ସକାଳୁ ଉଠିଲେ ପାଣି ପାଇଁ ସଂଘର୍ଷ: ୩୦ ପରିବାରକୁ ଗୋଟିଏ ନଳକୂପ

ଦାରିଙ୍ଗବାଡି, ୫/୧୨ (ଅରୁଣ ସାହୁ): ଭୋର ଉଠିଲେ ପିଇବା ଓ ବ୍ୟବହାର କରିବାକୁ ପାଣି ପାଇଁ ସଂଘର୍ଷ କରିବାକୁ ପଡୁଛି। ଦିନେ କି ୨ ଦିନ ନୁହଁ ବର୍ଷ ବର୍ଷ ଧରି ପିଇବା ପାଣି ପାଇଁ ଗୋଟିଏ ନଳକୂପ ହିଁ ଭରସା ପୁଣି ଲମ୍ବା ଧାଡ଼ିରେ ଠିଆ ହୋଇ ପାଣି ସଂଗ୍ରହ ନ କଲେ କିଛି ସମୟ ପରେ ଗୋଳି ପାଣି ବାହାରୁଛି। ଫଳରେ ଚିନ୍ତା ବଢୁଛି ଏଭଳି ଘଟଣା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ କୁମ୍ଭାରସାହି ରେ ଦେଖିବାକୁ ମିଳିଛି।
ପ୍ରକାଶ ଯେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୩ ଶହ ମିଟର ଦୂରତା ରେ ରହିଛି ଏହି କୁମ୍ଭାରସାହି । ପଞ୍ଚାୟତ କାର୍ଯ୍ୟାଳୟଠାରୁ ଏହି ସାହିକୁ ସଂଯୋଗ କରୁଥିବା ପଞ୍ଚାୟତ ରାସ୍ତା ଦୀର୍ଘ ବର୍ଷ ଧରି ମରଣଯନ୍ତା ପାଲଟିଥିବା ବେଳେ ସାହିରେ ରହିଥିବା ଅଙ୍ଗନାୱାଡି କେନ୍ଦ୍ର କୁ ମଧ୍ୟ ଭଲ ସବୁଦିନିଆ ରାସ୍ତା ଟିଏ ନାହିଁ ସେହିପରି ସବୁଠାରୁ ବଡ଼ ସମସ୍ୟା କହିଲେ ଗୋଟିଏ ନଳକୂପ ରହିଛି। ଯେଉଁଠି ଲୁହାଯୁକ୍ତ ପାଣି ଓ ନଳକୂପ କିଛି ସମୟ ପାଣି ବାହାରିବା ପରେ ଗୋଳିଆ ପାଣି ବାହାରୁଛି। ଫଳରେ ଲୋକ ବାଧ୍ୟ ହୋଇ ଗାଁ ବାହାରେ ରହିଥିବା ଚୁଆରୁ ପାଣି ବୋହି ଆଣି ପିଉଛନ୍ତି।
ସେହିପରି ଲମ୍ବା ଧାଡି ପାଇଁ ମହିଳା ମହିଳାଙ୍କ ମଧ୍ୟରେ ପାଣି ପାଇଁ ନଳକୂପ ନିକଟରେ ଏକାଧିକ ଥର ଝଗଡା ସୃଷ୍ଟି ହେଉଥିବା କହିଛନ୍ତି ଖୋଦ ମହିଳାମାନେ। ଗାଁକୁ ବସୁଧା ଯୋଜନାରେ ପାଣି ପାଇପ ବିଛାଯାଇଛି। କିନ୍ତୁ ଏହା କରାଯିବାର ୧୦ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ପାଣି ଟୋପାଏ ଆସୁନଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି। ଏନେଇ ଗାଁର ବରୁଣ ବେହେରା, ସୁରୁଚି ବେହେରା, ରାଜଲଷ୍ମୀ ବେହେରା, କୃଷ୍ଣ ଚନ୍ଦ୍ର ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି।

ସେହିପରି ଅଙ୍ଗନୱାଡିକୁ ସବୁଦିନିଆ ରାସ୍ତା ସହ ପିଇବାପାଣି ଓ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ସମେତ ସାହିରେ ପିଇବା ପାଣି ବ୍ୟବସ୍ଥା କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହାଇବାକୁ ସାହି ଲୋକ ଚେତାବନୀ ଦେଇଛନ୍ତି। ଏନେଇ ବିଡ଼ିଓ ପ୍ରୀତିରଞ୍ଜନ ରଥ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଏହି ସବୁ ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା, ମହିଳାମାନଙ୍କୁ ମିଳିବ ସ୍ବର୍ଣ୍ଣମୁଦ୍ରା

ଚେନ୍ନାଇ,୫।୮: ତାମିଲନାଡୁର ବିଜୟ ସରକାର 2026-27 ବଜେଟରେ ମହିଳାମାନଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ଟିଭିକେ ସରକାର ମହିଳାମାନଙ୍କୁ ସୁନା ମୁଦ୍ରା ବା ଗୋଲ୍ଡ…

ବିଶ୍ୱର ଟପ୍‌-୩ ଧନୀ କ୍ରିକେଟର, ନେଟ୍‌ୱର୍ଥ ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୫।୮: କ୍ରିକେଟ ବିଶ୍ୱର ଦ୍ୱିତୀୟ ସବୁଠାରୁ ଲୋକପ୍ରିୟ ଖେଳ। କିନ୍ତୁ ବର୍ତ୍ତମାନ ଏହା କେବଳ ଏକ ଖେଳ ନୁହେଁ, ବରଂ କୋଟି କୋଟି ଟଙ୍କାର ଏକ ବିଶାଳ…

ଉଦୟନିଧିଙ୍କୁ କଡ଼ା ସମାଲୋଚନା କଲେ କଙ୍ଗନା, କହିଲେ-ଏହା ଏକ ଭଲ…

ନୂଆଦିଲ୍ଲୀ,୫।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ ଦେଇଥିବା କଥିତ ଡବଲ ମିନିଂ ମନ୍ତବ୍ୟକୁ ନେଇ ବିବାଦରେ ଫସିଛନ୍ତି। ବର୍ତ୍ତମାନ ଅଭିନେତ୍ରୀ କଙ୍ଗନା…

ଜୁକରବର୍ଗଙ୍କୁ ଅଲ୍ଟିମେଟମ ଦେଲେ ସରକାର: କ୍ଷମା ମାଗ ନଚେତ୍‌…

ନୂଆଦିଲ୍ଲୀ,୫।୮: ଫେସବୁକରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ଡିଲିଟ କରିବା ସମ୍ପର୍କରେ ସଂସଦୀୟ କମିଟି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସୂତ୍ର ଅନୁଯାୟୀ, ଯୋଗାଯୋଗ ଏବଂ ସୂଚନା…

ଏଭଳି କାମ କରିବାକୁ ଯାଉଛନ୍ତି ଶେଖ ହାସିନା, ଶୁଣିକି ଛାନିଆ ହେଲା ବାଂଲାଦେଶ, ଭାରତ କହିଲା…

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଏକ ନୂଆ ପଦକ୍ଷେପ ଢାକାରେ ଚହଳ ସୃଷ୍ଟି କରିଛି। ଭାରତରେ ଆଶ୍ରୟ ନେଇଥିବା ଶେଖ ହାସିନା ଦୁଇ ବର୍ଷ…

ବ୍ଲକ୍‌ ଅଫିସରେ ଚାଲିଛି ପିସି କାରବାର: ଡ୍ରେନ୍‌ କାମର ବିଲ୍‌ କରିଦେବା ପାଇଁ…

ଖଡ଼ିଆଳ,୫ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ୍‌ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

RBIର ବଡ଼ ନିଷ୍ପତ୍ତି, ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌; ଋଣଗ୍ରାହକଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୫।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମୌଦ୍ରିକ ନୀତି କମିଟି (MPC) ବୈଠକ ପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆରବିଆଇ ରେପୋ ରେଟ୍‌କୁ ୫.୨୫ ପ୍ରତିଶତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri