କଡ଼ା ପଦକ୍ଷେପ

Dillip Cherian

ପାଖାପାଖିରେ ଅବସର ନେବାକୁ ଥିବା ଅଧିକାରୀମାନଙ୍କୁ ପଦୋନ୍ନତି, ବଦଳି ଏବଂ ଟେଣ୍ଡର ଆଦି ସମ୍ବନ୍ଧିତ କୌଣସି ନୂଆ ଅର୍ଡର ନ ଦେବା ପାଇଁ ହରିୟାଣା ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଅର୍ଡର ଦେବା ପୂର୍ବରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ବିଜୟ ବର୍ଦ୍ଧନଙ୍କ ଠାରୁ ଅନୁମୋଦନ ବା ସ୍ବୀକୃତି ନେବା ଲାଗି ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି କିମ୍ବା ଏହା ପାଳନ ନ କଲେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ସୂତ୍ରରୁ ପ୍ରକାଶ ଯେ,ଅବସର ନେବା ପୂର୍ବରୁ ବରିଷ୍ଠ ଅଧିକାରୀମାନେ ସେମାନଙ୍କ ସରକାରୀ ପଦବୀର ଅପବ୍ୟବହାର କରୁଥିବାର ଅଭିଯୋଗ ପାଇଲା ପରେ ମନୋହର ଲାଲ ଖଟ୍ଟାର ସରକାର ଏଭଳି କଡ଼ା ପଦକ୍ଷେପ ନେଇଛନ୍ତି। ଅଭିଯୋଗ ଆସିବା ପରେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିତ୍ରେ କୁହାଯାଇଛି ଯେ, ଅତୀତରେ ଏଭଳି ପଦକ୍ଷେପ ଆର୍ଥିକ ଅନିୟମିତତା ଏବଂ ରାଜ୍ୟ ରାଜକୋଷର କ୍ଷତି ସମ୍ପର୍କିତ ଅଭିଯୋଗଗୁଡ଼ିକୁ ଆମନ୍ତ୍ରିତ କରିଛି ବା ସମ୍ନାକୁ ଆଣିଛି। ଏହା ପୁନଶ୍ଚ ଦର୍ଶାଇଛି ଯେ,ଯେଉଁ କେସ୍‌ ପାଇଁ ପୂର୍ବରୁ ଅନୁମୋଦନ ନେବାକୁ ସରକାର ଚାହଁିଛନ୍ତି ସେଗୁଡ଼ିକ ମଧ୍ୟରେ ରହିଛି କାମ ଦେବା ଲାଗି ଟେଣ୍ଡର ପ୍ରକ୍ରିୟା କିମ୍ବା ପେମେଣ୍ଟ ରିଲିଜ କରିବା, ନିଯୁକ୍ତି, ନୂଆ ରିକ୍ରୁଟମେଣ୍ଟ, ସବୁ ବର୍ଗର ଅଧିକାରୀମାନଙ୍କର ପଦୋନ୍ନତି ଓ ବଦଳି। ଏଥିରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ନିଶ୍ଚିତ କରାଯାଇଛି। ଅବସର ପାଖାପାଖି ସମୟରେ ‘ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ’ର ଭୟ ଏହି ବାବୁମାନଙ୍କୁ ଠିକ୍‌ ବାଟରେ ରଖିବାରେ ସାହାଯ୍ୟ କରିପାରେ ବୋଲି ରାଜ୍ୟ ସରକାର ଆଶା କରୁଛନ୍ତି ।
ରାଜନୈତିକ ବିବାଦ ଓ କେନ୍ଦ୍ରୀୟ ପ୍ରତିନିଯୁକ୍ତି
ମହାରାଷ୍ଟ୍ରରେ ଶାସକ ମହାରାଷ୍ଟ୍ର ବିକାଶ ଅଘାଡି(ଏମ୍‌ଭିଏ) ସରକାର ଏବଂ ବିରୋଧୀ ଭାଜପା ମଧ୍ୟରେ ଭୀଷଣ ଲଢେଇ ଲାଗିରହିଛି। ଏହା ଯୋଗୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ନିକଟତର ତଥା ପ୍ରିୟ ଅଧିତ୍କାରୀମାନେ ସେଣ୍ଟ୍ରାଲ ଡେପୁଟେଶନ ବା କେନ୍ଦ୍ରୀୟ ପ୍ରତିନିଯୁକ୍ତିର ଶାନ୍ତ ପରିବେଶରେ କାର୍ଯ୍ୟ କରିବାକୁ ଚାହଁୁଛନ୍ତି। ଅନେକ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀ ଯେଉଁମାନେ ଫଡ୍‌ନବିସଙ୍କ ଶାସନ କାଳରେ ସେମାନଙ୍କ କ୍ଷମତାର ପ୍ରଭାବ ବିସ୍ତାର କରିଥିତ୍ଲେ ସେମାନେ ଏବେ କେନ୍ଦ୍ର ଡେପୁଟେଶନରେ ରହିଛନ୍ତି। ସୂତ୍ରରୁ ପ୍ରକାଶ ଯେ, ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କମିଶନର ତଥା ୧୯୯୩ ବ୍ୟାଚ ଆଇଏଏସ୍‌ ଅଧିକାରୀ ସଞ୍ଜୀବ କୁମାର ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବ୍ରିହନମୁମ୍ବାଇ ଇଲେକ୍ଟ୍ରିକ ସପ୍ଲାଏ ଆଣ୍ଡ୍‌ ଟ୍ରାନ୍ସପୋର୍ଟ(ବିଇଏସ୍‌ଟି)ର ମହାପ୍ରବନ୍ଧକ ଏସ୍‌. କେ.ବାଗଡେଙ୍କୁ ଗୃହ ଏବଂ ସହରି ବିକାଶ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ବାଗଡେ ତାଙ୍କ କାର୍ଯ୍ୟକାଳ ପୂରଣ କରିଥିବାବେଳେ ସଞ୍ଜୀବ କୁମାର କେବଳ ୧ ବର୍ଷ ୪ମାସ ପାଇଁ ଜିଏସ୍‌ଟି କମିଶନର ରହିଥିଲେ। ସେହିପରି ପୂର୍ବତନ ପୋଲିସ ମହା ନିର୍ଦ୍ଦେଶକ (ଡିଜିପି) ଏସ୍‌. କେ.ଜୈସ୍ବାଲ ସିଆଇଏସଏଫ୍‌ର ମହାନିର୍ଦ୍ଦେଶକ ଦାୟିତ୍ୱ ନେଇଥିବାବେଳେ ପୂର୍ବତନ ରାଜ୍ୟ ଗୋଇନ୍ଦା କମିଶନର ରଶି ଶୁକ୍ଳା ଏବେ ସିଆରପିଏଫ୍‌କୁ ଯାଇଛନ୍ତି। ଆଉ ଜଣେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ମନୋଜ କୁମାର ଶର୍ମା ମହାରାଷ୍ଟ୍ର ଷ୍ଟେଟ୍‌ ସିକ୍ୟୁରିଟି କର୍ପୋରେଶନରେ ଥିଲେ ଓ ଏବେ ସେ କେନ୍ଦ୍ରୀୟ ପ୍ରତିନିଯୁକ୍ତିରେ ଅଛନ୍ତି। ଏଭଳି ପ୍ରତିନିଯୁକ୍ତିକୁ ଏକ ନିୟମିତ କାର୍ଯ୍ୟ ରୂପେ ଦେଖାଯିବା ଉଚିତ। ଏହାକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖିତ୍ଲେ ଭୁଲ୍‌ ହେବ। ହେଲେ ଅଳ୍ପ କେତେ ଜଣ ପର୍ଯ୍ୟବେକ୍ଷକ ଏଭଳି ବିଚାର ସହ ଏକମତ ହେବା ଲକ୍ଷ୍ୟ କରାଯାଉଛି।
ଜନ୍ମଦିନରେ ଗୀତା ବାର୍ତ୍ତା
ଡ. କରଣ ସିଂଙ୍କ ୯୦ ତମ ଜନ୍ମଦିନ ପାଳନ ବାବୁମାନଙ୍କ କାର୍ଯ୍ୟକ୍ରମ ନ ହେଲେ ମଧ୍ୟ ଅନ୍ୟଦୃଷ୍ଟିରୁ ଏହା ଥିଲା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବତ ଗୀତାର ଏକ ସ୍ବତନ୍ତ୍ର ସଂସ୍କରଣ ଉନ୍ମୋଚନ କରିଥିତ୍ଲେ। ୧୧ଟି ଭାଗରେ ପ୍ରକାଶିତ ଏହି ଗୀତାର ପ୍ରତିଲିପିରେ ପ୍ରତ୍ୟେକ ପଦ ବା ଛନ୍ଦ ଉପରେ ୨୦ଟି ଟୀକା-ଟୀପ୍ପଣି ରହିଛି। ଏହି ଉତ୍ସବ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟତଃ କରଣ ସିଂଙ୍କ ପରିବାରର ସଦସ୍ୟଗଣ ଏବଂ କଶ୍ମୀର ନୀତିକୁ ପୂର୍ଣ୍ଣାଙ୍ଗ ରୂପରେଖ ପ୍ରଦାନ କରିଥିବା ଅଳ୍ପ କେତେଜଣ ଅମଲାତନ୍ତ୍ରୀ ଯୋଗଦେଇଥିତ୍ଲେ। ଡ. କରଣ ସିଂ ଓ୍ୟପଚାରିକ ଭାବେ ପ୍ରଥମେ ଭଗବତ ଗୀତାର ଏକ ବାର୍ତ୍ତାରୁ ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ ଏବଂ ସାମ୍ପ୍ରତିକ ରାଜନୈତିକ ବିଷୟବସ୍ତୁଠାରୁ ଦୂରେଇ ରହିଥିଲେ। ଭଗବତ ଗୀତା ଉପରେ ପ୍ରଧାନମନ୍ତ୍ରୀ ଯାହା କହିବେ ବୋଲି ଆଶା କରାଯାଉଥିତ୍ଲା ତାହା ହିଁ ସେ କହିଲେ। କଶ୍ମୀରର ରାଜନେତା ଡ. କରଣ ସିଂଙ୍କୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରି ତାଙ୍କ ବକ୍ତବ୍ୟ ଶେଷ କରିଥିଲେ। ଏହି କାର୍ଯ୍ୟକ୍ରମକୁ ନେଇ ବାବୁମାନେ ଆାଶ୍ଚର୍ଯ୍ୟ ହୋଇଯାଇଥିଲେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri