ଛାତ୍ରୀ ଅପହରଣ, ବଳାତ୍କାର ମାମଲା ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୦ା୨: ସ୍ବତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ଗଣେଶ୍ୱର ପତି ଶୁକ୍ରବାର ଏକ ବଳାତ୍କାର ମାମଲାର ଶୁଣାଣି କରିଛନ୍ତି। ଉପଯୁକ୍ତ ପ୍ରମାଣ ଅଭାବରୁ ସେ ଅଭିଯୁକ୍ତ ଏ. ଶ୍ରବଣ କୁମାରଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି।
୨୦୨୧ ମେ ୨୧ ତାରିଖରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ଘର ନିକଟରୁ କେହି ଅପହରଣ କରିନେଇଥିଲେ। ଏ ନେଇ ଛାତ୍ରୀଙ୍କ ବାପା ବଡବଜାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୧୦୦/୨୧ରେ ଏକ ମାମଲା ରୁଜୁ କରିଥିଲା। ତଦନ୍ତ ପରେ ଅପହୃତାଙ୍କୁ ଉଦ୍ଧାର କରିବା ସହ ଅପହରଣ ଅଭିଯୋଗରେ ଶ୍ରବଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରେ ଧାରା ୧୬୪ ଅନୁସାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ତଦନ୍ତକାରୀ ଅଧିକାରୀ ତଥା ଏସଆଇ ପି. କେ. ସାହୁ କୋର୍ଟରେ ଉକ୍ତ ମାମଲାର ଚାର୍ଜଶିଟ ଦାଖଲ କରିଥିଲେ। ମାମଲାର ବିଚାର ବେଳେ ୫ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଶୁକ୍ରବାର ଉକ୍ତ ମାମଲାର ଶୁଣାଣି ବେଳେ ଉପଯୁକ୍ତ ପ୍ରମାଣ ମିଳି ନ ଥିବାରୁ ଜଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ପିପି ମୋହନ ସିଙ୍ଗାରୀ ଓ ମୁଦାଲାଙ୍କ ପକ୍ଷରୁ ସୟଦ ଇକବାଲ ଓ ତାଙ୍କ ସହଯୋଗୀ ଯଶବନ୍ତ ନାୟକ ମାମଲା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ପରେ ପୁଅ ଅମଳରେ ଖୋଲିଲା ରତ୍ନଭଣ୍ଡାର

ପୁରୀ,୧୪ା୭: ବହୁ ପ୍ରତୀକ୍ଷିତ ଦୀର୍ଘ ୪୬ ବର୍ଷ ପରେ ରବିବାର ଖୋଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ଅପରାହ୍ନ ୧ଟା ୨୮ରେ ଶୁଭମୁହୂର୍ତ୍ତରେ ଖୋଲାଯାଇଛି ରତ୍ନଭଣ୍ଡାର। ପ୍ରଥମେ ବାହାର...

ଖୋଲିଲା ଭିତର ରତ୍ନଭଣ୍ଡାର

ପୁରୀ,୧୪ା୭: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଦୀର୍ଘ ୪୬ ବର୍ଷ ପରେ ଆଜି ଖୋଲିଛି ରତ୍ନଭଣ୍ଡାର। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ରବିବାର ଅପରାହ୍ନ ୧ଟା...

ହସ୍ପିଟାଲରେ ନିଆଁ ଲାଗିବା ଘଟଣା: ଆଖିବୁଜିଲା ୧୧ ଦିନର ଶିଶୁ

କଟକ,୧୪ା୭(ଶିଳ୍ପା ପ୍ରିୟଦର୍ଶିନୀ): କଟକର ଘରୋଇ ନର୍ସିଂହୋମ୍‌ ତ୍ରିଶାରେ ଶନିବାର ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡ ନର୍ସିଂହୋମ୍‌ର ୩ ମହଲାରେ ଥିବା ଆଇସିୟୁରେ ଘଟିଥିଲା। ଫଳରେ ରୋଗୀମାନଙ୍କୁ...

ରତ୍ନଭଣ୍ଡାର ଖୋଲିବା ପରେ ଶହ ଶହ ସଂଖ୍ୟାରେ ଉଡ଼ିଆସିଲେ ଚେମେଣିଆ

ପୁରୀ,୧୪ା୭: ବହୁ ପ୍ରତୀକ୍ଷାର ଅନ୍ତ ଘଟି ରବିବାର ଖୋଲିଛି ରତ୍ନଭଣ୍ଡାର। ୧୧ ଜଣିଆ ଟିମ୍‌ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରି ପ୍ରଥମେ ବାହାର ରତ୍ନଭଣ୍ଡାର ଦ୍ୱାର...

କରେଣ୍ଟ ଲାଗି ୧୦ ଶିଶୁ ଗୁରୁତର

ଦିଗପହଣ୍ଡି,୧୪ା୭: ଗଞ୍ଜାମ ଜିଲା ଦିଗପହଣ୍ଡିର ଫାଶିଗୁଡ଼ାରେ ଏକ ଅଘଟଣ ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ୧୦ ଶିଶୁ ଗୁରୁତର ହୋଇଛନ୍ତି। ମନ୍ଦିର ପ୍ରତିଷ୍ଠା ପାଇଁ ରାମାୟଣ...

ରତ୍ନଭଣ୍ଡାର ଖୋଲିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ବଡ଼ ବୟାନ, ଜାଣନ୍ତୁ କ’ଣ କହିଲେ…

ପୁରୀ ଅଫିସ,୧୪।୭: ଦୀର୍ଘ ୪୬ ବର୍ଷ ପରେ ଖୋଲିଛି ରତ୍ନଭଣ୍ଡାର। ରବିବାର ୧୧ ଜଣିଆ ଟିମ୍‌ ଶ୍ରୀମନ୍ଦିର ଯାଇ ନିର୍ଦ୍ଧାରିତ ସମୟ ୧ଟା ୨୮ ମିନିଟ୍‌ରେ...

ଖୋଲିଲା ରତ୍ନଭଣ୍ଡାର

ପୁରୀ,୧୪ା୭: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଦୀର୍ଘ ୪୬ ବର୍ଷ ପରେ ଆଜି ଖୋଲିଛି ରତ୍ନଭଣ୍ଡାର। ରବିବାର ଅପରାହ୍ନ ୧ଟା ୨୮ରେ ଶୁଭମୁହୂର୍ତ୍ତରେ ଖୋଲିଛି ରତ୍ନଭଣ୍ଡାର।...

ମା’ ବିମଳାଙ୍କଠାରୁ ଗୁଆ ନେଲେ ଟିମ୍‌, ବନ୍ଦ ହେଲା ୩ ଦ୍ୱାର; ଆଉ କିଛି ମିନିଟ୍‌ରେ…

ପୁରୀ ଅଫିସ,୧୪।୭: ଖୋଲାଯିବ ରତ୍ନଭଣ୍ଡାର। ଏହାକୁ ନେଇ ପୁରୀ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ରଥମେ ଶ୍ରୀମନ୍ଦିର ଭିତରେ ଥିବା ଭକ୍ତଙ୍କୁ ବାହାର କରାଯିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri