ଅଧ୍ୟକ୍ଷ ପଦ ପାଇଁ ଜୋରଦାର କସରତ

ଜଗତ୍‌ସିଂହପୁର ଅଫିସ, ୧୨ା୩: ଆଗାମୀ ପୌର ନିର୍ବାଚନ ନେଇ ପ୍ରକ୍ରିୟା ଜୋରଦାର ଚାଲିଛି। ଏଥିମଧ୍ୟରେ ପ୍ରାର୍ଥତ୍ପତ୍ର ଦାଖଲ, ଯାଞ୍ଚ ପରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇସାରିଛି। ଆସନ୍ତା ୧୪ ତାରିଖରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ହାତଗଣତି କେତୋଟି ୱାର୍ଡରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପାଇଁ ଉଦ୍ୟମ ହେଉଥିଲେ ସୁଦ୍ଧା ଅବଶିଷ୍ଟ ଚୂଡାନ୍ତ ହେବା ସମ୍ଭାବନା ରହିଛି। ଏହା ଭିତରେ ବିଭିନ୍ନ ୱାର୍ଡରେ ପ୍ରାର୍ଥୀମାନେ ଡୋର କ୍ୟାମ୍ପେନିଂ ଆରମ୍ଭ କରି ଦେଇଛନ୍ତି। ବିଶେଷକରି ଅଧ୍ୟକ୍ଷା ପଦ ହାତେଇବାକୁ ପ୍ରମୁଖ ରାଜନୈତିକ ଦଳ ଯଥା କଂଗ୍ରେସ, ବିଜେଡି ଓ ଭାଜପା ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଯାଇଛି। ୨୦୧୩ ନିର୍ବାଚନରେ କଂଗ୍ରେସ ଓ ବିଜେଡି ମଧ୍ୟରେ ଲଢେଇ ହୋଇଥିଲା। ଶେଷରେ ପରିଷଦ କଂଗ୍ରେସ ଦଖଲକୁ ଯାଇଥିଲା। ଭାଜପା ସ୍ଥିତି ଅତି ଦୁର୍ବଳ ଥିଲା। ଏଥର ମଧ୍ୟ କଂଗ୍ରେସ ଓ ବିଜେଡି ମଧ୍ୟରେ କଡ୍ଡା ମୁକାବିଲା ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।
ସମୀକ୍ଷକମାନଙ୍କ ଯୁକ୍ତି ହେଲା ଯେହେତୁ ଗତ ନିର୍ବାଚନରେ ପୌରାଧ୍ୟକ୍ଷ ପଦବୀ ପାଇଁ ପରୋକ୍ଷ ନିର୍ବାଚନ ଥିଲା ତେଣୁ ପାରିଷଦମାନଙ୍କ ନିଷ୍ପତ୍ତି ଚୂଡାନ୍ତ ହେଉଥିଲା। ଏହି ଆଧାରରେ ଅଧିକାଂଶ କଂଗ୍ରେସ ପାରିଷଦ ପୌରାଧ୍ୟକ୍ଷ ବାଛିଥିଲେ। ଆଗାମୀ ନିର୍ବାଚନରେ ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେଉଛି। ଅର୍ଥାତ୍‌ ପୌରାଞ୍ଚଳର ଭୋଟରମାନେ ଅଧ୍ୟକ୍ଷା ପ୍ରାର୍ଥୀମାନଙ୍କ ମଧ୍ୟରୁ ଜଣଙ୍କୁ ଭୋଟ ଦେଇ ଜିତାଇବେ। ସେ ଦୃଷ୍ଟିରୁ କଂଗ୍ରେସ, ବିଜେଡି ଓ ଭାଜପା ପକ୍ଷରୁ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ରଣନୀତି ଆପଣାଯାଉଛି। ବଡ କଥା ହେଲା ଗତ ନିର୍ବାଚନ ଫଳାଫଳକୁ ନେଇ ବିଜେଡି ଅଙ୍କ କଷୁଛି। କାରଣ ଏହି ନିର୍ବାଚନରେ ବିଜେଡିଠାରୁ କଂଗ୍ରେସ ସପକ୍ଷରେ ଅଧିକ ୧ ହଜାର ଭୋଟ ଯାଇଥିଲା। ନିକଟରେ ପଞ୍ଚାୟତ ନିର୍ବାଚନ ସରିଥିବାବେଳେ ବିଜେଡିକୁ ଜଗତ୍‌ସିଂହପୁର ବ୍ଲକ ଅଞ୍ଚଳରୁ ଆଶାଜନକ ସଫଳତା ମିଳିପାରିନାହିଁ। କାରଣ ପାଖାପାଖି ଅଧା ପଞ୍ଚାୟତରେ କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀମାନେ ଜିତିଛନ୍ତି। ଗତ ସାଧାରଣ ନିର୍ବାଚନ ସମୟରେ ମଧ୍ୟ ଜଗତ୍‌ସିଂହପୁର ପୌରାଞ୍ଚଳରୁ କଂଗ୍ରେସ ସପକ୍ଷରେ ଆଶାଜନକ ଭୋଟ ଯାଇଥିଲା। ଅନ୍ୟପକ୍ଷେ ଗତଥର ଭାଜପା ପକ୍ଷରୁ ୧୨ଟି ୱାର୍ଡରେ ପ୍ରାର୍ଥୀ ଦିଆଯିବା ସମ୍ଭବ ହୋଇପାରି ନ ଥିଲା। ଏଥର କିନ୍ତୁ ଭାଜପା ସଙ୍ଗଠନରେ ଉନ୍ନତି ପରିଲକ୍ଷିତ ହୋଇଛି। ସମସ୍ତ ୱାର୍ଡରେ ପ୍ରାର୍ଥୀ ଦିଆଯାଇଛି। ଭାଜପା ସପକ୍ଷରେ ଯେଉଁ ଭୋଟ ଯିବ ତାହା ନିଶ୍ଚୟ ଗୁରୁତ୍ୱ ବହନ କରିବ। ତେଣୁ ପୌରାଧ୍ୟକ୍ଷ ପାଇଁ ବିଜେଡି ଓ କଂଗ୍ରେସ ମଧ୍ୟରେ ନିର୍ଣ୍ଣାୟକ ଲଢେଇ ହେବା ଆଶା କରାଯାଉଥିବା କୁହାଯାଉଛି।
ଜଗତ୍‌ସିଂହପୁର ପୌର ପରିଷଦ କହିଲେ, ୨୧ଟି ୱାର୍ଡକୁ ନେଇ ଗଠିତ। ଗତ ନିର୍ବାଚନ ସମୟରେ ଭୋଟର ସଂଖ୍ୟା ୨୩,୪୮୫ ଥିବାବେଳେ ୧୮,୯୩୬ ଜଣ ଅର୍ଥାତ୍‌ ୮୦.୬୩% ମତଦାନ କରିଥିଲେ। ଏଥର ୨,୦୩୨ ଭୋଟର ବଢିଛନ୍ତି। ଅର୍ଥାତ୍‌ ମୋଟ ଭୋଟର ଅଛନ୍ତି ୨୫,୫୧୭ ଜଣ। ସେମାନଙ୍କ ମଧ୍ୟରୁ ମହିଳା ୧୨,୪୭୪ ଓ ପୁରୁଷ ଭୋଟର ହେଉଛନ୍ତି ୧୩,୦୪୩ ଜଣ। ଏଥର ଅଧ୍ୟକ୍ଷ ପଦବୀଟି ସାଧାରଣ ବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। କଂଗ୍ରେସରୁ ଅର୍ଚ୍ଚନା ସିଂହ, ବିଜେଡି ରାଜଶ୍ରୀ ମହାପାତ୍ର, ଭାଜପା ଶ୍ରୀମତୀ ପଙ୍କଜିନୀ ଓ ବହୁଜନ ସମାଜବାଦୀ ପାର୍ଟିରୁ ଝିଲିନା ଦାସ ପ୍ରାର୍ଥୀ ହୋଇଛନ୍ତି। କିନ୍ତୁ ବିଜେଡି, କଂଗ୍ରେସ ଓ ଭାଜପା ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ୨୦୧୩ ନିର୍ବାଚନ ଫଳାଫଳକୁ ଅନୁଶୀଳନ କଲେ ଜଣାଯାଏ, କଂଗ୍ରେସ ଦଖଲକୁ ସର୍ବାଧିକ ୧୨ଟି ୱାର୍ଡ ଯାଇଥିଲା। ସେଗୁଡିକ ହେଲା ୨, ୪, ୫, ୭, ୯, ୧୦, ୧୨, ୧୪, ୧୫, ୧୬ ଓ ୧୭, ୧୯ ନଂ. ୱାର୍ଡ। ବିଜେଡି ସପକ୍ଷରେ ୱାର୍ଡ ସଂଖ୍ୟା ୧, ୩, ୬, ୮, ୧୧, ୧୩, ୧୮, ୨୦ ଓ ୨୧କୁ ମିଶାଇ ମୋଟ ୯ଟି ଥିଲା। କଂଗ୍ରେସ ସପକ୍ଷରେ ପୌରାଞ୍ଚଳର ୯,୮୫୦ ଭୋଟର ଭୋଟ ଦେଇଥିଲେ। ବିଜେଡିକୁ ୮,୮୭୫ ଓ ଭାଜପା ସପକ୍ଷରେ ମାତ୍ର ୧୪୦ ଖଣ୍ଡ ଭୋଟ ଯାଇଥିଲା। ଏହି ଅଙ୍କ ଦେଖିଲେ ଜଣାଯାଏ ବିଜେଡିଠାରୁ କଂଗ୍ରେସ ସପକ୍ଷରେ ପାଖାପାଖି ୧ ହଜାର ଅଧିକ ଭୋଟ ଯାଇଥିଲା। ସେତେବେଳେ ଭାଜପା କେବଳ ୨, ୫, ୭, ୯, ୧୦, ୧୨, ୧୩, ୧୪ ଓ ୨୦ ନଂ. ୱାର୍ଡରେ ପ୍ରାର୍ଥୀ ଦେଇଥିଲା। ଏଥର ସମସ୍ତ ୱାର୍ଡରେ ପ୍ରାର୍ଥୀ ଦେଇଥିବାରୁ ଏହି ଦଳ ସପକ୍ଷରେ ଯିବାକୁ ଥିବା ଭୋଟ କେଉଁ ଦଳକୁ ଅଧିକ କ୍ଷତିରେ ପହଞ୍ଚାଇବ ତାହା ସମୟ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?