କୁନି ଛାତ୍ର ନିର୍ମାଣ କଲେ ସାନିଟାଇଜ୍‌ ମେଶିନ

ଗୋପ,୨୫ା୭(ଡି.ଏନ୍‌.ଏ): କରୋନାକୁ ନେଇ ସାରା ଦେଶ ଔଷଧ ପ୍ରସ୍ତୁତ ଲାଗି ଉଦ୍ୟମ ଜାରି ରଖିଛନ୍ତି। ଏଭଳି ସମୟରେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପୁରୀ ଜିଲା ଗୋପ ବ୍ଲକର ଜଣେ କୁନି ଛାତ୍ର ଏକ ଅଟୋମେଟିକ ସାନିଟାଇଜ୍‌ ମେଶିନ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି। ସେ ହେଉଛନ୍ତି ଗୋପ ଅଞ୍ଚଳର ମୁସଲମାନ ବସ୍ତିରେ ରହୁଥିବା ମହମ୍ମଦ ସାଦ ଅକତର। ତାଙ୍କର ଏହି ମେଶିନକୁ ଶୁକ୍ରବାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରଥମେ ଉଦ୍‌ଘାଟନ କରିବା ସହ ନିଜେ ମଧ୍ୟ ସାନିଟାଇଜ ହୋଇଛନ୍ତି। ଅକତରଙ୍କ ଏହି କାର୍ଯ୍ୟ ପାଇଁ ମନ୍ତ୍ରୀ ପ୍ରଶଂସା କରିବା ସହ ଭବିଷ୍ୟତରେ ରାଜ୍ୟ ତଥା ଦେଶର ନଁା ରଖିପାରିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଅକତର ନିମାପଡ଼ା ଡିଏଭି ପବ୍ଲିକ ସ୍କୁଲର ୭ମ ଶ୍ରେଣୀରେ ପାଠ ପଢ଼ନ୍ତି। କିଛିଦିନ ତଳେ ଅକତର ଗୋଟିଏ ବଡ଼ ହୋଟେଲକୁ ବୁଲିବା ଲାଗି ଯାଇଥିବାବେଳେ ସେଠାରେ ଏପରି ସାନିଟାଇଜ ମେଶିନ ଥିବା ଦେଖିଥିଲେ। ପୂର୍ବରୁ ସାଧାରଣ ରୋଗୀମାନେ ଡାକ୍ତରଖାନାକୁ ଗଲେ ନାନା ଅସୁବିଧା ହେଉଥିବା କୌଣସି ସାନିଟାଇଜ ବ୍ୟବସ୍ଥା ନ ଥିବା ଟିଭିରେ ଦେଖିଥିଲେ। ତେବେ ସେହି ଦିନରୁ ଡାକ୍ତରଖାନାକୁ ଆସୁଥିବା ଗରିବ ରୋଗୀଙ୍କ ପାଇଁ ଅଟୋମେଟିକ ସାନିଟାଇଜ ମେଶିନ କରିବା ପାଇଁ ଚିନ୍ତା କରିଥିଲେ। ବାପା ହାତ ଖର୍ଚ୍ଚ ପାଇଁ ଦେଉଥିବା ଟଙ୍କାରେ ସାନିଟାଇଜ ଓ ଆବଶ୍ୟକ ସାମଗ୍ରୀ କିଣି ୧୦/୧୨ଦିନ ମଧ୍ୟରେ ସାନିଟାଇଜ ମେଶିନ ପ୍ରସ୍ତୁତ କରିଥିଲେ। ଏହି ମେଶିନ ତିଆରି କରିବାକୁ ତାଙ୍କୁ ମାତ୍ର ୭/୮ ହଜାର ଟଙ୍କା ଲାଗିଥିବା କହିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀ ଏହି ଅଟୋମେଟିକ ମେଶିନ ଦ୍ୱାରା ୮ ସେକେଣ୍ଡରେ ସାନିଟାଇଜ ହୋଇପାରିବେ ବୋଲି ଅକତ୍‌ର କହିଛନ୍ତି। ଏହାହେଲା ପରେ ପ୍ରଥମଥର ପାଇଁ ଗୋପ ସ୍ବାସ୍ଥ୍ୟକେନ୍ଦ୍ରରେ ଲଗାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସହ ଲଢିବାକୁ ଗରିବଙ୍କୁ ବଣ୍ଟାଗଲା ‘ମୋଦି ଗାମୁଛା’

ବରାଣସୀ,୧୩।୪: କରୋନା ଯୁଦ୍ଧରେ ଜିତିବାକୁ ହେଲେ ମାସ୍କ, ସାନିଟାଇଜର ଆଦି ବ୍ୟବହାର କରିବା ଜରୁରୀ ବୋଲି କୁହାଯାଇଛି। ଏମିତିକି କେତେ ଗୁଡିଏ ରାଜ୍ୟରେ ମାସ୍କ ନ...

ମୁନ୍‌ସୀ ମେଳଣ ପାଇଁ ପୀଠ ଦେବତାଙ୍କ ପୂଜାର୍ଚ୍ଚନା

ଭଣ୍ଡାରିପୋଖରୀ,୧୬।୩(ଡି.ଏନ.ଏ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ଐତିହାସିକ ଗଣପର୍ବ ମୁନ୍‌ସୀ ମେଳଣ ପାଇଁ ଥାନା ପରିସର ଶୀତକଣ୍ଠେଶ୍ୱର ଶିବ ମନ୍ଦିରରେ ମଙ୍ଗଳବାର ଘଟ ସ୍ଥାପନା...

ରାଜ୍ୟରେ ୨୮% ଅଧିକ ବର୍ଷା

ଭୁବନେଶ୍ୱର,୧୭।୬(ବ୍ୟୁରୋ): ଗତ ୧୬ ଦିନ ମଧ୍ୟରେ ରାଜ୍ୟକୁ ଭଲ ବର୍ଷା ହୋଇଛି। ଏହି ସମୟରେ ସ୍ବାଭାବିକଠାରୁ ୨୮ ପ୍ରତିଶତ ଅଧିକ ହୋଇଛି। ପାଣିପାଗ ବିଭାଗ ସୂତ୍ରରୁ...

ଯାତ୍ରା ଖଳନାୟକ ଜ୍ଞାନରଞ୍ଜନ ଏବେ ଓ୍ବେଲ୍‌ଡର

ଭୁବନ, ୨।୮(ଡି.ଏନ.ଏ.) ଏକଦା ତାଙ୍କ ସଂଳାପରେ କମ୍ପୁଥିଲା ଯାତ୍ରା ପେଣ୍ଡାଲ। ଅଭିନୟ ଚାତୁରିରେ ବାନ୍ଧି ହୋଇ ରହୁଥିଲେ ହଜାର ହଜାର ଦର୍ଶକ। ଖଳନାୟକ ଚରିତ୍ରରେ ମଞ୍ଚ...

୨୦ରୁ ପୂର୍ତ୍ତ ବିଭାଗ ଆରମ୍ଭ କରିବ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଲକ୍‌ଡାଉନ୍‌ ଯୋଗୁ ବନ୍ଦ ପଡ଼ିଥିବା କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ କାର୍ଯ୍ୟକୁ ସରକାର ଆରମ୍ଭ କରିବାକୁ ଯାଉଛନ୍ତି। ଚଳିତ ମାସ ୨୦ରୁ ଏହି କାର୍ଯ୍ୟ ଆରମ୍ଭ...

୮ରେ ‘ମୋ ବସ୍‌’ରେ ମାଗଣା ଯିବେ ମହିଳା

ଭୁବନେଶ୍ୱର, ୭ା୩ (ବ୍ୟୁରୋ): ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆସନ୍ତା ୮ତାରିଖରେ ‘ମୋ ବସ୍‌’ରେ ମହିଳା ଦେୟମୁକ୍ତ ଯାତ୍ରା କରିପାରିବେ। ମହିଳା ଦିବସରେ ମହିଳାଙ୍କ ପ୍ରତି...

ଅସ୍ତରଙ୍ଗ ବେଳାଭୂମିରେ ଲାଗିଛି ୪୮ ଫୁଟ ତିମିର ମୃତଦେହ, ଦେଖିବାକୁ ଲୋକଙ୍କ ଭିଡ

ଅସ୍ତରଙ୍ଗ,୬।୩(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ବେଳାଭୂମି ଗୁଣ୍ଡଳବା ନିକଟରୁ ପ୍ରାୟ ୪୮ ଫୁଟର ଏକ ମୃତ ତିମି ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ବନବିଭାଗ ଟିମ୍‌, ପ୍ରାଣୀ...

ଏଣିକି ଏକା ବେଞ୍ଚରେ ସମାନ ମାମଲାର ଜାମିନ ଆବେଦନ

କଟକ ଅଫିସ,୨୨ା୫: ସୁପ୍ରିମକୋର୍ଟଙ୍କ ଗତ ୧୫ ତାରିଖର ନିର୍ଦ୍ଦେଶନାମା ଆଧାରରେ ଓଡ଼ିଶା ହାଇକୋର୍ଟ ଜାମିନ ଆବେଦନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ହାଇକୋର୍ଟରେ...

Advertisement
Archives

Model This Week