ଶିକ୍ଷା ଅଧିକାର ପାଇଁ ଲଢ଼େଇ

ଶିକ୍ଷା ଅଧିକାରର ବାରମ୍ବାର ଉଲ୍ଲଂଘନକୁ ପ୍ରତିବାଦ କରି ଅନେକ ହଜାର ମହିଳା ଓ ଝିଅ ଆଫଗାନିସ୍ତାନ ସହରଗୁଡ଼ିକର ରାସ୍ତାକୁ ଓହ୍ଲାଇଛନ୍ତି। ଇରାନ୍‌ରେ ହିଜାବକୁ ନେଇ ଆନ୍ଦୋଳନ ଚାଲିଥିଲାବେଳେ ସମାନ ସମୟରେ ଉକ୍ତ ପ୍ରତିବାଦ ଆରମ୍ଭ ହୋଇଛି। ଗତ ସେପ୍ଟେମ୍ବର ମାସରେ କାବୁଲ୍‌ର ଏକ ଶିକ୍ଷାକେନ୍ଦ୍ରରେ ସନ୍ତ୍ରାସବାଦୀ ଆକ୍ରମଣରେ ୫୩ ଜଣ ଛାତ୍ର ନିହତ ଓ ୧୧୦ରୁ ଊର୍ଦ୍ଧ୍ୱ ଆହତ ହେବା ପରେ ଉକ୍ତ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଆକ୍ରମଣରେ ନିହତ ଓ ଆହତଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଛାତ୍ରୀ ଓ ଯୁବତୀ। ଅନେକ ଦିନ ଧରି ବହୁବାର ଛାତ୍ରୀମାନଙ୍କ ବିରୋଧରେ ହୋଇଆସୁଥିବା ଆକ୍ରମଣଗୁଡ଼ିକ ମଧ୍ୟରେ ଏହା ଏକ ସଦ୍ୟତମ ଦୃଷ୍ଟାନ୍ତ ଯେଉଁଥିରେ ହଜାରା ସମୁଦାୟର ଝିଅମାନେ ଅଧିକ ଶିକାର ହୋଇଛନ୍ତି। ନିୟମିତ ଭାବେ ହୋଇ ଆସୁଥିବା ଏକ ୟୁନିଭର୍ସିଟି ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରୀମାନେ ପ୍ରସ୍ତୁତ ହେଉଥିବା ସମୟରେ ଏହି ଭୟଙ୍କର ଆକ୍ରମଣ ହୋଇଥିଲା। ଆଫଗାନିସ୍ତାନରେ ଝିଅମାନଙ୍କ ଶିକ୍ଷା ବର୍ଷେ ପୂରା ନଷ୍ଟ ହେବାର ଠିକ୍‌ ପରେ ପରେ ଉକ୍ତ ପରୀକ୍ଷା ହେଉଥିଲା।
୨୦୨୧ ଅଗଷ୍ଟରେ ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରାଯିବା ପରେ ତାଲିବାନ୍‌ ଆଫଗାନିସ୍ତାନ ଦଖଲ କଲା। ସେତେବେଳେ ତାଲିିବାନ୍‌ ନେତାମାନେ ଉଭୟ ଛାତ୍ରୀ ଓ ଛାତ୍ରମାନଙ୍କ ପାଇଁ ସବୁ ପ୍ରାଥମିକ, ମାଧ୍ୟମିକ ଏବଂ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ପ୍ରତିଶ୍ରୁତି ଦେଇଥିତ୍ଲେ। କିନ୍ତୁ ଶୀଘ୍ର ଉକ୍ତ ପ୍ରତିଶ୍ରୁତି ଫେରାଇ ନେଇଥିଲେ। ଚଳିତ ବର୍ଷ ମାର୍ଚ୍ଚରେ ସେମାନେ ଷଷ୍ଟ ଶ୍ରେଣୀ ପରେ ଛାତ୍ରୀମାନଙ୍କୁ ସ୍କୁଲ ଯିବା ବନ୍ଦ କରି ଶିକ୍ଷା ଅଧିକାରରୁ ସେମାନଙ୍କୁ ବଞ୍ଚିତ କରିବାରେ ସଫଳ ହୋଇଥିଲେ। ଏହି କଟକଣା ବିରୋଧରେ କାବୁଲ ଓ ଅନ୍ୟ ସବୁ ସହରରେ ମହିଳାମାନେ ଆନ୍ଦୋଳନ କଲାବେଳେ ତାଲିବାନ୍‌ ସୁରକ୍ଷାବଳ ଏହାକୁ ହିଂସାମତ୍କ ଉପାୟରେ ଦମନ କରିଥିଲେ। ପ୍ରତିବାଦକାରୀମାନଙ୍କୁ ପିଟିବା ସହ ସେମାନଙ୍କ ମୁଣ୍ଡକୁ ଓ୍ବାର୍ନିଂ ଶୁଟ୍‌ କରିଥିଲେ। ଏବେ ପାଖାପାଖି ୧,୮୮୦ ବାଳିକା ମାଧ୍ୟମିକ ସ୍କୁଲ ବନ୍ଦ ରହିଛି। ଯେଉଁ କେତୋଟି ସ୍କୁଲ ଏବେ ଚାଲିଛି ତାହାକୁ ମଧ୍ୟ ବନ୍ଦ କରିଦେବା ଲାଗି ତାଲିିବାନ୍‌ ଧମକ ଦେଇଛି। ଏହି ସମୟରେ ସଂଘର୍ଷ ଓ ହିଂସା ବଢ଼ିବା ସହ ଏକ ଉକତ୍ଟ ମରୁଡ଼ି ଏବଂ ଲାଗି ରହିଥିବା ଆର୍ଥିକ ଝଟ୍‌କା ଆଫଗାନିସ୍ତାନର ମହିଳା ଓ ଝିଅମାନଙ୍କୁ ଅଧିକ ବିପଦ ମଧ୍ୟକୁ ଠେଲି ଦେଇଛି। ତାଲିବାନ୍‌ ଶାସନ ଦାୟିତ୍ୱ ନେବା ପରଠାରୁ ଏହିସବୁ କାରଣ ଯୋଗୁ ମହିଳାଙ୍କ ଅଧିକାର ଅଧିକତର ନିମ୍ନଗାମୀ ହୋଇଛି, ଯାହା ଆଫଗାନିସ୍ତାନର ବାଲ୍ୟବିବାହ ଏବଂ ଶିଶୁ ଶ୍ରମିକ ହାରରୁ ସ୍ପଷ୍ଟ ପ୍ରମାଣିତ।
ଝିଅମାନଙ୍କ ମାଧ୍ୟମିକ ଶିକ୍ଷା ବନ୍ଦ କରିବା ପାଇଁ ତାଲିବାନ୍‌ର ନିଷ୍ପତ୍ତି ଅତ୍ୟନ୍ତ ଦୁଃଖଦ। ଆଫଗାନିସ୍ତାନରେ ଦୁଇ ଦଶନ୍ଧି ଧରି ଝିଅମାନଙ୍କୁ ଶିକ୍ଷା ଦେବାରେ ଯେଉଁ ଉଲ୍ଲେଖନୀୟ ଅଗ୍ରଗତି ଘଟିଥିଲା ତାହାକୁ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଓଲଟପାଲଟ କରିଦେଇଛି। ତାଲିବାନ୍‌ ଶାସନ ପୂର୍ବ ତଥ୍ୟକୁ ଦେଖିଲେ ଶିକ୍ଷା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସ୍ପଷ୍ଟ ପ୍ରତୀୟମାନ ହୁଏ। ୨୦୦୦ରେ ୧ ଲକ୍ଷ ଆଫଗାନୀ ଝିଅ ସ୍କୁଲରେ ନାମ ଲେଖାଇଥିଲାବେଳେ ଏହା ବୃଦ୍ଧି ପାଇ ୨୦୧୯ରେ ୩.୫ ମିଲିୟନରୁ ଅଧିକରେ ପହଞ୍ଚିଥିଲା ଏବଂ ୨୦୧୧ରୁ ୨୦୧୮ ମଧ୍ୟରେ ମହିଳା ସାକ୍ଷରତା ଦୁଇଗୁଣ ବଢ଼ିଥିଲା। କିନ୍ତୁ ଜରୁରୀ ଓ ଦୀର୍ଘ ସଙ୍କଟରେ ଶିକ୍ଷା ପାଇଁ ଉଦ୍ଦିଷ୍ଟ ଜାତିସଂଘର ବୈଶ୍ୱିକ ଫଣ୍ଡ ‘ଏଡୁକେଶନ କ୍ୟାନ୍‌ ନଟ୍‌ ଓ୍ବେଟ’୍‌ ଏବଂ ଏହାର ଭାଗୀଦାରି ସଂସ୍ଥା ୟୁନିସେଫ୍‌, ନରଓ୍ବିଜିଅନ୍‌ ରିଫ୍ୟୁଜି କାଉନ୍‌ସିଲ ଓ ସେଭ୍‌ ଦି ଚିଲ୍‌ଡ୍ରେନ ମିଳିତ ଭାବେ ଆଫଗାନୀ ଝିଅମାନଙ୍କ ନିକଟରେ ପହଞ୍ଚି ସହଯୋଗ କରିବାକୁ ଚାହଁୁଥିବାବେଳେ ତାଲିବାନ୍‌ର କଟକଣା ନିଃସନ୍ଦେହରେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ସ୍କୁଲ ଛାଡ଼ିବା ଲାଗି ବାଧ୍ୟ କରିଛି।
ଆଫଗାନିସ୍ତାନର ରାସ୍ତାଗୁଡ଼ିକରେ ମହିଳା ଓ ଝିଆମାନେ ଜୀବନକୁ ବାଜି ଲଗାଇ ସେମାନଙ୍କ ମୌଳିକ ଅଧିକାର ପାଇଁ ଲଢ଼େଇ କରୁଛନ୍ତି। ଆମେ ସେମାନଙ୍କ ନେତୃତ୍ୱକୁ ଅନୁସରଣ କରିବା ସହ ତତ୍‌କାଳୀକ ପଦକ୍ଷେପ ନେବା ଦରକାର। ଅର୍ଗାନାଇଜେଶନ ଅଫ୍‌ ଇସ୍‌ଲାମିକ କୋ-ଅପରେଶନ ସହ ଆରମ୍ଭରୁ ଜଡ଼ିତ ବ୍ୟକ୍ତି ଓ ସଦସ୍ୟମାନେ ସେମାନଙ୍କ ପ୍ଲାଟ୍‌ଫର୍ମକୁ ବ୍ୟବହାର କରିବା ଆବଶ୍ୟକ। ବିଶ୍ୱ ସମୁଦାୟ ଦ୍ୱାରା ଆଇନଗତ ଭାବେ ସ୍ବୀକୃତ ହୋଇ ନ ଥିବା ଆଫଗାନିସ୍ତାନର ତାଲିବାନ ସରକାର ଦ୍ୱାରା କିଭଳି ମାଧ୍ୟମିକ ସ୍କୁଲ ଛାତ୍ରୀମାନେ ସ୍କୁଲକୁ ଫେରିବେ ତାହା ନିିଶ୍ଚିତ କରିବା ଲାଗି ସେମାନେ ଦାବି ଉପସ୍ଥାପନ କରିବା ଉଚିତ। ଏହାସହ ଶିକ୍ଷାନୁଷ୍ଠାନ, ଶିକ୍ଷକ ଏବଂ ଛାତ୍ରମାନେ ବିଶେଷକରି ଝିଅମାନଙ୍କୁ କିପରି ଆକ୍ରମଣରୁ ସୁରକ୍ଷିତ ରଖାଯାଇପାରିବ ତାହା ମଧ୍ୟ ନିଶ୍ଚିତ କରିବାକୁ ହେବ। ସର୍ବୋପରି ସମସ୍ତ ଯୁବତୀ ଓ କିଶୋରୀଙ୍କ ସହିତ ଶିକ୍ଷକମାନଙ୍କୁ ଶ୍ରେଣୀଗୃହକୁ ଫେରାଇବା ପ୍ରକ୍ରିୟାକୁ ସ୍ବାଗତ କରାଯିବା ଦରକାର। ଭିତ୍ତିଭୂମିର ପୁନଃ ସଂସ୍ଥାପନ କରାଯିବା ଆବଶ୍ୟକ। ଏହାବ୍ୟତୀତ ଗୁଣବତ୍ତା ଶିକ୍ଷା ଯୋଗାଇଦେବା ପାଇଁ ଆନୁଷଙ୍ଗିକ ଯୋଗାଣ ଉପରେ ଗୁରୁତ୍ୱ ଦେବାକୁ ହେବ।
ଆଫଗାନିସ୍ତାନରେ ଆର୍ଥିକ ଓ ମାନବୀୟ ସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଏହି ସ୍ଥିତିକୁ ଲକ୍ଷ୍ୟ କରି ଅନ୍ତର୍ଜାତୀୟ ସମୁଦାୟ ନିଶ୍ଚିତ କରିବା ଦରକାର ଯେ, ସ୍କୁଲଗୁଡ଼ିକରେ ସବୁ ବାଳିକା ଓ ବାଳକଙ୍କ ପାଇଁ ସୁରକ୍ଷା, ସୁରକ୍ଷିତ ସ୍ଥାନ ଏବଂ ଉଚ୍ଚମାନର ଶିକ୍ଷା ଯୋଗାଇ ଦେବାକୁ ପର୍ଯ୍ୟାପ୍ତ ସଂସାଧନ ରହିଛି। ଏପରି କି ଦିବ୍ୟାଙ୍ଗମାନଙ୍କ ଲାଗି ଏଭଳି ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ହେବ। ଉଚ୍ଚମାନର ଶିକ୍ଷା ସକାଶେ ଉତ୍ତମ ଶିକ୍ଷକଙ୍କ ଆବଶ୍ୟକତା ମଧ୍ୟ ରହିଛି। ଏଣୁ ଆମକୁ ଆଫଗାନ୍‌ ଶିକ୍ଷକମାନଙ୍କୁ ସେମାନଙ୍କ ଛାତ୍ରମାନଙ୍କ ନିକଟରେ ପହଞ୍ଚିବା ପାଇଁ ଆବଶ୍ୟକ ପ୍ରଶିକ୍ଷଣ ଏବଂ ଉପକରଣ ଯୋଗାଇ ଦେବା ଦରକାର। ଆଫଗାନିସ୍ତାନ ଯୁଦ୍ଧ ଏବଂ ବିପର୍ଯ୍ୟୟରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ଏଭଳି ଏକ ଦେଶରେ ସବୁ ବାଳିକା ଓ ବାଳକଙ୍କ ପ୍ରତି ଦୃଷ୍ଟିଦେବା ଆବଶ୍ୟକତା ଅଧିକ। ସେ ଦୃଷ୍ଟିରୁ ସେମାନଙ୍କୁ ମାନସିକ ସ୍ବାସ୍ଥ୍ୟ ସଂସାଧନ ଉପଲବ୍ଧ କରାଇବା ଓ ମନସ୍ତାତ୍ତ୍ୱକ ସହଯୋଗ ଯୋଗାଇବାର ଦାୟିତ୍ୱ ଆମକୁ ବହନ କରିବାକୁ ହେବ। ସରକାରୀ ସ୍କୁଲଗୁଡ଼ିକୁ ଯାଇପାରୁ ନ ଥିବା ଝିଅ ଓ ପୁଅମାନଙ୍କ ପାଇଁ ବିକଳ୍ପ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ସକାଶେ ଆମେ ସମସ୍ତେ କାର୍ଯ୍ୟ କରିବା ଉଚିତ।
୨୦୧୭ ପରଠାରୁ ଏଡୁକେଶନ କ୍ୟାନ୍‌ ନଟ୍‌ ଓ୍ବେଟ୍‌ ଫଣ୍ଡ ଆଫଗାନିସ୍ତାନରେ ଶିକ୍ଷା କ୍ଷେତ୍ରରେ ୫୮ ମିଲିୟନ ଆମେରିକୀୟ ଡଲାର ନିବେଶ କରିଛି। ଏଥି ମଧ୍ୟରୁ କିଛି ଜରୁରୀ ଭିତ୍ତିରେ ଏବଂ ଆଉ କିଛି ୨୦୧୯ରେ ଆରମ୍ଭ କରାଯାଇଥିବା ବହୁବର୍ଷୀୟ ସାମର୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଗାଇ ଦିଆଯାଇଛି। ଆମ ଅଂଶୀଦାରମାନଙ୍କର ସମର୍ପିତ କାର୍ଯ୍ୟ ଯୋଗୁ ଯୋଗାଇ ଦିଆଯାଇଥିବା ଉକ୍ତ ପାଣ୍ଠି ଆଫଗାନିସ୍ତାନର ୫୧% କଲେଜ କିମ୍ବା ବିଶ୍ୱବିଦ୍ୟାଳୟର ଛାତ୍ରୀ ଏବଂ ମୋଟରେ ୧,୮୧,୦୦୦ରୁ ଊର୍ଦ୍ଧ୍ୱ ବାଳିକା ଓ ବାଳକଙ୍କ ପାଖରେ ପହଞ୍ଚିପାରିଛି। ଏହା ବ୍ୟତୀତ ବାଳିକା ଓ ବାଳକଙ୍କୁ ଅଧିକ କମ୍ୟୁନିଟି ଆଧାରିତ ଶିକ୍ଷା ଉପଲବ୍ଧ କରାଇବା ଲାଗି ଖୁବ୍‌ ଶୀଘ୍ର ଆମେ ଏକ ନୂଆ ବହୁବର୍ଷୀୟ କାର୍ଯ୍ୟକ୍ରମ ଆରମ୍ଭ କରିବୁ। ଏପରି କି ଅତ୍ୟନ୍ତ ଦୁର୍ଗମ ଓ ଆହ୍ବାନପୂର୍ଣ୍ଣ ପରିବେଶଗୁଡ଼ିକରେ ଉକ୍ତ ଶିକ୍ଷା ଯୋଗାଇଦେବୁ। କିନ୍ତୁ ଏଥିପାଇଁ ଆମକୁ ବହୁତ କିଛି କରିବାକୁ ପଡ଼ିବ। ଆଫଗାନିସ୍ତାନର ମହିଳା ଏବଂ ଝିଅମାନେ ହିଂସକ ଆକ୍ରମଣକୁ ସାମ୍ନା କରି ଶିକ୍ଷା ଅଧିକାର ଲାଗି ଲଢ଼େଇ କରୁଛନ୍ତି ଏବଂ ସେମାନେ ଏହି ସ୍ଥିତିରେ ସାହାଯ୍ୟ ଲୋଡୁଛନ୍ତି। ସେମାନେ ଉଠାଇଥିବା ସ୍ବର ତଥା ଆହ୍ବାନ ପ୍ରତି ଗୁରୁତ୍ୱ ଦେବା ଆମ ସଭିଙ୍କର ସମଷ୍ଟିଗତ ଦାୟିତ୍ୱ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri