କୋର୍ଟଙ୍କ କଡ଼ା ନିର୍ଦ୍ଦେଶ

Dillip Cherian

ପଞ୍ଜାବ ଓ ହରିୟାଣା ଉଚ୍ଚନ୍ୟାୟାଳୟଙ୍କ କଡ଼ା ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି ପଞ୍ଜାବର ଅମରିନ୍ଦର ସିଂଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର । ଦେଶ ସାରା ଏହି ଘଟଣାର ପ୍ରଭାବ ପଡ଼ିଛି। କିପରି ଏବଂ କାହିଁକି ପଞ୍ଜାବ ପୋଲିସ ସର୍ଭିିସ (ପିପିଏସ୍‌) ଅଧିକାରୀମାନଙ୍କୁ ଏସ୍‌ଏସ୍‌ପିର ଆଇପିଏସ୍‌ କ୍ୟାଡର ପଦବୀଗୁଡ଼ିକରେ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ତାହା ଅବଗତ କରିବା ଲାଗି କୋର୍ଟ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସବୁ ନିଯୁକ୍ତି ଆଇପିଏସ୍‌ କ୍ୟାଡର ନିୟମଗୁଡ଼ିକର ଉଲ୍ଲଂଘନ କରୁଛି ବୋଲି କୋର୍ଟ ସ୍ବୀକାର କରିଛନ୍ତି । କୋର୍ଟ ପିପିଏସ୍‌ ଅଧିକାରୀ ରାଜିନ୍ଦର ସିଂ ଶୋହାଲଙ୍କ ଦୃଷ୍ଟାନ୍ତ ଉଲ୍ଲେଖ କରିଛନ୍ତି। ଶୋହାଲ ଏକ ଆପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ତାଙ୍କୁ ଆଇପିଏସ୍‌ କ୍ୟାଡର ପାଇଁ ଉଦ୍ଦିଷ୍ଟ ଗୁରୁଦାସପୁରର ଏସ୍‌ଏସ୍‌ବି ଭାବେ ନିଯୁକ୍ତି ଦିଆଯାଇଛି। ପୁନଶ୍ଚ ଏହି ଘଟଣାରେ ମିଥ୍ୟା ସତ୍ୟପାଠ ଦାଖଲ କରିବା ଯୋଗୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଗୃହ) ଅନୁରାଗ ଅଗ୍ରଓ୍ବାଲଙ୍କୁ କୋର୍ଟ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ତାଙ୍କ ପ୍ରତିକ୍ରିୟା ଜାଣିବା ପରେ କୋର୍ଟ ଯଦି ସନ୍ତୁଷ୍ଟ ନ ହୁଅନ୍ତି, ତେବେ ଅଗ୍ରଓ୍ବାଲଙ୍କୁ ମିଥ୍ୟା ଶପଥ ଲାଗି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ଦାଗୀ କିମ୍ବା ଦୋଷୀ ପୋଲିସ ଅଧିକାରୀମାନଙ୍କ ବିରୋଧରେ ନେବାକୁ ଥିତ୍ବା କାର୍ଯ୍ୟାନୁଷ୍ଠାନ ଉପରେ ଏକ ନୀତି ଗଠନ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ କର୍ତ୍ତବ୍ୟରୁ ବାହାରେ ରଖିବା ଲାଗି କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟରେ ସେମାନଙ୍କ ବିରୋଧରେ ଆଗକୁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଲକ୍ଷ୍ୟ କରିବା।
ପଦବୀ ପୂରଣ ଚିନ୍ତା
ବିହାରରେ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର କ୍ଷମତାରେ ରହିଛି। ଏହି ସରକାର ଅବସରପ୍ରାପ୍ତ ଅଧିକାରୀମାନଙ୍କୁ ଅଧିକ ସଂଖ୍ୟାରେ ପୁନଃନିଯୁକ୍ତି ଦେଉଛନ୍ତି। ଖୁବ୍‌ ନିକଟରେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଦୀପକ କୁମାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି। ୧୯୮୪ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ କୁମାର ଫେବୃୟାରୀରେ ଅବସର ନେଇଥିଲେ ଏବଂ ତାଙ୍କୁ ତରବାରିଆ ଭାବେ ପୁନଃ ନିଯୁକ୍ତି ପ୍ରଦାନ କରାଗଲା। ବିହାରରେ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଆସିଛି। ଏଣୁ ପଦବୀ ପୂରଣ ଚିନ୍ତାରେ ସରକାର ସବୁବେଳେ ରହିଆସିଛନ୍ତି। ଯେତେବେଳେ ନିଯୁକ୍ତି କଥା ଆସେ ସେତେବେଳେ ସରକାରଙ୍କ ପାଖରେ କୌଣସି ବିକଳ୍ପ ନ ଥାଏ। ବିହାରରେ ଆଇଏଏସ୍‌ ଅଧିକାରୀମାନଙ୍କ ସ୍ବୀକୃତ ପଦବୀ ସଂଖ୍ୟା ୩୫୯ ରହିଥିଲେ ବି ସେଠାରେ ଏବେ ୨୦୨ ଆଇଏଏସ୍‌ ଅଧିକାରୀ କାର୍ଯ୍ୟ କରୁଛନ୍ତି। ଆଇଏଏସ୍‌ ଅଧିକାରୀଙ୍କ ଅଭାବ ଯୋଗୁ ପ୍ରଶାସନିକ କାର୍ଯ୍ୟ ପ୍ରଭାବିତ ହେଉଛି ଏବଂ ଏହାର ମାନ ରହୁନାହିଁ। ପ୍ରତ୍ୟେକ ବରିଷ୍ଠ ଆଇଏଏସ୍‌ ଅଧିକାରୀ ମୁଖ୍ୟ ଦାୟିତ୍ୱ ସହ ଆଉ ୩ କିମ୍ବା ୪ଟି ବିଭାଗର କାର୍ଯ୍ୟଭାର ସମ୍ଭାଳିବା କିଛି ବିଚିତ୍ର ନୁହେଁ। ଜାଣିବାକୁ ମିଳିିଛି ଯେ, ଗତବର୍ଷର ସିଭିଲ୍‌ ସର୍ଭିିସ୍‌ ପରୀକ୍ଷା ଆଧାରରେ ବିହାରରେ ୫୪ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ନିଯୁକ୍ତି ଦେବା ଲାଗି ନୀତୀଶ କୁମାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ଅପରପକ୍ଷେ ସରକାର ୨୦୧୮ ବ୍ୟାଚ୍‌ରୁ ୨୦, ୨୦୧୯ ବ୍ୟାଚ୍‌ରୁ ୧୫ ଏବଂ ୨୦୨୦ ବ୍ୟାଚ୍‌ରୁ ୧୬ଟି ପଦବୀରେ ପଦୋନ୍ନତି କୋଟାରେ ନିଯୁକ୍ତି ଦେବା ପାଇଁ ପଥ ସୁଗମ କରୁଥିବା ଜଣାପଡିଛି।
ସବୁ ଦୋଷ ବାବୁଙ୍କର
ରାଜ୍ୟ ନିର୍ବାଚନ କମିଶନ (ଏସ୍‌ଇସି) ପଦବୀରେ ଜଣେ କାର୍ଯ୍ୟରତ ଆଇଏଏସ୍‌ ଅଧିକାରୀଙ୍କୁ ଅବସ୍ଥାପିତ କରିବାରେ ଗୋଆ ସରକାରଙ୍କ ପଦକ୍ଷେପ ଏକ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଏହା ଯୋଗୁ କେବଳ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ନୁହନ୍ତି, ବରଂ ରାଜ୍ୟ ମୁଖ୍ୟ ଶାସନ ସଚିବ ପରିମଲ ରାୟଙ୍କୁ ବିପରୀତ ପ୍ରତିକ୍ରିୟାର ସାମ୍‌ନା କରିବାକୁ ପଡ଼ିଛି। ଏସ୍‌ଇସି ଭାବେ ରାଜ୍ୟ ଆଇନ ସଚିବ ଚୋଖା ରାମ ଗର୍ଗଙ୍କ ନିଯୁକ୍ତିକୁ ଏବେ ସୁପ୍ରିମ୍‌କୋର୍ଟ ରଦ୍ଦ କରିଦେଇଛନ୍ତି। ଶୀର୍ଷ କୋର୍ଟ ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଥିତ୍ଲେ ଯେ, ସରକାରଙ୍କର ଏହି ନିଯୁକ୍ତି ପଦକ୍ଷେପ ସାମ୍ବିଧାନିକ ଶାସନାଦେଶ ପ୍ରତି ଏକ ଉପହାସ। ପୁନଶ୍ଚ କୋର୍ଟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟକୁ ଏଭଳି ସମାନ ନିଯୁକ୍ତିକୁ ରଦ୍ଦ କରି ଏହି ଉଚ୍ଚ ସାମ୍ବିଧାନିକ ପଦବୀରେ କେବଳ ସ୍ବତନ୍ତ୍ର ବ୍ୟକ୍ତିଙ୍କୁ ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ପରିସ୍ଥିତି ଯେଭଳି ଜଟିଳ ନ ହୁଏ, ସେଥିପାଇଁ ଅନ୍ୟ ରାଜ୍ୟଗୁଡ଼ିକ ଏହା ଉପରେ ଧ୍ୟାନ ଦେଇ ଏଭଳି ପଦକ୍ଷେପକୁ ତୁରନ୍ତ ବନ୍ଦ କରିବା ଆବଶ୍ୟକ ବୋଲି କହିଛନ୍ତି। ସାଓ୍ବନ୍ତଙ୍କର ଏହି ଅଭିନବ ଦୃଷ୍ଟିକୋଣ ଅନ୍ୟ ରାଜ୍ୟଗୁଡ଼ିକୁ ସମାନ ଧାରରେ କିଛି ପଦକ୍ଷେପ ନେବାକୁ ଉତ୍ସାହିତ କରିବାର ସମ୍ଭାବନା ନାହିଁ। ଏହି ନିଷ୍ପତ୍ତି ଉପରେ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ। ତେବେ କୋର୍ଟଙ୍କ ଏହି କଟୁ ପ୍ରତିକ୍ରିୟା ସାମ୍‌ନାକୁ ଆସିବା ପରେ ପାନାଜୀରେ ବାବୁଙ୍କ ପରିସରରେ ମୁଖ୍ୟ ସଚିବ ରାୟ ପୂରା ଚିହ୍ନା ପଡ଼ି ଯାଇଛନ୍ତି ଓ ତାଙ୍କୁ ହିଁ ଦୋଷ ବା ନିନ୍ଦା ମୁଣ୍ଡେଇବାକୁ ପଡିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?