉଥିବା କୌଣସି ସାନିଟାଇଜ ବ୍ୟବସ୍ଥା ନ ଥିବା ଟିଭିରେ ଦେଖିଥିଲେ। ତେବେ ସେହି ଦିନରୁ ଡାକ୍ତରଖାନାକୁ ଆସୁଥିବା ଗରିବ ରୋଗୀଙ୍କ ପାଇଁ ଅଟୋମେଟିକ ସାନିଟାଇଜ ମେଶିନ କରିବା ପାଇଁ ଚିନ୍ତା କରିଥିଲେ। ବାପା ହାତ ଖର୍ଚ୍ଚ ପାଇଁ ଦେଉଥିବା ଟଙ୍କାରେ ସାନିଟାଇଜ ଓ ଆବଶ୍ୟକ ସାମଗ୍ରୀ କିଣି ୧୦/୧୨ଦିନ ମଧ୍ୟରେ ସାନିଟାଇଜ ମେଶିନ ପ୍ରସ୍ତୁତ କରିଥିଲେ। ଏହି ମେଶିନ ତିଆରି କରିବାକୁ ତାଙ୍କୁ ମାତ୍ର ୭/୮ ହଜାର ଟଙ୍କା ଲାଗିଥିବା କହିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀ ଏହି ଅଟୋମେଟିକ ମେଶିନ ଦ୍ୱାରା ୮ ସେକେଣ୍ଡରେ ସାନିଟାଇଜ ହୋଇପାରିବେ ବୋଲି ଅକତ୍‌ର କହିଛନ୍ତି। ଏହାହେଲା ପରେ ପ୍ରଥମଥର ପାଇଁ ଗୋପ ସ୍ବାସ୍ଥ୍ୟକେନ୍ଦ୍ରରେ ଲଗାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri