କଡ଼ା ପଦକ୍ଷେପ

Dillip Cherian

ପାଖାପାଖିରେ ଅବସର ନେବାକୁ ଥିବା ଅଧିକାରୀମାନଙ୍କୁ ପଦୋନ୍ନତି, ବଦଳି ଏବଂ ଟେଣ୍ଡର ଆଦି ସମ୍ବନ୍ଧିତ କୌଣସି ନୂଆ ଅର୍ଡର ନ ଦେବା ପାଇଁ ହରିୟାଣା ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଅର୍ଡର ଦେବା ପୂର୍ବରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ବିଜୟ ବର୍ଦ୍ଧନଙ୍କ ଠାରୁ ଅନୁମୋଦନ ବା ସ୍ବୀକୃତି ନେବା ଲାଗି ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି କିମ୍ବା ଏହା ପାଳନ ନ କଲେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ସୂତ୍ରରୁ ପ୍ରକାଶ ଯେ,ଅବସର ନେବା ପୂର୍ବରୁ ବରିଷ୍ଠ ଅଧିକାରୀମାନେ ସେମାନଙ୍କ ସରକାରୀ ପଦବୀର ଅପବ୍ୟବହାର କରୁଥିବାର ଅଭିଯୋଗ ପାଇଲା ପରେ ମନୋହର ଲାଲ ଖଟ୍ଟାର ସରକାର ଏଭଳି କଡ଼ା ପଦକ୍ଷେପ ନେଇଛନ୍ତି। ଅଭିଯୋଗ ଆସିବା ପରେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିତ୍ରେ କୁହାଯାଇଛି ଯେ, ଅତୀତରେ ଏଭଳି ପଦକ୍ଷେପ ଆର୍ଥିକ ଅନିୟମିତତା ଏବଂ ରାଜ୍ୟ ରାଜକୋଷର କ୍ଷତି ସମ୍ପର୍କିତ ଅଭିଯୋଗଗୁଡ଼ିକୁ ଆମନ୍ତ୍ରିତ କରିଛି ବା ସମ୍ନାକୁ ଆଣିଛି। ଏହା ପୁନଶ୍ଚ ଦର୍ଶାଇଛି ଯେ,ଯେଉଁ କେସ୍‌ ପାଇଁ ପୂର୍ବରୁ ଅନୁମୋଦନ ନେବାକୁ ସରକାର ଚାହଁିଛନ୍ତି ସେଗୁଡ଼ିକ ମଧ୍ୟରେ ରହିଛି କାମ ଦେବା ଲାଗି ଟେଣ୍ଡର ପ୍ରକ୍ରିୟା କିମ୍ବା ପେମେଣ୍ଟ ରିଲିଜ କରିବା, ନିଯୁକ୍ତି, ନୂଆ ରିକ୍ରୁଟମେଣ୍ଟ, ସବୁ ବର୍ଗର ଅଧିକାରୀମାନଙ୍କର ପଦୋନ୍ନତି ଓ ବଦଳି। ଏଥିରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ନିଶ୍ଚିତ କରାଯାଇଛି। ଅବସର ପାଖାପାଖି ସମୟରେ ‘ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ’ର ଭୟ ଏହି ବାବୁମାନଙ୍କୁ ଠିକ୍‌ ବାଟରେ ରଖିବାରେ ସାହାଯ୍ୟ କରିପାରେ ବୋଲି ରାଜ୍ୟ ସରକାର ଆଶା କରୁଛନ୍ତି ।
ରାଜନୈତିକ ବିବାଦ ଓ କେନ୍ଦ୍ରୀୟ ପ୍ରତିନିଯୁକ୍ତି
ମହାରାଷ୍ଟ୍ରରେ ଶାସକ ମହାରାଷ୍ଟ୍ର ବିକାଶ ଅଘାଡି(ଏମ୍‌ଭିଏ) ସରକାର ଏବଂ ବିରୋଧୀ ଭାଜପା ମଧ୍ୟରେ ଭୀଷଣ ଲଢେଇ ଲାଗିରହିଛି। ଏହା ଯୋଗୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ନିକଟତର ତଥା ପ୍ରିୟ ଅଧିତ୍କାରୀମାନେ ସେଣ୍ଟ୍ରାଲ ଡେପୁଟେଶନ ବା କେନ୍ଦ୍ରୀୟ ପ୍ରତିନିଯୁକ୍ତିର ଶାନ୍ତ ପରିବେଶରେ କାର୍ଯ୍ୟ କରିବାକୁ ଚାହଁୁଛନ୍ତି। ଅନେକ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀ ଯେଉଁମାନେ ଫଡ୍‌ନବିସଙ୍କ ଶାସନ କାଳରେ ସେମାନଙ୍କ କ୍ଷମତାର ପ୍ରଭାବ ବିସ୍ତାର କରିଥିତ୍ଲେ ସେମାନେ ଏବେ କେନ୍ଦ୍ର ଡେପୁଟେଶନରେ ରହିଛନ୍ତି। ସୂତ୍ରରୁ ପ୍ରକାଶ ଯେ, ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କମିଶନର ତଥା ୧୯୯୩ ବ୍ୟାଚ ଆଇଏଏସ୍‌ ଅଧିକାରୀ ସଞ୍ଜୀବ କୁମାର ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବ୍ରିହନମୁମ୍ବାଇ ଇଲେକ୍ଟ୍ରିକ ସପ୍ଲାଏ ଆଣ୍ଡ୍‌ ଟ୍ରାନ୍ସପୋର୍ଟ(ବିଇଏସ୍‌ଟି)ର ମହାପ୍ରବନ୍ଧକ ଏସ୍‌. କେ.ବାଗଡେଙ୍କୁ ଗୃହ ଏବଂ ସହରି ବିକାଶ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ବାଗଡେ ତାଙ୍କ କାର୍ଯ୍ୟକାଳ ପୂରଣ କରିଥିବାବେଳେ ସଞ୍ଜୀବ କୁମାର କେବଳ ୧ ବର୍ଷ ୪ମାସ ପାଇଁ ଜିଏସ୍‌ଟି କମିଶନର ରହିଥିଲେ। ସେହିପରି ପୂର୍ବତନ ପୋଲିସ ମହା ନିର୍ଦ୍ଦେଶକ (ଡିଜିପି) ଏସ୍‌. କେ.ଜୈସ୍ବାଲ ସିଆଇଏସଏଫ୍‌ର ମହାନିର୍ଦ୍ଦେଶକ ଦାୟିତ୍ୱ ନେଇଥିବାବେଳେ ପୂର୍ବତନ ରାଜ୍ୟ ଗୋଇନ୍ଦା କମିଶନର ରଶି ଶୁକ୍ଳା ଏବେ ସିଆରପିଏଫ୍‌କୁ ଯାଇଛନ୍ତି। ଆଉ ଜଣେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ମନୋଜ କୁମାର ଶର୍ମା ମହାରାଷ୍ଟ୍ର ଷ୍ଟେଟ୍‌ ସିକ୍ୟୁରିଟି କର୍ପୋରେଶନରେ ଥିଲେ ଓ ଏବେ ସେ କେନ୍ଦ୍ରୀୟ ପ୍ରତିନିଯୁକ୍ତିରେ ଅଛନ୍ତି। ଏଭଳି ପ୍ରତିନିଯୁକ୍ତିକୁ ଏକ ନିୟମିତ କାର୍ଯ୍ୟ ରୂପେ ଦେଖାଯିବା ଉଚିତ। ଏହାକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖିତ୍ଲେ ଭୁଲ୍‌ ହେବ। ହେଲେ ଅଳ୍ପ କେତେ ଜଣ ପର୍ଯ୍ୟବେକ୍ଷକ ଏଭଳି ବିଚାର ସହ ଏକମତ ହେବା ଲକ୍ଷ୍ୟ କରାଯାଉଛି।
ଜନ୍ମଦିନରେ ଗୀତା ବାର୍ତ୍ତା
ଡ. କରଣ ସିଂଙ୍କ ୯୦ ତମ ଜନ୍ମଦିନ ପାଳନ ବାବୁମାନଙ୍କ କାର୍ଯ୍ୟକ୍ରମ ନ ହେଲେ ମଧ୍ୟ ଅନ୍ୟଦୃଷ୍ଟିରୁ ଏହା ଥିଲା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବତ ଗୀତାର ଏକ ସ୍ବତନ୍ତ୍ର ସଂସ୍କରଣ ଉନ୍ମୋଚନ କରିଥିତ୍ଲେ। ୧୧ଟି ଭାଗରେ ପ୍ରକାଶିତ ଏହି ଗୀତାର ପ୍ରତିଲିପିରେ ପ୍ରତ୍ୟେକ ପଦ ବା ଛନ୍ଦ ଉପରେ ୨୦ଟି ଟୀକା-ଟୀପ୍ପଣି ରହିଛି। ଏହି ଉତ୍ସବ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟତଃ କରଣ ସିଂଙ୍କ ପରିବାରର ସଦସ୍ୟଗଣ ଏବଂ କଶ୍ମୀର ନୀତିକୁ ପୂର୍ଣ୍ଣାଙ୍ଗ ରୂପରେଖ ପ୍ରଦାନ କରିଥିବା ଅଳ୍ପ କେତେଜଣ ଅମଲାତନ୍ତ୍ରୀ ଯୋଗଦେଇଥିତ୍ଲେ। ଡ. କରଣ ସିଂ ଓ୍ୟପଚାରିକ ଭାବେ ପ୍ରଥମେ ଭଗବତ ଗୀତାର ଏକ ବାର୍ତ୍ତାରୁ ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ ଏବଂ ସାମ୍ପ୍ରତିକ ରାଜନୈତିକ ବିଷୟବସ୍ତୁଠାରୁ ଦୂରେଇ ରହିଥିଲେ। ଭଗବତ ଗୀତା ଉପରେ ପ୍ରଧାନମନ୍ତ୍ରୀ ଯାହା କହିବେ ବୋଲି ଆଶା କରାଯାଉଥିତ୍ଲା ତାହା ହିଁ ସେ କହିଲେ। କଶ୍ମୀରର ରାଜନେତା ଡ. କରଣ ସିଂଙ୍କୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରି ତାଙ୍କ ବକ୍ତବ୍ୟ ଶେଷ କରିଥିଲେ। ଏହି କାର୍ଯ୍ୟକ୍ରମକୁ ନେଇ ବାବୁମାନେ ଆାଶ୍ଚର୍ଯ୍ୟ ହୋଇଯାଇଥିଲେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri