ଦୃଢ଼ ଇଚ୍ଛାଶକ୍ତି

ଉମାଶଙ୍କର ପ୍ରସାଦ

 

ଆମ ଗାଁ ଗହଳିରେ ଗୋଟିଏ ପ୍ରବାଦ ବାକ୍ୟାବଳୀ ଶୁଣିବାକୁ ମିଳିଥାଏ, ଯାହା ହେଉଛି ‘ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବାକୁ ଚେଷ୍ଟା’! ଏ କଥାର ତାତ୍ପର୍ଯ୍ୟ ହେଲା ଦୀନ, ଦୁଃଖୀ, ଅସମର୍ଥ ବ୍ୟକ୍ତି ଯଦି ନିଜର ଅବସ୍ଥାକୁ ବିଚାର ନ କରି ଉଚ୍ଚ ଆଶା ଓ ଆକାଂକ୍ଷାର ସ୍ବପ୍ନ ଦେଖେ ସେତେବେଳେ ଅନେକ ବ୍ୟକ୍ତି ତା’ର ଏହି ଉଚ୍ଚ ଆଶାକୁ ଦେଖି ଉପରୋକ୍ତ ବାକ୍ୟାବଳୀଟି କହିଥାନ୍ତି। ଯଦି ପୃଥିବୀର ଇତିହାସ ପୃଷ୍ଠାକୁ ଅବଲୋକନ କରିବା ତେବେ ସ୍ପଷ୍ଟ ଅନୁମେୟ ହେବ ଯେ କେତେଜଣ ବାମନ ଅସଂଖ୍ୟ ଡେଙ୍ଗା ଲୋକଙ୍କୁ ଟପି ନିଜର ଅଧ୍ୟବସାୟ, ଦୃଢ଼ ମାନସିକ ତଥା ଅଦମ୍ୟ ଚେଷ୍ଟା ବଳରେ ବାମନ ହୋଇ ସୁଦ୍ଧା ଚନ୍ଦ୍ରକୁ ହାତ ବଢ଼ାଇ ନିଜ ଜୀବନରେ ସଫଳତା ପାଇଛନ୍ତି। ସେଦିନ ବିଲାତରେ କୌଣସି ପିଲା ପରିବାରର ଅର୍ଥାଭାବ ଯୋଗେ ଚା’ ନ ପାଇ ଗରମପାଣି ପିଇ ଶୀତ ନିବାରଣ କରୁଥିଲା। କିନ୍ତୁ ସମୟର ଗତି ବଡ଼ ବିଚିତ୍ର। ସେହି ପିଲା ଦିନେ ବିଲାତର ପ୍ରଧାନମନ୍ତ୍ରୀ ହେଲା! ସେହିଭଳି ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ପିଲା ଘରେ ଆଲୁଅ ଜାଳିବାକୁ ପଇସା ନ ପାଇବାରୁ ସଡ଼କର ବତିଖୁଣ୍ଟ ଆଲୁଅରେ ବସି ପାଠ ପଢ଼ି ସେହି ଦେଶର ରାଷ୍ଟ୍ରପତି ହୋଇଥିଲେ। ସେହି ଯୁକ୍ତରାଷ୍ଟ୍ରର ଜଣେ ରାଷ୍ଟ୍ରପତିଙ୍କର ଉନ୍ନତି ଘଟିଥିଲା ‘ପତ୍ରକୁଡ଼ିଆରୁ ରାଜପ୍ରାସାଦକୁ’। ଆଉ ଜଣେ ଦରିଦ୍ର ବାଳକଟି ଗୋଟିଏ କାଠ କ୍ୟାବିନରେ ବାପା ଓ ସାବତ ମା’ଙ୍କ ସହ ବାସ କରୁଥିଲା। କାଠୁରିଆର ପୁଅ କୌଣସି ବ୍ୟବସାୟୀ ପାଖରେ ଚାକିରିକରି ପେଟ ପୋଷୁଥିଲେ। ସହରକୁ ଜିନିଷପତ୍ର ଡଙ୍ଗାରେ ବୋହିବା ତା’ର ନିତିଦିନିଆ କାର୍ଯ୍ୟ ଥିଲା। ଦିନେ କୌତୂହଳବଶତଃ ଦାସବଜାରକୁ ତାକୁ ଯିବାକୁ ପଡ଼ିଥିଲା। ଦାସମାନଙ୍କୁ କ୍ରୟକରି ତାଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାର ଓ ଯନ୍ତ୍ରଣା ଦେଖି ପ୍ରତିଜ୍ଞା କରିଥିଲା, ” ଯଦି ଭବିଷ୍ୟତରେ ସେ କେବେ ଏହି ଅସହାୟ ଦୁର୍ଭାଗ୍ୟମାନଙ୍କୁ ମୁକୁଳାଇବାର ସୁବିଧା ପାଏ ତେବେ ସେ ତାକୁ ନିଶ୍ଚୟ ପାଳନକରିବ“। ସେ ଥିଲେ ମହାନ୍‌ ମାନବବାଦୀ ନେତା ଆବ୍ରାହମ ଲିଙ୍କନ୍‌। ପରବର୍ତ୍ତୀ ଜୀବନରେ ଆମେରିକାର ରାଷ୍ଟ୍ରପତି ହେବା ସହ ଦାସପ୍ରଥା ଲୋପକରିବାକୁ ଆଇନ ପ୍ରଣୟନ କରିଥିଲେ।
ସେହିପରି ସେଦିନ ବଙ୍ଗ ପ୍ରଦେଶକୁ ଜଣେ ଗୋରା ସାହେବ ଆସିଥିଲେ, ଯେ କି ଦିନେ କୁଲିଗିରି କରି ଜୀବିକାର୍ଜନ କରୁଥିଲେ। ପ୍ରଥମ ମହାସମରର ବିରାଟ ମନ୍ଥନ ମଧ୍ୟରୁ ‘ଚେକୋସ୍ଲୋଭାକିଆ’ ରାଜ୍ୟ ପ୍ରତିଷ୍ଠା କରିଥିଲେ ସେ ଜଣେ ସାମାନ୍ୟ କଚୱାନ୍‌ର ପୁଅ ଥିଲେ ଯାହାଙ୍କ ନାମ ଥିଲା ‘ଟୋମାସ ମାସରିକ୍‌’। ସେ ଅଧ୍ୟବସାୟ ବଳରେ ସେହି ରାଷ୍ଟ୍ରର ରାଷ୍ଟ୍ରପତି ହୋଇଥିଲେ। ସେହିପରି ସେ ଦିନର ଇଟାଲୀର ଭାଗ୍ୟବିଧାତା ମୁସୋଲିନ୍‌ ଦରିଦ୍ର କମାରଘରେ ଜନ୍ମ ଗ୍ରହଣ କରିଥିଲେ। ସେ ଦେଶକୁ ସାମ୍ୟବାଦୀ କବଳରୁ ମୁକ୍ତ କରିବା ପାଇଁ ସଂକଳ୍ପବଦ୍ଧ ହୋଇ ଫାସିଦଳ ସଙ୍ଗଠନକରି ଲକ୍ଷ୍ୟ ସାଧନ ଦିଗରେ ସଫଳତାର ପାହାଚ ଚଢ଼ିଥିଲେ। ସେହିପରି ପୃଥିବୀ ବିଖ୍ୟାତ ହିଟ୍‌ଲର ଇଟାଭାଟିରେ କାମ କରି ନିଜର ପେଟ ପୋଷୁଥିଲେ। କିନ୍ତୁ ତାଙ୍କର ପ୍ରତ୍ୟୁପତ୍ନ୍ନମତିତା , ବିଚକ୍ଷଣ ବୁଦ୍ଧି, ଅଦମ୍ୟ ସାହସ , ଦମ୍ଭ ଓ ବାଗ୍ମିତା ବଳରେ ସମାଜବାଦୀ ଦଳ ପ୍ରତିଷ୍ଠା କରିଥିଲେ, ଯାହାଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜର୍ମାନୀ ଗଠନ ଓ ଜାତୀୟ ସମାଜବାଦର ପ୍ରବର୍ତ୍ତନ।
ରୁଷିଆର କର୍ଣ୍ଣଧାର ଷ୍ଟାଲିନ୍‌ ଜଣେ ଦୃଢ଼ ଓ ଦୁର୍ଦ୍ଦମ ନେତା ତଥା ବାସ୍ତବବାଦୀ ବିଚକ୍ଷଣ ରାଜନୀତିଜ୍ଞ ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ। ଭାରତର ସେହିପରି ଅନେକ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ପିଲାଟି ଦିନରୁ ସଂଘର୍ଷ ଭିତରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ସେମାନଙ୍କ ମଧ୍ୟରେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ଯାହାଙ୍କ ଜନ୍ମ ସାମାନ୍ୟ ପୂଜାରୀ ଘରେ। ବ୍ୟାସକବି ଫକୀର ମୋହନ ସେନାପତି ଥିଲେ ମାତୃହରା ଓ ରୋଗଣା। ଅନଟନ, ରୁଗ୍‌ଣ, ପେଟର ଭୋକକୁ ପଛରେ ପକାଇ ସେ ସମୟ ସହିତ ସଂଘର୍ଷ କରି ବ୍ୟାସକବି ହୋଇପାରିଥିଲେ। ଗଙ୍ଗାଧର ମେହେର ଅଳ୍ପ କିଛି ପାଠ ପଢ଼ିଥିଲେ। ଦାରିଦ୍ର୍ୟ ଯୋଗୁ ତାଙ୍କୁ ତନ୍ତ ପାଖରେ ବସି ଲୁଗା ବୁଣି ଗୁଜୁରାଣ ମେଣ୍ଟାଉଥିଲେ। ଜଣେ ପରମ ସାଧକ ଭାବରେ ନିଜର ସାଧନା ବଳରେ ଓଡ଼ିଆ ସାହିତ୍ୟର ବାଣୀଭଣ୍ଡାରକୁ ରୁଦ୍ଧିମନ୍ତ କରିଥିଲେ। ତେବେ ବାମନ ହୋଇ ଯିଏ ପ୍ରବଳ ଇଚ୍ଛାଶକ୍ତି, ଅଧ୍ୟବସାୟ,ଉଦ୍‌ଯୋଗ ବଳରେ ଚନ୍ଦ୍ରକୁ ହାତ ବଢ଼ାଇବାର ସ୍ବପ୍ନ ଦେଖୁଛନ୍ତି ତାଙ୍କର ସେ ସ୍ବପ୍ନ ସାକାର ହେଉଛି।
ଖୋର୍ଦ୍ଧା, ମୋ: ୬୩୭୦୬ ୭୫୫୬୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri