ଜିଦି ଛାଡ଼

କୃଷକମାନଙ୍କ ଆନ୍ଦୋଳନର ତୀବ୍ରତା ଥମିବାର କୌଣସି ଆଭାସ ମିଳୁନାହିଁ। ଏହି ଆନ୍ଦୋଳନକୁ ୪ ସପ୍ତାହ ବିତି ଯାଇଥିଲେ ବି କେନ୍ଦ୍ର ଓ ବିକ୍ଷୋଭକାରୀ କୃଷକମାନେ ଏକ ସମାଧାନର ବାଟ ପାଇପାରିନାହାନ୍ତି। ଉଭୟ ପକ୍ଷ ସେମାନଙ୍କ ଦାବିରେ ଅଟଳ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ସୁପ୍ରିମ୍‌କୋର୍ଟ ପରାମର୍ଶ ଦେଇଛନ୍ତି ଯେ, କେନ୍ଦ୍ର ତିନୋଟି ବିବାଦୀୟ କୃଷି ଆଇନକୁ ସ୍ଥଗିତ ରଖିତ୍ବା ସବୁଠୁ ଭଲ ହେବ। ଏହା ପୂର୍ବରୁ ଆନ୍ଦୋଳନରେ ଭାଗ ନେଇଥିବା କୃଷକ ସଂଘ, ଏହାର ସପକ୍ଷବାଦୀ, ସରକାର ଏବଂ ଅନ୍ୟ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କୁ ନେଇ ଏକ କମିଟି ଗଠନ କରି ଏବେ ସୃଷ୍ଟି ହୋଇଥିବା ସଙ୍କଟର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ କରିବା ଲାଗି ପରାମର୍ଶ ଦେଇଥିଲେ। ଦୁର୍ଭାଗ୍ୟବଶତଃ ସୁପ୍ରିମକୋର୍ଟଙ୍କ ଏହି ପରାମର୍ଶ ପ୍ରତିବାଦକାରୀଙ୍କୁ ପ୍ରଭାବିତ କରିପାରିଲା ନାହିଁ। ଏଭଳି ଏକ ଭଲ ପଦକ୍ଷେପ ଉପରେ କେନ୍ଦ୍ର ମଧ୍ୟ ପୂର୍ବପରି କଠୋରତା ପ୍ରକାଶ କଲା। ଉଭୟ ପକ୍ଷ ଜିଦିରେ ରହିବା ଓ କଠୋରତା ପ୍ରକାଶ କରିବା ଆଦୌ ଶୁଭ ସୂଚନା ନୁହେଁ। ଅହିଂସା ଆନ୍ଦୋଳନ କରିବା କୃଷକମାନଙ୍କ ଅଧିତ୍କାର ବୋଲି ସୁପ୍ରିମକୋର୍ଟ ସ୍ବୀକାର କରିଛନ୍ତି। ଆଉ ମଧ୍ୟ ଶୀର୍ଷ କୋର୍ଟ ଜୋର୍‌ ଦେଇ କହିଛନ୍ତି ଯେ, ସ୍ବାଧୀନ ଭାବେ କାର୍ଯ୍ୟ କରିବା ବା ଚଳାଚଳ କରିବା ସାଧାରଣ ଲୋକମାନଙ୍କ ମୌଳିକ ଅଧିତ୍କାର। ସୁପ୍ରିମ୍‌୍‌କୋର୍ଟ ମଧ୍ୟ କୃଷକମାନଙ୍କ ଆନ୍ଦୋଳନର କାରଣ ପ୍ରତି ଖୋଲା ସହାନୂଭୂତି ପ୍ରକାଶ କରିଛନ୍ତି। କେନ୍ଦ୍ର ତାଙ୍କ ତରଫରୁ ଏହି ସମସ୍ୟାକୁ ସହାନୁଭୂତି ପୂର୍ବକ ନିୟନ୍ତ୍ରଣ କରିବାକୁ ଇଚ୍ଛା ପ୍ରକାଶ କରିଛି। ତେବେ ଏହାର ଅଧିକାଂଶ କାର୍ଯ୍ୟ ବାକ୍‌ପଟୁତାରେ ସୀମିତ। ତିନୋଟି କୃଷି ଆଇନ ଉପରେ ପୁନର୍ବାର ଚର୍ଚ୍ଚା କରିବା ଲାଗି ଏହା ବାରମ୍ବାର ମନା କରିଆସୁଛି, ଯାହା କୃଷକମାନଙ୍କ ଏକମାତ୍ର ଦାବି ରହିଛି। ତିନୋଟି କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ନ କରି ସେଥିରେ ଆଉ ଯାହା କମ୍‌ କଲେ ବି ସେମାନଙ୍କୁ ଏହା ସନ୍ତୁଷ୍ଟ କରିପାରିବ ନାହିଁ ବୋଲି କୃଷକମାନେ ଘୋଷଣା କରିଛନ୍ତି। ସରକାର ଏହି ତିନୋଟି ଆଇନକୁ ସମୀକ୍ଷା କରିବା ମୁଡରେ ନ ଥିତ୍ବା ଜଣାପଡୁଛି। କୃଷକମାନେ ଶୀତକାକରରେ ରାସ୍ତାରେ ବସିଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ଅନେକ କୃଷକ ମଧ୍ୟ ଆମତ୍ହତ୍ୟା କରିଛନ୍ତି। କୃଷକମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ପଞ୍ଜାବର ଜଣେ ପୂଜକ ଆମତ୍ହତ୍ୟା କରିଛନ୍ତି। ଏହି ସ୍ଥିତି ଆହୁରି ବିସ୍ଫୋରକ ଓ ଭୟାନକ ହେବାର ସମ୍ଭାବନା ରହିଛି। କୁହାଯାଇପାରେ,ସୁପ୍ରିମ୍‌କୋର୍ଟଙ୍କ ହସ୍ତକ୍ଷେପ ଏଭଳି କଠିନ ସ୍ଥିତିକୁ ଟାଳିବା ଲାଗି ଏକ ସୁଯୋଗ ପ୍ରଦାନ କରିଛି।
ସରକାର ଉଦାର ଭାବ ପ୍ରକାଶ କରିବା ସହ ଏହି ଆଇନକୁ ନେଇ ଆଗକୁ ନ ବଢିବା ଲାଗି ସୁପ୍ରିମ କୋର୍ଟଙ୍କ ପରାମର୍ଶକୁ ଗ୍ରହଣ କରିବା ଉଚିତ। ଯଦିି ଏହି ଆଇନଗୁଡ଼ିକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଏ ତେବେ ସ୍ବର୍ଗ ଛିଣ୍ଡି ପଡିବ ନାହିଁ। ଏହି ସମୟରେ କେନ୍ଦ୍ର ବିଭିନ୍ନ ଆନ୍ଦୋଳନର ଭାଗିଦାରିମାନଙ୍କୁ ତା’ଦୃଷ୍ଟିକୋଣ ସପକ୍ଷଙ୍କୁ ଆଣିବା ଉଚିତ। ମୁଖ୍ୟତଃ ଦକ୍ଷିଣ ଓ ପୂର୍ବ ଭାରତରେ ଥିବା କୃଷକ ଗୋଷ୍ଠୀ ଆଲୋଚନା ପାଇଁ ଦ୍ୱାର ଖୋଲା ରଖିପାରନ୍ତି। ଏହି ସଙ୍କଟରେ ପ୍ରସ୍ତାବକୁ ସ୍ଥଗିତ ରଖିବା ସହ ସରକାରରେ ଥିବା ବରିଷ୍ଠ ନେତାମାନେ କୃଷକମାନଙ୍କ ବିରୋଧରେ ଆକ୍ରମଣାମତ୍କ ମନ୍ତବ୍ୟ ଦେବାରୁ ସେମାନଙ୍କୁ ଦୂରେଇ ରଖିବା ଉଚିତ। ଗତ ତିନି ସପ୍ତାହରେ ଦଳର ବରିଷ୍ଠ ନେତାମାନଙ୍କ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ପୁଣି କୃଷକମାନଙ୍କୁ ଉତ୍‌କ୍ଷିପ୍ତ କରିବା ସହ ସରକାର ବିରୋଧୀ ସଜାଇଦେଇଛି। ଏଣୁ ଉଭୟ ପକ୍ଷ ଜିଦି ଛାଡ଼ିଦେବା ଉଚିିତ। ଏହି ସମସ୍ୟା ଉପରେ ଉଭୟେ ଏକ ସକାରାମତ୍କ ତଥା ଉଦାରବାଦୀ ଦୃଷ୍ଟିକୋଣ ଆପଣାଇବା ଆବଶ୍ୟକ। ଆଲୋଚନା ଆରମ୍ଭ କରିବାରେ ବାଧା ଉପୁଜାଉଥିତ୍ବା ଅହଂକାର ମନୋଭାବ ରହିବା ଅନୁଚିତ । ଆଲୋଚନା ପାଇଁ ଆଗେଇ ଆସିବାକୁ ସରକାର ପ୍ରଥମେ ପଦକ୍ଷେପ ନେବା ଦରକାର। ସରକାର ତାଙ୍କ ବାକ୍‌ପଟୁତା ପରିତ୍ୟାଗ କରି ଆଲୋଚନାକୁ ଉତ୍ସାହିତ କରନ୍ତୁ। ଯେଉଁମାନଙ୍କ ପାଇଁ ସେମାନେ ଏହି ସଂସ୍କାର ଆଣିଛନ୍ତି ସେମାନଙ୍କୁ ଅଶାନ୍ତି କରି ତାହା ଗ୍ରହଣ କରିବା ଲାଗି ବାଧ୍ୟ କରାଯାଇ ପାରିବ ନାହିଁ। ସରକାର ପ୍ରଥମେ ଏହି ପ୍ରସ୍ତାବିତ ସଂସ୍କାର ଉପରେ ସେମାନଙ୍କ ମନ ଜିଣିବା ଉଚିତ କିମ୍ବା ଏହା ଉପରେ ଆଲୋଚନା ନ ହେବା ଯାଏ ଏହାକୁ ସ୍ଥଗିତ ରଖାଯିବା ଦରକାର। ‘ଗ୍ରହଣ କର କିମ୍ବା ଛାଡ’ ନୀତି ସରକାର ପରିହାର କରିବା ଆବଶ୍ୟକ। ରାଜନୈତିକ ଦଳଗୁଡ଼ିକ ସମସ୍ୟାରୁ ଫାଇଦା ଉଠାଇବା ବ୍ୟତୀତ ଆଉ କିଛି ଦେଖିତ୍ପାରନ୍ତିନି। ଏଣୁ କୃଷକମାନେ ଏହିସବୁ ଦଳର ହାତବାରିସି ସାଜିବା ଉଚିତ ନୁହେଁ। ଏହା ହେଲେ ଏହି ଆନ୍ଦୋଳନ ତା’ର ଗୁରୁତ୍ୱ ହରାଇବ ଏବଂ ଏହା ସରକାରଙ୍କୁ ସୁହାଇବ। କିଛି ତ୍ୟାଗ କଲେ କିଛି ମିଳେ – ଏହି ଭାବ ଉଭୟ ସରକାର ଓ କୃଷକ ସଂଗଠନଗୁଡ଼ିକ ଗ୍ରହଣ କରିବା ଆବଶ୍ୟକ। ଏହାକୁ ଜୟ କିମ୍ବା ପରାଜୟର ବିଷୟ ଭାବେ ଦେଖିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri