କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଆଗରେ ଧାରଣା

କୋଣାର୍କ,୨୭ା୮(ଡି.ଏନ୍‌.ଏ): କୋଣାର୍କ ଏନ୍‌ଏସିର ୧୦ନଂ. ଓ୍ବାର୍ଡରେ ରହୁଥିବା ଜ୍ଞାନନରଞ୍ଜନ ପଣ୍ଡାଙ୍କୁ ରାସ୍ତାରୁ ଉଠାଇ ନେଇ କୋଣାର୍କ ଥାନା ଏସଆଇ ଦିଲୀପ କୁମାର ବେହେରା ମାଡ ମାରିଛନ୍ତି। ଏ ନେଇ ଜ୍ଞାନରଞ୍ଜନଙ୍କ ସ୍ତ୍ରୀ ଶୈଳବାଳା ମଙ୍ଗଳବାର ଥାନାରେ ଅଭିଯୋଗ କରିଥିଲେ। ତେବେ ଘଟଣାକୁ ୪୮ଘଣ୍ଟା ବିତିଯାଇଥିଲେ ମଧ୍ୟ ମାମଲା ରୁଜୁ ହୋଇ ନ ଥିବାବେଳେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇ ନାହିଁ। ଏହି ଦାବିରେ ବୁଧବାର ଜ୍ଞାନରଞ୍ଜନଙ୍କ ସ୍ତ୍ରୀ ଶୈଳବାଳା ଥାନା ଆଗରେ ଧାରଣା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୨୪ତାରିଖରେ ଜ୍ଞାନରଞ୍ଜନ ଥାନା ଛକ ନିକଟ ଗ୍ରସେରି ଦୋକାନକୁ ସାମଗ୍ରୀ ଆଣିବାକୁ ଯାଇଥିଲେ। ଏହି ସମୟରେ ଏସ୍‌ଆଇ ବେହେରା ଜ୍ଞାନଙ୍କୁ ରାସ୍ତାରୁ ଉଠାଇ ନେବା ସହ ଥାନା ଭିତରେ ମାଡ଼ ମାରିଥିଲେ। ପରେ ଆଇଆଇସି ରଞ୍ଜନ କୁମାର ମଲ୍ଲିକ ଅଚେତ ଅବସ୍ଥାରେ ଜ୍ଞାନଙ୍କୁ ହସ୍ପିଟାଲ ନେଇ ଚିକିତ୍ସା କରାଇଥିଲେ। ପରେ ଜ୍ଞାନଙ୍କ ଭାଇ ମନୋରଞ୍ଜନ ଥାନାକୁ ଯାଇ ତାଙ୍କୁ ଘରକୁ ଆଣିଥିଲେ। ଘଟଣା ସମ୍ପର୍କରେ ଶୈଳବାଳା ଜାଣିବା ପରେ ମଙ୍ଗଳବାର ଏସ୍‌ଆଇଙ୍କ ନାମରେ ଅଭିଯୋଗ କରିଥିଲେ। ଘଟଣାକୁ ୪୮ଘଣ୍ଟା ବିତିଯାଇଥିଲେ ମଧ୍ୟ ଥାନା ପକ୍ଷରୁ ମାମଲା ରୁଜୁ ନ ହେବା ଓ ସମ୍ପୃକ୍ତ ଏସ୍‌ଆଇଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ଶୈଳବାଳା ଓ କେତେଜଣ ମହିଳା ବୁଧବାର ଅପରାହ୍ନ ୪ଟାରେ ଥାନା ଆଗରେ ଧାରଣା ଦେଇଥିଲେ। ୨ଘଣ୍ଟା ବସିବା ପରେ ମଧ୍ୟ ଥାନାର କୌଣସି କର୍ମଚାରୀ ଆସି ନ ଥିଲେ। ପରେ ସନ୍ଧ୍ୟା ହୋଇଯିବାରୁ ଧାରଣାରୁ ଉଠିଥିଲେ ମଧ୍ୟ ଆଗକୁ ଧାରଣା ଜାରି ରହିବ ବୋଲି ଶୈଳବାଳା କହିଛନ୍ତି। ବୁଧବାର ମଧ୍ୟ ଏସ୍‌ଆଇଙ୍କ ପ୍ରତିକ୍ରିୟା ମିଳି ନ ଥିବାବେଳେ ଆଇଆଇସି ମଲ୍ଲିକ କହିଛନ୍ତି, ତଦନ୍ତ ଜାରି ରହିଛି। ଘଟଣାରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କୁ ଅବଗତ କରାଯାଇଛି। ଏସ୍‌ପିଙ୍କ ନିର୍ଦ୍ଦେଶ ଆସିଲେ ମାମଲା ରୁଜୁ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri