ତୁର୍କୀ, ସିରିଆରେ ସବୁଠାରୁ ବଡ଼ ଭୂକମ୍ପ

ଇସ୍ତାନବୁଲ,୬।୨: ସୋମବାର ସକାଳେ ତୁର୍କୀ ଏବଂ ସିରିଆରେ ୨ଟି ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏହା ଏତେ ଶକ୍ତିଶାଳୀ ଥିଲା ଯେ, ବହୁ ବଡ଼ ବଡ଼ କୋଠା, ଅଟ୍ଟାଳିକା ଭୁଶୁଡି ମାଟିରେ ମିଶିଯାଇଛି। ଭୂକମ୍ପରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୨୦୦ରେ ପହଞ୍ଚିଛି। ତୁର୍କୀରେ ୯୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସିରିଆରେ ୩୨୬ଜଣ ପ୍ରାଣହରାଇଥିବା ଜଣାପଡ଼ିଛି। ବର୍ତ୍ତମାନ ମଧ୍ୟ ଶତାଧିକ ଲୋକ ନିଖୋଜ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନେଇ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ସିରିଆର ଜାତୀୟ ଭୂକମ୍ପ କେନ୍ଦ୍ର ମୁଖ୍ୟ ରାଏଡ୍‌ ଅହମ୍ମଦ ଏହା ଦେଶର ସବୁଠାରୁ ବଡ଼ ଭୂକମ୍ପ ବୋଲି ସରକାରୀ ରେଡିଓକୁ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷେ ଅଞ୍ଚଳରେ ଅତ୍ୟଧିକ ଥଣ୍ଡା ସାଙ୍ଗକୁ ପ୍ରମୁଖ ରାସ୍ତାଗୁଡିକରେ ବରଫ ଆଚ୍ଛାଦିତ ହୋଇ ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ସରକାରଙ୍କ ପକ୍ଷରୁ ଏହାକୁ ବଡ଼ ଧରଣର ବିପର୍ଯ୍ୟୟ ଘୋଷଣା କରାଯାଇଛି। ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଡଗାନ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାଙ୍କୁ ଶୁଣ୍ଢରେ ଟେକି କଚାଡ଼ି କଚାଡ଼ି ମାରିଲା ଦନ୍ତା

ରିଆମାଳ,୧୯ା୪(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ଫରେଷ୍ଟ ରେଞ୍ଜରେ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଆଉଁଳି କୁଡ଼ାସାହିର ମହିଆ ଜଙ୍ଗଲରେ ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି।…

୩,୦୦୦ସୈନ୍ୟ, ୧୦ ଜେଟ, ୫ ଯୁଦ୍ଧଜାହାଜ… ହର୍ମୁଜରେ ଜାହାଜ ଉପରେ ଆକ୍ରମଣ ମଧ୍ୟରେ ଭାରତ କେଉଁଠାରେ ସେନା ମୁତୟନ କରୁଛି? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୪: ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତା ଦଶନ୍ଧି ଧରି ରହିଛି। ଅଗଣିତ ଝଡ଼ ଏବଂ ଉତ୍ଥାନ ଆସିଛି ଏବଂ ଚାଲିଯାଇଛି, ତଥାପି ଦୁଇ ରାଷ୍ଟ୍ର ମଧ୍ୟରେ…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ରୋଷେୟାଙ୍କ ମୃତଦେହ, ହାତରେ ରହିଛି…

ବଲାଙ୍ଗୀର,୧୯ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ମୁନସିନଗର ନିକଟରେ ରବିବାର ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିବା ଦେଖାଯାଇଛି। ମୃତକ ଜଣକ ହେଲେ ଜନାର୍ଦ୍ଦନ ଦେବତା(୫୪)।…

ଚୋରା କାଠ ବୋଝେଇ ଗାଡ଼ି ଯାଉଥିବା ଜାଣି ପିଛା କରିଥିଲେ: ମାଡ଼ଖାଇ ଫରେଷ୍ଟ ଡ୍ରାଇଭର ଗୁରୁତର

ସିମୁଳିଆ,୧୯।୪(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା କୁପାରି ଫରେଷ୍ଟ ଡ୍ରାଇଭର ଆତ୍ମାରାମ ଷେଣ୍ଢ(୨୯) ରବିବାର ଦୁବୃର୍ତ୍ତମାନଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…

ପିଲାଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୂରାଇ ଦେଲେ ପ୍ରଧାନଶିକ୍ଷକ: ସ୍କୁଲରେ ହାଇଡ୍ରାମା 

କଳିଙ୍ଗନଗର,୧୯।୪(ଶୁଭାଶିଷ ରାଉତ ):ପିଲାଙ୍କ ପ୍ୟାଣ୍ଟ ଭିତରେ ପ୍ରଧାନଶିକ୍ଷକ ପୂରାଇ ଦେଲେ  ବିଛୁଆତି।  ଅଭିଭାବକ ମାନେ ଏହା ଜାଣିବା ପରେ ସ୍କୁଲରେ ହୋଇଥଲା ହାଇଡ୍ରାମା। ସ୍କୁଲକୁ ଆସି ପ୍ରଧାନଶିକ୍ଷକଙ୍କୁ…

ପୁଣି ଥରେ ମା’ ହେବେ ଦୀପିକା ପାଦୁକୋନ, ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି କହିଲେ…

ମୁମ୍ବାଇ: ବଲିଉଡ ଷ୍ଟାର୍‌ ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ଦ୍ୱିତୀୟ ଥର ମା-ବାପା ହେବାକୁ ଯାଉଛନ୍ତି। ଉଭୟ କପଲ ଏନେଇ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି।…

ଶ୍ୱଶୁରଘରେ ଜ୍ୱାଇଁଙ୍କ ସନ୍ଦେହଜନକ ମୃତ୍ୟୁ: ଅଞ୍ଚଳରେ ଚାଞ୍ଚଲ୍ୟ

କଲ୍ୟାଣସିଂହପୁର,୧୯।୪ (ଦୀପକ କୁମାର ପରିଡା ): ଶ୍ୱଶୁରଘରେ ଜ୍ୱାଇଁଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ ଗୁମ୍ମା ଗାଁରେ ଶନିବାର…

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଥିଲେ: ଧକ୍କା ହେଲା ୨ ବାଇକ୍, ଶିକ୍ଷକ ମୃତ

ଟିକିରି,୧୯।୪(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ନୂତନ ମେଡିକାଲ ସାମ୍ନାରେ ଅପରାହ୍ନ ପ୍ରାୟ ୪ଟାରେ ଏକ ବାଇକ୍‌କୁ ପଛପଟୁ ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri