ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା: ଆତ୍ମସମର୍ପଣ କଲେ ୩୭ ମାଓବାଦୀ

ମାଲକାନଗିରି,୨୨ା୧୧(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲା ସୀମାନ୍ତ ତେଲଙ୍ଗାନାରେ ୩୭ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପୋଲିସ ପାଇଁ ଏହା ବଡ ସଫଳତା ହୋଇଥିବା ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା ଲାଗିଛି। ସେମାନଙ୍କ ମଧ୍ୟରେ ଛତିଶଗଡ଼ ମାଓବାଦୀ ସଂଗଠନର ୨ ଟପ୍‌ ମାଓବାଦୀ ନେତା ତଥା ମାଓବାଦୀ କେନ୍ଦ୍ରୀୟ କମିଟି ସଦସ୍ୟ କୋୟାଡା ସାମ୍ବାଇ ଓରଫ୍‌ ଆଜାନ୍‌ ଓ ଆପ୍ପାସି ନାରାୟଣ ଓରଫ ରମେଶ ରହିଛନ୍ତି।

ତେଲଙ୍ଗାନା ଡିଜିପିଙ୍କ ନିକଟରେ ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି। ଦୀର୍ଘ ବର୍ଷ ଧରି ଏହି ମାଓବାଦୀମାନେ ସଂଗଠନରେ ରହି ଅନେକ ବଡ଼ ଘଟଣାରେ ସାମିଲ ରହିଥିଲେ। କିନ୍ତୁ ବର୍ତ୍ତମାନ ସଂଗଠନ ଦୁର୍ବଳ ହେବାରୁ ମାଓବାଦୀମାନେ ସଂଗଠନ ଛାଡ଼ି ସରକାରଙ୍କ ଥଇଥାନ ଅଭିଯାନରେ ସାମିଲ ହୋଇଥିବା କହିଛନ୍ତି। ଉକ୍ତ ମାଓବାଦୀଙ୍କ ମଧ୍ୟରେ ୩ଜଣ ଷ୍ଟେଟ କମିଟି ସଦସ୍ୟ, ୩ ଡିଭିସିଏମ୍‌ ମେମ୍ବର, ୯ ଏରିଆ କମିଟି ମେମ୍ବର ଓ ୨୨ଜଣ ପାର୍ଟି ମେମ୍ବର ରହିଛନ୍ତି। ୨ଜଣ ଆନ୍ଧ୍ର କ୍ୟାଡରଙ୍କ ବ୍ୟତୀତ ଅନ୍ୟମାନେ ଛତିଶଗଡ଼ ବିଜାପୁର ଓ ସୁକ୍‌ମା ଜିଲାର।

ଆତ୍ମସମର୍ପଣକାରୀମାନେ ଟପ୍‌ ମାଓନେତା ହିଡମାଙ୍କ ସହଯୋଗୀ ଥିଲେ ବୋଲି ତେଲଙ୍ଗାନା ଡିଜିପି କହିଛନ୍ତି। ହିଡମାଙ୍କ ଏନ୍‌କାଉଣ୍ଟର ପରେ ଭୟଭୀତ ହୋଇ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ସଦସ୍ୟ ଆଜାଦ୍‌ ସୂଚନା ଦେଇଛନ୍ତି। ମାଓବାଦୀମାନେ ୮ ବନ୍ଧୁକ ଓ ଅନ୍ୟ ମାଓବାଦୀ ସାମଗ୍ରୀ ସହ ଆତ୍ମସମର୍ପଣ କରିଛନ୍ତି। ସରକାରୀ ନିୟମ ଅନୁଯାୟୀ ସମସ୍ତଙ୍କୁ ଥଇଥାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri