Posted inଖେଳ

ଷ୍ଟବ୍ସ, ପୋରେଲଙ୍କ ଅର୍ଦ୍ଧଶତକ

ନୂଆଦିଲ୍ଲୀ,୧୫ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଟ୍ରିଷ୍ଟାନ ଷ୍ଟବ୍ସ ଓ ଅଭିଷେକ ପୋରେଲ। ଉଭୟ ଖେଳାଳିଙ୍କ ଅର୍ଦ୍ଧଶତକ ବଳରେ ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୪ ଉଇକେଟରେ ୨୦୮ ରନ୍‌ କରିଥିଲା। ଜବାବରେ ଖବର ପ୍ରସ୍ତୁତି ସୁଦ୍ଧା ଲକ୍ଷ୍ନୌ ୯ ଓଭରରେ ୫ ଉଇକେଟ ହରାଇ ୮୫ ରନ୍‌ କରିଛି। ଏହି ମ୍ୟାଚ୍‌ ପାଇଁ ଉଭୟ ଦଳ ୩ ପରିବର୍ତ୍ତନ ସହ ଓହ୍ଲାଇଥିଲେ। ୟଶ ଠାକୁର, କ୍ରିଷ୍ଣପ୍ପା ଗୌତମ ଓ ଆୟୁଷ ବଦୋନୀଙ୍କ ସ୍ଥାନରେ ୟୁଧବୀର ସିଂ ଚରକ, ମୋହସିନ୍‌ ଖାନ୍‌ ଓ ଅର୍ଶଦ ଖାନଙ୍କୁ ଖେଳାଇଥିଲା ଲକ୍ଷ୍ନୌ। ଅନ୍ୟ ପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ଡେଭିଡ୍‌ ଓ୍ବାର୍ନର, ଇଶାନ୍ତ ଶର୍ମା ଓ କୁମାର କୁଶାଗ୍ରଙ୍କୁ ବାଦ ଦେଇଥିଲା।
ଦିଲ୍ଲୀର ଅରୁଣ ଜେଟ୍‌ଲୀ କ୍ରିକେଟ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ଲକ୍ଷ୍ନୌ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା। ବିପଜ୍ଜନକ ଜେକ୍‌ ଫ୍ରେଜର ମ୍ୟାକଗ୍ରୁକଙ୍କୁ ଖାତା ଖୋଲିବା ଆଗରୁ ଆଉଟ କରିଥିଲେ ଅର୍ଶଦ ଖାନ୍‌। ତେବେ ଅନ୍ୟତମ ଓପନର ଅଭିଷେକ ପୋରେଲ(୫୮) ଓ ଶାଇ ହୋପ୍‌ (୩୮) ଦ୍ୱିତୀୟ ଉଇକେଟରେ ୯୨ ରନ୍‌ ଯୋଡିଥିଲେ। ଇନିଂସର ଟପ୍‌ ସ୍କୋରର ଥିବା ପୋରେଲ୍‌ ୩୩ ବଲ୍‌ ଖେଳି ୫ ଚୌକା ଓ ୪ ଛକା ମାରିଥିଲେ। ହୋପ୍‌ ୨୭ ବଲ୍‌ ଖେଳି ୩ ଚୌକା ଓ ୨ ଛକା ମାରିଥିଲେ। ୨ ଖେଳାଳି ମାତ୍ର ୧୭ ରନ୍‌ ମଧ୍ୟରେ ପ୍ୟାଭିଲିୟନ ଫେରିଥିବା ବେଳେ ଅଧିନାୟକ ରିଷଭ ପନ୍ତ ମାତ୍ର ୩୩ ରନ୍‌ କରିଥିଲେ। ୨୩ ବଲ ଖେଳିଥିବା ପନ୍ତ ୫ ଚୌକା ମାରି ଦଳୀୟ ସ୍କୋର ୧୫୮ରେ ପ୍ୟାଭିଲିୟନ୍‌ ଫେରିଥିଲେ। ତେବେ ଶେଷ ଭାଗରେ ଟ୍ରିଷ୍ଟାନ ଷ୍ଟବ୍ସ(୫୭*) ଓ ଅକ୍ଷର ପଟେଲ(୧୪*) ଦଳୀୟ ସ୍କୋରକୁ ୨୦୦ ପାର କରାଇଥିଲେ। ଅନ୍ତିମ ୨୨ ବଲ୍‌ରେ ଉଭୟ ଖେଳାଳି ଦ୍ରୁତ ବ୍ୟାଟିଂ କରି ୫୦ ରନ୍‌ ଯୋଡିଥିଲେ। ଟ୍ରିଷ୍ଟାନ ଷ୍ଟବ୍ସ ୨୫ ବଲ୍‌ ଖେଳି ୩ ଚୌକା ଓ ୪ ଛକା ମାରିଥିଲେ। ଲକ୍ଷ୍ନୌ ପକ୍ଷରୁ ନବୀନ ଉଲ ହକ୍‌ ସର୍ବାଧିକ ୨, ରବି ବିଷ୍ଣୋଇ ଓ ଅର୍ଶଦ ଖାନ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୨୦୮/୪ (ଅଭିଷେକ ପୋରେଲ-୫୮, ଟ୍ରିଷ୍ଟାନ ଷ୍ଟବ୍ସ-୫୭*, ଶାଇ ହୋପ୍‌-୩୮, ନବୀନ ଉଲ ହକ-୨/୫୧, ରବି ବିଷ୍ଣୋଇ-୧/୨୬, ଅର୍ଶଦ ଖାନ୍‌-୧/୪୫)।


Enter your email to get our daily news in your inbox.

All Right Reserved By Dharitri.Com

ଗେରୁଆ ରଙ୍ଗର ଜର୍ସିକୁ ନେଇ ହକି ଇଣ୍ଡିଆର ସ୍ପଷ୍ଟୀକରଣ, କାହିଁକି ବଛାଗଲା ଏହି ରଙ୍ଗ କହିଲା କାରଣ

ନୂଆଦିଲ୍ଲୀ,୩୦।୭: ଭାରତୀୟ ହକି ଟିମ୍‌ ଉଭୟ ପୁରୁଷ ଓ ମହିଳା ଟିମର ଜର୍ସିର ରଙ୍ଗ ନୀଳରୁ ଗେରୁଆ କରିଛି । ଗେରୁଆ ଜର୍ସିରେ ୨୦୨୬ FIH ହକି…

Shukra Gochar: ୪ ରାଶିଙ୍କ ଅଯଥା ହେବ ଧନ ହାନୀ! ହଠାତ୍ ଚାକିରିରୁ ହେବେ ବିଦା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆଜି, ଶୁକ୍ର ଗ୍ରହ ଉତ୍ତରାଫାଲଗୁନି ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ସକାଳ ୪:୫୬ ସମୟରେ ହୋଇଥିବା ଶୁକ୍ରଙ୍କ ଏହି ଗୋଚର ଶୁଭ, କିନ୍ତୁ ଏପରି…

ଲକ୍ଷ୍ମୀ ଯୋଜନା: ପ୍ରତିମାସରେ ମିଳିବ ୨୫୦୦ଟଙ୍କା, RD ରେ ଜମା କଲେ ସିଧା ୧ ଲକ୍ଷ! ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…

ନୂଆଦିଲ୍ଲୀ,୩୦।୭: ସାଧାରଣତଃ ଆମକୁ ଟଙ୍କା ମିଳିଲେ ଆମେ ତାହା ଖର୍ଚ୍ଚ କରିଦେଇଥାଉ, କିନ୍ତୁ କିଛି ଟଙ୍କା ଯଦି ଆର.ଡି. (RD) ରେ ନିବେଶ କରାଯାଏ, ତେବେ ଅନେକ…

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଜିଲାପାଳ

ତୁଣ୍ଡଲା,୩୦ା୭(ପିରୋଜ କୁମାର ଦାଶ): ଦୀର୍ଘଦିନରୁ ଲଘୁଚାପ ଜନିତ ଲଗାଣ ବର୍ଷାରେ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। କେସିଙ୍ଗା ବ୍ଲକର ବେଲଖଣ୍ଡି,…

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ

ଟେନସା,୩୦।୭(ସମୀର କୁମାର ପାଢୀ): ସୁନ୍ଦରଗଡ ଜିଲା କୋଇଡା ବ୍ଲକ୍ ଅନ୍ତର୍ଗତ କାଦୋଡିହା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁରୁବାର ଦ୍ବିପହର ୨ଟା ସମୟରେ ପାଇଖାନା…

‘ବ୍ରାହ୍ମ ମୁହୂର୍ତ୍ତ’ରେ ‘ରାମାୟଣ’ର ଟ୍ରେଲର ରିଲିଜ: ଚର୍ଚ୍ଚା ସାଉଁଟିଲେ ରଣବୀର

ବଲିଉଡ ସୁପରଷ୍ଟାର ରଣବୀର କପୁରଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ’ର ଟ୍ରେଲର ରିଲିଜ ହୋଇଛି। ନିର୍ମାତାମାନେ ଶୁଭ ‘ବ୍ରାହ୍ମ ମୁହୂର୍ତ୍ତ’ରେ ଟ୍ରେଲରକୁ ସାରା ବିଶ୍ୱରେ ଉନ୍ମୋଚନ କରିଛନ୍ତି। ଏହାକୁ…

ତେଲ-ଉତେଇ ନଦୀରେ ବନ୍ୟା:ଲୋକଙ୍କୁ ନଦୀକୁ ଯିବାକୁ ବାରଣ

କର୍ଲାମୁଣ୍ଡା,୩୦।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି…

‘CJPରେ ଯୋଗଦିଅ,୫୦ ହଜାର ମାସକୁ ପାଅ’! ସିନିୟର ମେମ୍ବର ହେବାକୁ…

ନୂଆଦିଲ୍ଲୀ,୩୦।୭: ‘କକ୍ରୋଚ୍ ଜନତା ପାର୍ଟି’ (CJP) ନାମରେ ସୋସିଆଲ ମିଡିଆରେ ଚାଲିଥିବା ଏକ କଥିତ ନକଲି ଅଭିଯାନ ସାମ୍ନାକୁ ଆସିଛି । ଯାହା ଗୁଇନ୍ଦା ସଂସ୍ଥାଗୁଡ଼ିକୁ ସତର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri